ସନ୍ତାନ ମନସ୍ତତ୍ତ୍ୱରେ ମାଆ

ଶୁଭନାରାୟଣ ଶତପଥୀ

ମାଆ ପ୍ରତିଟି ମୁହୂର୍ତ୍ତରେ ସନ୍ତାନର ଉନ୍ନତି ଚାହେଁ। ସନ୍ତାନର ମଧ୍ୟ ମାଆ ପ୍ରତି ଶ୍ରଦ୍ଧା, ସମ୍ମାନ କିଛି କମ୍‌ ନ ଥାଏ। ମାଆର ଗୁରୁତ୍ୱ ସନ୍ତାନ ଉପଲବ୍ଧି କରେ, ସେଥିରୁ ଜୀବନ ଦକ୍ଷତା ବୃଦ୍ଧି କରେ। ତ୍ୟାଗ ବଳିଦାନର ମହତ୍ତ୍ୱ ବୁଝେ। ଆଗକୁ ଆହୁରି ଶାଣିତ ହୁଏ, ମାଆ ପରି ହେବାକୁ ଚାହେଁ।
ମାଟ୍ରିକ ପରୀକ୍ଷା ସରିବା ପରେ କିଛି ପରୀକ୍ଷାର୍ଥୀଙ୍କ ସାକ୍ଷାତ୍‌କାର ନେବାବେଳେ ଜଣେ ପରୀକ୍ଷାର୍ଥୀଙ୍କ ଉତ୍ତର ଥିଲା ନିଆରା। ତାଙ୍କୁ ଯେତେବେଳେ ପଚରାଗଲା ତୁମେ ଭବିଷ୍ୟତରେ କ’ଣ ହେବାକୁ ଚାହୁଁଛ, ସେ ତତ୍‌କ୍ଷଣାତ ଉତ୍ତର ଦେଲେ , ମୁଁ ମୋ ମାଆ ପରି ହେବାକୁ ଚାହୁଁଛି। ଅନ୍ୟ ପରୀକ୍ଷାର୍ଥୀମାନେ ଇଞ୍ଜିନିୟର, ଡାକ୍ତର, ବୈଜ୍ଞାନିକ ହେବାକୁ କହୁଥିବାବେଳେ ଏହି ପିଲାଟିର ଉତ୍ତରରେ ପ୍ରଶ୍ନକର୍ତ୍ତାଙ୍କ ଉତ୍ସୁକତା ବଢ଼ିଯାଉଥିଲା। ପୁଣି ପଚାରିବାରୁ ପିଲାଟି କହିଲା ମାଆ ହେଉଛି ବହୁମୁଖୀ ପ୍ରତିଭାର ଅଧିକାରିଣୀ। ସେ ରୋଷେଇଠାରୁ ରୋଜଗାର, ପରିବାର, ବନ୍ଧୁବାନ୍ଧବ, ସାହିପଡ଼ୋଶୀଙ୍କ ସହ ଉତ୍ତମ ସମ୍ପର୍କଠାରୁ ସନ୍ତାନକୁ ଭଲମଣିଷ କରି ଗଢ଼ିତୋଳିବା ପର୍ଯ୍ୟନ୍ତ ସବୁଥିରେ ଦକ୍ଷ। ଆଉ ସବୁଠାରୁ ଗର୍ବର କଥା ହେଉଛି ତା’ର ସନ୍ତାନ ମାଆକୁ ପଚାରୁ ବା ନ ପଚାରୁ ତାକୁ ସବୁ ଦାନ କରିଦେବାର ଦକ୍ଷତା ରଖିଥିବା ତ୍ୟାଗୀ ହୃଦୟ। ଏଣୁ ମାଆଠାରୁ ଅଧିକ ଚ୍ୟାଲେଞ୍ଜ ଅନ୍ୟ କାହାରି ଜୀବନରେ ନାହିଁ କି ତା ଉତ୍ସର୍ଗ, ପରୋପକାରର ସୀମାସରହଦ ନାହିଁ। ଯେତେବେଳେ ଜଣାପଡ଼ିଲା ପିଲାଟି ବାପଛେଉଣ୍ଡ ସେତେବେଳେ ପ୍ରଶ୍ନକର୍ତ୍ତାଙ୍କ ଆଖି ଛଳଛଳ ହୋଇଗଲା। ଏପରିସ୍ଥିତିରେ ମାଆ ହିଁ ତା’ର ସାହା। କାରଣ ସେ ତା’ ମାଆ କୋଳରେ ଦୁନିଆ ଦେଖେ। ମାଆ ତା’ର କେବଳ ଜନ୍ମଦାତ୍ରୀ ନୁହଁ ବରଂ ପାଳନକର୍ତ୍ତା, ଗୁରୁମା, ସହଚର ଆଦି ବିଭିନ୍ନ ଭୂମିକାରେ ଉପନୀତ ହୋଇ ପିଲାଟିର ମାର୍ଗଦର୍ଶନ କରାନ୍ତି। ଏଣୁ ସେ ମାଆପରି ହେଲେ ତା’ ହାତମୁଠାରେ ଦୁନିଆକୁ ରଖିପାରିବ ବୋଲି ତା’ର ବିଶ୍ୱାସ।
ଏକ ଘଟଣା ହେଉଛି ସଫ୍ଟଓ୍ବେର କମ୍ପାନୀରେ ଚାକିରି କରୁଥିବା ଏକ ଝିଅ। ହଠାତ୍‌ ଦିନେ ତା’ର ମାଆ ସହ ଦେଖା ହୋଇ କହିଲା, ମାଆ! ମୁଁ ଜାଣିଛି ତୁ ଜୀବନସାରା ଏକ ବେସରକାରୀ ସଂସ୍ଥାରେ ଚାକିରି କରି ସ୍ବଳ୍ପ ଦରମାରେ ମୋତେ ଚଳେଇଲୁ, ପାଠ ପଢ଼ାଇଲୁ। ଆଉ ମୁଁ ମଧ୍ୟ ପାଠପଢ଼ି ଭଲ ଚାକିରିଟିଏ କଲି। କିନ୍ତୁ ମାଆ ମୁଁ ଯେତେବେଳେ ମୋର ଅତୀତକୁ ବିଶ୍ଳେଷଣ କରି ଭବିଷ୍ୟତ ଚିନ୍ତା କରୁଛି, ମୋ ମନରେ ଅନେକ ପ୍ରଶ୍ନ ଆସୁଛି। ମାଆ ପଚାରିଲେ କ’ଣ କହୁନୁ। ଝିଅଟି କହିବାକୁ ଲାଗିଲା, ତୁ ଏତେ କଷ୍ଟ ସହି ରୋଜଗାର କଲୁ, ଏହା ଆବଶ୍ୟକତା ଥିଲା। ମୋତେ କେବେ ପିଇସୀ ଘରେ ତ ଆଉକେବେ ମାଉସୀ ଘରେ ଛାଡ଼ିଲୁ। ଫଳରେ ତୋଠାରୁ ସବୁବେଳେ ଦୂରରେ ରହିଲି। ଦୂରରେ ରହିଲେ ବି ତୁ ମୋର ସବୁ ଆଶା ଅକାଂକ୍ଷା ପୂରଣ କଲୁ। କିନ୍ତୁ ତୁ ନିଜ ସନ୍ତାନକୁ ଦୂରରେ ରଖି କେତେ ତ୍ୟାଗପୂର୍ଣ୍ଣ କଷ୍ଟ ନ ସହିଛୁ ସତେ ! ମାଆ ତୁ ସିନା ମୋର ଓ ଆମ ପରିବାରର ଭରଣପୋଷଣ ପାଇଁ ଚାକିରି କଲୁ, କିନ୍ତୁ ମୁଁ ଆଉ ଏ ଚାକିରି କରିବିନି। ମାଆ ସ୍ତବ୍ଧ ହୋଇଗଲେ। କହିଲେ ଝିଅ, ଆଜିର ସମାଜରେ ନିଜର ସ୍ଥିତି ସୁଦୃଢ଼ କରିବୁ କେମିତି ? ଝିଅଟି କହିଲା, ମୁଁ ଯେତେବେଳେ ମାଆ ହେବାର ସୌଭାଗ୍ୟ ଅର୍ଜନ କରିବି, ମୋ ସନ୍ତାନକୁ ତା’ ମାଆ ସୁଖରୁ ବଞ୍ଚିତ କରିପାରିବି ନାହିଁ। ଯାହା ମୋ ସହିତ ଘଟିଛି ତାହା ମୁଁ ତା’ ସହ ଘଟିବାକୁ ଦେବିନି। ମାଆ ପାଖରେ ଥିଲେ ସନ୍ତାନର ଭବିଷ୍ୟତ କେବଳ ଉଜ୍ଜ୍ୱଳ ହେବ ତାହା ନୁହେଁ ବରଂ ତା’ ପାଖରେ ଦୁନିଆର ସବୁଠୁ ବଡ଼ ସମ୍ପଦ ଅଛି ବୋଲି ସେ ଅନୁଭବ କରିବ। କେବଳ ମୋର ଭବିଷ୍ୟତ ବା ସନ୍ତାନ ପାଇଁ ଏ ଚାକିରି ମୁଁ ଛାଡୁନାହିଁ ବରଂ ଏଇ ବାକି କିଛିଦିନ ତୁମ ସହ କାଟିବାକୁ ମନସ୍ଥ କରିଛି। ମାଆ ମୋ ବାହାଘର ପାଇଁ ଯେଉଁ ପୁଅଟିଏ ବୁଝିବୁ ସେ ଯେପରି ମୋତେ ବୁଝିପାରୁଥିବ, ମୋତେ ସୁରକ୍ଷିତ ରଖିପାରୁଥିବ। ବାସ୍‌ ଏତିକି ମୋର ଇଚ୍ଛା। ଝିଅକୁ କୋଳେଇ ନେଲେ ମାଆ। ବାସ୍ତବରେ ଏ ସମ୍ପର୍କର ତୁଳନା ନାହିଁ। ଏ ଅବଦାନର କଳନା ନାହିଁ।
ଆଉ ଏକ ଘଟଣାରେ ଏକ ସହରରେ ଜଣେ ଶିଶୁ ଅଧିକାର କର୍ମୀଙ୍କ ପଡ଼ୋଶୀ ଘରର ଏକ ଶିଶୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପଢ଼େ। ଦିନେ ସେ ଝରକା ପାଖରୁ ଶୁଣିବାକୁ ପାଇଲେ ଯେ ପିଲାଟି ଖାଲି ଏସ୍‌ ମ୍ୟାମ୍‌, ନୋ ମ୍ୟାମ୍‌ କହୁଛି। ବେଳେବେଳେ କହୁଛି ୟେ ଠିକ୍‌ ହେ, ୟେ ଅଚ୍ଛା ହେ ଇତ୍ୟାଦି। ସେ ଜାଣିପାରିଲେ ଯେ ଶିଶୁଟି ଅନ୍‌ଲାଇନ କ୍ଲାସ କରୁଛି। ତା’ର ଠିକ୍‌ ଦୁଇଦିନ ପରେ ସେହି ଶିଶୁଟି ଏକ ଦେଶଭକ୍ତି ହିନ୍ଦୀ କବିତା ଅନ୍‌ଲାଇନ ଶିକ୍ଷା ଦ୍ୱାରା ଅଭ୍ୟାସ କରୁଛି। ସେ ଶବ୍ଦଗୁଡ଼ିକ ଠିକ୍‌ ଢଙ୍ଗରେ ଉଚ୍ଚାରଣ କରିପାରୁ ନ ଥିବାରୁ ତା’ର ମାଆ ତାକୁ ଏକ ଚଟକଣି ପକାଇଲେ। କାନ୍ଥ କଡ଼ରେ ବସିଥିବାରୁ ତା’ର ମୁଣ୍ଡ ମାଡ଼ ହୋଇ ଫୁଲିଗଲା। ପିଲାଟିକୁ ଦାଣ୍ଡରେ ଦେଖି କର୍ମୀ ଜଣକ ମୁଣ୍ଡଫୁଲିବା ବିଷୟରେ ପଚାରିବାରୁ ପିଲାଟି କହିଲା, କାନ୍ଥରେ ମୁଣ୍ଡ ବାଜି ଏମିତି ହୋଇଛି। ତା’ର ମାଆ ମଧ୍ୟ ଏ କଥା ଶୁଣୁଥାନ୍ତି। କର୍ମୀ ଜଣକ ଓ ଶିଶୁର ମାଆ ଅନୁଭବ କଲେ ଯେ, ପିଲାଟି କଅଁଳ ବୟସରୁ ତା’ର ମାଆର ସମ୍ମାନକୁ ଗୁରୁତ୍ୱ ଦେଲାଣି। ପରଦିନ ସେହି କର୍ମୀ ଜଣକ ହିନ୍ଦୀ କବିତାଟିକୁ ଝରକା ପାଖରେ ଉଚ୍ଚସ୍ବରରେ ଆବୃତ୍ତି କଲେ। ତାଙ୍କ ସ୍ବରରେ ସ୍ବର ମିଶାଇ ପିଲାଟି ଓ ତା’ର ମାଆ ଆରପାଖରୁ ଠିକ୍‌ ଶବ୍ଦ ଉଚ୍ଚାରଣ କରି ତାଳରେ ଗାଇବାକୁ ଲାଗିଲେ। ମାଆ ତାଳି ମାରିଲେ ଓ ଶିଶୁଟି ଗାଲରେ ଏକ ଚୁମ୍ବନ ଦେଲେ। ମାଆର ଆଖିରୁ ନିଗିଡି ପଡୁଥିବା ଅଶ୍ରୁକୁ ପୋଛିଦେଲା ଛୁଆଟି ତା’ର କଅଁଳ ପାପୁଲିରେ। କର୍ମୀ ଜଣକ ବୁଝିପାରୁଥିଲେ ମାଆ ମନର ବ୍ୟଥାକୁ ଓ ବେଦନାକୁ। ମାଆ ବୁଝିପାରୁଥିଲେ ପ୍ରତିକ୍ରିୟାଶୀଳ ହେବା ପୂର୍ବରୁ ସନ୍ତାନର ମନସ୍ତତ୍ତ୍ୱକୁ ବୁଝିବା ଜରୁରୀ। ଜଞ୍ଜାଳମୟ ଜୀବନରେ ବ୍ୟସ୍ତତା, କାମର ଚାପ, ବେଳେବେଳେ ଅସ୍ଥିର ହୋଇପଡୁଥିବା ମନକୁ ନିୟନ୍ତ୍ରଣ କରିବା ଜରୁରୀ। ଏହି ଘଟଣାର ପୁନରାବୃତ୍ତି ନ ହେବାର ପ୍ରତିଶ୍ରୁତି ଦେବାକୁ ଯାଇ ମାଆ ଜଣକ ସେହି କର୍ମୀଙ୍କ ଘରକୁ ଆସି ପୁନର୍ବାର ଖୁବ୍‌ ଅନୁତାପ କଲେ।
ସନ୍ତାନ ଦୃଷ୍ଟିରେ ମାଆ ସମ୍ବନ୍ଧରେ ଏମିତି ଅନେକ ଘଟଣା ଅଛି ଯାହା ପ୍ରମାଣ କରେ ସନ୍ତାନ ଓ ମାଆର ସମ୍ପର୍କ ଅତୁଟ। ତାକୁ କୌଣସି ଶକ୍ତି କେବେ ଦୁର୍ବଳ କରିପାରିନାହିଁ। ଏ ନିବିଡ଼ ସମ୍ପର୍କ ହିଁ ପରସ୍ପରଙ୍କୁ ନିକଟତର ଓ ପରିପୂରକ କରାଇପାରିଛି।
ବିଜିପୁର, ବ୍ରହ୍ମଗିରି, ପୁରୀ
ମୋ: ୯୪୩୮୪୩୨୦୨୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

ସୈନିକଙ୍କୁ ଟେଷ୍ଟୋଷ୍ଟେରୋନ୍‌ ଚିକିତ୍ସା

ଦୀର୍ଘଦିନ ହେଲା ଚାଲିଆସିଛି ଆମେରିକା-ଇରାନ ଯୁଦ୍ଧ। ଏଥିପାଇଁ ବିଦେଶ ଭୂଇଁରେ ଥିବା ଆମେରିକୀୟ ସୈନ୍ୟମାନଙ୍କ ମଧ୍ୟରୁ ଅନେକଙ୍କଠାରେ ସୃଷ୍ଟି ହେଉଛି ମାନସିକ ଚାପ। ଏକଥା ଅନୁଭବ କରି…

ଛାତ୍ର ଆନ୍ଦୋଳନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ

ସ୍ବାଧୀନତା ପରେ ବିଭିନ୍ନ ସ୍ଥାନୀୟ ଓ ଜାତୀୟ ସମସ୍ୟା ପାଇଁ ଛାତ୍ରମାନେ ଅଣ୍ଟା ଭିଡ଼ିଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ୧୯୬୩ ମସିହାରେ ତତ୍କାଳୀନ କେନ୍ଦ୍ର…

ଦୋମୁହାଁ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ନେଉଥିବା ନିଷ୍ପତ୍ତି ଆମେରିକା ସମେତ ବିଶ୍ୱକୁ ବାରମ୍ବାର ଅସୁବିଧାରେ ପକାଇ ଚାଲିଛି। ଅନ୍ତର୍ଜାତୀୟ ଅର୍ଥନୈତିକ…

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?