ଖରାଦିନ ଆରମ୍ଭରୁ ରାଜକନିକାରେ ଜଳକଷ୍ଟ

ରାଜକନିକା,୧୨।୪(ଡି.ଏନ.ଏ.): ଖରାର ପ୍ରକୋପ ଯେତେ ଯେତେ ବଢୁଛି, ପାନୀୟ ଜଳର ସେତେ ଅଭାବ ପରିଲକ୍ଷିତ ହେଉଛି। କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ଅଞ୍ଚଳରେ ଲୋକେ ଏବେ ପାନୀୟ ଜଳ ପାଇଁ ଡହଳ ବିକଳ ହେଉଛନ୍ତି। ଯେଉଁ ବ୍ଲକରୁ ଦିନେ ସରକାରୀ ଖାତା କଲମରେ ଜଳସ୍ତର କମିବ ନାହିଁ ଆକଳନ କରି ଅନ୍ୟ ଜିଲାକୁ ଖରସ୍ରୋତା ନଦୀରୁ ଜଳ ଯୋଗାଇ ଦେବାକୁ ପ୍ରଶାସନ ବଦ୍ଧ ପରିକର ଥିଲା ଏବେ ଚିନ୍ତା ପ୍ରକଟ କରୁଛି। ନଦୀନାଳ ଘେରା ରାଜକନିକା ଅଞ୍ଚଳର ପ୍ରାୟ ସମସ୍ତ ଗଁାରେ ଏବେ ଜଳକଷ୍ଟ ଆରମ୍ଭ ହେଲାଣି।
ନଦୀ ଜଳ ସମୁଦ୍ରକୁ ଭାସି ଯାଉଥିବା ଦର୍ଶାଇ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଜିଲାର ଖରସ୍ରୋତା ନଦୀର ପାଣିକୁ ପଡ଼ୋଶୀ ଭଦ୍ରଜ ଜିଲାକୁ ଦେଇ ମହାନତା ଦେଖାଇବାକୁ କଳବଳ କୌଶଳ ପ୍ରୟୋଗ କରିଥିଲେ। ଏହି ଅଞ୍ଚଳର ପାନୀୟ ଜଳ ବ୍ୟବସ୍ଥା ସ୍ବାଭାବିକ ନ ଥିବା ବେଳେ, ପଡ଼ୋଶୀ ଜିଲାର ଜଳକଷ୍ଟ ସହି ନ ପାରି ଖରସ୍ରୋତାରୁ ପାଣି ଶୋଷଣକୁ ରାଜକନିକାବାସୀ ସହଜରେ ହଜମ ନ କରି ଦୀର୍ଘଦିନ ଧରି ଆନ୍ଦୋଳନ ଓ ପ୍ରତିବାଦ କରିଥିଲେ। ଏଥିସହ ଖରାସ୍ରୋତା ପ୍ରକଳ୍ପକୁ ବନ୍ଦ କରିବାକୁ ସ୍ଥାନୀୟ ଲୋକେ ଓ ପ୍ରଶାସନ ମୁହଁାମୁହିଁ ମଧ୍ୟ ହୋଇଥିଲେ। ଏଥିପାଇଁ ସ୍ଥାନୀୟ ଲୋକଙ୍କୁ ଜେଲ ଦଣ୍ଡ ଭୋଗିବାକୁ ପଡିଥିଲା। ଫଳରେ ରାଜକନିକା ଅଞ୍ଚଳକୁ ପାଇପ ଯୋଗେ ପାଣି ଯୋଗାଇ ଦେବାକୁ ସରକାରୀ ବ୍ୟୟବରାଦରେ ଏକ ପ୍ରକଳ୍ପ ଆରମ୍ଭ ହୋଇଥିଲେ ମଧ୍ୟ ତାହା ଆଶାନୁରୂପ ଅଗ୍ରଗତି ହୋଇପାରିନାହିଁ। ଏମିତି କି ରାଜକନିକା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ସ୍ଥାପନ କରାଯାଇଥିବା ୯୦ ଭାଗ ନଳକୂପଗୁଡ଼ିକରେ ଭୂତଳ ଜଳସ୍ତର କମିଯିବାରୁ ଆବଶ୍ୟକ ମୁତାବକ ସ୍ବଚ୍ଛ ପାନୀୟ ଜଳ ଯୋଗାଇ ପାରୁନାହିଁ। କେତେ ଗୋଟି ନଳକୂପରୁ ଅଳ୍ପ ପାଣି ବାହାରୁଛି ତ ଆଉ କେତେକ ବାଲିଚର ହୋଇ ପଡ଼ି ରହିଛି। ପୁନଶ୍ଚ ପାଇପ ପାଣିକୁ ଭରସା କରି ୫ରୁ ୭ ଲକ୍ଷ ଟଙ୍କା ବ୍ୟୟରେ ସମସ୍ତ ପଞ୍ଚାୟତରେ ବସା ଯାଇଥିବା ଓ୍ବାଟର ଏଟିଏମ୍‌ଗୁଡ଼ିକ ରକ୍ଷଣାବେକ୍ଷଣ ଅଭାବରୁ ଅକାମୀ ହୋଇପଡ଼ିଛି। ପଞ୍ଚାୟତ ରାଜକୋଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ପୁଣି ମେଶିନରେ ଟଙ୍କା ପୂରାଇଲେ ପିଇବା ପାଣି ମିଳିବା ଭଳି ଭେଳିକି ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହିପରି ପ୍ରତି ପଞ୍ଚାୟତରେ ସ୍ବଜଳ ଧାରା ହେଉ କି ବସୁଧା ଯୋଜନାରେ ବସା ଯାଇଥିବା ଓଭରହେଡ ପାଣି ଟାଙ୍କିଗୁଡ଼ିକ ଠିକ୍‌ ଢଙ୍ଗରେ ପରିଚାଳିତ ହେଉ ନ ଥିବାରୁ ଏହିସବୁ ପ୍ରକଳ୍ପରୁ ପାଣି ପାଇବାକୁ ଲୋକେ ହଇରାଣ ହେଉଥିବା ଅଭିଯୋଗ ହେଉଛି। ଗଁା ଗହଳି କଥା ପଚାରେ କିଏ, ସଦର ରାଜକନିକାର ବିଭିନ୍ନ ଗ୍ରାମ, କଲୋନୀ, ବଜାରକୁ ପାଣି ଯୋଗାଇବା ବ୍ୟବସ୍ଥାରେ ମଧ୍ୟ ନିୟମିତ କରାଯାଉନାହିଁ। କେଉଁଠି ପାଣି ପାଇପ୍‌ ଅଛି ତ, ଆଉ କେଉଁଠାରେ ନାହିଁ। ତେବେ ଲୋକଙ୍କୁ ପିଇବା ପାଣି ଯୋଗାଇବାରେ ବ୍ଲକ ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଲୋକଙ୍କୁ ସୁବିଧାରେ ପିଇବା ପାଣି ଯୋଗାଇ ଦେବାକୁ ପାନୀୟ ଜଳ ବିଭାଗକୁ ପଞ୍ଚାୟତିରାଜ ବିଭାଗ ସହ ଯୋଡ଼ି ସରକାର ଗୁରୁତର ସହ ନେଇଥିଲେ ମଧ୍ୟ ଲୋକମାନଙ୍କ ସମସ୍ୟା ସମାଧାନ ହେବା ପରିବର୍ତ୍ତେ ବଢ଼ି ଚାଲିଛି। ପଞ୍ଚାୟତ ଦାୟିତ୍ୱରେ ଥିବା ଅଧିକାଂଶ ପାନୀୟ ଜଳ ପ୍ରକଳ୍ପ ବ୍ୟବସ୍ଥାର କେଉଁଠି ମୋଟର ଅଚଳ ତ କେଉଁଠାରେ ବିଜୁଳି ବିଲ ବାକି ପଡ଼ିଛି। ଏ ସବୁ ସତ୍ତ୍ୱେ ରାଜକନିକାର ୨୯ଟି ପଞ୍ଚାୟତରେ କୌଣସି ଗୋଟିକରେ ପାନୀୟ ଜଳର ସୁବ୍ୟବସ୍ଥା ନ ଥାଇ ୨ ବର୍ଷ ହେବ ଘରେ ରହି ପାଇପ୍‌ ଯୋଗେ ପାଣି ପାଇବା ବାହାନାରେ କୌଣସି ନୂଆ ନଳକୂପ ନ ବସାଇବା ସମସ୍ୟାକୁ ଦ୍ୱିଗୁଣିତ କରିଛି। ପାଇପ ଯୋଗେ କେବେ ପାଣି ଆସିବ ବୋଲି ବର୍ତ୍ତମାନ ସମୟରୁ ଜଳର ଉତ୍ସକୁ ଅଣଦେଖା କରିବା, ସୋଲାର ସିଷ୍ଟମରେ ବସା ଯାଇଥିବା ବଟରପଡ଼ା, ବାଘୁଆଶୁଣି, ଦଶଭଗାରିଆଠାରେ ପ୍ରକଳ୍ପ ଅଚଳ ହେବା ରାଜକନିକା ବ୍ଲକର ପାନୀୟ ଜଳ ସମସ୍ୟାକୁ ଉତ୍କଟ କରିଛି। ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ପାନୀୟ ଜଳ ଯୋଗାଣ ବିଭାଗ ଯନ୍ତ୍ରୀ ସଞ୍ଜୟ କୁମାର ଦାସ ପଚାରିବାରେ ଖୁବ୍‌ଶୀଘ୍ର ନଳକୂପଗୁଡିକ ମରାମତି କରାଯିବା ସହ ଖରାପ ଥିବା ପାଣି ଏଟିଏମ୍‌ ଓ ସୋଲାର ସିଷ୍ଟମଗୁଡିକ ସଜଡାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଟଗଡ଼ ବ୍ଲକର ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନ୍ସ

ଫୁଲବାଣୀ, ୧।୭ (ରାକେଶ କୁମାର ରାଉତ): କନ୍ଧମାଳ ଜିଲାର କୋଟଗଡ଼ ବ୍ଲକରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ (MGNREGS) ଯୋଜନାରେ ହୋଇଥିବା ଦୁର୍ନୀତି ଘଟଣାରେ ବ୍ଲକର ସହକାରୀ ଯନ୍ତ୍ରୀ ଓ କନିଷ୍ଠ…

ଘରୋଇ ସ୍କୁଲ ବସ୍‌ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ: ଚାଲିଛି ସିସିଟିଭି ଫୁଟେଜ୍‌ ଯାଞ୍ଚ

ବଲାଙ୍ଗୀର, ୧।୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ସର୍କିଟ ହାଉସ ନିକଟରେ ବୁଧବାର ସକାଳେ ଏକ ଘରୋଇ ସ୍କୁଲ ବସ୍‌ ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ…

କାଲି ଥିଲେ ଶକ୍ତିଶାଳୀ, ଏବେ ମାଛି ଉଡାଉଛନ୍ତି ଏସବୁ ଆଇପିଏସ୍‌ ଅଫିସର

ଭୁବନେଶ୍ୱର,୧।୭(ସୁନିତ୍‌ ମିଶ୍ର): ୧୯୯୭ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଡି.ଏସ୍‌. କୁଟ୍ଟେ, ୧୯୯୮ ବ୍ୟାଚ୍‌ ଆଇପିଏସ୍‌ ରବି କାନ୍ତ, ୨୦୦୪ ବ୍ୟାଚ୍‌ ଆଇପିଏସ୍‌ ଆଶିଷ ସିଂ ଏବଂ ୨୦୧୦…

ଟି୨୦ ବିଶ୍ୱକପ୍‌: ଫାଇନାଲରେ ପହଞ୍ଚିଲା ଅଷ୍ଟ୍ରେଲିଆ

ଲଣ୍ଡନ,୩୦ା୬: ଆଶ୍‌ଲେ ଗାର୍ଡନରଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ଓ ବେଥ୍‌ ମୁନିଙ୍କ ଅପରାଜିତ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ଚଳିତ ମହିଳା ଟି୨୦ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିଛି।…

୧ ଜୁଲାଇରୁ ବଦଳିଗଲା ଏହି ୧୦ଟି ବଡ଼ ନିୟମ! ଆଇଟିଆର୍‌, କ୍ରେଡିଟ୍ କାର୍ଡଠାରୁ ଆରମ୍ଭ କରି ପିଏଫ୍‌ ଉଠାଣ ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୧।୭: ଜୁଲାଇ ଆରମ୍ଭ ହୋଇଯାଇଛି। ଆଇଟିଆର୍ (ITR) ଦାଖଲ ସମୟସୀମାଠାରୁ ଆରମ୍ଭ କରି ୟୁପିଆଇ (UPI) ଭିତ୍ତିକ ପିଏଫ୍ (PF) ଟଙ୍କା ଉଠାଣ ଏବଂ କ୍ରେଡିଟ୍ କାର୍ଡର…

ଧରିତ୍ରୀ’ ପ୍ରଭାବ: ଜଗନ୍ନାଥପ୍ରସାଦ ମୁଖ୍ୟ ବଜାରରୁ ହଟିଲା ଅଳିଆ ପାହାଡ଼, ସ୍ୱଚ୍ଛତା ଅଭିଯାନରେ ନିଜେ ସାମିଲ ହେଲେ ବିଡିଓ

ଜଗନ୍ନାଥପ୍ରସାଦ, ୧।୭(ବିଭୁ ପ୍ରସାଦ ପଟ୍ଟନାୟକ): ଅଞ୍ଚଳର ସମସ୍ୟାକୁ ପ୍ରଶାସନର ସାମ୍ନାକୁ ଆଣିବା ଏବଂ ସମାଜରେ ସକାରାତ୍ମକ ପରିବର୍ତ୍ତନର ସୂତ୍ରଧର ସାଜିବା ହିଁ ଜଣେ ସଚେତନ ଖବରଦାତାଙ୍କ ପ୍ରକୃତ କର୍ତ୍ତବ୍ୟ।…

ମାସର ପ୍ରଥମ ଦିନରେ ଶସ୍ତା ହେଲା ସୁନା; ଏତିକି ଖସିଲା ରେଟ! ଜାଣନ୍ତୁ ୧ ଜୁଲାଇର ନୂଆ ରେଟ୍…

ନୂଆଦିଲ୍ଲୀ,୧।୭:  ୧ ଜୁଲାଇ ୨୦୨୬ରେ ସୁନା ଏବଂ ରୂପା ଉଭୟର ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି। କ୍ରମାଗତ ଭାବେ ବଢୁଥିବା ମୂଲ୍ୟ ପରେ ଏବେ ଗ୍ରାହକମାନଙ୍କୁ ସାମାନ୍ୟ…

ତାମିଲନାଡୁଗ୍ୟାସ ଟ୍ରାଜେଡି: ଆଖି ବୁଜିଲେ ଆଉ ଜଣେ ଓଡ଼ିଆ ଯୁବତୀ

ଭୁବନେଶ୍ୱର,୧।୭: ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍‌ ଲିକ୍‌ ଘଟଣାରେ ବୁଧବାର ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଆଉ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri