ସଫା ହେଉନି ବର୍ଜ୍ୟବସ୍ତୁ, ଆମିଷ ବଜାର ଦୁର୍ଗନ୍ଧମୟ

ରାଇଘର, ୨୩ା୧(ଡି.ଏନ୍‌.ଏ.) ନବରଙ୍ଗପୁର ଜିଲା ରାଇଘର ବ୍ଲକ ସଦର ମହକୁମାସ୍ଥିତ ଧଡ଼ରାପାରାରେ ଥିବା ଆମିଷ ବଜାର ଅବ୍ୟବସ୍ଥାରେ ପଡ଼ିରହିଛି। ଫଳରେ ଗ୍ରାହକ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି।
ରାଇଘର ବ୍ଲକ କାର୍ଯ୍ୟାଳୟ ପଛପଟେ ରହିଥିବା ଧଡ଼ରାପାରାରେ ଆମିଷ ବଜାର ରହିଛି। ପଞ୍ଚାୟତ ପକ୍ଷରୁ ମାତ୍ର ୮ଟି ଷ୍ଟଲ୍‌ ନିର୍ମାଣକରି ବେପାରୀଙ୍କୁ ଦିଆଯାଇଛି। ଏଠାରେ ଅନ୍ୟ ବେପାରୀମାନେ ଉଠାଦୋକାନୀଭାବେ ବ୍ୟବସାୟ କରୁଛନ୍ତି। ଅନ୍ୟପଟେ ଲକ୍ଷାଧିକ ଟଙ୍କା ବ୍ୟୟରେ ପିଣ୍ଡି ନିର୍ମାଣ କରାଯାଇଥିଲେ ମଧ୍ୟ ବ୍ୟବହାର ନ ହୋଇ ପଡ଼ିରହିଛି। ଆମିଷ ବଜାର ମଧ୍ୟରେ ଜଙ୍ଗଲ ହୋଇଗଲାଣି। ଏଥିସହ ଏହାର ପରିବେଶ ଦୁର୍ଗନ୍ଧମୟ ରହୁଛି। ଏହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି । ଗ୍ରାହକ ନାକ ବନ୍ଦ କରି ବଜାର ଭିତରକୁ ଯାଉଛନ୍ତି। ସାପ୍ତାହିକ ହାଟ ରବିବାର ଦିନ ଯେଉଁ ଭଳି ସ୍ଥିତି ସୃଷ୍ଟି ହେଉଛି ସାଧାରଣ ଜନତା ତାହାକୁ ନେଇ ନାନା ସମସ୍ୟା ଭୋଗୁଛନ୍ତି। ଅପରପକ୍ଷେ ପ୍ରଶାସନ ପକ୍ଷରୁ ବଣ୍ଟନ କରାଯାଇଥିବା ଷ୍ଟଲ୍‌ଗୁଡିକ ମଧ୍ୟ ବ୍ୟବହାର ନ ହୋଇ ଅଧିକାଂଶ ସମୟରେ ବନ୍ଦ ହୋଇ ରହିଛି। ଏହିଭଳି ଅବ୍ୟବସ୍ଥାରେ ଆମିଷ ବଜାର ଗତି କରୁଥିବା ବେଳେ ଗ୍ରାହକମାନେ ଅନ୍ୟ ସ୍ଥାନକୁ ଯିବାକୁ ବାଧ୍ୟ ହେଉଛନ୍ତି। କୁକୁଡ଼ା ପର, ମାଛ କାତି ଓ ଅନ୍ୟ ବର୍ଜ୍ୟବସ୍ତୁଗୁଡିକ ପାହାଡ଼ ଭଳି ଗଦାହୋଇ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ପ୍ରଶାସନ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ବିଧାୟକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ନାଏବ ସରପଞ୍ଚ

ନବରଙ୍ଗପୁର,୧୨।୪(ସଦାଶିବ ପ୍ରହରାଜ):ଋଣ ଦେବାକୁ କହି ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଏସ୍‌ଏଚ୍‌ଜି ମହିଳାଙ୍କୁ ବିଜେଡିରେ ମିଶାଉଥିବା ଅଭିଯୋଗ କରିଛନ୍ତି ନନ୍ଦାହାଣ୍ଡି ବ୍ଲକ ମେଣ୍ଟ୍ରି ପଞ୍ଚାୟତ ନାଏବ...

ମେ’, ଜୁନ୍‌ରେ ୪ ଦିନ ଡ୍ରାଏ ଡେ

ନବରଙ୍ଗପୁର,୭।୪(ସଦାଶିବ ପ୍ରହରାଜ)ନବରଙ୍ଗପୁର ଜିଲାରେ ଆଗାମୀ ସାଧାରଣ ନିର୍ବାଚନକୁ ଅବାଧ, ନିରପେକ୍ଷ, ସ୍ବଚ୍ଛ ଓ ଶାନ୍ତିଶୃଙ୍ଖଳାର ସହିତ ସୁଚାରୁରୂପେ ପରିଚାଳନା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଆବଶ୍ୟକ...

ଆଡ୍‌ମିଟ୍‌ କାର୍ଡ ପାଇଁ ଟଙ୍କା

ଚନ୍ଦାହାଣ୍ଡି, ୬।୪(ଦିଲୀପ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ସରକାରୀ ପାନାବେଡ଼ା ନୂତନ ହାଇସ୍କୁଲ ଛାତ୍ରୀଛାତ୍ରଙ୍କଠାରୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆଡ୍‌ମିଟ୍‌ କାର୍ଡ ଦେବା...

ଭାଜପା ଲୋକସଭା ପ୍ରାର୍ଥୀଙ୍କ ଗାଡ଼ିକୁ ଅଣ୍ଡା ମାଡ଼

ପାପଡ଼ାହାଣ୍ଡି, ୨୮।୩(ସ୍ବପ୍ନଜିତ ପଟ୍ଟନାୟକ)ନବରଙ୍ଗପୁର ଜିଲା ମଇଦଲପୁର ହାଟପଦାଠାରେ ବୁଧବାର ଭାଜପାର ନବରଙ୍ଗପୁର ଲୋକ ସଭା ପ୍ରାର୍ଥୀ ବଳଭଦ୍ର ମାଝିଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଛି। ବଳଭଦ୍ର...

ସିସି କ୍ୟାମେରାରେ କାଦୁଅ ଲଗାଇ କରୁଥିଲେ ବ୍ୟାଙ୍କ ଚୋରି: ସାଇରନ ବାଜିବାରୁ…

ଉମରକୋଟ, ୨୨।୩(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ସହର ମାଁ ପେଣ୍ଡ୍ରାଣୀ ମନ୍ଦିର ନିକଟରେ ଥିବା ଉତ୍କର୍ଷ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କରେ କିଛି ଦୁର୍ବୁତ୍ତ ଲୁଟ୍‌...

ପିଇବା ପାଣି ପାଇଁ ପ୍ରକୃତି ସାହା

ତେନ୍ତୁଳିଖୁଣ୍ଟି,୨୨।୩(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ପାତ୍ରପୁଟ ପଞ୍ଚାୟତ କଳାହାଣ୍ଡି ସୀମାନ୍ତ ପାହାଡ଼ ତଳି ଗାଁ ଝରଣଗୁଡ଼ା। ଗ୍ରାମବାସୀଙ୍କ ପିଇବା ପାଣି ପାଇଁ ପ୍ରକୃତି...

ଶିକ୍ଷକଙ୍କ ମାଡ଼ରେ ନର୍ସରି ଛାତ୍ର ଲହୁଲୁହାଣ

ରାଇଘର,୨୨ା୩(କିରଣ ପଟ୍ଟନାୟକ):ନବରଙ୍ଗପୁର ଜିଲା କୁନ୍ଦେଇ ଥାନା ଅଧୀନ କାନାଡିହି ଗ୍ରାମର ଜଣେ ଛାତ୍ର ସ୍କୁଲ ଶିକ୍ଷକଙ୍କ ମାଡ଼ରେ ଲହୁଲୁହାଣ ହୋଇଛନ୍ତି। ସମ୍ପୃକ୍ତ ଶିକ୍ଷକଙ୍କ ନାମରେ ଛାତ୍ରଙ୍କ...

କେନ୍ଦ୍ର ସରକାରଙ୍କ ଯୋଜନାର ପ୍ରଚାରକଲେ

ଉମରକୋଟ, ୨୦।୩(ସନ୍ତୋଷ ଶତପଥୀ): ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ମଙ୍ଗଳବାର ଉମରକୋଟ ଗସ୍ତ କରିଥିଲେ। ସେ ପ୍ରଥମେ ସ୍ଥାନୀୟ ଏକ ଚା’ ଦୋକାନରେ ଦଳୀୟ କର୍ମୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri