Posted inଖେଳ

ଜାତୀୟ ସ୍କି ଓ ସ୍ନୋବୋର୍ଡ ଚାମ୍ପିୟନଶିପ୍‌ ଉପରେ ନଜର

ଭୁବନେଶ୍ୱର, ୧୫।୨(କ୍ରୀଡ଼ା ପ୍ରତିନିଧି): ଜମ୍ମୁ-କଶ୍ମୀରର ଗୁଲ୍‌ମାର୍ଗରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡ଼ାରେ ପ୍ରଭାବୀ ପ୍ରଦର୍ଶନ କରି ସମସ୍ତଙ୍କ ମନ ଜିତିଥିବା ଓଡ଼ିଶାର ସ୍ନୋ ଗର୍ଲ ରଞ୍ଜିତା ବେହେରା ଏବେ ଜାତୀୟ ଚାମ୍ପିୟନଶିପ୍‌ ଉପରେ ନଜର କେନ୍ଦ୍ରୀଭୂତ କରିଛନ୍ତି। ଉତ୍ତରାଖଣ୍ଡର ଅଉଲିଠାରେ ଜାତୀୟ ସ୍କି ଓ ସ୍ନୋବୋର୍ଡ ଚାମ୍ପିୟନଶିପ୍‌ ଚଳିତ ମାସ ୨୩ରୁ ୨୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ଭାଗ ନେବାପାଇଁ ରଞ୍ଜିତା ବୁଧବାର ଗୁଲମାର୍ଗରୁ ଅଉଲି ଯିବେ। ଖେଲୋ ଇଣ୍ଡିଆ ପ୍ରତିଯୋଗିତାରେ ନିଜ ଆଶା ମୁତାବକ ପ୍ରଦର୍ଶନ କରିପାରିଥିବାରୁ ଜାତୀୟ ସ୍କି ଓ ସ୍ନୋବୋର୍ଡରେ ମଧ୍ୟ ସେ ଚମକ ଦେଖାଇବା ନେଇ ଆଶାବାଦୀ ଅଛନ୍ତି।
ପ୍ରକାଶଯୋଗ୍ୟ ଯେ, ଓଡ଼ିଶାର ଏକମାତ୍ର ଖେଳାଳିଭାବେ ରଞ୍ଜିତା ଗୁଲ୍‌ମାର୍ଗରେ ଗତ ୧୨ ଓ ୧୩ ତାରିଖରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡ଼ାରେ ଅଲ୍‌ପାଇନ୍‌ ସ୍କିଂ ବିଭାଗର ଜାଏଣ୍ଟ ସାଲାଲମ ଓ ସାଲାଲମରେ ଅଂଶଗ୍ରହଣ କରିଥିଲେ। ଉଦ୍‌ଘାଟନୀ ଉତ୍ସବରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କ ଶୁଭେଚ୍ଛା ଖୁବ୍‌ ପ୍ରେରଣାଦାୟୀ ଥିଲା। ବିଶେଷ କରି ଓଡ଼ିଶା ପରି ଏକ ବରଫବିହୀନ ରାଜ୍ୟରୁ ଆସି ଏପରି ଏକ ସମ୍ମାନଜନକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବାରୁ ରଞ୍ଜିତାଙ୍କୁ ଧନ୍ୟବାଦ ଜଣାଇଥିଲେ ଅନୁରାଗ। ଏହା ତାଙ୍କୁ ବହୁତ ଉତ୍ସାହିତ କରିଥିଲା ବୋଲି ରଞ୍ଜିତା ପ୍ରକାଶ କରିଛନ୍ତି। ସିନିୟର ମହିଳା ବିଭାଗର ୨ଟି ଯାକ ଖେଳରେ ଭାଗନେଇ ଫାଇନାଲ ରାଉଣ୍ଡରେ ଅଳ୍ପକେ ପଦକ ହାସଲରୁ ବଞ୍ଚତ୍ତ ହୋଇଥିଲେ ରଞ୍ଜିତା। ମାତ୍ର ତାଙ୍କର ଉନ୍ନତମାନର କୌଶଳ ପ୍ରଦର୍ଶନରେ ଉପସ୍ଥିତ ଅନ୍ୟ ରାଜ୍ୟର କୋଚ୍‌, ଖେଳାଳି ଓ ଅଲିମ୍ପିଆନମାନେ ଅଭିଭୂତ ହୋଇ ପଡ଼ିଥିଲେ। ସମୁଦ୍ର ପତ୍ତନଠାରୁ ୧୧୫୦୦ ଫୁଟ ଉଚ୍ଚ ଗୁଲ୍‌ମାର୍ଗ ‘ମେରୀ ସୋଲଡର’ର ବିପଦପୂର୍ଣ୍ଣ ସ୍କି ଗଡ଼ାଣିରେ ଅନେକ ଅଭିଜ୍ଞ ଖେଳାଳି ଅଯୋଗ୍ୟ ଘୋଷିତ ହୋଇଥିବାବେଳେ ରଞ୍ଜିତା ସମସ୍ତ ବାଧାକୁ ଅତିକ୍ରମ କରି ଫିନିଶିଂ ପଏଣ୍ଟରେ ପହଞ୍ଚତ୍ ପାରିଥିଲେ। ସେନା, ଇଣ୍ଡୋ ତିବ୍ଦତୀୟ ପୋଲିସ ଏବଂ ଅଭିଜ୍ଞ ଖେଳାଳିଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବା ଏକ ଚ୍ୟାଲେଞ୍ଜ ଥିଲା ବୋଲି ରଞ୍ଜିତା କହିଛନ୍ତି। ରଞ୍ଜିତାଙ୍କ ପ୍ରଦର୍ଶନରେ ଖୁସିବ୍ୟକ୍ତ କରିଥିଲେ ଇଣ୍ଡୋ ତିବ୍ଦତୀୟ ପୋଲିସର ଡେପୁଟି କମାଣ୍ଡାଣ୍ଟ ତଥା କୋଚ୍‌ ନାନକ ଚାନ୍ଦ ଠାକୁର। ”ପ୍ରତିଯୋଗିତାର ରୁଟ୍‌ ଅନ୍ତର୍ଜାତୀୟ ସ୍ତରର ଥିଲା। ଏଥିରେ ବହୁ ଅଭିଜ୍ଞ ଖେଳାଳି ତ୍ରୁଟି କରି ଅଯୋଗ୍ୟ ଘୋଷିତ ହୋଇଥିଲେ। ମାତ୍ର ରଞ୍ଜିତା ଯେପରି ସମସ୍ତ ବାଧାକୁ ଅତିକ୍ରମ କରି ଫିନିଶିଂ ପଏଣ୍ଟରେ ପହଞ୍ଚତ୍ ପାରିଲେ ତାହା ପ୍ରଶଂସନୀୟ। ଉଚ୍ଚମାନର ତାଲିମ ଦିଆଗଲେ ସେ ଆହୁରି ଭଲ କରିପାରିବେ“ ବୋଲି ନାନକ ଚାନ୍ଦ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?