ମଙ୍ଗଳଙ୍କ ସିଂହ ରାଶିରେ ଗୋଚର: ୪ ରାଶିଙ୍କୁ ଫାଇଦା ହିଁ ଫାଇଦା, ବଡ଼ ଚାକିରି ଅଫର୍‌ରେ ବଦଳିବ ଭାଗ୍ୟ!

ଗୁରୁବାର, ନଭେମ୍ୱର ୧୨, ୨୦୨୬ ରେ ମଙ୍ଗଳ ଗ୍ରହ ତାଙ୍କର ମିତ୍ର ସୂର୍ଯ୍ୟଙ୍କ ରାଶି ସିଂହରେ ଗୋଚର କରିବାକୁ ଯାଉଛନ୍ତି। ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳଙ୍କୁ ଗ୍ରହମାନଙ୍କର ସେନାପତି କୁହାଯାଏ। ସେ ସାହସ, ପରାକ୍ରମ, ଶକ୍ତି ଏବଂ ଯୁଦ୍ଧର କାରକ ଗ୍ରହ ଭାବରେ ବିବେଚିତ ହୁଅନ୍ତି। ମଙ୍ଗଳଙ୍କ ଏହି ରାଶି ପରିବର୍ତ୍ତନ ବର୍ଷର ଶେଷ ଗୋଚର ହେବ। ଏହା ପରେ ମଙ୍ଗଳ ଆସନ୍ତା ବର୍ଷ ମାର୍ଚ୍ଚ ୦୯, ୨୦୨୭ ରେ କର୍କଟ ରାଶିରେ ଗୋଚର କରିବେ। ମଙ୍ଗଳଙ୍କ ସିଂହ ରାଶିରେ ଗୋଚର କରିବା କାରଣରୁ କିଛି ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଆସନ୍ତୁ ଜାଣିବା ମଙ୍ଗଳଙ୍କ ସିଂହ ରାଶିରେ ଗୋଚର କାରଣରୁ କେଉଁ ରାଶିଗୁଡ଼ିକୁ ଭାଗ୍ୟର ସବୁଠାରୁ ଅଧିକ ଲାଭ ମିଳିବ।

ମେଷ ରାଶି

ମେଷ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ମଙ୍ଗଳଙ୍କ ଏହି ଗୋଚର ଏକ ଶୁଭ ଏବଂ ଭଲ ସଙ୍କେତ ଅଟେ। ଏହାଦ୍ୱାରା ଆପଣଙ୍କୁ ନୂତନ ପ୍ରକାରର ସଫଳତା ମିଳିବ। ଧନ ପ୍ରାପ୍ତିର ଅବସରରେ ବୃଦ୍ଧି ଘଟିବ। ଆର୍ଥିକ ସ୍ଥିତି ପୂର୍ୱ ଅପେକ୍ଷା ବହୁତ ଭଲ ରହିବ। ଆପଣଙ୍କ ଆତ୍ମବିଶ୍ୱାସରେ ବୃଦ୍ଧି ହେବ। ବିନିଯୋଗ (Investment) ସମ୍ୱନ୍ଧୀୟ ମାମଲାରେ ଆପଣଙ୍କୁ ଲାଭ ମିଳିବ। ଭାଗ୍ୟର ପୂର୍ଣ୍ଣ ସହଯୋଗ ମିଳିବ। ଆପଣଙ୍କ ସାହସ ଏବଂ ପରାକ୍ରମରେ ବୃଦ୍ଧି ହେବ।

କର୍କଟ ରାଶି

କର୍କଟ ରାଶିର ଜାତକମାନଙ୍କ ପାଇଁ ମଙ୍ଗଳଙ୍କ ଏହି ଗୋଚର ଅତି ଶୁଭ ଏବଂ ଫଳଦାୟୀ ପ୍ରମାଣିତ ହେବ। ଆପଣଙ୍କ ଆର୍ଥିକ ସ୍ଥିତିରେ ବୃଦ୍ଧି ହେବ। ହଠାତ୍ ଧନଲାଭ ହେବାର ଯୋଗ ରହିଛି। ଆପଣଙ୍କ ପାଇଁ ଏହି ଗୋଚର ଅତ୍ୟନ୍ତ ଫଳଦାୟୀ ସାବ୍ୟସ୍ତ ହେବ। ଆୟରେ ଭଲ ବୃଦ୍ଧି ହେବାର ଯୋଗ ରହିଛି। ବ୍ୟାପାରରେ ଭଲ ଏବଂ ଜୋରଦାର ଲାଭ ମିଳିବ। ଯେଉଁମାନେ ବିନିଯୋଗ କରିବାକୁ ଚାହୁଁଛନ୍ତି, ସେମାନେ ଭଲ ସୁଯୋଗ ପ୍ରାପ୍ତ କରିବେ। ଚାକିରିଜୀବୀ ବ୍ୟକ୍ତିମାନଙ୍କୁ ଚାକିରିରେ ପଦୋନ୍ନତି ଏବଂ କାର୍ଯ୍ୟକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିପାରେ।

ସିଂହ ରାଶି

ମଙ୍ଗଳଙ୍କ ଗୋଚର ଆପଣଙ୍କ ନିଜ ରାଶିରେ ହେବ, ଯାହାଫଳରେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଫଳଦାୟୀ ଏବଂ ଶୁଭ ସାବ୍ୟସ୍ତ ହେବ। ଆପଣଙ୍କୁ ମନପସନ୍ଦର ଚାକିରି ମିଳିବାର ଯୋଗ ରହିଛି। ଆୟରେ ଭଲ ମାତ୍ରାରେ ବୃଦ୍ଧି ଦେଖିବାକୁ ମିଳିବ। ଯେଉଁମାନେ କୌଣସି ପ୍ରକାରର ବ୍ୟାପାର ଆଦି କରନ୍ତି, ସେମାନେ ଭଲ ଏବଂ ଜୋରଦାର ଲାଭ ଅର୍ଜନ କରିବେ। ଆପଣଙ୍କ ଘରର ପରିବେଶ ହସଖୁସିରେ ଭରା ରହିବ।

ବିଛା ରାଶି

ବୃଶ୍ଚିକ ରାଶିର ଜାତକମାନଙ୍କ ପାଇଁ ମଙ୍ଗଳଙ୍କ ଏହି ଗୋଚର ଅତ୍ୟନ୍ତ ଶୁଭ ଏବଂ ଲାଭଦାୟକ ରହିବ। ପଦ-ପ୍ରତିଷ୍ଠାରେ ବୃଦ୍ଧି ହେବ। ଚାକିରିଜୀବୀ ଲୋକଙ୍କୁ ନୂତନ ଚାକିରି ପ୍ରାପ୍ତିର ଉତ୍ତମ ଅବସର ମିଳିବ। ପ୍ରମୋସନ ମିଳିବାର ମଧ୍ୟ ଭଲ ଯୋଗ ରହିଛି। ଭାଗ୍ୟର ଭଲ ସହଯୋଗ ମିଳିବ, ଯାହାଫଳରେ ଆପଣଙ୍କର ଅନେକ ଅଟକି ରହିଥିବା କାମ ଶୀଘ୍ର ସମାପ୍ତ ହେବ। ଏହି ସମୟ ମଧ୍ୟରେ କୌଣସି ଭଲ ଖବର ମଧ୍ୟ ଶୁଣିବାକୁ ମିଳିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ଡକାୟତି ଯୋଜନା: ମାଡ଼ି ବସିଲା ପୋଲିସ,୩ ଜଣଙ୍କୁ ଧରି…

ଅତାବିରା,୧୧ା୧୧(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରାର ଏକ ଢାବା ନିକଟରେ ମଙ୍ଗଳବାର ଡକାୟତି ଯୋଜନା କରୁଥିବାବେଳେ ୩ ଅଭିଯୁକ୍ତ ପୋଲିସ ହାତରେ ଧରାପଡ଼ିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ,…

ଇସ୍ରାଏଲ୍‌ ସଂସଦରେ ମୁହାଁମୁହିଁ ନେତନ୍ୟାହୁଙ୍କ ପତ୍ନୀ-ପୂର୍ବତନ PM, ଭିଡିଓ ଭାଇରାଲ୍

ଜେରୁଜେଲମ୍,୧୧।୧୧: ଇସ୍ରାଏଲ୍‌ ସଂସଦ (ନେସେଟ୍‌)ରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ଭାଷଣ ସମୟରେ ଅପ୍ରିତିକର ପରିସ୍ଥିତି ଦେଖିବାକୁ ମିଳିଛି । ନେତନ୍ୟାହୁଙ୍କ ପତ୍ନୀ ସାରା ନେତନ୍ୟାହୁ ଓ ତାଙ୍କର…

ବିଶ୍ୱର ସବୁଠାରୁ ଲମ୍ବାଗୋଡ଼ ଥିବା ମହିଳା, ତାଙ୍କ ପରିବାରର ସମସ୍ତ ସଦସ୍ୟ ବି ୬ ଫୁଟରୁ ଅଧିକ ଉଚ୍ଚ

କୁହାଯାଏ, ଜଣେ ବ୍ୟକ୍ତିଙ୍କର ବ୍ୟକ୍ତିତ୍ୱ ତାଙ୍କ ମୋଟ୍‌ ଉଚ୍ଚତା ତୁଳନାରେ ତାଙ୍କ ଗୋଡ଼ ଲମ୍ବ ଅଧିକ ଥିବାରୁ ବୃଦ୍ଧି ପାଏ। ପୁରୁଷ ଏବଂ ମହିଳା ଉଭୟ ଆକର୍ଷଣୀୟ,…

ଏକ୍ସରେ ଭିଡିଓ ବନାଇ ରୋଜଗାର କରନ୍ତୁ ମୋଟା ଅଙ୍କର ଟଙ୍କା! କମ୍ପାନୀ ଆଣିଲା ଜବରଦସ୍ତ ଫିଚର୍‌, ଜାଣନ୍ତୁ କିପରି କରିବ କାମ

ନୂଆଦିଲ୍ଲୀ,୧୧।୧୧: ସୋସିଆଲ ମିଡିଆରେ ବଡ଼ ଭିଡିଓର ଛୋଟ ଛୋଟ କ୍ଲିପ ପ୍ରସ୍ତୁତ କରି ସେୟାର କରିବାର ଧାରା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହାଦ୍ୱାରା କେବଳ ଭିଡିଓକୁ…

IPL ୨୦୨୭ ପୂର୍ବରୁ ବଡ଼ ହଲଚଲ୍‌! ୧୦ ଖେଳାଳିଙ୍କ ଦଳ ପରିବର୍ତ୍ତନ, ଜାଣନ୍ତୁ କିଏ କେଉଁ ଟିମ୍‌କୁ ଗଲେ

ନୂଆଦିଲ୍ଲୀ,୧୧।୧୧: IPL ୨୦୨୭ ସିଜିନ୍‌ ପୂର୍ବରୁ ଖେଳାଳିଙ୍କ ଟ୍ରେଡ୍‌କୁ ନେଇ କ୍ରିକେଟ୍‌ ଜଗତରେ ବଡ଼ ହଲଚଲ୍‌ । ଏଥର ଟ୍ରେଡ୍‌ ଡିଲ୍‌ ମାଧ୍ୟମରେ ଦୁଇଟି ଦଳର ଅଧିନାୟକ…

କମ୍ପୁଛି କେସିଙ୍ଗା ସହର, ମା’କାଳୀଙ୍କ ଆଶୀର୍ବାଦ ନେବାକୁ ଛୁଟି ଆସୁଛନ୍ତି ଭକ୍ତ

କେସିଙ୍ଗା,୧୧ା୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ସହରରେ ଧୂମ୍‌ଧାମରେ ହେଉଛି ମା’ ଶ୍ୟାମାକାଳୀ ପୂଜୋତ୍ସବ। କେସିଙ୍ଗାର ମା’ ଶ୍ୟାମାକାଳୀ ପୂଜା କମିଟି ପକ୍ଷରୁ ସୋମବାରଠାରୁ ଆରମ୍ଭ ୫…

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ନେଇ ଜୋର୍‌ ଧରିଲା ଦାବି

ଅମରପାଲି,୧୧ା୧୧(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନକୁ ନେଇ ବିଭିନ୍ନ ଗ୍ରାମ ମଧ୍ୟରେ ଦାବି ଜୋର ଧରିଛି। ନିଜ…

ହାର୍ଦ୍ଦିକଙ୍କ ବିଦାୟ ପରେ ମୁମ୍ବାଇର ନୂଆ କ୍ୟାପ୍ଟେନ କିଏ? ଦୌଡ଼ରେ ୪ ବଡ଼ ନାଁ , ଜାଣନ୍ତୁ କିଏ ଅଛନ୍ତି ସବୁଠୁ ଆଗରେ…

ନୂଆଦିଲ୍ଲୀ, ୧୧।୧୧: ମୁମ୍ବାଇ ଇଣ୍ଡିଆନ୍ସର ସାଥ ଛାଡ଼ିଛନ୍ତି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା। ଆଗାମୀ ଆଇପିଏଲ (ଆଇପିଏଲ ୨୦୨୭)ରେ ସେ ପଞ୍ଜାବ କିଙ୍ଗ୍ସ ପାଇଁ ଖେଳୁଥିବା ନଜର ଆସିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?