Posted inଖେଳ

ଇତିହାସ ସୃଷ୍ଟି କଲେ ୧୪ ବର୍ଷୀୟ ଇରା ଯାଦବ, ୧୫୭ ବଲରେ କଲେ ୩୪୬ ରନ୍

ମୁମ୍ବାଇ,୧୨।୧: ଆଗାମୀ ୧୯ ବର୍ଷରୁ କମ୍ ମହିଳା ବିଶ୍ୱକପରେ ଭାରତ ପାଇଁ ତିନି ଜଣ ଷ୍ଟାଣ୍ଡବାଏ ଖେଳାଳିଙ୍କ ମଧ୍ୟରୁ ଜଣେ ୧୪ ବର୍ଷୀୟା ଇରା ଯାଦବ ରବିବାର (ଜାନୁଆରୀ ୧୨) ସୀମିତ ଓଭର ମ୍ୟାଚ୍‌ରେ ତ୍ରିଶତକ ହାସଲ କରିଥିବା ପ୍ରଥମ ଭାରତୀୟ ମହିଳା କ୍ରିକେଟର ହୋଇ ଇତିହାସ ସୃଷ୍ଟି କରିଛନ୍ତି।

ଆଲୁର କ୍ରିକେଟ୍ ଗ୍ରାଉଣ୍ଡରେ ମେଘାଳୟ ବିପକ୍ଷରେ ଖେଳାଯାଇଥିବା ୧୯ ବର୍ଷରୁ କମ୍ ମହିଳା ଦିନିକିଆ କପ୍ ମ୍ୟାଚ୍‌ରେ ମୁମ୍ବାଇ ପାଇଁ ଇରା ୧୫୭ ବଲ୍‌ରୁ ୩୪୬ ରନ୍ କରି ଅପରାଜିତ ରହିଥିଲେ।

କ୍ରିଜରେ ରହିବା ସମୟରେ, ଇରା ୪୨ ଚୌକା ଏବଂ ୧୬ ଛକା ମାରିଥିଲେ ଏବଂ ଅଧିନାୟକ ହର୍ଲି ଗାଲା (୧୧୬)ଙ୍କ ସହିତ ଦ୍ୱିତୀୟ ୱିକେଟ ପାଇଁ ୨୭୪ ରନ ଏବଂ ଦୀକ୍ଷା ପାୱାର (୩୯)ଙ୍କ ସହିତ ତୃତୀୟ ୱିକେଟ ପାଇଁ ୧୮୬ ରନ ଯୋଡିଥିଲେ। ଇରାଙ୍କ ସୁପର ଶୋ ବଳରେ, ମୁମ୍ବାଇ ୫୦ ଓଭରରେ ତିନି ୱିକେଟ ହରାଇ ମୋଟ ୫୬୩ ରନ ସଂଗ୍ରହ କରିପାରିଥିଲା।

ଗତ ସପ୍ତାହରେ ମହିଳା ପ୍ରିମିୟର ଲିଗ୍ ୨୦୨୫ ନିଲାମରେ ବିକ୍ରି ନହୋଇଥିବା ମୁମ୍ବାଇର ଏହି ଯୁବ କ୍ରିକେଟର ବିସିସିଆଇ ଦ୍ୱାରା ଆୟୋଜିତ ସୀମିତ ଓଭର ଟୁର୍ଣ୍ଣାମେଣ୍ଟରେ ତ୍ରିଶତକ ହାସଲ କରିଥିବା ପ୍ରଥମ ଭାରତୀୟ (ପୁରୁଷ/ମହିଳା)।

୫୬୪ ରନର ଟାର୍ଗେଟର ଜବାବରେ, ମେଘାଳୟ ଦଳ ୨୫.୪ ଓଭରରେ କେବଳ ୧୯ ରନ କରିପାରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୪ରେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ପଦଯାତ୍ରାରେ ଯିବେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨ା୮(ପି.ଟି.): ଖାଣ୍ଟି ପେଟ୍ରୋଲ ଏବଂ ଇ୨୦ (୨୦% ଇଥାନଲ ମିଶ୍ରିତ ପେଟ୍ରୋଲ) ମଧ୍ୟରୁ ଗ୍ରାହକ ଗୋଟିଏକୁ ବାଛିବା ନିମନ୍ତେ ପେଟ୍ରୋଲ ପମ୍ପଗୁଡ଼ିକରେ ସରକାର ବିକଳ୍ପ ବ୍ୟବସ୍ଥା ରଖିବାକୁ…

ସପିଂ ସେଣ୍ଟରରେ ଆଖିବୁଜା ଗୁଳି ଚାଳନା, ୩ ମୃତ

ଓ୍ବାଶିଂଟନ,୨।୮: ଆମେରିକାରେ ଗୁଳିକାଣ୍ଡ ଘଟଣା ବଢ଼ିବାରେ ଲାଗିଛି। ସଦ୍ୟତମ ଘଟଣାଟି ଆଇଡାହୋର ଟ୍ବିନ ଫଲ୍ସ ସହରରେ ଘଟିଛି, ଯେଉଁଠାରେ ଶନିବାର ଅପରାହ୍ନରେ ଜଣେ ଆକ୍ରମଣକାରୀ ଏକ ସପିଂ…

ଏଇ ଭାରତରେ

ବେଙ୍ଗାଲୁରୁର ସୂର୍ଯ୍ୟ ଉତ୍କର୍ଷ ସଡ଼କ ସୁରକ୍ଷା ସମ୍ପର୍କରେ ଲୋକଙ୍କୁ ସଚେତନ କରୁଛନ୍ତି। ପିଲାବେଳେ ରାସ୍ତା ଦୁର୍ଘଟଣାର ଶିକାର ହୋଇ ଅନେକ ଦିନର ଚିକିତ୍ସା ପରେ ସୁସ୍ଥ ହୋଇ…

ଡାହାଣୀ ହୋଇ ଲାଗିବେ

ମୋର ଜଣେ ଆରକ୍ଷୀ ବନ୍ଧୁ ତାଙ୍କ ହ୍ବାଟ୍ସଆପ୍‌ ଷ୍ଟାଟସ୍‌ରେ ନିଶା ନିବାରଣ ପାଇଁ ପୋଲିସ ବିଭାଗ ସହ ହାତ ମିଳାଇ କାମ କରିବା ପାଇଁ ତାଙ୍କର ସାଙ୍ଗସାଥୀ…

୨୦ ବର୍ଷ ପରେ କୋଲକାତା ଫେରିଲେ ତସଲିମା ନାସରିନ; ହେଲେ ପରିସ୍ଥିତି ହେଲା ଅଶାନ୍ତ, କାହିଁକି ଜାଣନ୍ତୁ

କୋଲକାତା,୨।୮: ପ୍ରାୟ ଦୁଇ ଦଶନ୍ଧି ପରେ ତସଲିମା ନାସରିନ ପୁଣି ଥରେ କୋଲକାତାରେ ପହଞ୍ଚିଛନ୍ତି। ସେ ମନ୍ତବ୍ୟ ଦେଇଥିଲେ ଯେ ତାଙ୍କର ପ୍ରତ୍ୟାବର୍ତ୍ତନ ପ୍ରମାଣ କରେ ଯେ…

ୟୁରୋପରେ ଗ୍ରୀଷ୍ମ ତାଣ୍ଡବ

ଶୀତପ୍ରଧାନ ମହାଦେଶ ୟୁରୋପରେ ଅତ୍ୟଧିକ ଉତ୍ତାପଜନିତ ବିପର୍ଯ୍ୟୟ ଯେ କେତେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି କରିପାରେ, ଏହା ଅବିଶ୍ୱସନୀୟ ହେଲେ ମଧ୍ୟ ୨୦୨୬ ମସିହା ଗ୍ରୀଷ୍ମଋତୁ ତାହାର…

ସମୟର ସଙ୍କେତ

ମଦର ଅଫ୍‌ ଡେମୋକ୍ରାସି ବା ଗଣତନ୍ତ୍ରର ଜନନୀ ହେଉଛି ଭାରତ। ଏହା ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ ଏକ ଅସ୍ଥାୟୀ ନିର୍ବାଚିତ ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛି।…

ରାହୁଲ ଗାନ୍ଧୀ , ପପୁ ଯାଦବଙ୍କ ନାମରେ ରୁଜୁ ହେଲା ମାମଲା, କାହିଁକି ଜାଣନ୍ତୁ…

ବାରାଣସୀ,୧ା୮: ପାର୍ଲାମେଣ୍ଟରେ ବିରୋଧୀ ଦଳ ଏମ୍‌ପିମାନଙ୍କ ବିକ୍ଷୋଭ ବେଳେ ସନାତନ ଧର୍ମକୁ ଅପମାନିତ କରାଯିବା ସହ ଧର୍ମୀୟ ଭାବାବେଗକୁ ଆଘାତ ପହଞ୍ଚାଇଥିବା ଅଭିଯୋଗରେ ବାରାଣସୀ ପୋଲିସ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri