କାଳ ସାଜିଛି ବର୍ଜ୍ୟପାଣି, କୀଟନାଶକ

ରଘୁନାଥପୁର,୭।୧୧(ଡି.ଏନ୍‌.ଏ.):ରଘୁନାଥପୁର ବ୍ଲକ ବିଦ୍ୟାଧରପୁର ପଞ୍ଚାୟତ ପଲ୍ଲୀଗଡ଼ ଓ ନାୟକସାହି ପୋଖରୀ ପୁନରୁଦ୍ଧାର ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଛି ା ଏହାସତ୍ତ୍ୱେ ପୋଖରୀକୁ ଲିଜ୍‌ରେ ନେବାକୁ ଏସ୍‌ଏଚ୍‌ଜି ସଦସ୍ୟାମାନେ ରାଜି ହେଉନାହାନ୍ତି। ସେମାନଙ୍କ କହିବାନୁଯାୟୀ, ଏକ କମ୍ପାନୀରୁ ନିର୍ଗତ ବର୍ଜ୍ୟପାଣି ଓ ଚାଷଜମିରେ ପ୍ରୟୋଗ ହେଉଥିବା ରାସାୟନିକ ସାର ଓ କୀଟନାଶକ ସବୁ ଉକ୍ତ ପୋଖରୀରେ ମିଶୁଛି। ଫଳରେ ମାଛ ଚାଷ କ୍ଷତିଗ୍ରସ୍ତ ହେଉଛି। ଏଥିଯୋଗୁ ମାଛ ଯାଆଁଳ ଛାଡିଲେ ସେଗୁଡିକ ବୃଦ୍ଧି ହେଉ ନ ଥିବା ସହ ଅନେକ ମରି ଯାଉଛନ୍ତି । ଫଳରେ ବହୁ କ୍ଷତି ସହିବାକୁ ପଡ଼ୁଛି ବୋଲି ସାମାଜିକ କର୍ମୀ ରହିମ ଖାଁ ଓ ଅଜୟ ସାମଲ କହିଛନ୍ତି।
ସୂଚନାଯୋଗ୍ୟ, ମୋଟ ୬ ଏକରରେ ଜମିରେ ହୋଇଥିବା ଏହି ପୋଖରୀକୁ ଦୁଇଟି ଚାଷଜମ ଲାଗି ରହିଛି। ଜଇପୁର ୧୧ନଂ (କ) ଜଳସେଚିତ କେନାଲର ପାଣି, ଚାଷଜମିରୁ ନିଃସୃତ ସାର ଓ କୀଟନାଶକ ପାଣି ଏବଂ ସ୍ଥାନୀୟ ନୂଆପଡାସ୍ଥିତ ଏକ କମ୍ପାନୀରୁ ବାହାରୁଥିବା ବର୍ଜ୍ୟପାଣି ଏହି ପୋଖରୀ ଦେଇ କିଛି ଦୂରରେ ଥିବା ବୁଦ୍ଧସଫେଇକୁ ନିଷ୍କାସିତ ହେଉଛି। ଏହାର ପ୍ରଭାବରେ ପୋଖରୀରେ ଥିବା ମାଛ ଯାଆଁଳଗୁଡ଼ିକ ମରିଯାଉଛନ୍ତି। ପୋଖରୀର ବନ୍ଧକୁ ଉଚ୍ଚ କରାଯାଇ ଯଦି ସ୍ବତନ୍ତ୍ର ଡ୍ରେନେଜ ଜରିଆରେ ବିଭିନ୍ନ ସ୍ଥାନରୁ ନିଃସୃତ ପାଣିକୁ ଉକ୍ତ ବାଟରେ ନିଷ୍କାସିତ କରାଗଲେ ପୋଖରୀ ସୁରକ୍ଷିତ ରହିବା ସହ ପଞ୍ଚାୟତ ତଥା ଲିଜ୍‌ ନେଉଥିବା ମହିଳାଗୋଷ୍ଠୀଙ୍କ ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ସହାୟକ ହୋଇପାରିବ ବୋଲି ସରପଞ୍ଚ ସାହେଦା ତବସୁମ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ପଞ୍ଚାୟତରେ ଏକ ରେଜୁଲେସନ ଅଣାଯାଇ ଡ୍ରେନେଜ ବିଭାଗ ନିର୍ବାହୀ ଯନ୍ତ୍ରୀ, ଜିଲାପାଳ,୫-ଟି ସଚିବ ଓ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରାଯିବ ବୋଲି ସରପଞ୍ଚ ତବସୁମ ଓ ସମିତିସଭ୍ୟା ସାଗରିକା ତରେଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ହତ୍ୟା ଉଦ୍ୟମ ମାମଲା: ୪ ମାସ ପରେ ଦମ୍ପତି ଗଲେ ଜେଲ୍

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସାହାଣୀ ସାହିର କୀର୍ତ୍ତନ ଦାସ (୬୬) ଏବଂ ତାଙ୍କ ସ୍ତ୍ରୀ ସୁବାସି ଦାସ (୬୦)ଙ୍କୁ ଶୁକ୍ରବାର…

ଦ୍ରୁତଗତିରେ ବାଇକ୍ ଚାଳନାକୁ ନେଇ ଗୋଷ୍ଠୀ ସଂଘର୍ଷ: ବୁଲିଲା ଠେଙ୍ଗା, ରଣକ୍ଷେତ୍ର ପାଲଟିଲା ଗାଁ ରାସ୍ତା

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ଅନ୍ତର୍ଗତ ବଜ୍ରଗୁମ୍ମା ଗ୍ରାମର ଓଡ଼ିଆ ସାହିରେ ଗୁରୁବାର ଅପରାହ୍ନରେ ଦ୍ରୁତଗତିରେ…

ଯୌତୁକ ନିର୍ଯ୍ୟାତନାରୁ ମହିଳାଙ୍କ ଆତ୍ମହତ୍ୟା ଘଟଣା: ୫ ମାସ ପରେ ଅଭିଯୁକ୍ତ ସ୍ବାମୀ ଗଲେ ଜେଲ  

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ ୱାର୍ଡ ଆନନ୍ଦ ନଗର ର ବିଶ୍ଵନାଥ ମହାରଣାଙ୍କ ଝିଅ ଉଷାରାଣୀ ମହାରଣା ସ୍ବାମୀ ଓ…

୧୦ ଲକ୍ଷ ଯୌତୁକ ଦାବିରେ ନିର୍ଯାତନା: ମାଡ଼ମାରି ନବବଧୂଙ୍କ ନାକରୁ ରକ୍ତସ୍ରାବ, ନନ୍ଦିପଦା ଥାନାରେ ମାମଲା ରୁଜୁ

ହାଟଡିହୀ/ଛେନାପଦୀ, ୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡ଼ଅଁର ପଞ୍ଚାୟତ ଅନ୍ତର୍ଗତ ସରଳା-ରାଧାନଗରପାଟଣା ଗ୍ରାମରେ ଜଣେ ନବବଧୂଙ୍କୁ ୧୦ ଲକ୍ଷ ଟଙ୍କା ଯୌତୁକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?