ଜାମୁସାହିରେ ପାଣି ପାଇଁ ହାହାକାର

ଓଡ଼ଗାଁ,୧୮ା୫(ଆଦର୍ଶ କୁମାର ପଟ୍ଟନାୟକ): କିଛିଦିନ ତଳେ ପାଣି ଯୋଗାଣକୁ ନେଇ ରଙ୍ଗଣିପାଟଣା ପଞ୍ଚାୟତ ଜାମୁସାହି ଗ୍ରାମବାସୀ ବିଦ୍ୟୁତ୍‌ କାର୍ଯ୍ୟାଳୟ ଘେରାଉ କରି ଲାଇନ୍‌ ସଂଯୋଗ ପାଇଁ ଅଡ଼ି ବସିଥିଲେ। ତା’ପରଦିନ ସଂଯୋଗ ହେଲା ସତ କିନ୍ତୁ ଏ ପର୍ଯ୍ୟନ୍ତ ଲୋକଙ୍କୁ ପାଣି ମିଳି ନ ଥିବା ଜଣାପଡ଼ିଛି। ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ପାଣି ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି।

ଅଭିଯୋଗ ଅନୁଯାୟୀ, ଜାମୁସାହି ଗାଁ ମୁଣ୍ତରେ ବୋରିଂ କରି ଲୋକଙ୍କୁ ପାନୀୟଜଳ ଯୋଗାଣ ପାଇଁ ଜଳ ଓ ପରିମଳ ବିଭାଗ ଯୋଜନା କାର୍ଯ୍ୟକାରୀ କରିଥିଲା। ଠିକାଦାର ନିମ୍ନମାନର କାମ କରିବା ଯୋଗୁ ବିଦ୍ୟୁତ୍‌ ଯନ୍ତ୍ରୀ କାମ ଠିକ୍‌ରେ କଲେ ସଂଯୋଗ କରିବେ ବୋଲି ରୋକ୍‌ ଠୋକ୍‌ କହିଥିଲେ।

କିନ୍ତୁ ତାଙ୍କ ଉପରେ ଚାପ ପକାଯାଇଥିଲେ ମଧ୍ୟ ସେ କର୍ଣ୍ଣପାତ ନ କରିବାରୁ କିଛି ଲୋକଙ୍କୁ ମେଳାଇ ବିଦ୍ୟୁତ୍‌ କାର୍ଯ୍ୟାଳୟ ଘେରାଉ କରି ସଂଯୋଗ ପାଇଁ ଦାବି କରିଥିଲେ। ଉପରିସ୍ଥ ଅଫିସରଙ୍କ ନିର୍ଦ୍ଦେଶ ଅନୁସାରେ ବିଦ୍ୟୁତ୍‌ ସଂଯୋଗ ହେଲା। କିନ୍ତୁ ଲୋକେ ଏବେ ସୁଦ୍ଧା ପାଣି ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ମଟରରେ ପାଣି ଉଠୁ ନ ଥିବା ବେଳେ ବାରିପଟ ସାହିର ହାତଗଣତି ଦୁଇ ଜଣଙ୍କ ଟ୍ୟାପ୍‌କୁ ପାଣି ଯାଉଛି। ଏବେ ବି ସାରା ଗାଁ ପାଣି ସଙ୍କଟରୁ ମୁକୁଳି ପାରି ନ ଥିବା କହିଛନ୍ତ ଜାମୁସାହି ଗ୍ରାମବାସୀ।

ତେବେ ଘରକୁ ଘର ଟ୍ୟାପ୍‌ ସଂଯୋଗ ହୋଇ ନ ଥିବା ବେଳେ ବିଦ୍ୟୁତ୍‌ ସଂଯୋଗ ପାଇଁ କିଏ ଜିଦ୍‌ ଧରିଥିଲା, କାହା ଇସାରାରେ ଲୋକେ ଏକତ୍ରୀତ ହୋଇ ବିଦ୍ୟୁତ୍‌ କର୍ମଚାରୀଙ୍କ ଉପରେ ଚାପ ପକାଉଥିଲେ, ଏହାର ପ୍ରକୃତ ରହସ୍ୟ କ’ଣ ବୋଲି ଜାମୁସାହି ଗ୍ରାମବାସୀ ଜାଣିବାକୁ ଚାହିଁ ବସିଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ଗ୍ରାମବାସୀଙ୍କ ଘରେ ଟ୍ୟାପ୍‌ ଲଗାଇ ପାଣି ଦେବାର ବ୍ୟବସ୍ଥା କରିବାକୁ ଦାବି ହୋଇଛି। ନଚେତ ଏକ ଜନ ଆନ୍ଦୋଳନ ମୁଣ୍ତ ଟେକିବ ବୋଲି କୁହାଯାଉଛି। ଅନ୍ୟପକ୍ଷେ ଅମୃତ ସରୋବର ନାମରେ ଦୁଇବର୍ଷ ହେଲା ଗାଁରେ ଥିବା ବଡ଼ ପୋଖରୀ ହୁଡ଼ାକୁ ବେପରୁଆ ଭାବେ ହାଣି ଦିଆଯାଇଛ। ଯାହାକି ଜଳ କଷ୍ଟକୁ ବହୁ ଗୁଣିତ କରିଛି ଜଳ ଯୋଗାଣ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ସୁବାସ ସ୍ବାଇଁଙ୍କୁ ପଚାରିବାରେ କେତେକସ୍ଥାନରେ ଲିକେଜ ଓ ବୈଷୟିକ ତଥା ଯାନ୍ତ୍ରିକ ଆବଶ୍ୟକତା ରହିଥିବା କାରଣରୁ ଜଳ ଯୋଗାଣରେ ଅସୁବିଧା ହୋଇଛି। ଏହାକୁ ସୁଧାରିବାକୁ ଉଦ୍ୟମ କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri