ନୂଆଦିଲ୍ଲୀ,୭।୧୧: ଟିମ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ କରିବାକୁ ଉଦ୍ୟମ କରୁଥିବା ମହମ୍ମଦ ଶାମି ୬ ନଭେମ୍ବର ୨୦୨୬ରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଏହା ସହ ତାଙ୍କର ୧୩ ବର୍ଷର ଟେଷ୍ଟ କ୍ୟାରିୟରର ମଧ୍ୟ ଅନ୍ତ ଘଟିଛି। ତେବେ ଶାମି ଏବେ ବି ଦିନିକିଆ ଓ ଟି-୨୦ ଦଳରେ ଚୟନ ପାଇଁ ଉପଲବ୍ଧ ରହିବେ। ୨୦୨୫ରେ ସେ ଶେଷ ଥର ପାଇଁ ଭାରତୀୟ ଦଳ ପକ୍ଷରୁ ଖେଳିଥିଲେ। ଏହା ବ୍ୟତୀତ ଆଗାମୀ ଦିନରେ ତାଙ୍କୁ ଆଇପିଏଲରେ ମଧ୍ୟ ଖେଳୁଥିବା ଦେଖିବାକୁ ମିଳିବ। ଶାମିଙ୍କ କ୍ରିକେଟ କ୍ୟାରିୟରରେ ନଭେମ୍ବର ୬ ତାରିଖର ବିଶେଷ ମହତ୍ତ୍ୱ ରହିଛି। ତେଣୁ ସେ ଏହି ଦିନକୁ ହିଁ ଅବସର ପାଇଁ ବାଛିଛନ୍ତି।
ମହମ୍ମଦ ଶାମି ନଭେମ୍ବର ୬ ତାରିଖରେ ହିଁ ଭାରତୀୟ ଦଳ ପାଇଁ ଟେଷ୍ଟ ପଦାର୍ପଣ କରିଥିଲେ। ୨୦୧୩ରେ କୋଲକାତାର ଇଡେନ ଗାର୍ଡେନ୍ସରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ସେ ନିଜର ପ୍ରଥମ ଟେଷ୍ଟ ମ୍ୟାଚ ଖେଳିଥିଲେ। ଏହି ପଦାର୍ପଣ ମ୍ୟାଚ୍ର ଉଭୟ ଇନିଂସକୁ ମିଶାଇ ସେ ମୋଟ ୯ଟି ଉଇକେଟ୍ ହାସଲ କରିଥିଲେ। ଏହା ପରଠାରୁ ସେ ଭାରତୀୟ ଦଳ ପାଇଁ ନିୟମିତ ଟେଷ୍ଟ କ୍ରିକେଟ ଖେଳିଥିଲେ। ନଭେମ୍ବର ୬ରୁ ଆରମ୍ଭ ହୋଇଥିବା ତାଙ୍କ ଟେଷ୍ଟ କ୍ୟାରିୟରର ଅନ୍ତ ମଧ୍ୟ ସେହି ତାରିଖରେ ହିଁ ହୋଇଛି। ଏବେ ଶାମି ଦିନିକିଆ ଦଳକୁ ଫେରିବା ପାଇଁ ଉଦ୍ୟମ କରୁଥିବା ନଜର ଆସିବେ। ଭାରତ ପାଇଁ ଶାମି ମୋଟ ୬୪ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି। ଏହାର ୧୨୨ଟି ଇନିଂସ୍ରେ ସେ ମୋଟ ୨୨୯ଟି ଉଇକେଟ୍ ଅକ୍ତିଆର କରିଛନ୍ତି। ଏହି ସମୟରେ ତାଙ୍କ ବୋଲିଂ ହାର ୨୭.୭୧ ରହିଥିଲା।
ଭାରତୀୟ ଜର୍ସିରେ ଶାମି ଶେଷ ଥର ପାଇଁ ୭ ଜୁନରେ ଦି ଓଭାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ। ଗତ ୩ ବର୍ଷ ଧରି ସେ ଦଳକୁ ଫେରିବା ପାଇଁ ଲଗାତାର ଉଦ୍ୟମ କରୁଥିଲେ। ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ତାଙ୍କୁ ଚୟନ କରାନଯିବା ପରେ ସେ ନିରାଶ ହୋଇଥିଲେ।

