୫୨ ବ୍ଲକରେ ଜଳ କଷ୍ଟ ଉତ୍କଟ: ଏପ୍ରିଲ-ମେ’ ବେଳକୁ ପରିସ୍ଥିତି ହେବ ସଙ୍ଗିନ

ଭୁବନେଶ୍ୱର,୨୪ା୩(ବ୍ୟୁରୋ): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଛି। ନଦୀ, ନାଳ, ପୋଖରୀ, କୂପ ଶୁଖିଲା ପଡ଼ିଗଲାଣି। ଏବେଠୁ ପାନୀୟ ଜଳ ସମସ୍ୟା ଉତ୍କଟ ହେବାରେ ଲାଗିଲାଣି। ଏପ୍ରିଲ ଓ ମେ’ ମାସ ବେଳକୁ ପରିସ୍ଥିତି ଆହୁରି ସଙ୍ଗିନ ହେବା ଆଶଙ୍କା ପ୍ରକାଶ ପାଇଲାଣି। ସ୍ବାଭାବିକ ବର୍ଷା ହେଉ ନ ଥିବାରୁ ଭୂଗର୍ଭସ୍ଥ ଜଳସ୍ତର ତଳକୁ ତଳ ଖସିବାରେ ଲାଗିଛି। କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ(ସିଜିଡବ୍ଲ୍ୟୁବି) ତଥ୍ୟ ଅନୁଯାୟୀ ରାଜ୍ୟରେ ମୌସୁମୀ ପରଠାରୁ ଅର୍ଥାତ୍‌ ନଭେମ୍ବର ୨୦୨୧ରୁ ରାଜ୍ୟରେ ୪୫% କୂଅର ଜଳସ୍ତର ନିମ୍ନଗାମୀ ହୋଇଛି। ୨୦୧୧ରୁ ୨୦୨୦ ମଧ୍ୟରେ ରାଜ୍ୟରେ ୫୧୭ କୂଅରେ ଜଳସ୍ତର ହ୍ରାସ ପାଇଛି। ତେବେ ୨୦୨୧ ନଭେମ୍ବରରେ ୬୫୦ କୂଅରେ ଜଳସ୍ତର ବୃଦ୍ଧି ପାଇଥିବା ବୋର୍ଡ ପକ୍ଷରୁ କୁହାଯାଇଛି। ରାଜ୍ୟରେ ୨.୬ ପ୍ରତିଶତ କୂଅର ଜଳସ୍ତର ସାମାନ୍ୟ ବୃଦ୍ଧି ପାଇଥିବା ବେଳେ ୨.୮ ପ୍ରତିଶତ ନିମ୍ନଗାମୀ ହୋଇଛି। ତେବେ ଭୂତଳ ଜଳସ୍ତର ବୃଦ୍ଧିକୁ ଦେଖିଲେ ଓଡ଼ିଶାର ସ୍ଥାନ ୧୧ ନମ୍ବର ସ୍ଥାନରେ ରହିଛି। ଅଗଷ୍ଟରୁ ମାର୍ଚ୍ଚ ମଧ୍ୟରେ ଭୂତଳ ଜଳସ୍ତର ଅତିମାତ୍ରାରେ ତଳକୁ ଖସି ଯାଉଛି। ରାଜ୍ୟ ଭୂତଳ ଜଳ ବୋର୍ଡ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଅଗଷ୍ଟରୁ ମାର୍ଚ୍ଚ ମଧ୍ୟରେ ୧୫ ଜିଲାର ଜଳସ୍ତର ୨ରୁ ୪ ମିଟର ତଳକୁ ଖସି ଯାଉଛି। ସେହି ଜିଲାଗୁଡ଼ିକ ହେଲା ଅନୁଗୋଳ, ବଲାଙ୍ଗୀର, ବରଗଡ଼, କଟକ, ଢେଙ୍କାନାଳ, ଗଜପତି, ଗଞ୍ଜାମ, କୋରାପୁଟ, ମୟୂରଭଞ୍ଜ, ସୋନପୁର, କନ୍ଧମାଳ, ଖୋର୍ଦ୍ଧା, କୋରାପୁଟ, ନୟାଗଡ଼, ସୁନ୍ଦରଗଡ଼।

କେବଳ ସେତିକି ନୁହେଁ, ରାଜ୍ୟର ୩୧୪ ବ୍ଲକ ମଧ୍ୟରୁ ୫୨ ବ୍ଲକରେ ଭୂତଳ ଜଳ ସମସ୍ୟା ଉତ୍କଟ ହେବାରେ ଲାଗିଛି। ୬ ବ୍ଲକରେ ଭୂତଳ ଜଳ ସମସ୍ୟା ସାଂଘାତିକ ଆଡ଼କୁ ଗଲାଣି। ଖୋର୍ଦ୍ଧା ଜିଲାର ଭୁବନେଶ୍ୱର, ବୋଲଗଡ଼ ବ୍ଲକ, ବାଲେଶ୍ୱର ଜିଲାର ବାହାନଗା, ନୂଆପଡ଼ା, ଯାଜପୁରର କୋରେଇ ଏବଂ କେନ୍ଦ୍ରାପଡ଼ାର ଗରଦପୁର ବ୍ଲକରେ ଜଳ ସମସ୍ୟା ବଢ଼ିବାରେ ଲାଗିଛି । ଏହି ସବୁ ଜିଲାରେ ଭୂଗର୍ଭସ୍ଥ ଜଳସ୍ତର ୭୦ରୁ ୮୦ ପ୍ରତିଶତ ବ୍ୟବହାର କରାଯାଉଛି। ସେହିିପରି ୨୭ ସହରାଞ୍ଚଳରେ ମଧ୍ୟ ଭୂତଳ ଜଳ ଅବସ୍ଥା ସଙ୍ଗିନ ହେଲାଣି। ସେହି ସହରଗୁଡ଼ିକ ମଧ୍ୟରେ ରହିଛି ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ଅନୁଗୋଳ, ତାଳଚେର, ବରଗଡ଼, ପଦ୍ମପୁର, ବରପାଲି, ଟିଟିଲାଗଡ଼, ଆସ୍କା, ଦିଗପହଣ୍ଡି, ହିଞ୍ଜିଳିକାଟୁ, ଝାରସୁଗୁଡ଼ା, ଯୋଡ଼ା, ବାରିପଦା, ନବରଙ୍ଗପୁର, ନୟାଗଡ଼, ଢେଙ୍କାନାଳ, ତରଭା, ସୋନପୁର, ବଲାଙ୍ଗୀର, କେନ୍ଦ୍ରାପଡ଼ା ଏବଂ ପଟ୍ଟାମୁଣ୍ଡାଇ।

ଆସନ୍ତା ୩ରୁ ୪ ବର୍ଷ ମଧ୍ୟରେ ଭୁବନେଶ୍ୱର ସହରରେ ଭୂତଳ ଜଳ ସମସ୍ୟା ଉତ୍କଟ ହେବା ନେଇ ସତର୍କ କରାଯାଇଛି। ଭୁବନେଶ୍ୱର ଏବେ ସେମିକ୍ରିଟିକାଲ ବା ଆଂଶିକ ଉତ୍କଟ ସ୍ତରରେ ରହିଛି। ସହରର ଜନସଂଖ୍ୟା ଯେପରି ହୁ ହୁ ହୋଇ ବଢ଼ିଚାଲିଛି। ସ୍ଥିତିରେ ସୁଧାର ନ ଆସିଲେ ଏହା ଅଳ୍ପ କିଛି ବର୍ଷ ମଧ୍ୟରେ କ୍ରିଟିକାଲ(ଉତ୍କଟ) ଅବସ୍ଥାକୁ ଚାଲିଯିବ। କେବଳ ସେତିକି ନୁହେଁ, ନୟାଗଡ଼ର ନୟାଗଡ଼ ବ୍ଲକ,  ପୁରୀର କାକଟପୁର ଭଳି ୪୬ ବ୍ଲକରେ ଜଳ ସମସ୍ୟା ଉତ୍କଟ ହେବାକୁ ଯାଉଥିବା ନେଇ ମଧ୍ୟ ସତର୍କ କରାଯାଇଛି। ଉପକୂଳବର୍ତ୍ତୀ ଜିଲାଗୁଡ଼ିକର କେତେକ ସ୍ଥାନରେ ଜଳ ଲବଣାକ୍ତ ରହୁଥିବା ଗବେଷଣାରୁ ଜଣାପଡ଼ିଛି।

ସହରାଞ୍ଚଳଗୁଡ଼ିକରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଥିବା ପାନୀୟ ଜଳ ମଧ୍ୟରୁ ୪୦% ଭୂତଳ ଜଳ। ଏହାଛଡ଼ା ସହରାଞ୍ଚଳରେ ଅନେକ ଲୋକ ନିଜସ୍ବ ବୋର୍‌ୱେଲ ଜରିଆରେ ପାଣି ଉଠାଉଛନ୍ତି। କେବଳ ସହର ନୁହେଁ, ଗ୍ରାମାଞ୍ଚଳରେ ମଧ୍ୟ ଭୂତଳ ଜଳ ବ୍ୟବହାର ପରିମାଣ ଆଶାତୀତ ଭାବେ ବଢ଼ିବାରେ ଲାଗିଛି। ଆଗକୁ ଗୁରୁତର ପାନୀୟ ଜଳ ସମସ୍ୟା ସୃଷ୍ଟି ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।

ରାଜ୍ୟ ଭୂତଳ ଜଳ ବୋର୍ଡ ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ଦୀପକ କର କହିଛନ୍ତି ଯେ, ଭୂତଳ ଜଳ ସଂରକ୍ଷଣ କରିବା ପାଇଁ ଗୁରୁତ୍ୱ ଦିଆଯାଉଛି। ରାଜ୍ୟର ୩୦୦ରୁ ଊର୍ଦ୍ଧ୍ୱ ସ୍ଥାନରେ ଭୂତଳ ଜଳ ସଂରକ୍ଷଣ ପାଇଁ କୃତ୍ରିମ ପଦ୍ଧତି ଉପଯୋଗ କରାଯାଉଛି। ଖୁବ୍‌ଶୀଘ୍ର ଓଡ଼ିଶା ଜଳ ନିୟମ-୨୦୨୨ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ନିୟମ କାର୍ଯ୍ୟକାରୀ ହେଲେ ଭୂତଳ ଜଳକୁ ମନଇଚ୍ଛା ବ୍ୟବହାର କରିବା ଉପରେ କଟକଣା ଲାଗିବ। ଏଥିପାଇଁ ବ୍ୟବହାରକାରୀଙ୍କୁ ଚାର୍ଜ ଦେବାକୁ ହେବ। ଏପରିକି ଯଦି କେହି ଘରୁ କିମ୍ବା ଫ୍ୟାକ୍ଟ୍ରିିରୁ ବାହାରୁଥିବା ଜଳ ଜମିବାଡ଼ି, ନଦୀ, ନାଳରେ ଛାଡ଼ିବେ ସେମାନଙ୍କୁ ୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜରିମାନା ଦେବାକୁ ହେବ। ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଏହାକୁ କାର୍ଯ୍ୟକାରୀ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?