ବାରମ୍ବାର ଅଭିଯୋଗ ପରେ ବି ସମାଧାନ ହେଉନି ଜଳ ସମସ୍ୟା

କୋରୁକୋଣ୍ଡା ୨୦।୩(ଡି.ଏନ. ଏ): ବାରମ୍ବାର ଅଭିଯୋଗ ପରେ ମଧ୍ୟ ସମାଧାନ ହେଉନି ଜଳ ସମସ୍ୟା।ଏଭଳି ଏକ ଅଭିଯୋଗ ଆସିଛି ମାଲକାନଗିରି ଜିଲା କୋରୁକୋଣ୍ଡା ପଞ୍ଚାୟତ ସମିତି ଅଧୀନ ନାକାମାମୁଡି ଗ୍ରାମ ପଞ୍ଚାୟତ ଅଧୀନ ରବା ଗ୍ରାମରୁ। ଗ୍ରାମଟି କୋରୁକୋଣ୍ଡା ବ୍ଲକ ସଦରଠାରୁ ପ୍ରାୟ ଚାଳିଶ କି.ମି. ଦୂରରେ ଥିବାବେଳେ ଗ୍ରାମ ପଞ୍ଚାୟତ ସଦରଠାରୁ ୨୦ କି.ମି.। ଗ୍ରାମରେ ପ୍ରାୟ ୭୦ପରିବାର ବାସକରୁଥିବା ବେଳେ ବହୁଦିନ ଧରି ସେଠାରେ ବସବାସ କରୁଥିବା ପରିବାର ନାଳ ଓ ଝରଣାର ପାଣି ବ୍ୟବହାର କରୁଛନ୍ତି । ଏ ନେଇ ଗ୍ରାମବାସୀ ବହୁବାର ଅଭିଯୋଗ କରିଥିଲେ ମଧ୍ୟ କେହି ନ ଶୁଣିବାରୁ ଶେଷରେ ଗ୍ରାମବାସୀ ଜିଲାପାଳଙ୍କୁ ନିଜର ସମସ୍ୟା ଜଣାଇଥିଲେ। ଜିଲାପାଳଙ୍କୁ ଅଭିଯୋଗ ଶୁଣାଇବା ପରେ ସମସ୍ୟାର ସମାଧାନ କରି ଉକ୍ତ ଗ୍ରାମକୁ ନଳକୂପ ଖୋଳି ସୋଲାର ସାହାଯ୍ୟରେ ପ୍ରତେକ ଘରକୁ ପାଣି ଯୋଗାଇବା ପାଇଁ ଠିକାଦାରଙ୍କୁ ହସ୍ତାନ୍ତର କରାଯାଇଥିଲା। ହେଲେ ଉକ୍ତ ଠିକାଦାର ନଳକୂପ ଖୋଳାଇବା ପରେ ଏବେ ପ୍ରାୟ ଦୁଇ ମାସ ହେବ କାମ ବନ୍ଦ କରି ଦେଇଛନ୍ତ। ଆଗକୁ ଖରାଦିନ ଆସୁଥିବାରୁ ଗ୍ରାମବାସୀ ଏକ ବୈଠକ କରିଥିଲେ। ବୈଠକର ନଷ୍ପତ୍ତି କ୍ରମେ ସୋମବାର ଗ୍ରାମର କିଛି ପୁରୁଷ ଓ ମହିଳା କୋରୁକୋଣ୍ଡା ପଞ୍ଚାୟତ ସମିତିକୁ ଆସି ସେମାନଙ୍କ ସମସ୍ୟାକୁ ନେଇ କୋରୁକୋଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦ ବ୍ୟାସ ଭୋଇଙ୍କୁ ଲିଖିତ ଅଭିଯୋଗ କରିଥିଲେ। ତେବେ ଖୁବ୍‌ଶୀଘ୍ର ଉକ୍ତ ଗ୍ରାମକୁ ପାଣି ଦିଆଯିବ ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ କହିଛନ୍ତି। ଆଗାମୀ ୮ ଦିନ ମଧ୍ୟରେ ଯଦି ଗ୍ରାମକୁ ପାଣି ଯୋଗାଇ ନ ଦିଆଯିବା ତେବେ ଆଗାମୀ ଦିନରେ ସମସ୍ତ ଗ୍ରାମବାସୀ ଆସି ପଞ୍ଚାୟତ ସମିତି ଆଗରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟା ସୂର୍ଯ୍ୟପରାଗ… ଆଶ୍ଚର୍ଯ୍ୟ ହୋଇଗଲେ ବୈଜ୍ଞାନିକ! କହିଲେ ଅଗଷ୍ଟ ୧୨ରେ ଭାରତରେ ଘଟିବ…

ଅଗଷ୍ଟ ୧୨ ରେ ପୂର୍ଣ୍ଣ ସୂର୍ଯ୍ୟପରାଗ ଲାଗୁଛି। କିନ୍ତୁ ଆପଣ ଜାଣନ୍ତି କି ଏହି ସୂର୍ଯ୍ୟପରାଗ ଗୋଟିଏ ବ୍ୟାକୱାର୍ଡ ସୋଲାର ଏକ୍ଲିପ୍ସ (Backward Solar Eclipse) ଅର୍ଥାତ୍…

‘କିସିଂ ସିନକୁ ନେଇ ଉଠିଲା ବିବାଦ’: ପବନ ସିଂହଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ କାଜଲ ରାଘୱାନୀ

ଚେନ୍ନାଇ,୭।୮: କଲର୍ସ ଟିଭିର ନୂଆ ରିଆଲିଟି ଶୋ’ ‘ଭୋଜପୁରୀ ବାୱଲ’ ନିରନ୍ତର ଚର୍ଚ୍ଚାରେ ରହିଛି। ଏହି ଶୋ’ରେ ଭୋଜପୁରୀ ଇଣ୍ଡଷ୍ଟ୍ରିର ଅନେକ ବଡ଼ ତାରକା ଅଛନ୍ତି, ଯେଉଁମାନେ…

୧୨ ଅଗଷ୍ଟରେ ଭୟଙ୍କର ଗ୍ରହଣ ଯୋଗ: ଜ୍ୟୋତିଷଙ୍କ ବଡ଼ ଚେତାବନୀ, ୩ ରାଶି ଭୋଗିବେ କଷ୍ଟ, ପିଛା ଛାଡିବନି…

୧୨ ଅଗଷ୍ଟ ୨୦୨୬ରେ ପୂର୍ଣ୍ଣ ସୂର୍ଯ୍ୟ ପରାଗ । ସୂର୍ଯ୍ୟ, ଚନ୍ଦ୍ର, ଏବଂ ରାହୁଙ୍କ ସଂଯୋଗରୁ ସୃଷ୍ଟି ହେବ ପରାଗ। ଏହି ପରାଗ ଭାରତରେ ଦେଖାଦେବ ନାହିଁ…

କାହିଁକି ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା କରିଥିଲେ ୩ ଅଭିଯୁକ୍ତ? ବଡ଼ ଖୁଲାସା କଲେ…

ଭବାନୀପାଟଣା,୭।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମ କର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ବାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ହତ୍ୟା…

Gen Zକୁ ନେଇ ମୋହନ ଭାଗବତ ଦେଇଥିବା ବୟାନ ଉପରେ ପ୍ରତିକ୍ରିୟା ରଖିଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୭।୮: ଆରଏସଏସ ମୁଖ୍ୟ ମୋହନ ଭାଗବତ ଏବଂ Gen Zଙ୍କ ମଧ୍ୟରେ ଆଲୋଚନା ସମ୍ପର୍କରେ ରାଜନୈତିକ ବୟାନବାଜି ଜାରି ରହିଛି। କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ କହିଛନ୍ତି…

ଗରମରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ଏମିତି ନିର୍ଦ୍ଦେଶ ଦେଲେ କିମ୍‌ ଜୋଙ୍ଗ୍‌ ଉନ୍‌, ସାରା ବିଶ୍ୱ ଜାଣି ଆଶ୍ଚର୍ଯ୍ୟ…

ପ୍ୟୋଙ୍ଗୟାଙ୍ଗ,୭ା୮: ଉତ୍ତର କୋରିଆରେ ବର୍ତ୍ତମାନ ପ୍ରବଳ ଗରମ ଅନୁଭୂତ ହେଉଛି। ଏହି ଗରମ ଯୋଗୁ ସେଠାକାର ଲୋକମାନଙ୍କୁ ଏମିତି ନିର୍ଦ୍ଦେଶ ଦିଆଯାଇଛି ଯାହା ଆଶ୍ଚର୍ଯ୍ୟଜନକ। ଉତ୍ତର କୋରିଆର…

ନାହିଁ ଆଧାର କାର୍ଡ: ସରକାରୀ ଯୋଜନାରୁ ଦିବ୍ୟାଙ୍ଗ ଯୁବତୀ

କର୍ଲାମୁଣ୍ଡା,୭।୮(ପ୍ରଦୀପ କୁମାର ସାହୁ):ପ୍ରଶାସନିକ ଅବହେଳା ଓ ପରିଚୟପତ୍ରର ଅଭାବ ଯୋଗୁ ଜଣେ ଦୃଷ୍ଟିବାଧିତ ଦିବ୍ୟାଙ୍ଗ ଯୁବତୀ ବିଭିନ୍ନ ସରକାରୀ ସହାୟତାରୁ ବଞ୍ଚିତ ରହିଥିବା ଘଟଣା ସାମ୍ନାକୁ ଆସିଛି।…

‘ହସ୍ତତନ୍ତ ଦିବସ’ରେ କୁକୁର ସହ ଭିଡ଼ିଓ କଲେ ରାହୁଲ, କହିଲେ ମା’ ସୋନିଆ ଦେଖିଲେ..

ନୂଆଦିଲ୍ଲୀ,୭।୮: ଭାରତୀୟ ଜାତୀୟ କଂଗ୍ରେସ (INC) ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ଭିନ୍ନ ସ୍ବାଦର ଭିଡିଓ ଶେୟାର କରିଛି। ଭିଡିଓରେ ଲୋକ ସଭାର ବିରୋଧୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri