ଜଳ ପରିମଳ: ଓଡ଼ିଶା ପାଇବ ୫୨୮୦ କୋଟି

ନୂଆଦିଲ୍ଲୀ/ଭୁବନେଶ୍ୱର,୩୦ା୮(ବ୍ୟୁରୋ): ଆର୍ଥିକ ବର୍ଷ ୨୦୨୧-୨୨ଠାରୁ ୨୦୨୫-୨୬ ଯାଏ ଦେଶର ଗ୍ରାମ ପଞ୍ଚାୟତଗୁଡିକୁ ୧.୪୨ ଲକ୍ଷ କୋଟି ଟଙ୍କାର ଅନୁଦାନ କେନ୍ଦ୍ର ସରକାର ଯୋଗାଇ ଦେବେ। ପାନୀୟ ଜଳ ଯୋଗାଣ ଏବଂ ପରିମଳ ବ୍ୟବସ୍ଥା ସୁଧାରିବା ଲାଗି ଏହା ଖର୍ଚ୍ଚ ହେବ। ଏହି ରାଶି ପ୍ରଦାନ ଲାଗି ପଞ୍ଚଦଶ ଅର୍ଥ କମିଶନ ସୁପାରିସ କରିଥିବା ଜଣାପଡ଼ିଛି। ଉକ୍ତ ଯୋଜନାରେ ଓଡ଼ିଶାକୁ ଚଳିତ ଆର୍ଥିକ ବର୍ଷ ୧,୦୦୨ କୋଟି ଟଙ୍କା ଅନୁଦାନ ମିଳିବ। ସେହିଭଳି ଆଗାମୀ ୪ ଆର୍ଥିକ ବର୍ଷରେ ଯଥାକ୍ରମେ- ୧୦୩୬ କୋଟି, ୧୦୪୮ କୋଟି, ୧,୧୧୦ କୋଟି ଏବଂ ୧,୦୮୪ କୋଟି ଟଙ୍କା ମିଳିବ। ଏହି ବର୍ଷଗୁଡିକରେ ଓଡ଼ିଶା ମୋଟ ୫,୨୮୦ କୋଟି ଟଙ୍କା ପାଇବ ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଜୀବନ ଧାରଣ ମାନରେ ଉନ୍ନତି ଏବଂ ସ୍ବାସ୍ଥ୍ୟାବସ୍ଥା କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉଛି। ଅର୍ଥ ମନ୍ତ୍ରଣାଳୟ ଅଧୀନ ବ୍ୟୟ ବିଭାଗ ପକ୍ଷରୁ ଏ ନେଇ ଗାଇଡ୍‌ଲାଇନ ଜାରି କରାଯାଇଛି। କେଉଁ ବର୍ଷ କେତେ ଅର୍ଥ ପ୍ରଦାନ କରାଯିବ ଏବଂ ଏହା କେଉଁ ଉପାୟରେ ଖର୍ଚ୍ଚ ହେବ ସେ ନେଇ ଏଥିରେ ଉଲ୍ଲେଖ ରହିଛି। ଏହି ଯୋଜନା ଲାଗି କେନ୍ଦ୍ର ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟର ପାନୀୟ ଜଳ ଏବଂ ପରିମଳ ବିଭାଗ ନୋଡାଲ ବିଭାଗ ଭାବେ କାର୍ଯ୍ୟ କରିବ ବୋଲି ଜଣାପଡିଛି।
ଗ୍ରାଣ୍ଟ ଭାବେ ଏହି ଅର୍ଥ ପ୍ରଦାନ କରାଯିବ। ପ୍ରଥମ କିସ୍ତିରେ ୨୫ ରାଜ୍ୟକୁ ଉକ୍ତ ରାଶି ଯୋଗାଣ କରାଯିବ ବୋଲି ଜଣାପଡିଛି। ଚଳିତବର୍ଷ ବଜେଟରେ ୫୦ ହଜାର କୋଟିର ସହାୟତା, ଜଳ ଜୀବନ ମିଶନରେ ୩୦ ହଜାର କୋଟି ରାଜ୍ୟଗୁଡିକର ଅଂଶ, ଟାଏଡ୍‌ ଗ୍ରାଣ୍ଟ ଭାବେ ୨୮ ହଜାର କୋଟି ବ୍ୟୟ ବରାଦ କରାଯାଇଛି। ଏହା ଗ୍ରାମ୍ୟ ଅର୍ଥନୀତି ସୁଦୃଢ କରିବା ଆଶା କରାଯାଉଛି। ଚଳିତ ଆର୍ଥିକ ବର୍ଷରେ ପାନୀୟ ଜଳ ଏବଂ ପରିମଳ ଲାଗି ୨୬,୯୪୦ କୋଟି ଅନୁଦାନ ସରକାର ଦେବେ। ସେହିଭଳି ଆଗାମୀ ୪ ଆର୍ଥତ୍କ ବର୍ଷରେ ଯଥାକ୍ରମେ ୨୭,୯୦୮ କୋଟି, ୨୮,୨୧୨ କୋଟି, ୨୯,୮୮୦ କୋଟି ଏବଂ ୨୯,୧୪୪ କୋଟି ଟଙ୍କା ପ୍ରଦାନ କରିବା ନେଇ ଯୋଜନା କରିଛନ୍ତି। କେନ୍ଦ୍ର ସରକାର ଲୋକଙ୍କୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ଯୋଜନା କରିଛନ୍ତି। ରାଜ୍ୟଗୁଡିକର ସହଯୋଗରେ ୨୦୧୯ ଅଗଷ୍ଟରୁ ଜଳଜୀବନ ମିଶନ କାର୍ଯ୍ୟକାରୀ ହେଉଛି। ଏଥିରେ ୩.୬୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ଯୋଜନା ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri