ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ ଗଣ୍ଠିଧନ କରି ଆମ୍ଭେମାନେ ଆମକୁ ବ୍ୟବହାର କରୁଛୁ,ତାହା ହିଁ ଭାରତ ଆଗରେ ଅନେକ ସାଂଘାତିକ ସମସ୍ୟା ଠିଆ କରାଉଛି। ଅବିଶ୍ୱାସୀ ଭାବରେ ଆମର ପ୍ରିୟ ଦେଶ ଯେପରି ସେକ୍ସପିଅରଙ୍କ କୌଣସି ବିୟୋଗାନ୍ତକ ନାଟକର ନାୟକର ଭାଗ୍ୟ ବିପର୍ଯ୍ୟୟ ଭୋଗୁଛି। ଉକ୍ତ ନାଟକର ନାୟକ ଆପଣାର ଗର୍ହିତ କର୍ମ ବିପାକ ଯୋଗୁ ନିଜ ପାଇଁ ସାଂଘାତିକ ବିପର୍ଯ୍ୟୟ ସୃଷ୍ଟିପୂର୍ବକ ପରିଶେଷରେ ନିଶ୍ଚିହ୍ନ ହୋଇଯାଏ। ଅନୁରୂପ ଭାବରେ, ଅତୀତ ଭାରତର ଉତ୍ତୁଙ୍ଗତା ଏବର ଭାରତରେ ନିଷ୍ପ୍ରଭ ହୋଇଯାଇଛି। ‘ୟଙ୍ଗ୍‌ ବେଙ୍ଗଲ’ର ମହାନ୍‌ ସ୍ରଷ୍ଟା ଯୁଗଜନ୍ମା ହେନ୍‌ରୀ ଡିରୋଜିଓ କଥିତ ମହିମାଦୀପ୍ତ ଭାରତ ଅନେକବର୍ଷ ତଳୁ ସ୍ବାଧୀନ ହୋଇଥିଲେ ହେଁ ସ୍ବାଧୀନତା ଲାଭ ପରେ ଭାରତୀୟମାନଙ୍କର ସ୍ବଦେଶବତ୍ସଳତା ବିସ୍ମୟକର ଭାବେ ହ୍ରାସ ପାଇ ଚାଲିଛି, ଯାହାଫଳରେ ଏ ଶତାବ୍ଦୀର ଆରମ୍ଭରୁ ଏ ପର୍ଯ୍ୟନ୍ତ ଭାରତର ପ୍ରଗତିର ‘ଭେକ’ ତା’ର ଅସଲ ‘ଭୋକ’ ସହ ତାଳମେଳ ରଖିପାରି ନାହିଁ। ଛତ୍ରପତି ସ୍ବାମୀ ବିବେକାନନ୍ଦଙ୍କ ‘ଆମାର ଭାରତ ଅମର ଭାରତ’ ଏବଂ ମହାଯୋଗୀ ଶ୍ରୀଅରବିନ୍ଦଙ୍କ ଭାରତ ପୃଥିବୀର ଆଧ୍ୟାତ୍ମିକ ନେତୃତ୍ୱ ନେବା ସ୍ବପ୍ନ ଏବେ ଯେପରି ସୁଦୂର ପରାହତ! ଏକଦା ଆମେରିକାର ସ୍ବରୂପ ଅବବୋଧ କରି ବିଖ୍ୟାତ ବଙ୍ଗୀୟ କବି ରାଜରାଣୀ ଦେବୀ ଗାଇ ଉଠିଥିଲେ, ‘ଆମେରିକା ତୁମି ସ୍ବପ୍ନ, ସ୍ପପ୍ନ ଭଙ୍ଗେର ମିଶ୍ରନ, ଆମେରିକା ତୁମି ଦୋଲ ଦୁଲନ ା’ କବିଙ୍କର ଆମେରିକା ପ୍ରତି ଏପରି ଦୃଷ୍ଟିପାତ ଏବର ଭାରତ ପ୍ରତି ମଧ୍ୟ ପ୍ରଯୁଜ୍ୟ। ସାମ୍ପ୍ରତିକ ଭାରତର ବୈଷୟିକ ପ୍ରଗତି ପରିଦୃଶ୍ୟମାନ ହେଲେ ହେଁ ତାହା ସହ ଯେଉଁ ପ୍ରକାର ସାମାଜିକ ବୈଷମ୍ୟ, ଅର୍ଥନୈତିକ ଅନୈତିକତା, ରାଜନୈତିକ ରାମତାଳି ଓ ରାହାଜାନି ଏବଂ ସର୍ବୋପରି ଭାକ୍ତିକ ଭାଣ୍ଡାମି ସୃଷ୍ଟିହୋଇଛି ତାହା ଏ ଉପମହାଦେଶକୁ ଭି.ଏସ୍‌.ନାଇପଲଙ୍କ କଥିତ ଏକ ତମସାଚ୍ଛନ୍ନ ମହାଦେଶରେ ପରିଣତ କରିଛି।
ତେଣୁ ଏବର ଭାରତର ସମସ୍ୟା ହେଉଛି ମୂଲ୍ୟବୋଧ ଶୂନ୍ୟତାର ସମସ୍ୟା ଏବଂ ଏହାର ସୃଷ୍ଟିମୂଳରେ ରହିଛି ଏକ ଦୁଃସ୍ଥ ଜୀବନ ଦର୍ଶନ। ସ୍ବାଧୀନତା ପୂର୍ବରୁ ଏବଂ ତାପର ଦୁଇ ଦଶନ୍ଧି ପର୍ଯ୍ୟନ୍ତ ଯେଉଁ ସୁସ୍ଥ ଜୀବନଧାରା ଭାରତୀୟମାନଙ୍କଠାରେ ପରିଲକ୍ଷିତ ହୋଇଥିଲା ତା’ ମୂଳରେ ଥିଲା ଆଧ୍ୟାମତ୍ିକତା ତଥା ସ୍ବଦେଶବତ୍ସଳତା। ତାପରେ ଭାରତୀୟମାନଙ୍କଠାରେ ସ୍ବନିର୍ମାଣ ତଥା ଦେଶ ନିର୍ମାଣର ମାନସିକତା ଓ ହାର୍ଦ୍ଦିକତା ପରିବର୍ତ୍ତେ ଏକ ପ୍ରକାର ଆତ୍ମବିସ୍ମୃତି ଜନିତ ଅହଂକାର ଯୋଗୁ ଆତ୍ମସ୍ବାର୍ଥ ସ୍ବାଧନ କ୍ରମେ କ୍ରମେ ପରିଦୃଷ୍ଟ ହେଲା। ତେଣୁ ସେମାନେ ଅଧିକ ବନ୍ଧନରେ ନିଜକୁ ବନ୍ଦୀ କରିବାରେ ଲାଗିଲେ। ନିଜକୁ ଓ ଦେଶକୁ ଭୁଲି ସେମାନେ ପାଲଟିଗଲେ କବି ଗୁରୁ ମହାନ୍ତିଙ୍କ ‘ଗୋବର ଗଣେଶ’ ା ରାଜନୀତିରେ, ଅର୍ଥନୀତିରେ, ସାହିତ୍ୟରେ, ଧର୍ମରେ ‘ବିରାଟ ତତ୍ତ୍ୱ’ ସ୍ଥାନରେ ସକଳ ‘କ୍ଷୁଦ୍ରତା ବା ବାମନତ୍ୱ’ ବେଶ୍‌ ଆସନ ଜମେଇ ଦେଲା। ମୂଲ୍ୟବୋଧ ପ୍ରତି ଅବଜ୍ଞା, ଅଜ୍ଞତା ତଥା ଅବହେଳା ଏହାର କାରଣ। ଏବର ଭାରତୀୟମାନେ ‘ବନ୍ଦେ ମାତରମ୍‌’ ଛାଡ଼ି ‘ବନ୍ଦେ ଉଦରମ୍‌’ର ହେଲେ ଅବା ହୋଇଛନ୍ତି ଚାରଣ। ସମସ୍ତଙ୍କର କଲ୍ୟାଣ ଏବେ ହୋଇଛି ଅଚଳ ମୁଦ୍ରା ଯଦିଓ ଏହା ହିଁ ସର୍ବୋତ୍ତମ ମୂଲ୍ୟବୋଧ ା ଏଥିରେ ଦୃଢ଼ ପ୍ରତ୍ୟୟ ରଖିଥିବା ମରମି ମଣିଷ କଦାଚ ‘ନିମ୍ନ ଜେହାଦୀ’ ହୋଇପାରିବ ନାହିଁ କି ‘ମନ୍ଦିର-ମସ୍‌ଜିଦ୍‌ର’ ଅଯଥା ଦ୍ୱନ୍ଦ୍ୱ ସୃଷ୍ଟି କରିବ ନାହିଁ କିମ୍ବା ନିଷ୍କାମ କର୍ମଯୋଗ ବଦଳରେ ସକାମ ‘ସ୍କାମ’ରେ ଡୁବିଯିବ ନାହିଁ। ଯେତେବେଳେ ବ୍ୟକ୍ତି ଭିତରେ ଚିରନ୍ତନତା, ବିଶ୍ୱଜନୀନତା ଅବା ବିଶ୍ୱାତ୍ମିକତା ସ୍ଥାନ ପାଇବ ସେତେବେଳେ ସେ ବିଶ୍ୱାମିତ୍ର ହୋଇଯିବ। ଏହି ବିଶ୍ୱାମିତ୍ର ହେବା ଠିକଣା ମୂଲ୍ୟବୋଧ; ଅର୍ଥନୀତିଠାରୁ ଏହି ହୃଦୟନୀତି ସହସ୍ରଗୁଣେ ବଳୀୟାନ୍‌।
ଏବର ଭାରତରେ ଅର୍ଥନୀତିକୁ ସର୍ବଶ୍ରେଷ୍ଠ ଓ ସର୍ବଶେଷ ଅବଲମ୍ବନ ବୋଲି ବିବେଚନା କରାଯାଉଛି। ଏବେ ଆମେ ଭାରତୀୟମାନେ ‘ରୁଟି, କପଡ଼ା ଓ ମକାନ’ ସହ କିଛି ଅନାୟାସ ତାତ୍କାଳିକ ଲାଭ ମିଳିଗଲେ ଆମେ ଷୋଳଅଣାରୁ ଅଧିକ ସନ୍ତୁଷ୍ଟ ହୋଇଯାଉଛୁ। ହେଲେ ଆମର ବ୍ୟକ୍ତିଗତ ତଥା ଗୋଷ୍ଠୀଗତ ଜୀବନ କାହିଁକି ଫଟାଭୂଇଁରେ ପରିଣତ ହୋଇଛି ? ଜୀବନ ଯେ ସଦା ସମ୍ପ୍ରସାରଣଧର୍ମୀ- ଏହି ଚିରନ୍ତନ ତତ୍ତ୍ୱଟିକୁ ଏବର ଭାରତୀୟ ମନ କରେନା। ଏହା ବୁଝିବାରେ ମୂଲ୍ୟବୋଧ ନିହିତ। ଏପରି ବୁଝାମଣା ଆସିଥିଲେ ଆମ୍ଭେମାନେ ଜୀବନ ପ୍ରତି ବିଶ୍ୱାସଘାତକତା କରୁନଥାନ୍ତେ। ମୂଲ୍ୟବୋଧ ହେଉଛି ଯଥାର୍ଥ ଅବା ଅସଲ ପ୍ରତି ଅଖଣ୍ଡ ଆସ୍ଥାସ୍ଥାପନ ପୂର୍ବକ ତା’ର ଅନୁଶୀଳନ ଓ ଅନୁଧାବନ କରିବା। ଏହାର ଅଭାବରେ ବ୍ୟକ୍ତି ଜିଇ ମଧ୍ୟ ବଞ୍ଚେ ନାହିଁ। ଏହାର ଘୋର ଅଭାବରେ ଏବେ ଦେଶରେ ଜିଡିପିର ଅଭିବୃଦ୍ଧି ଘଟି ଚାଲୁଥିବା ବେଳେ ଭାରତୀୟମାନେ ନା ହୋଇଛନ୍ତି ବିଶ୍ୱମାନବ ନା ବ୍ୟକ୍ତିମାନବ। ତା’ର ପରିଣାମ ସ୍ବରୂପ ସେମାନେ କବି ୱାଡ୍ସୱାର୍ଥଙ୍କ କଥିତ ‘ପାଇବା ଓ ଖାଇବା’ ସେ ଏତେ ଲିପ୍ତ ଯେ ସେମାନେ ‘ଦେବା ଓ ଖୁଆଇବା’ର ମହତ୍ତମ ଦର୍ଶନଠାରୁ ବହୁଦୂରରେ। ମୂଲ୍ୟବୋଧବ୍ରତୀ ସଂସାରକୁ ପୂର୍ଣ୍ଣକରେ, ପୂତ କରେ, ପ୍ରେମମୟକରେ। ଏବର ଭାରତୀୟମାନେ ମୂଲ୍ୟବୋଧ ଦ୍ୱାରା ଓ ମୂଲ୍ୟବୋଧ ପାଇଁ ବଞ୍ଚୁ ନଥିବାରୁ ଭାରତର ସାମଗ୍ରିକ ଚରିତ୍ର ଜନିତ ଚିତ୍ରଟି ଖୁବ୍‌ କଦାକାର ହୋଇଯାଇଛି। ଏହାର ପରିବର୍ତ୍ତନ ସମ୍ଭବ ହେବ ଯଦି ମୂଲ୍ୟବୋଧ ପ୍ରତି ଭାରତୀୟମାନେ ପ୍ରତିବଦ୍ଧ ହେବେ। ସେମାନଙ୍କର ଏ ଅବଶ୍ୟ ଆବଶ୍ୟକ ପରିବର୍ତ୍ତନ ହୋଇପାରିବ ଯଦି ସେମାନେ ମାତୃଭୂମିର ମରମି ବାଣୀ ଶ୍ରବଣ କରିବାକୁ ସଶ୍ରଦ୍ଧ ଓ ସମ୍ମତ ହେବେ, ଯାହା ହେଉଛି ‘ନାଳ୍ପେ ସୁଖମସ୍ତି, ଭୂମୈବ ସୁଖମ୍‌’ା
ଭଦ୍ରକ
ମୋ:୮୦୧୮୦୮୭୮୩୧

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜାପାନର କୃଷି ପଦ୍ଧତି ଦ୍ୱାରା ଅନୁପ୍ରାଣିତ ହୋଇ କେରଳର ମହିଳା ଚାଷୀ ଉଷା ଶୋଲାପାନି ଲୋପ ପାଇଯାଉଥିବା ୧୦୦୦ କିସମର ଦେଶୀ ଧାନ ସଂରକ୍ଷଣ କରିବାରେ ସକ୍ଷମ…

ଧନ୍ୟ ସେ ଉପାସନା

କେବଳ କ’ଣ କବିମାନେ ପ୍ରକୃତିର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ କବିତା ଲେଖୁଥିବେ? କେବଳ କ’ଣ ଏବେ ମଧ୍ୟ ଆମ ଜୀବନରକ୍ଷାକାରୀ ଚାଷୀଭାଇ ଧାନବିଲରେ ହଳ କରୁ କରୁ…

ବିଶ୍ୱ ଚାହେଁ ରାଜନୈତିକ ରୂପାନ୍ତର

ପାଶ୍ଚାତ୍ୟ ଜଗତ ମନୁଷ୍ୟର ବୁଦ୍ଧିଗତ, ଭାବମୟ, ପ୍ରାଣଗତ ଏବଂ ଭୌତିକ ଜୀବନର ବିକାଶକୁ ତା’ର ଆଦର୍ଶ ବୋଲି ଗ୍ରହଣ କରିଥିଲା। ମାତ୍ର ତାହାର ଆମତ୍ିକ ସ୍ଥିତିର ବୃହତର…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri