ଖରାଦିନ ଆରମ୍ଭରୁ ରାଜକନିକାରେ ଜଳକଷ୍ଟ

ରାଜକନିକା,୧୨।୪(ଡି.ଏନ.ଏ.): ଖରାର ପ୍ରକୋପ ଯେତେ ଯେତେ ବଢୁଛି, ପାନୀୟ ଜଳର ସେତେ ଅଭାବ ପରିଲକ୍ଷିତ ହେଉଛି। କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ଅଞ୍ଚଳରେ ଲୋକେ ଏବେ ପାନୀୟ ଜଳ ପାଇଁ ଡହଳ ବିକଳ ହେଉଛନ୍ତି। ଯେଉଁ ବ୍ଲକରୁ ଦିନେ ସରକାରୀ ଖାତା କଲମରେ ଜଳସ୍ତର କମିବ ନାହିଁ ଆକଳନ କରି ଅନ୍ୟ ଜିଲାକୁ ଖରସ୍ରୋତା ନଦୀରୁ ଜଳ ଯୋଗାଇ ଦେବାକୁ ପ୍ରଶାସନ ବଦ୍ଧ ପରିକର ଥିଲା ଏବେ ଚିନ୍ତା ପ୍ରକଟ କରୁଛି। ନଦୀନାଳ ଘେରା ରାଜକନିକା ଅଞ୍ଚଳର ପ୍ରାୟ ସମସ୍ତ ଗଁାରେ ଏବେ ଜଳକଷ୍ଟ ଆରମ୍ଭ ହେଲାଣି।
ନଦୀ ଜଳ ସମୁଦ୍ରକୁ ଭାସି ଯାଉଥିବା ଦର୍ଶାଇ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଜିଲାର ଖରସ୍ରୋତା ନଦୀର ପାଣିକୁ ପଡ଼ୋଶୀ ଭଦ୍ରଜ ଜିଲାକୁ ଦେଇ ମହାନତା ଦେଖାଇବାକୁ କଳବଳ କୌଶଳ ପ୍ରୟୋଗ କରିଥିଲେ। ଏହି ଅଞ୍ଚଳର ପାନୀୟ ଜଳ ବ୍ୟବସ୍ଥା ସ୍ବାଭାବିକ ନ ଥିବା ବେଳେ, ପଡ଼ୋଶୀ ଜିଲାର ଜଳକଷ୍ଟ ସହି ନ ପାରି ଖରସ୍ରୋତାରୁ ପାଣି ଶୋଷଣକୁ ରାଜକନିକାବାସୀ ସହଜରେ ହଜମ ନ କରି ଦୀର୍ଘଦିନ ଧରି ଆନ୍ଦୋଳନ ଓ ପ୍ରତିବାଦ କରିଥିଲେ। ଏଥିସହ ଖରାସ୍ରୋତା ପ୍ରକଳ୍ପକୁ ବନ୍ଦ କରିବାକୁ ସ୍ଥାନୀୟ ଲୋକେ ଓ ପ୍ରଶାସନ ମୁହଁାମୁହିଁ ମଧ୍ୟ ହୋଇଥିଲେ। ଏଥିପାଇଁ ସ୍ଥାନୀୟ ଲୋକଙ୍କୁ ଜେଲ ଦଣ୍ଡ ଭୋଗିବାକୁ ପଡିଥିଲା। ଫଳରେ ରାଜକନିକା ଅଞ୍ଚଳକୁ ପାଇପ ଯୋଗେ ପାଣି ଯୋଗାଇ ଦେବାକୁ ସରକାରୀ ବ୍ୟୟବରାଦରେ ଏକ ପ୍ରକଳ୍ପ ଆରମ୍ଭ ହୋଇଥିଲେ ମଧ୍ୟ ତାହା ଆଶାନୁରୂପ ଅଗ୍ରଗତି ହୋଇପାରିନାହିଁ। ଏମିତି କି ରାଜକନିକା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ସ୍ଥାପନ କରାଯାଇଥିବା ୯୦ ଭାଗ ନଳକୂପଗୁଡ଼ିକରେ ଭୂତଳ ଜଳସ୍ତର କମିଯିବାରୁ ଆବଶ୍ୟକ ମୁତାବକ ସ୍ବଚ୍ଛ ପାନୀୟ ଜଳ ଯୋଗାଇ ପାରୁନାହିଁ। କେତେ ଗୋଟି ନଳକୂପରୁ ଅଳ୍ପ ପାଣି ବାହାରୁଛି ତ ଆଉ କେତେକ ବାଲିଚର ହୋଇ ପଡ଼ି ରହିଛି। ପୁନଶ୍ଚ ପାଇପ ପାଣିକୁ ଭରସା କରି ୫ରୁ ୭ ଲକ୍ଷ ଟଙ୍କା ବ୍ୟୟରେ ସମସ୍ତ ପଞ୍ଚାୟତରେ ବସା ଯାଇଥିବା ଓ୍ବାଟର ଏଟିଏମ୍‌ଗୁଡ଼ିକ ରକ୍ଷଣାବେକ୍ଷଣ ଅଭାବରୁ ଅକାମୀ ହୋଇପଡ଼ିଛି। ପଞ୍ଚାୟତ ରାଜକୋଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ପୁଣି ମେଶିନରେ ଟଙ୍କା ପୂରାଇଲେ ପିଇବା ପାଣି ମିଳିବା ଭଳି ଭେଳିକି ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହିପରି ପ୍ରତି ପଞ୍ଚାୟତରେ ସ୍ବଜଳ ଧାରା ହେଉ କି ବସୁଧା ଯୋଜନାରେ ବସା ଯାଇଥିବା ଓଭରହେଡ ପାଣି ଟାଙ୍କିଗୁଡ଼ିକ ଠିକ୍‌ ଢଙ୍ଗରେ ପରିଚାଳିତ ହେଉ ନ ଥିବାରୁ ଏହିସବୁ ପ୍ରକଳ୍ପରୁ ପାଣି ପାଇବାକୁ ଲୋକେ ହଇରାଣ ହେଉଥିବା ଅଭିଯୋଗ ହେଉଛି। ଗଁା ଗହଳି କଥା ପଚାରେ କିଏ, ସଦର ରାଜକନିକାର ବିଭିନ୍ନ ଗ୍ରାମ, କଲୋନୀ, ବଜାରକୁ ପାଣି ଯୋଗାଇବା ବ୍ୟବସ୍ଥାରେ ମଧ୍ୟ ନିୟମିତ କରାଯାଉନାହିଁ। କେଉଁଠି ପାଣି ପାଇପ୍‌ ଅଛି ତ, ଆଉ କେଉଁଠାରେ ନାହିଁ। ତେବେ ଲୋକଙ୍କୁ ପିଇବା ପାଣି ଯୋଗାଇବାରେ ବ୍ଲକ ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଲୋକଙ୍କୁ ସୁବିଧାରେ ପିଇବା ପାଣି ଯୋଗାଇ ଦେବାକୁ ପାନୀୟ ଜଳ ବିଭାଗକୁ ପଞ୍ଚାୟତିରାଜ ବିଭାଗ ସହ ଯୋଡ଼ି ସରକାର ଗୁରୁତର ସହ ନେଇଥିଲେ ମଧ୍ୟ ଲୋକମାନଙ୍କ ସମସ୍ୟା ସମାଧାନ ହେବା ପରିବର୍ତ୍ତେ ବଢ଼ି ଚାଲିଛି। ପଞ୍ଚାୟତ ଦାୟିତ୍ୱରେ ଥିବା ଅଧିକାଂଶ ପାନୀୟ ଜଳ ପ୍ରକଳ୍ପ ବ୍ୟବସ୍ଥାର କେଉଁଠି ମୋଟର ଅଚଳ ତ କେଉଁଠାରେ ବିଜୁଳି ବିଲ ବାକି ପଡ଼ିଛି। ଏ ସବୁ ସତ୍ତ୍ୱେ ରାଜକନିକାର ୨୯ଟି ପଞ୍ଚାୟତରେ କୌଣସି ଗୋଟିକରେ ପାନୀୟ ଜଳର ସୁବ୍ୟବସ୍ଥା ନ ଥାଇ ୨ ବର୍ଷ ହେବ ଘରେ ରହି ପାଇପ୍‌ ଯୋଗେ ପାଣି ପାଇବା ବାହାନାରେ କୌଣସି ନୂଆ ନଳକୂପ ନ ବସାଇବା ସମସ୍ୟାକୁ ଦ୍ୱିଗୁଣିତ କରିଛି। ପାଇପ ଯୋଗେ କେବେ ପାଣି ଆସିବ ବୋଲି ବର୍ତ୍ତମାନ ସମୟରୁ ଜଳର ଉତ୍ସକୁ ଅଣଦେଖା କରିବା, ସୋଲାର ସିଷ୍ଟମରେ ବସା ଯାଇଥିବା ବଟରପଡ଼ା, ବାଘୁଆଶୁଣି, ଦଶଭଗାରିଆଠାରେ ପ୍ରକଳ୍ପ ଅଚଳ ହେବା ରାଜକନିକା ବ୍ଲକର ପାନୀୟ ଜଳ ସମସ୍ୟାକୁ ଉତ୍କଟ କରିଛି। ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ପାନୀୟ ଜଳ ଯୋଗାଣ ବିଭାଗ ଯନ୍ତ୍ରୀ ସଞ୍ଜୟ କୁମାର ଦାସ ପଚାରିବାରେ ଖୁବ୍‌ଶୀଘ୍ର ନଳକୂପଗୁଡିକ ମରାମତି କରାଯିବା ସହ ଖରାପ ଥିବା ପାଣି ଏଟିଏମ୍‌ ଓ ସୋଲାର ସିଷ୍ଟମଗୁଡିକ ସଜଡାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri