ଥାଣେ,୩୦।୧୧: ଖାଦ୍ୟ ପ୍ରତି ଭଲ ପାଇବାର ଏଭଳି ଦୃଷ୍ଟାନ୍ତ ବୋଧହୁଏ କେବେ ଶୁଣି ନ ଥିବେ। ମହାରାଷ୍ଟ୍ର ଥାଣେର ଭିଓ୍ବାଣ୍ଡି ଅଞ୍ଚଳରେ ଆୟୋଜିତ ଏକ ବିବାହ ଭୋଜି ବେଳେ ମ୍ୟାରେଜ ହଲରେ ନିଆଁ ଲାଗିଯାଇଥିଲା। ଏହାସତ୍ତ୍ୱେ ଜଣେ ଅତିଥି ଖାଇବା ଥାଳିରୁ ଉଠି ନ ଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
https://twitter.com/musab1/status/1465128487707025409?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1465128487707025409%7Ctwgr%5E%7Ctwcon%5Es1_&ref_url=https%3A%2F%2Fwww.ndtv.com%2Findia-news%2Fwatch-as-fire-brings-down-wedding-guests-keep-eating-in-maharashtra-2629670
ଭାଇରାଲ ହୋଇଥିବା ଭିଡିଓରେ ଏକ ବିବାହ ଭୋଜିରେ ଦୁଇ ଜଣ ବ୍ୟକ୍ତି ଖାଦ୍ୟର ମଜା ନେଉଥିବା ବେଳେ ତାଙ୍କ ପଛରେ ଭୟାବହ ନିଆଁ ଲାଗିଥିବା ଦେଖିବାକୁ ମିଳୁଛି। ଉଭୟ ଅତିଥି ପଛରେ ନିଆଁକୁ ଦେଖିବା ପରେ ମଧ୍ୟ ଖାଇବା ଜାରି ରଖିଥିଲେ।
ତେବେ ବାଣ ଯୋଗୁ ରବିବାର ସନ୍ଧ୍ୟାରେ ଅନସାରି ମ୍ୟାରେଜ ହଲରେ ନିଆଁ ଲାଗିଯାଇଥିଲା। ଏଥିରେ ୬ଟି ଦୁଇ ଚକିଆ ଯାନ ସହ ଜଳି ଯାଇଥିଲା କିଛି ଚେୟାର ଓ ଡେକୋରେଶନ। ୪ ଦମକଳ ଗାଡ଼ି ନିଆଁ ଲିଭାଇ ଥିଲେ। ଏଥିରେ କେହି ମୃତାହତ ହୋଇନାହାନ୍ତି।

