Posted inଜାତୀୟ

‘ଭାରତୀୟ ସେନାକୁ ଧନ୍ୟବାଦ’ କହି କିସ୍‌ କଲେ

କୋଚି,୯।୨: କେରଳର ପାଲାକ୍କାଡ ପାହାଡରେ ସୋମବାରଠାରୁ ଫଶି ରହିଥିବା ଜଣେ ଯୁବ ଟ୍ରେକରଙ୍କୁ ସେନାର ମାରାଥନ ଉଦ୍ୟମ ପରେ ବୁଧବାର ସକାଳେ ଉଦ୍ଧାର କରାଯାଇଛି।

“ଭାରତୀୟ ସେନାକୁ ଅନେକ ଅନେକ ଧନ୍ୟବାଦ୍‌” ପାହାଡରୁ ସୁରକ୍ଷିତ ଭାବେ ଉଦ୍ଧାର ପାଇବା ପରେ ଆର. ବାବୁ କହିଛନ୍ତି। ଗ୍ରୁପ୍‌ ଫଟୋ ପାଇଁ ଯବାନଙ୍କ ମଝିରେ ବସିଥିବା ଆର. ବାବୁ ସେନା ଅଧିକାରୀଙ୍କୁ ଧନ୍ୟବାଦ୍‌ ଜଣାଇବା ଲାଗି କିସ୍‌ କରିଥିଲେ।

ଉକ୍ତ ଯୁବକ ସୋମବାର ଦୁଇ ସାଙ୍ଗଙ୍କ ସହ ମାଲାମପୁଝାସ୍ଥିତ ଚେରାଡ୍‌ ପାହାଡରେ ଚଢ଼ିବା ଆରମ୍ଭ କରିଥିଲେ। ଦୁଇ ବନ୍ଧୁ ବିଫଳ ହୋଇ ଫେରିଯିବା ସତ୍ତ୍ୱେ ପାହାଡ଼ ଶିଖରକୁ ଚଢ଼ି ଯାଇଥିଲେ ଆର. ବାବୁ। କିନ୍ତୁ ସେଠାରୁ ଖସି ପଡ଼ିବାରୁ ସେ ଦୁଇ ପାହାଡ଼ ମଧ୍ୟରେ ଫଶି ଯାଇଥିଲେ।

“ବାଙ୍ଗାଲୋର ପାରାଚ୍ୟୁଟ ରେଜିମେଣ୍ଟାଲ ସେଣ୍ଟରରେ ଦଳଗୁଡ଼ିକ ଏକତ୍ରିତ ହୋଇଥିଲେ। ଉଦ୍ଧାରକାରୀ ଦଳରେ ହାଇ ଆଲ୍‌ଟିଟ୍ୟୁଡ୍‌ ଓ୍ବାରଫେୟାର ଟିମ୍‌ ଓ ଏଭରେଷ୍ଟ ଶିଖର ଛୁଇଁଥିବା ଦୁଇ ଜଣ ପର୍ବତାରୋହୀ ଥିଲେ। ଉଚ୍ଚ କ୍ଷମତା ସମ୍ପନ୍ନ ମାଦ୍ରା ରେଜିମେଣ୍ଟାଲ ଟିମ୍‌ ୨୫୦ ଫୁଟ୍‌ର ବ୍ୟବଧାନକୁ ଅତିକ୍ରମ କରି ବାବୁଙ୍କ ପାଖରେ ପହଞ୍ଚିଥିଲା। ତାଙ୍କୁ ପାହାଡ଼ରୁ ତଳକୁ ନେବା ପରିବର୍ତ୍ତେ ଉପରକୁ ଉଠାଇ ଅଣାଯାଇଥିଲା ” ବୋଲି ଲ୍ୟୁଟନାଣ୍ଟ ଜେନେରାଲ ଏ ଅରୁନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

ୟୁପିରେ ବନ୍ୟା: ପ୍ରଭାବିତ ଅଞ୍ଚଳ ବୁଲିଲେ ଯୋଗୀ, ରିଲିଫ କିଟ୍‌ କଲେ ବଣ୍ଟନ

ଲକ୍ଷ୍ନୌ,୨୯।୮: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ବନ୍ୟା ପରିସ୍ଥିତିକୁ ଗମ୍ଭୀରତାର ସହ ନେଉଛନ୍ତି। ଚିତ୍ରକୂଟ, ଜାଲୌନ, ହମିରପୁର ଏବଂ ଆଉରିଆରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୋଗୀ…

ଗ୍ଲେସିଅର୍ ତାଣ୍ଡବ ମଧ୍ୟରେ ଭାରତ ସାଜିଲା ଦେବଦୂତ! ପିଏମ୍ ମୋଦିଙ୍କୁ ‘ଉଦାର’ କହି କୃତଜ୍ଞତା ଜଣାଇଲେ ନେପାଳ ଅର୍ଥମନ୍ତ୍ରୀ!

କାଠମାଣ୍ଡୁ,୨୯।୮: ନେପାଳ-ତିବ୍ବତ ସୀମାରେ ହିମସ୍ଖଳନ ଏବଂ ଗ୍ଲେସିଅର୍ ଫାଟିବା ଯୋଗୁ ଆସିଥିବା ବିନାଶକାରୀ ବନ୍ୟା ନେପାଳରେ ଭୟଙ୍କର ତାଣ୍ଡବ ରଚିଛି। ଏହି ପ୍ରାକୃତିକ ବିପତ୍ତିରେ ବର୍ତ୍ତମାନ ସୁଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri