୫୨ ବ୍ଲକରେ ଜଳ କଷ୍ଟ ଉତ୍କଟ: ଏପ୍ରିଲ-ମେ’ ବେଳକୁ ପରିସ୍ଥିତି ହେବ ସଙ୍ଗିନ

ଭୁବନେଶ୍ୱର,୨୪ା୩(ବ୍ୟୁରୋ): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଛି। ନଦୀ, ନାଳ, ପୋଖରୀ, କୂପ ଶୁଖିଲା ପଡ଼ିଗଲାଣି। ଏବେଠୁ ପାନୀୟ ଜଳ ସମସ୍ୟା ଉତ୍କଟ ହେବାରେ ଲାଗିଲାଣି। ଏପ୍ରିଲ ଓ ମେ’ ମାସ ବେଳକୁ ପରିସ୍ଥିତି ଆହୁରି ସଙ୍ଗିନ ହେବା ଆଶଙ୍କା ପ୍ରକାଶ ପାଇଲାଣି। ସ୍ବାଭାବିକ ବର୍ଷା ହେଉ ନ ଥିବାରୁ ଭୂଗର୍ଭସ୍ଥ ଜଳସ୍ତର ତଳକୁ ତଳ ଖସିବାରେ ଲାଗିଛି। କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ(ସିଜିଡବ୍ଲ୍ୟୁବି) ତଥ୍ୟ ଅନୁଯାୟୀ ରାଜ୍ୟରେ ମୌସୁମୀ ପରଠାରୁ ଅର୍ଥାତ୍‌ ନଭେମ୍ବର ୨୦୨୧ରୁ ରାଜ୍ୟରେ ୪୫% କୂଅର ଜଳସ୍ତର ନିମ୍ନଗାମୀ ହୋଇଛି। ୨୦୧୧ରୁ ୨୦୨୦ ମଧ୍ୟରେ ରାଜ୍ୟରେ ୫୧୭ କୂଅରେ ଜଳସ୍ତର ହ୍ରାସ ପାଇଛି। ତେବେ ୨୦୨୧ ନଭେମ୍ବରରେ ୬୫୦ କୂଅରେ ଜଳସ୍ତର ବୃଦ୍ଧି ପାଇଥିବା ବୋର୍ଡ ପକ୍ଷରୁ କୁହାଯାଇଛି। ରାଜ୍ୟରେ ୨.୬ ପ୍ରତିଶତ କୂଅର ଜଳସ୍ତର ସାମାନ୍ୟ ବୃଦ୍ଧି ପାଇଥିବା ବେଳେ ୨.୮ ପ୍ରତିଶତ ନିମ୍ନଗାମୀ ହୋଇଛି। ତେବେ ଭୂତଳ ଜଳସ୍ତର ବୃଦ୍ଧିକୁ ଦେଖିଲେ ଓଡ଼ିଶାର ସ୍ଥାନ ୧୧ ନମ୍ବର ସ୍ଥାନରେ ରହିଛି। ଅଗଷ୍ଟରୁ ମାର୍ଚ୍ଚ ମଧ୍ୟରେ ଭୂତଳ ଜଳସ୍ତର ଅତିମାତ୍ରାରେ ତଳକୁ ଖସି ଯାଉଛି। ରାଜ୍ୟ ଭୂତଳ ଜଳ ବୋର୍ଡ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଅଗଷ୍ଟରୁ ମାର୍ଚ୍ଚ ମଧ୍ୟରେ ୧୫ ଜିଲାର ଜଳସ୍ତର ୨ରୁ ୪ ମିଟର ତଳକୁ ଖସି ଯାଉଛି। ସେହି ଜିଲାଗୁଡ଼ିକ ହେଲା ଅନୁଗୋଳ, ବଲାଙ୍ଗୀର, ବରଗଡ଼, କଟକ, ଢେଙ୍କାନାଳ, ଗଜପତି, ଗଞ୍ଜାମ, କୋରାପୁଟ, ମୟୂରଭଞ୍ଜ, ସୋନପୁର, କନ୍ଧମାଳ, ଖୋର୍ଦ୍ଧା, କୋରାପୁଟ, ନୟାଗଡ଼, ସୁନ୍ଦରଗଡ଼।

କେବଳ ସେତିକି ନୁହେଁ, ରାଜ୍ୟର ୩୧୪ ବ୍ଲକ ମଧ୍ୟରୁ ୫୨ ବ୍ଲକରେ ଭୂତଳ ଜଳ ସମସ୍ୟା ଉତ୍କଟ ହେବାରେ ଲାଗିଛି। ୬ ବ୍ଲକରେ ଭୂତଳ ଜଳ ସମସ୍ୟା ସାଂଘାତିକ ଆଡ଼କୁ ଗଲାଣି। ଖୋର୍ଦ୍ଧା ଜିଲାର ଭୁବନେଶ୍ୱର, ବୋଲଗଡ଼ ବ୍ଲକ, ବାଲେଶ୍ୱର ଜିଲାର ବାହାନଗା, ନୂଆପଡ଼ା, ଯାଜପୁରର କୋରେଇ ଏବଂ କେନ୍ଦ୍ରାପଡ଼ାର ଗରଦପୁର ବ୍ଲକରେ ଜଳ ସମସ୍ୟା ବଢ଼ିବାରେ ଲାଗିଛି । ଏହି ସବୁ ଜିଲାରେ ଭୂଗର୍ଭସ୍ଥ ଜଳସ୍ତର ୭୦ରୁ ୮୦ ପ୍ରତିଶତ ବ୍ୟବହାର କରାଯାଉଛି। ସେହିିପରି ୨୭ ସହରାଞ୍ଚଳରେ ମଧ୍ୟ ଭୂତଳ ଜଳ ଅବସ୍ଥା ସଙ୍ଗିନ ହେଲାଣି। ସେହି ସହରଗୁଡ଼ିକ ମଧ୍ୟରେ ରହିଛି ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ଅନୁଗୋଳ, ତାଳଚେର, ବରଗଡ଼, ପଦ୍ମପୁର, ବରପାଲି, ଟିଟିଲାଗଡ଼, ଆସ୍କା, ଦିଗପହଣ୍ଡି, ହିଞ୍ଜିଳିକାଟୁ, ଝାରସୁଗୁଡ଼ା, ଯୋଡ଼ା, ବାରିପଦା, ନବରଙ୍ଗପୁର, ନୟାଗଡ଼, ଢେଙ୍କାନାଳ, ତରଭା, ସୋନପୁର, ବଲାଙ୍ଗୀର, କେନ୍ଦ୍ରାପଡ଼ା ଏବଂ ପଟ୍ଟାମୁଣ୍ଡାଇ।

ଆସନ୍ତା ୩ରୁ ୪ ବର୍ଷ ମଧ୍ୟରେ ଭୁବନେଶ୍ୱର ସହରରେ ଭୂତଳ ଜଳ ସମସ୍ୟା ଉତ୍କଟ ହେବା ନେଇ ସତର୍କ କରାଯାଇଛି। ଭୁବନେଶ୍ୱର ଏବେ ସେମିକ୍ରିଟିକାଲ ବା ଆଂଶିକ ଉତ୍କଟ ସ୍ତରରେ ରହିଛି। ସହରର ଜନସଂଖ୍ୟା ଯେପରି ହୁ ହୁ ହୋଇ ବଢ଼ିଚାଲିଛି। ସ୍ଥିତିରେ ସୁଧାର ନ ଆସିଲେ ଏହା ଅଳ୍ପ କିଛି ବର୍ଷ ମଧ୍ୟରେ କ୍ରିଟିକାଲ(ଉତ୍କଟ) ଅବସ୍ଥାକୁ ଚାଲିଯିବ। କେବଳ ସେତିକି ନୁହେଁ, ନୟାଗଡ଼ର ନୟାଗଡ଼ ବ୍ଲକ,  ପୁରୀର କାକଟପୁର ଭଳି ୪୬ ବ୍ଲକରେ ଜଳ ସମସ୍ୟା ଉତ୍କଟ ହେବାକୁ ଯାଉଥିବା ନେଇ ମଧ୍ୟ ସତର୍କ କରାଯାଇଛି। ଉପକୂଳବର୍ତ୍ତୀ ଜିଲାଗୁଡ଼ିକର କେତେକ ସ୍ଥାନରେ ଜଳ ଲବଣାକ୍ତ ରହୁଥିବା ଗବେଷଣାରୁ ଜଣାପଡ଼ିଛି।

ସହରାଞ୍ଚଳଗୁଡ଼ିକରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଥିବା ପାନୀୟ ଜଳ ମଧ୍ୟରୁ ୪୦% ଭୂତଳ ଜଳ। ଏହାଛଡ଼ା ସହରାଞ୍ଚଳରେ ଅନେକ ଲୋକ ନିଜସ୍ବ ବୋର୍‌ୱେଲ ଜରିଆରେ ପାଣି ଉଠାଉଛନ୍ତି। କେବଳ ସହର ନୁହେଁ, ଗ୍ରାମାଞ୍ଚଳରେ ମଧ୍ୟ ଭୂତଳ ଜଳ ବ୍ୟବହାର ପରିମାଣ ଆଶାତୀତ ଭାବେ ବଢ଼ିବାରେ ଲାଗିଛି। ଆଗକୁ ଗୁରୁତର ପାନୀୟ ଜଳ ସମସ୍ୟା ସୃଷ୍ଟି ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।

ରାଜ୍ୟ ଭୂତଳ ଜଳ ବୋର୍ଡ ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ଦୀପକ କର କହିଛନ୍ତି ଯେ, ଭୂତଳ ଜଳ ସଂରକ୍ଷଣ କରିବା ପାଇଁ ଗୁରୁତ୍ୱ ଦିଆଯାଉଛି। ରାଜ୍ୟର ୩୦୦ରୁ ଊର୍ଦ୍ଧ୍ୱ ସ୍ଥାନରେ ଭୂତଳ ଜଳ ସଂରକ୍ଷଣ ପାଇଁ କୃତ୍ରିମ ପଦ୍ଧତି ଉପଯୋଗ କରାଯାଉଛି। ଖୁବ୍‌ଶୀଘ୍ର ଓଡ଼ିଶା ଜଳ ନିୟମ-୨୦୨୨ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ନିୟମ କାର୍ଯ୍ୟକାରୀ ହେଲେ ଭୂତଳ ଜଳକୁ ମନଇଚ୍ଛା ବ୍ୟବହାର କରିବା ଉପରେ କଟକଣା ଲାଗିବ। ଏଥିପାଇଁ ବ୍ୟବହାରକାରୀଙ୍କୁ ଚାର୍ଜ ଦେବାକୁ ହେବ। ଏପରିକି ଯଦି କେହି ଘରୁ କିମ୍ବା ଫ୍ୟାକ୍ଟ୍ରିିରୁ ବାହାରୁଥିବା ଜଳ ଜମିବାଡ଼ି, ନଦୀ, ନାଳରେ ଛାଡ଼ିବେ ସେମାନଙ୍କୁ ୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜରିମାନା ଦେବାକୁ ହେବ। ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଏହାକୁ କାର୍ଯ୍ୟକାରୀ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri