ଏଥର ଦୀପାବଳି ପାଳିବେନି ମୁଖ୍ୟମନ୍ତ୍ରୀ, ନେବେନି ଉପହାର: ଜାଣନ୍ତୁ କାହିଁକି ନେଲେ ଏମିତି ନିଷ୍ପତ୍ତି

ଭୁବନେଶ୍ୱର,୭।୧୧:ଭୁବନେଶ୍ୱର,୭।୧୧: ଚଳିତ ବର୍ଷ ଦୀପାବଳି ପାଳନ କରିବେ ନାହିଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ବିପର୍ଯ୍ୟୟରେ ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚଳ ପ୍ରଭାବିତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏଥର ମୁଖ୍ୟମନ୍ତ୍ରୀ ନିବାସରେ ଦୀପାବଳି ଉତ୍ସବ ଆୟୋଜନ ହେବ ନାହିଁ। ଏଥିସହ ଦୀପାବଳି ଅବସରରେ ଉପହାର କିମ୍ବା ଫୁଲତୋଡ଼ା ନେଇ ମୁଖ୍ୟମନ୍ତ୍ରୀ ନିବାସକୁ ନ ଆସିବା ପାଇଁ ମଧ୍ୟ ଅନୁରୋଧ କରାଯାଇଛି।

ମୁଖ୍ୟମନ୍ତ୍ରୀ ଦକ୍ଷିଣ ଓଡ଼ିଶାର ବନ୍ୟା ପ୍ରଭାବିତ ଲୋକଙ୍କ ପ୍ରତି ସମ୍ବେଦନଶୀଳ ହେବାକୁ ରାଜ୍ୟବାସୀଙ୍କୁ ଆହ୍ବାନ ଦେଇଛନ୍ତି। ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତାର ହାତ ବଢ଼ାଇବା ସହ ସେମାନଙ୍କ ଦୁଃଖରେ ସାମିଲ ହେବାକୁ ସେ ଅନୁରୋଧ କରିଛନ୍ତି।

ବିପର୍ଯ୍ୟୟ ସମୟରେ ପ୍ରଭାବିତ ଲୋକଙ୍କ ପାଖରେ ଛିଡ଼ା ହେବା ଏବଂ ସେମାନଙ୍କୁ ସହଯୋଗ କରିବା ହିଁ ଏହି ସମୟରେ ସବୁଠାରୁ ବଡ଼ ମାନବିକତାର ପରିଚୟ। ତେଣୁ ଚଳିତ ବର୍ଷ ଦୀପାବଳିକୁ ଆଡ଼ମ୍ବରରେ ପାଳନ ନକରି ବିପନ୍ନଙ୍କ ସହ ଏକାତ୍ମତା ପ୍ରକାଶ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ଏକ ସମ୍ବେଦନଶୀଳ ପଦକ୍ଷେପ ଭାବେ ଦେଖାଯାଉଛି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟୁଜିଲାଣ୍ଡରେ ଧମାକା କଲେ ଯଶସ୍ବୀ ଜୟସ୍ବାଲ: ଲଗାତାର ଦ୍ୱିତୀୟ ଶତକ ମାରି ଫର୍ମକୁ ଫେରିଲେ ଷ୍ଟାର ଓପନର୍‌

ନୂଆଦିଲ୍ଲୀ,୭।୧୧:ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ କ୍ରିକେଟ ଦଳର ଷ୍ଟାର ଓପନର ଯଶସ୍ବୀ ଜୟସ୍ବାଲଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଦମ୍‌ଦାର ଶତକ। ଲଗାତାର ଦ୍ୱିତୀୟ ଅନଅଫିସିଆଲ ଟେଷ୍ଟ ମ୍ୟାଚ୍‌ରେ ଶତକ…

ଶୌଚ ପାଇଁ ନାଳକୁ ଯାଇଥିଲେ ଖଗେଶ୍ୱର, ହଠାତ୍‌ ଆକ୍ରମଣ କଲା ଦନ୍ତା ହାତୀ: ଆଉ ତା’ପରେ…

ସମ୍ବଲପୁର,୭।୧୧(ପ୍ରମୋଦ ବହିଦାର): ସମ୍ବଲପୁର ଜିଲି ଯୁଯୋମୁରା ଥାନା ଅନ୍ତର୍ଗତ କଂସର ପଞ୍ଚାୟତର ବୁଢ଼ିଆକଟା ଗ୍ରାମରେ ସକାଳୁ ସକାଳୁ ଏକ ହାତୀ ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି।…

କଳିଙ୍ଗା ଘାଟି ରାସ୍ତା ଖୋଲିଲା: ଯାନବାହନ ଚଳାଚଳ ସ୍ବାଭାବିକ

ଭଞ୍ଜନଗର,୭।୧୧(ବାବୁଲା ପ୍ରଧାନ): ଗଞ୍ଜାମ ଓ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟିରେ ବାରମ୍ବାର ଭୂସ୍ଖଳନ ଯୋଗୁ ରାସ୍ତା ବନ୍ଦ ରହିଥିବାରୁ ଏହା କେବେ ଖୋଲିବ, ସେନେଇ…

ଦାରିଙ୍ଗବାଡ଼ି-ଗାଜଲବାଡ଼ି ରାସ୍ତାରେ ଗଡ଼ିଲା ୪ ଚକିଆ ଗାଡ଼ି: ଭାରୀଯାନ ଉପରେ କଟକଣା ଜାରି

ଦାରିଙ୍ଗବାଡ଼ି, ୭।୧୧ (ଅରୁଣ ସାହୁ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୂସ୍ଖଳନ ଓ ବନ୍ୟା ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ଦାରିଙ୍ଗବାଡ଼ି-ଗାଜଲବାଡ଼ି ରାସ୍ତାରେ ଯାତାୟାତ ପୁଣି ସୱାଭାବିକ ହେବାକୁ ଯାଉଛି।…

କୋଟିଆ ପ୍ରସଙ୍ଗ: ଏଇଠି ସରିଲା ନା ଆଗକୁ ଲଢ଼ିବେ

ପଟ୍ଟାଙ୍ଗି,୭ା୧୧(ଶରତ କୁମାର ଧଳ):କୋରାପୁଟ ଜିଲା କୋଟିଆ ପଞ୍ଚାୟତରେ ଆନ୍ଧ୍ର ନିର୍ବାଚନକୁ ନେଇ କିଛିଦିନ ଧରି ଓଡ଼ିଶା-ଆନ୍ଧ୍ରର ପ୍ରଶାସନିକ ଅଧିକାରୀ ଏବଂ ନେତା ମୁହଁାମୁହିଁ ହୋଇଥିଲେ। ସୀମାନ୍ତରେ ପ୍ରତିଦିନ…

ICCର ବଡ଼ ଘୋଷଣା: ନେପାଳରେ ଖେଳାଯିବ ବିଶ୍ୱକପ୍‌…

ନୂଆଦିଲ୍ଲୀ,୭।୧୧: ୨୦୨୭ ଆଇସିସି ପୁରୁଷ ଦିନିକିଆ ବିଶ୍ୱକପକୁ ନେଇ ବଡ଼ ଘୋଷଣା କରିଛି ଆଇସିସି। ଆସନ୍ତା ଡିସେମ୍ବର ୪ରୁ ନେପାଳରେ ଆରମ୍ଭ ହେବ ୱାଲର୍‌ଡ କପ କ୍ୱାଲିଫାୟର…

W, W, W, W…୪ ବଲ୍‌ରେ ୪ ଉଇକେଟ! ଡବଲ ହ୍ୟାଟ୍ରିକ ନେଇ ଇତିହାସ ରଚିଲେ ବୈଷ୍ଣବୀ

ନ୍ୟୁ ଚଣ୍ଡୀଗଡ଼,୭।୧୧: ଭାରତୀୟ ମହିଳା କ୍ରିକେଟ୍‌ରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ଷ୍ଟାର ସ୍ପିନର ବୈଷ୍ଣବୀ ଶର୍ମା। ମାତ୍ର ୪ଟି ବଲ୍‌ରେ ଲଗାତାର ୪ଟି ଉଇକେଟ ନେଇ…

ସନ୍ନ୍ୟାସ ଘୋଷଣା କଲେ ମହମ୍ମଦ ଶାମି: ଭାରତୀୟ ଦଳକୁ ଫେରିବା ସ୍ବପ୍ନରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ଭାବପ୍ରବଣ ହୋଇ କହିଲେ…

ନୂଆଦିଲ୍ଲୀ,୭।୧୧: ଭାରତୀୟ କ୍ରିକେଟ ଦଳର ଅନ୍ୟତମ ଷ୍ଟାର୍‌ ଦ୍ରୁତ ବୋଲର ମହମ୍ମଦ ଶାମି ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଶୁକ୍ରବାର (ନଭେମ୍ବର ୬) ଶାମି ସୋସିଆଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?