ଚିଲିକାରୁ ଚୋରି ହେଉଛି ପାଣି

ଖୋର୍ଦ୍ଧା ଅଫିସ,୨୨।୬: ଏସିଆ ମହାଦେଶର ବୃହତ୍ତମ ଲୁଣା ହ୍ରଦ ‘ଚିଲିକା’ରୁ ପାଣି ଚୋରି ହେଉଛି। ଚିଲିକାକୁ ଲାଗି ରହିଥିବା ଶତାଧିକ ଏକର ଜମିକୁ କେତେକ ମାଫିଆ ନିଜ ଅକ୍ତିଆରରେ ରଖି ମାଟି ବନ୍ଧ ବାନ୍ଧିବା ସହ ସେଠାରେ ପାଣି ଜମାଇ ମାଛ ଓ ଚିଙ୍ଗୁଡ଼ି ଚାଷ କରୁଛନ୍ତି। ଉଚ୍ଚ କ୍ଷମତାସମ୍ପନ୍ନ ମୋଟର ସାହାଯ୍ୟରେ ଚିଲିକାରୁ ପାଣି ଉଠାଇ ସେଥିରେ ବିଭିନ୍ନ ରାସାୟନିକ ସାର ବ୍ୟବହାର କରୁଛନ୍ତି। ଫଳରେ ବର୍ଷା ହେଲେ ଏହି ପାଣି ଉଦ୍‌ବୃତ୍ତ ହୋଇ ଚିଲିକାରେ ମିଶୁଛି। ଚିଲିକାର ଜଳ ଦୂଷିତ ହେବା ସହ ଜୈବ ବିବିଧତା ନଷ୍ଟ ହେଉଛି। ବିଶେଷତଃ ଚିଲିକା ଉପକୂଳବର୍ତ୍ତୀ ଟାଙ୍ଗୀ ତହସିଲ୍‌ ଅନ୍ତର୍ଗତ ଭୁଷଣ୍ଡପୁର, ଜଗନ୍ନାଥପୁର ଓ ଶୁଭଦ୍ରାପୁର ମୌଜାରେ ବେଆଇନ ଭାବେ ଶତାଧିକ ମାଛଘେରି ଗଢ଼ି ଉଠିଛି। ରାଜ୍ୟ ତଥା ବାହାର ରାଜ୍ୟର ଚୋରା ବ୍ୟବସାୟୀମାନେ ଚିଲିକାରୁ ମାଛ ମାରି ଦୈନିକ ଟ୍ରକ୍‌, ପିକଅପ୍‌ ଭ୍ୟାନ୍‌, ମିନିଟ୍ରକ୍‌ ଯୋଗେ ଚିଲିକା ପାଣି ସହିତ ଜିଅନ୍ତା ମାଛକୁ ବାହାର ରାଜ୍ୟକୁ ଚାଲାଣ କରୁଛନ୍ତି। ଗୋଟିଏ ପିକଅପ୍‌ ଭ୍ୟାନ୍‌ରେ ପ୍ରାୟ ୧୦ହଜାର, ୪୦୭ ମିନିଟ୍ରକ୍‌ରେ ୨୦ହଜାର ଏବଂ ଟ୍ରକ୍‌ରେ ୩୦ରୁ ୪୦ହଜାର ଲିଟର ପର୍ଯ୍ୟନ୍ତ ପାଣି ନେଉଛନ୍ତି। କୋଲକାତାରେ ଜିଅନ୍ତା ମାଛର ଚାହିଦା ରହିଛି। ତେଣୁ ଚିଲିକା ପାଣିରେ ଜିଅନ୍ତା ମାଛ ରଖି ବାହାର ରାଜ୍ୟକୁ ଚାଲାଣ କରାଯାଉଥିବା ଜଣାପଡ଼ିଛି। ଦୈିନିକ ପ୍ରାୟ ୫ଲକ୍ଷ ଲିଟର ପାଣି ମାଛ ପରିବହନ ବାହାନାରେ ଚୋରି ହେଉଛି। ଏହାକୁ ବିରୋଧ କଲେ ଧମକ୍‌ ମିଳୁଥିବା ସ୍ଥାନୀୟ ଗ୍ରାମବାସୀ ଓ ମତ୍ସ୍ୟଜୀବୀ କହିଛନ୍ତି। ଚିଲିକାର ଜଳସ୍ତର କମୁଥିବାବେଳେ ଅନାବନା ଦଳ ଓ ପଙ୍କ ଯୋଗୁ ମତ୍ସ୍ୟଜୀବୀମାନେ ଡଙ୍ଗା ନେଇ ଚିଲିକା ଭିତରକୁ ଯିବା ଲାଗି ହଇରାଣ ହେଉଛନ୍ତି। ଜିଲା ପ୍ରଶାସନ ଏବଂ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ସବୁ ଜାଣି ବି ଚୁପ୍‌ ବସିଥିବା ସାଧାରଣରେ ଅଭିଯୋଗ ହେଉଛି।
ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲାର ପ୍ରାୟ ୧୧୬୫ ବର୍ଗ କି.ମି. ଅଞ୍ଚଳ ପର୍ଯ୍ୟନ୍ତ ଚିଲିକା ପରିବ୍ୟାପ୍ତ ଥିଲା। କ୍ରମଶଃ ଏହା ସଙ୍କୁଚିତ ହୋଇ ୧୦୯୧ ବର୍ଗ କି.ମି.କୁ ଆସିଲାଣି। ଏହି ୩ଜିଲାର ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଛୋଟ ବଡ଼ ନଦୀ, ନାଳର ପାଣି ଚିଲିକାରେ ମିଶିଥାଏ। ଗୋଟିଏ ପଟେ ନଦୀ, ନାଳର ପାଣି ସହ ମାଟି, ଗୋଡ଼ି, ପ୍ଲାଷ୍ଟିକ, ପଲିଥିନ ପ୍ରଭୃତି ବର୍ଜ୍ୟ ବସ୍ତୁ ଭାସି ଆସି ଧୀରେ ଧୀରେ ଚିଲିକା ପୋତି ହେବାରେ ଲାଗିଥିବାବେଳେ ଅନ୍ୟପଟେ ପ୍ରାୟ ୧୫୦ ବର୍ଗ କି.ମି. ଅଞ୍ଚଳର ନଳଘାସ ସଫେଇ କରାଯାଉ ନ ଥିବାରୁ ଚିଲିକା ପ୍ରଦୂଷିତ ହୋଇପଡୁଛି। ପୁରୀ ଜିଲାର ବରକୁଦିଠାରୁ ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ ଅଧୀନ କୁମଣ୍ଡପାଟଣା ଉପକୂଳବର୍ତ୍ତୀ ଅଞ୍ଚଳରେ ନଳଘାସ ମାଡ଼ିଗଲାଣି। ଏଥିଯୋଗୁ ଜଳଜୀବ ପ୍ରଭାବିତ ହେଉଛନ୍ତି। ମତ୍ସ୍ୟଜୀବୀଙ୍କ ଜୀବିକା ମଧ୍ୟ ଉଜୁଡ଼ିବାକୁ ବସିଛି। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ଚାଲିଥିବା ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଏବଂ ଜିଲା ପ୍ରଶାସନ ସଫେଇ ଦେଉଛନ୍ତି। କିନ୍ତୁ ବାସ୍ତବ ଚିତ୍ର ଭିନ୍ନ। ଗତବର୍ଷ ଭୁଷଣ୍ଡପୁର ଓ ଆଖପାଖ ଅଞ୍ଚଳର ମାଟିବନ୍ଧ ଘେରିଗୁଡ଼ିକୁ ଭାଙ୍ଗିବା ଲାଗି ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମାତ୍ର କିଛିଦିନ ପରେ ତାହା ଶିଥିଳ ପଡ଼ିଗଲା। ପୁଣି ମାଟିବନ୍ଧ ଘେରି ଗଢ଼ିିଉଠିଲା। ଏବେ ହଜାର ହଜାର ହେକ୍ଟର ଜମିରେ ମାଟିବନ୍ଧ ଘେରି ରହିଥିବା ଦେଖିବାକୁ ମିଳୁଛି। ସେହି ଘେରିଗୁଡ଼ିକ ଯେପର୍ଯ୍ୟନ୍ତ ଭଙ୍ଗା ନ ଯାଇଛି ସେ ପର୍ଯ୍ୟନ୍ତ ଚିଲିକା ବିପଦମୁକ୍ତ ନୁହେଁ ବୋଲି ପରିବେଶବିତ୍‌ମାନେ ମତ ଦେଉଛନ୍ତି। ଏନେଇ ଖୋର୍ଦ୍ଧା ଉପଜିଲାପାଳ ଅଶୋକ ବେହୁରିଆଙ୍କୁ ପଚାରିବାରେ ଚିଲିକା ପାଣିରେ ମାଛ ଚାଲାଣ ହେଉଥିବା ଖବର ପାଇଛି। ଏହି ଘଟଣାର ଅନୁଧ୍ୟାନ କରାଯିବ। ଚିଲିକାରେ ପାଟ୍ରୋଲିଂ କରିବାକୁ ସ୍ଥାନୀୟ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଚିଲିକାରେ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ଜାରି ରହିଛି। ହାଟବରିଡ଼ିରେ ଗଢ଼ିଉଠିଥିବା ପ୍ରାୟ ୬୦ହେକ୍ଟର ଚିଙ୍ଗୁଡ଼ି ଘେରି ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇଛି। ଆଗକୁ ଚିଲିକା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବେଆଇନ ଭାବେ ଗଢ଼ି ଉଠିଥିବା ମାଟିବନ୍ଧ ଘେରି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯିବା ଯୋଜନା ରହିଛି। ଚିଲିକାକୁ ସମ୍ପୂର୍ଣ୍ଣ ଘେରି ମୁକ୍ତ ଏବଂ ବେଆଇନ କାର୍ଯ୍ୟକଳାପ ରୋକିବା ଲାଗି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ତହସିଲଦାର, ମତ୍ସ୍ୟ ବିଭାଗ ଏବଂ ପୋଲିସ ପ୍ରଶାସନ ସହ ଆଲୋଚନା କରାଯାଇଛି। ଚିଲିକାରେ ବେଆଇନ ଚିଙ୍ଗୁଡ଼ି ଘେରିକଲେ, ସେମାନଙ୍କ ବିରୋଧରେ ଥାନାରେ ଏତଲା ଦେବାକୁ ତହସିଲଦାରଙ୍କୁ କୁହାଯାଇଛି।

ପ୍ରଭାତ କୁମାର ପାଣିଗ୍ରାହୀ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?