Posted inଖେଳ

IPL ୨୦୨୭ ପୂର୍ବରୁ ବଡ଼ ହଲଚଲ୍‌! ୧୦ ଖେଳାଳିଙ୍କ ଦଳ ପରିବର୍ତ୍ତନ, ଜାଣନ୍ତୁ କିଏ କେଉଁ ଟିମ୍‌କୁ ଗଲେ

ନୂଆଦିଲ୍ଲୀ,୧୧।୧୧: IPL ୨୦୨୭ ସିଜିନ୍‌ ପୂର୍ବରୁ ଖେଳାଳିଙ୍କ ଟ୍ରେଡ୍‌କୁ ନେଇ କ୍ରିକେଟ୍‌ ଜଗତରେ ବଡ଼ ହଲଚଲ୍‌ । ଏଥର ଟ୍ରେଡ୍‌ ଡିଲ୍‌ ମାଧ୍ୟମରେ ଦୁଇଟି ଦଳର ଅଧିନାୟକ ଅନ୍ୟ ଦଳକୁ ଯାଇଛନ୍ତି । ଋଷଭ ପନ୍ତ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ଛାଡ଼ି ଦିଲ୍ଲୀ କ୍ୟାପିଟାଲ୍ସକୁ ଫେରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ି ପଞ୍ଜାବ କିଙ୍ଗ୍ସରେ ସାମିଲ ହୋଇଛନ୍ତି । IPL ଇତିହାସରେ ଏଭଳି ଘଟଣା ପୂର୍ବରୁ ହୋଇନଥିବା ଦାବି କରାଯାଉଛି।

ଆଗାମୀ ସିଜିନ୍‌ ପାଇଁ ଖେଳାଳି ଟ୍ରେଡ୍‌ ୱିଣ୍ଡୋ ଖୋଲା ରହିଛି । ଡିସେମ୍ବରରେ ଗୋଆରେ IPL ୨୦୨୭ ନିଲାମ ହେବାକୁ ଥିବା ବେଳେ, ଏହା ପୂର୍ବରୁ ସମସ୍ତ ୧୦ଟି ଦଳକୁ ନଭେମ୍ବର ୧୭ ସୁଦ୍ଧା ରିଟେନ୍‌ ଓ ରିଲିଜ୍‌ ଖେଳାଳିଙ୍କ ତାଲିକା ଜାରି କରିବାକୁ ପଡ଼ିବ । ଏପର୍ଯ୍ୟନ୍ତ ଟ୍ରେଡ୍‌ ଡିଲ୍‌ ମାଧ୍ୟମରେ ମୋଟ ୧୦ ଜଣ ଖେଳାଳିଙ୍କ ଦଳ ବଦଳିଛି। ୨୭ କୋଟି ଟଙ୍କାରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌କୁ ଯାଇଥିବା ଋଷଭ ପନ୍ତ ଏବେ ଦିଲ୍ଲୀ କ୍ୟାପିଟାଲ୍ସକୁ ଫେରିଛନ୍ତି । ତାଙ୍କ ନୂଆ ଦରମା ୧୫ କୋଟି ଟଙ୍କା ରହିବ । ଅର୍ଥାତ୍‌ ତାଙ୍କ ଦରମାରେ ବଡ଼ ହ୍ରାସ ହୋଇଛି ।

ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ୧୬.୫ କୋଟି ଟଙ୍କାରେ ମୁମ୍ବାଇ ଇଣ୍ଡିଆନ୍ସରୁ ପଞ୍ଜାବ କିଙ୍ଗ୍ସକୁ ଯାଇଛନ୍ତି । ଅନ୍ୟପଟେ ପଞ୍ଜାବର ଅର୍ଶଦୀପ ସିଂହ ୧୮ କୋଟି ଟଙ୍କାରେ ମୁମ୍ବାଇ ଇଣ୍ଡିଆନ୍ସରେ ସାମିଲ ହୋଇଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମଧ୍ୟ ଏକାଧିକ ଖେଳାଳିଙ୍କ ଅଦଳବଦଳ ହୋଇଛି। ଚେନ୍ନାଇରୁ ଖଲିଲ ଅହମ୍ମଦ ଓ ନାଥନ ଏଲିସ୍‌ ହାଇଦ୍ରାବାଦକୁ ଯାଇଥିବା ବେଳେ, ହାଇଦ୍ରାବାଦରୁ ଜ୍ୟାକ୍‌ ଏଡୱାର୍ଡସ୍‌ ଓ ଲିଆମ୍‌ ଲିଭିଙ୍ଗଷ୍ଟୋନ୍‌ ଚେନ୍ନାଇରେ ସାମିଲ ହୋଇଛନ୍ତି।

ଋଷଭ ପନ୍ତ: ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ରୁ ଦିଲ୍ଲୀ କ୍ୟାପିଟାଲ୍ସ – ୧୫ କୋଟି ଟଙ୍କା।

କୁଲଦୀପ ଯାଦବ: ଦିଲ୍ଲୀ କ୍ୟାପିଟାଲ୍ସରୁ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ – ୧୩.୫ କୋଟି ଟଙ୍କା।

ଟି. ନଟରାଜନ: ଦିଲ୍ଲୀ କ୍ୟାପିଟାଲ୍ସରୁ ସନ୍‌ରାଇଜର୍ସ ହାଇଦ୍ରାବାଦ – ୫ କୋଟି ଟଙ୍କା।

ଜିଶାନ ଅନସାରୀ: ସନ୍‌ରାଇଜର୍ସ ହାଇଦ୍ରାବାଦରୁ ଦିଲ୍ଲୀ କ୍ୟାପିଟାଲ୍ସ – ୪୦ ଲକ୍ଷ ଟଙ୍କା।

ଲିଆମ୍‌ ଲିଭିଙ୍ଗଷ୍ଟୋନ୍‌: ସନ୍‌ରାଇଜର୍ସ ହାଇଦ୍ରାବାଦରୁ ଚେନ୍ନାଇ ସୁପର କିଙ୍ଗ୍ସ – ୬ କୋଟି ଟଙ୍କା।

ଜ୍ୟାକ୍‌ ଏଡୱାର୍ଡସ୍‌: ସନ୍‌ରାଇଜର୍ସ ହାଇଦ୍ରାବାଦରୁ ଚେନ୍ନାଇ ସୁପର କିଙ୍ଗ୍ସ – ୩ କୋଟି ଟଙ୍କା।

ଖଲିଲ ଅହମ୍ମଦ: ଚେନ୍ନାଇ ସୁପର କିଙ୍ଗ୍ସରୁ ସନ୍‌ରାଇଜର୍ସ ହାଇଦ୍ରାବାଦ – ୪.୮ କୋଟି ଟଙ୍କା।

ନାଥନ ଏଲିସ୍‌: ଚେନ୍ନାଇ ସୁପର କିଙ୍ଗ୍ସରୁ ସନ୍‌ରାଇଜର୍ସ ହାଇଦ୍ରାବାଦ – ୨ କୋଟି ଟଙ୍କା।

ହାର୍ଦ୍ଦିକ ପାଣ୍ଡ୍ୟା: ମୁମ୍ବାଇ ଇଣ୍ଡିଆନ୍ସରୁ ପଞ୍ଜାବ କିଙ୍ଗ୍ସ – ୧୬.୫ କୋଟି ଟଙ୍କା।

ଅର୍ଶଦୀପ ସିଂହ: ପଞ୍ଜାବ କିଙ୍ଗ୍ସରୁ ମୁମ୍ବାଇ ଇଣ୍ଡିଆନ୍ସ – ୧୮ କୋଟି ଟଙ୍କା।

ଏହି ଟ୍ରେଡ୍‌ ଡିଲ୍‌ ପରେ IPL ୨୦୨୭କୁ ନେଇ କ୍ରିକେଟ୍‌ପ୍ରେମୀଙ୍କ ଉତ୍ସାହ ବଢ଼ିଛି । ଏବେ ସମସ୍ତଙ୍କ ନଜର ନଭେମ୍ବର ୧୭ରେ ଜାରି ହେବାକୁ ଥିବା ରିଟେନ୍‌ ଓ ରିଲିଜ୍‌ ତାଲିକା ଉପରେ ରହିଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ଡକାୟତି ଯୋଜନା: ମାଡ଼ି ବସିଲା ପୋଲିସ,୩ ଜଣଙ୍କୁ ଧରି…

ଅତାବିରା,୧୧ା୧୧(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରାର ଏକ ଢାବା ନିକଟରେ ମଙ୍ଗଳବାର ଡକାୟତି ଯୋଜନା କରୁଥିବାବେଳେ ୩ ଅଭିଯୁକ୍ତ ପୋଲିସ ହାତରେ ଧରାପଡ଼ିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ,…

ଇସ୍ରାଏଲ୍‌ ସଂସଦରେ ମୁହାଁମୁହିଁ ନେତନ୍ୟାହୁଙ୍କ ପତ୍ନୀ-ପୂର୍ବତନ PM, ଭିଡିଓ ଭାଇରାଲ୍

ଜେରୁଜେଲମ୍,୧୧।୧୧: ଇସ୍ରାଏଲ୍‌ ସଂସଦ (ନେସେଟ୍‌)ରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ଭାଷଣ ସମୟରେ ଅପ୍ରିତିକର ପରିସ୍ଥିତି ଦେଖିବାକୁ ମିଳିଛି । ନେତନ୍ୟାହୁଙ୍କ ପତ୍ନୀ ସାରା ନେତନ୍ୟାହୁ ଓ ତାଙ୍କର…

ବିଶ୍ୱର ସବୁଠାରୁ ଲମ୍ବାଗୋଡ଼ ଥିବା ମହିଳା, ତାଙ୍କ ପରିବାରର ସମସ୍ତ ସଦସ୍ୟ ବି ୬ ଫୁଟରୁ ଅଧିକ ଉଚ୍ଚ

କୁହାଯାଏ, ଜଣେ ବ୍ୟକ୍ତିଙ୍କର ବ୍ୟକ୍ତିତ୍ୱ ତାଙ୍କ ମୋଟ୍‌ ଉଚ୍ଚତା ତୁଳନାରେ ତାଙ୍କ ଗୋଡ଼ ଲମ୍ବ ଅଧିକ ଥିବାରୁ ବୃଦ୍ଧି ପାଏ। ପୁରୁଷ ଏବଂ ମହିଳା ଉଭୟ ଆକର୍ଷଣୀୟ,…

ମୋଦି କ୍ୟାବିନେଟରେ ବଡ଼ ନିଷ୍ପତ୍ତି: ମେଟ୍ରୋ ପ୍ରକଳ୍ପରୁ ନେଇ ଭାରତର ସଂଗ୍ରହାଳୟ ପର୍ଯ୍ୟନ୍ତ, ଜାଣନ୍ତୁ କ୍ୟାବିନେଟର ୫ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୧।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର (ନଭେମ୍ୱର ୧୧, ୨୦୨୬) ଦିନ କେନ୍ଦ୍ର କ୍ୟାବିନେଟର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ବାତ୍ୟା ଅର୍ଣ୍ଣବ: ଗଞ୍ଜାମ-ଗଜପତି-କନ୍ଧମାଳ ପାଇଁ ଘୋଷଣା ହେଲା ରିଲିଫ, ୫୦ କେଜି ଚାଉଳ ସାଙ୍ଗକୁ ମିଳିବ ଏତିକି ଟଙ୍କା

ଭୁବନେଶ୍ୱର,୧୧ା୧୧: ବାତ୍ୟା ଅର୍ଣ୍ଣବ ପ୍ରଭାବରେ କ୍ଷତିଗ୍ରସ୍ତ ପରିବାର ପାଇଁ ରିଲିଫ ଘୋଷଣା କରାଯାଇଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୂର୍ବରୁ ସହାୟତା ଘୋଷଣା କରିଥିବା ବେଳେ…

ମଙ୍ଗଳଙ୍କ ସିଂହ ରାଶିରେ ଗୋଚର: ୪ ରାଶିଙ୍କୁ ଫାଇଦା ହିଁ ଫାଇଦା, ବଡ଼ ଚାକିରି ଅଫର୍‌ରେ ବଦଳିବ ଭାଗ୍ୟ!

ଗୁରୁବାର, ନଭେମ୍ୱର ୧୨, ୨୦୨୬ ରେ ମଙ୍ଗଳ ଗ୍ରହ ତାଙ୍କର ମିତ୍ର ସୂର୍ଯ୍ୟଙ୍କ ରାଶି ସିଂହରେ ଗୋଚର କରିବାକୁ ଯାଉଛନ୍ତି। ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳଙ୍କୁ ଗ୍ରହମାନଙ୍କର ସେନାପତି…

ଏକ୍ସରେ ଭିଡିଓ ବନାଇ ରୋଜଗାର କରନ୍ତୁ ମୋଟା ଅଙ୍କର ଟଙ୍କା! କମ୍ପାନୀ ଆଣିଲା ଜବରଦସ୍ତ ଫିଚର୍‌, ଜାଣନ୍ତୁ କିପରି କରିବ କାମ

ନୂଆଦିଲ୍ଲୀ,୧୧।୧୧: ସୋସିଆଲ ମିଡିଆରେ ବଡ଼ ଭିଡିଓର ଛୋଟ ଛୋଟ କ୍ଲିପ ପ୍ରସ୍ତୁତ କରି ସେୟାର କରିବାର ଧାରା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହାଦ୍ୱାରା କେବଳ ଭିଡିଓକୁ…

ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ, ଗୁଳିମାଡ଼ରେ ୩ CRPF ଯବାନ…

ନୂଆଦିଲ୍ଲୀ, ୧୧।୧୧: ଜମ୍ମୁ-କଶ୍ମୀରର କୁଲଗାମ ଜିଲାରେ CRPF ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ବାଇକ୍‌ରେ ଆସିଥିବା ଆତଙ୍କବାଦୀଙ୍କ ଗୁଳିମାଡ଼ରେ ୩ ଜଣ CRPF ଯବାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?