ସଫା ହେଉନି ବର୍ଜ୍ୟବସ୍ତୁ, ଆମିଷ ବଜାର ଦୁର୍ଗନ୍ଧମୟ

ରାଇଘର, ୨୩ା୧(ଡି.ଏନ୍‌.ଏ.) ନବରଙ୍ଗପୁର ଜିଲା ରାଇଘର ବ୍ଲକ ସଦର ମହକୁମାସ୍ଥିତ ଧଡ଼ରାପାରାରେ ଥିବା ଆମିଷ ବଜାର ଅବ୍ୟବସ୍ଥାରେ ପଡ଼ିରହିଛି। ଫଳରେ ଗ୍ରାହକ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି।
ରାଇଘର ବ୍ଲକ କାର୍ଯ୍ୟାଳୟ ପଛପଟେ ରହିଥିବା ଧଡ଼ରାପାରାରେ ଆମିଷ ବଜାର ରହିଛି। ପଞ୍ଚାୟତ ପକ୍ଷରୁ ମାତ୍ର ୮ଟି ଷ୍ଟଲ୍‌ ନିର୍ମାଣକରି ବେପାରୀଙ୍କୁ ଦିଆଯାଇଛି। ଏଠାରେ ଅନ୍ୟ ବେପାରୀମାନେ ଉଠାଦୋକାନୀଭାବେ ବ୍ୟବସାୟ କରୁଛନ୍ତି। ଅନ୍ୟପଟେ ଲକ୍ଷାଧିକ ଟଙ୍କା ବ୍ୟୟରେ ପିଣ୍ଡି ନିର୍ମାଣ କରାଯାଇଥିଲେ ମଧ୍ୟ ବ୍ୟବହାର ନ ହୋଇ ପଡ଼ିରହିଛି। ଆମିଷ ବଜାର ମଧ୍ୟରେ ଜଙ୍ଗଲ ହୋଇଗଲାଣି। ଏଥିସହ ଏହାର ପରିବେଶ ଦୁର୍ଗନ୍ଧମୟ ରହୁଛି। ଏହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି । ଗ୍ରାହକ ନାକ ବନ୍ଦ କରି ବଜାର ଭିତରକୁ ଯାଉଛନ୍ତି। ସାପ୍ତାହିକ ହାଟ ରବିବାର ଦିନ ଯେଉଁ ଭଳି ସ୍ଥିତି ସୃଷ୍ଟି ହେଉଛି ସାଧାରଣ ଜନତା ତାହାକୁ ନେଇ ନାନା ସମସ୍ୟା ଭୋଗୁଛନ୍ତି। ଅପରପକ୍ଷେ ପ୍ରଶାସନ ପକ୍ଷରୁ ବଣ୍ଟନ କରାଯାଇଥିବା ଷ୍ଟଲ୍‌ଗୁଡିକ ମଧ୍ୟ ବ୍ୟବହାର ନ ହୋଇ ଅଧିକାଂଶ ସମୟରେ ବନ୍ଦ ହୋଇ ରହିଛି। ଏହିଭଳି ଅବ୍ୟବସ୍ଥାରେ ଆମିଷ ବଜାର ଗତି କରୁଥିବା ବେଳେ ଗ୍ରାହକମାନେ ଅନ୍ୟ ସ୍ଥାନକୁ ଯିବାକୁ ବାଧ୍ୟ ହେଉଛନ୍ତି। କୁକୁଡ଼ା ପର, ମାଛ କାତି ଓ ଅନ୍ୟ ବର୍ଜ୍ୟବସ୍ତୁଗୁଡିକ ପାହାଡ଼ ଭଳି ଗଦାହୋଇ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ପ୍ରଶାସନ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ଇନ୍ଦ୍ରାବତୀ ଡ୍ୟାମରେ ବଢୁଛି ଜଳସ୍ତର୍‌: ଟ୍ରାଏଲ୍‌ ରନ୍‌ରେ ଖୋଲାଗଲା ୪ ନଂ ଗେଟ୍‌

ନବରଙ୍ଗପୁର, ୩।୯(ସଦାଶିବ ପ୍ରହରାଜ): ଇନ୍ଦ୍ରାବତୀ ଜଳଭଣ୍ଡାରରେ ବଢୁଛି ଜଳସ୍ତର। ବିପଦ ସଂକେତ ନିକଟତର ହେବା ପରେ ଗେଟ୍‌ ଖୋଲିବାକୁ ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ କରିଛି ଡ୍ୟାମ୍‌ କର୍ତ୍ତୃପକ୍ଷ।…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ଶିକ୍ଷୟିତ୍ରୀ ପୂରବୀ ପରିଡ଼ା

ନବରଙ୍ଗପୁର,୩ା୯(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାର ଶିକ୍ଷାକ୍ଷେତ୍ର ପାଇଁ ଆସିଛି ଆଉ ଏକ ଗୌରବର ଖବର। ଜିଲାର ଶାରୀରିକ ଶିକ୍ଷା ଶିକ୍ଷୟିତ୍ରୀ ପୂରବୀ ପରିଡ଼ା ଚଳିତବର୍ଷ ଗୁରୁଦିବସ ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri