ବିଧାୟକଙ୍କ ଗାଁରେ ଉତ୍କଟ ଜଳ ସମସ୍ୟା: ୧୦୦ ପରିବାରକୁ ଗୋଟିଏ ନଳକୂପ

କେନ୍ଦୁଝର,୯ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ସ୍ବାଧୀନତାର ୭୬ ବର୍ଷ ପରେ ବି ଲୋକଙ୍କୁ ସ୍ବଚ୍ଛ ପିଇବା ପାଣି ମିଳୁନାହିଁ। ୧୦୦ ପରିବାର ଗୋଟିଏ ନଳକୂପକୁ ପିଇବା, ଗାଧୋଇବା ଓ ଘର କାମ ପାଇଁ ବ୍ୟବହାର କରିଥାନ୍ତି। ଏଭଳି ପରିସ୍ଥିତିରେ ଅଧା ଦିନ ନଳକୂପ ଖରାପ ହୋଇପଡୁଥିବାରୁ ଲୋକେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ଏଥିସହ ଗ୍ରାମ ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ କ୍ଷେତ୍ରରେ ମଧ୍ୟ ବହୁ ପଛରେ ରହିଛି। ଏଭଳି ସମସ୍ୟା ଦେଖାଯାଇଛି କେନ୍ଦୁଝର ଜିଲା ସଦର ବିଧାୟକ ମୋହନ ମାଝିଙ୍କ ଗାଁ ରାଇକଳା ପଞ୍ଚାୟତ ରାଇକଳା ଗ୍ରାମ ଢିପାସାହିରେ।

ସାହିରେ ପାଖାପାଖି ୧୦୦ ପରିବାରର ୧ ହଜାର ଲୋକ ବସବାସ କରୁଛନ୍ତି। ମାତ୍ର ଗ୍ରାମରେ ୨ଟି ନଳକୂପ ଥିବାବେଳେ ଗୋଟିଏରେ ଦୂଷିତ ପାଣି ବାହାରୁଥିବାରୁ ପିଇବା ଉପଯୋଗୀ ହୋଇପାରୁନାହିଁ। ଫଳରେ ଗୋରୁ ପିଇବା, ଲୋକମାନେ ଗାଧୋଇବା, ଲୁଗା ସଫା କରିବା ଓ ପିଇବା ପାଣି ପାଇଁ ଗୋଟିଏ ନଳକୂପ ଉପରେ ନିର୍ଭର କରିଥାନ୍ତି। ଅଧାଦିନ ମଧ୍ୟ ଉକ୍ତ ନଳକୂପରେ ପାଣି ବାହାରେ ନାହିଁ। ସାମାଜିକ କର୍ମୀ ତୁଳସୀ ପାତ୍ର କହିଛନ୍ତି, ଗାଁରେ ସଦର ନିର୍ବାଚନମଣ୍ଡଳୀର ବରିଷ୍ଠ ଟାଣୁଆ ନେତା ତଥା ବିଧାୟକ ମୋହନ ଚରଣ ମାଝିଙ୍କ ଘର। ଦୀପତଳ ଅନ୍ଧାର ଭଳି ଗଣତନ୍ତ୍ର ଶାସନରେ ରାଜା ରହୁଥିବା ଗାଁ ଆଜି ଏପରି ଅବ୍ୟବସ୍ଥାରେ ଗତି କରୁଛି। ଯୁବ ଓ ଶ୍ରମ ବିକାଶ ମଞ୍ଚ କେନ୍ଦୁଝରଗଡ଼ ସଭାପତି ରଞ୍ଜନ କୁମାର ବେହେରା, ଉପସଭାପତି ଜୟକୃଷ୍ଣ ନାଏକ ଉକ୍ତ ସାହିକୁ ପରିଦର୍ଶନକରି ସମସ୍ୟା ବିଷୟରେ ଲୋକଙ୍କ ସହ କଥା ହୋଇଥିଲେ। ମେଗା ପ୍ରକଳ୍ପ କାନପୁର ଡ୍ୟାମ୍‌ ପାଣି ପାଇପ୍‌ ଯୋଗେ ସାହିକୁ ଯୋଗାଇବାର କୌଣସି ମାନଚିତ୍ରରେ ଆସୁନାହିଁ। ତୁରନ୍ତ ଏ ସାହିକୁ ପିଇବା ପାଣି ଯୋଗାଇଦେବାକୁ ମତ ରଖିଛନ୍ତି। ବିଶେଷକରି ଖରାଦିନ ପୂର୍ବରୁ ସାହିକୁ ପିଇବା ପାଣି ଯୋଗାଇଦେବା ସହିତ ମେଗା ପ୍ରକଳ୍ପରେ ପାଇପ ସଂଯୋଗ କରିବାକୁ ଦାବି ହୋଇଛି।

ସଦର ବିଧାୟକ ମୋହନ ମାଝି କହିଛନ୍ତି, ତାଙ୍କ ଗ୍ରାମରେ ସେଭଳି ଅନ୍ୟ କୌଣସି ସମସ୍ୟା ନାହିଁ। ପାଣି ସମସ୍ୟାକୁ ନେଇ ଲୋକେ ଜିଲାପାଳଙ୍କ ପାଖକୁ ଯାଇଥିଲେ। ଯେଉଁମାନଙ୍କ ଘରକୁ ପାଣି ସଂଯୋଗ ହୋଇନାହିଁ, କରିଦେବାକୁ କୁହାଯାଉଛି। କେଉଁ ପଞ୍ଚାୟତ ଅଧୀନରେ ଅଛନ୍ତି ସେ ନେଇ ହୋଇଥିବା ଚିହ୍ନଟରେ ଭୁଲ ଯୋଗୁ ଏଭଳି ସମସ୍ୟା ଦେଖାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ କମୁଛି ବର୍ଷା; ଏହା ତାରିଖରୁ ଫେରିଯିବ ମୌସୁମୀ

ଭୁବନେଶ୍ୱର,୧୫।୯(ବନ୍ଦନା ସେଠୀ): ରାଜ୍ୟରେ ଧୀରେ ଧୀରେ କମୁଛି ବର୍ଷା । ଉତ୍ତର-ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି…

ଆକାଶରେ ଦେଖାଗଲା ବିରଳ ମହାଜାଗତିକ ଦୃଶ୍ୟ: ଚନ୍ଦ୍ର ପଛରେ…

ଭୁବନେଶ୍ୱର,୧୫।୯(ବନ୍ଦନା ସେଠୀ): ଆକାଶରେ ସୋମବାର ଏକ ବିରଳ ମହାଜାଗତିକ ଘଟଣା ଦେଖିବାକୁ ମିଳିଛି। ପୃଥିବୀ ଏବଂ ଶୁକ୍ର ଗ୍ରହ ମଧ୍ୟରେ ଚନ୍ଦ୍ର ଆସିଯିବା ଫଳରେ କିଛି ସମୟ…

ରାଜସ୍ଥାନ ପୌର ନିର୍ବାଚନ, ୧୦ରୁ ୪ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା ଭାଜପା

ଜୟପୁର,୧୪ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?