ଜଳଭଣ୍ଡାର ତଳେ ଜଳକଷ୍ଟ

କୋରାପୁଟ,୨୯ା୧୦(ଅମିତାଭ ବେହେରା)କୋରାପୁଟ ବ୍ଲକ ଅଧୀନରେ ରହିଛି ବଡ଼ କେରଙ୍ଗା ପଞ୍ଚାୟତର ପୁକି ଗ୍ରାମ। କୋଲାବ ଜଳଭଣ୍ଡାରଠାରୁ ମାତ୍ର ୨ କି.ମି. ଦୂରେ ଥିବା ପୁକି ଓ ନୁଆଁପୁକି ଗ୍ରାମରେ ଥିବା ୬୦ ପରିବାର ଭୋଗୁଛନ୍ତି ଜଳକଷ୍ଟ। ୩୫୦ରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଥିବା ପୁକି ଗ୍ରାମବାସୀ ଦୀପ ତଳ ଅନ୍ଧାର ଭଳି ଭୋଗୁଛନ୍ତି ପାନୀୟ ଜଳକଷ୍ଟ। ସମସ୍ୟା ନେଇ ଗ୍ରାମବାସୀ ପଞ୍ଚାୟତ ଓ ବ୍ଲକ ଅଧିକାରୀଙ୍କ ସମେତ ଜିଲା ପ୍ରଶାସନକୁ ବାରମ୍ବାର ଜଣାଇଥିଲେ ମଧ୍ୟ କିଛି ସୁଫଳ ପାଇନାହାନ୍ତି। ୨୦୨୧ ଅକ୍ଟୋବର ୧୪ରେ ଜଳ ଜୀବନ ମିଶନରେ ଗ୍ରାମୀଣ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ୩୯ ଲକ୍ଷ ୬୧ହଜାର ୮୧ ହଜାର ଟଙ୍କା ବ୍ୟୟ କରି ଏକ କୂଅ ଖୋଳି ମୋଟର ବସାଯାଇଥିଲା l ୨୦୨୩ ଫେବୃୟାରୀ ୧୩ରେ ଏହି କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଗ୍ରାମକୁ ପାନୀୟ ଜଳ ଯୋଗାଇବା ସମ୍ଭବ ହୋଇପାରିନି। ଏଥିପାଇଁ ଗ୍ରାମକୁ ପାଇପ ବିଛା ଯାଇ ଗ୍ରାମର ବିଭିନ୍ନ ସ୍ଥାନରେ ଷ୍ଟାଣ୍ଡ ଓ ପାଣି ଟ୍ୟାପ୍‌ ଲଗାଯାଇଛି l ଆରମ୍ଭରୁ କିଛି ସପ୍ତାହ ଗ୍ରାମକୁ ପାଣି ଠିକରୂପେ ଆସିଥିଲେ ମଧ୍ୟ ତା’ପରଠାରୁ ପାଣି ଆସିବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା; ଫଳରେ ପାନୀୟ ଜଳ ସମସ୍ୟା ଦୂର ନେଇ ଗ୍ରାମବାସୀଙ୍କ ଆଶା ମଉଳି ଯାଇଥିଲା। ଏବେ ଗ୍ରାମରେ ଥିବା ଗୋଟିଏ ନଳକୂପ ହିଁ ଗ୍ରାମବାସୀଙ୍କ ଭରଷା ପାଲଟିଛି। ତେବେ ଏହା ଗ୍ରାମବାସୀଙ୍କ ପାଇଁ ପର୍ଯ୍ୟାପ୍ତ ହୋଇପାରୁନାହିଁ l ଫଳରେ ଗ୍ରାମବାସୀ ଜଳଭଣ୍ଡାରର ଦୂଷିତ ଜଳ ବ୍ୟବହାର କରୁଛନ୍ତି l ଏହା ଦ୍ୱାରା ଗ୍ରାମବାସୀ ବିଭିନ୍ନ ପେଟରୋଗରେ ପୀଡିତ ହେଉଛନ୍ତି। ୩୯ ଲକ୍ଷର ପ୍ରକଳ୍ପ, ମାତ୍ର ଗ୍ରାମବାସୀ ୩୯ ଦିନ ପାଣି ପାଇଲେ ନାହିଁ। ବିଭାଗୀୟ ଅଧିକାରୀ ଓ ଠିକାଦାର ନିଜ ଇଚ୍ଛାରେ କୂଅ ଖୋଳିଲେ ଅଥଚ ସେଥିରୁ ପାଣି ବାହାରୁ ନାହିଁ ବୋଲି ମିନତି ମାର୍ଣ୍ଡି, ମାଣିକ ଦେଇ ନାୟକ, ମୁକ୍ତା ଖୋସଲା ଅଭିଯୋଗ କରିଛନ୍ତି l ଏ ନେଇ ଗ୍ରାମୀଣ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ ଅଧିକାରୀ ଜଗବନ୍ଧୁ ଚୌଧୁରୀଙ୍କୁ ପଚାରିବାରୁ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଥିଲେ l ଏ ନେଇ ଉପଜିଲାପାଳ ବେଣୁଧର ଶବରଙ୍କୁ ପଚାରିବାରୁ ସେ କହିଲେ, ସେ ଏନେଇ ବିଭାଗୀୟ ଅଧିକାରୀ ଓ କୋରାପୁଟ ବିଡିଓଙ୍କୁ ନିର୍ଦ୍ଦେଶ ଦେବେ। ତୁରନ୍ତ ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରି ଗ୍ରାମକୁ କିପରି ସୁବିଧାରେ ପାନୀୟ ଜଳ ଯୋଗାଯାଇପାରିବ ସେ ନେଇ ଚେଷ୍ଟା କରିବେ ବୋଲି କହିଛନ୍ତି। କୋରାପୁଟ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ପଚାରିବାରୁ ସେ ଏହାକୁ ନିନ୍ଦା କରିବା ସହ ଏହାର ତଦନ୍ତ କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଖଟ ତଳକୁ ଓହ୍ଲାଇବା ବେଳେ ଚୋଟ ମାରିଲା ସାପ, ରାତିସାରା ଗୁଣିଆ ଡାକି ଝଡ଼ାଫୁଙ୍କା କଲେ, ମେଡିକାଲ ନେବାରେ ବିଳମ୍ବ ଯୋଗୁ…

ଡୁଙ୍ଗୁରିପାଲି,୨୯।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅନ୍ତର୍ଗତ ବଡ଼ଭାଲୁପାଲି ଗ୍ରାମରେ ଅନ୍ଧବିଶ୍ୱାସ ଯୋଗୁ ଜଣେ ବୃଦ୍ଧଙ୍କର ଅକାଳ ମୃତ୍ୟୁ ଘଟିଛି। ବିଷାକ୍ତ ସାପ…

ଘରେ ଏକାକୀ ଥିବାବେଳେ ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ! ଗୋଡ଼ାଇ ଗୋଡ଼ାଇ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସକୁ…

ଦିଗପହଣ୍ଡି,୨୯।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀଙ୍କୁ ଘରେ ପଶି ବଳାତ୍କାର…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri