Posted inଜାତୀୟ

ଓ୍ବାସିମ୍‌ ରିଜଭି ଇସଲାମ ଛାଡ଼ି ହିନ୍ଦୁଧର୍ମ ଗ୍ରହଣ କଲେ…

ନୂଆଦିଲ୍ଲୀ,୬।୧୨: ଶିଆ ୱାକଫ ବୋର୍ଡର ପୂର୍ବତନ ଚେୟାରମ୍ୟାନ ୱାସିମ ରିଜଭି ଇସଲାମ ଛାଡି ସୋମବାର ହିନ୍ଦୁଧର୍ମରେ ଦୀକ୍ଷିତ ହୋଇଛନ୍ତି। କୁରାନର ଆୟତଗୁଡ଼ିକୁ ହଟାଇବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିବା ୱାସିମ ରିଜଭି ହିନ୍ଦୁଧର୍ମ ଗ୍ରହଣ କରିଛନ୍ତି। ସେ ୱାସିମ ରିଜଭିରୁ ଜିତେନ୍ଦ୍ର ନାରାୟଣ ସିଂ ତ୍ୟାଗି ନାମ ଗ୍ରହଣ କରିଛନ୍ତି। ଗାଜିଆବାଦରେ ଥିବା ଦଶନା ଦେବୀ ମନ୍ଦିର, ଶିବ ଶକ୍ତି ଧାମର ମହନ୍ତ ୟତି ନରସିଂହାନନ୍ଦ ଗିରି ମହାରାଜ ତାଙ୍କୁ ସନାତନ ଧର୍ମ ଗ୍ରହଣ କରାଇଛନ୍ତି।

ଉଲ୍ଲେଖନୀୟ ବିଷୟ ହେଉଛି, ୱାସିମ ରିଜଭି ଯେତେବେଳେ କୁରାନର ପଦଗୁଡିକ ହଟାଇବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ସେତେବେଳେ ସେ ଲାଇମଲାଇଟକୁ ଆସିଥିଲେ। କେତେକ ସଂଖ୍ୟାଲଘୁ ସଂଗଠନ ତାଙ୍କ ବିରୁଦ୍ଧରେ ଠିଆ ହୋଇଥିଲେ। ୱାସିମ ରିଜଭିଙ୍କ ପୁସ୍ତକକୁ ନେଇ ଅନେକ ବିବାଦ ମଧ୍ୟ ହୋଇଥିଲା। ବହୁ ହିନ୍ଦୁ ଧର୍ମର ନେତା ୱାସିମ ରିଜଭି ହିନ୍ଦୁ ହେବାକୁ ସ୍ବାଗତ କରିଛନ୍ତି।

କିଛି ଦିନ ପୂର୍ବରୁ ୱାସିମ ରିଜଭି ତାଙ୍କ ଇଚ୍ଛା ପତ୍ରରେ ଲେଖିଥିଲେ ଯେ ମୃତ୍ୟୁ ପରେ ତାଙ୍କୁ କବର ଦେବା ପରିବର୍ତ୍ତେ ତାଙ୍କୁ ହିନ୍ଦୁ ରୀତିନୀତି ଅନୁଯାୟୀ ଶବଦାହ କରାଯିବା ଉଚିତ। ତେବେ ମୁସଲମାନ ସମ୍ପ୍ରଦାୟ କହିଛି ଯେ ଏହି ପ୍ରସଙ୍ଗରେ ଇସଲାମ ଏବଂ ଶିଆ ସମ୍ପ୍ରଦାୟର ସହିତ କୌଣସି ସମ୍ପର୍କ ନାହିଁ।

କିଛି ଦିନ ପୂର୍ବରୁ ୱାସିମ ରିଜଭି ଏକ ଭିଡିଓ ଜାରି କରି କହିଥିଲେ ଯେ ତାଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରାଯାଉଛି। ମୌଳବାଦୀମାନେ ତାଙ୍କ ଜୀବନ ନେବାକୁ ଚାହୁଁଛନ୍ତି। ସେ କୁରାନର ୨୬ ଆୟତ ହଟାଇବା ପାଇଁ ସୁପ୍ରିମକୋର୍ଟରେ ଏକ ଆବେଦନ କରିଛନ୍ତି। ସେଥିପାଇଁ ଏହା କରାଯାଉଛି ବୋଲି ସେ କହିଥିଲେ। ସେ ଇଛା ପ୍ରକାଶ କରିଛନ୍ତି ଯେ ମୃତ୍ୟୁ ପରେ ତାଙ୍କର ଶେଷ ରୀତିନୀତିରେ ସମୟରେ ମହନ୍ତ ୟତି ନରସିଂହାନନ୍ଦ ଗିରି ମହାରାଜ ମୁଖାଗ୍ନି ଦେବେ।

ୱାସିମ ରିଜଭି ଦୀର୍ଘ ଦିନ ଧରି ମୌଳବାଦୀଙ୍କ ଟାର୍ଗେଟରେ ରହିଆସିଛନ୍ତି। ମୌଳବାଦୀଙ୍କ ବିରୋଧରେ ସେ ଖୋଲାଖୋଲି ଭାବେ ସ୍ବର ଉତ୍ତୋଳନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘୁର୍ଣ୍ଣିବଳୟ ସକ୍ରିୟ: ଅତି ପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୧୪।୭:ଉତ୍ତର ବଙ୍ଗୋପସାଗର ଓ ତା’ ପାଖପାଖି ଦକ୍ଷିଣ ବାଂଲାଦେଶ ପାଖରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ପ୍ରଭାବରେ ଆଗାମୀ ୪ଦିନ ପର୍ଯ୍ୟନ୍ତ ରାଜ୍ୟର…

ପାତଲମ୍ବା ଗାଁରେ ହାତୀ ତାଣ୍ଡବ: ଆତଙ୍କରେ ଗ୍ରାମବାସୀ

କଲ୍ୟାଣସିଂହପୁର,୧୩।୭(ଦୀପକ କୁମାର ପରିଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତ ଅନ୍ତର୍ଗତ ପାତଲମ୍ବା ଗାଁରେ ସୋମବାର ଏକ ଦନ୍ତା ହାତୀ ପଶି ଆତଙ୍କ ସୃଷ୍ଟି କରିଛି।…

ଆମେରିକା-ଇରାନ ସଂଘର୍ଷ: ବଢ଼ିଲା ତେଲ ଦର

ବ୍ୟାଙ୍କକ୍‌,୧୩ା୭: ଇରାନ ଉପରେ ଆମେରିକାର ଏୟାରଷ୍ଟ୍ରାଇକ୍‌ ଏବଂ ଏହାର ଜବାବରେ ତେହରାନ ଉପସାଗରୀୟ ରାଷ୍ଟ୍ରଗୁଡ଼ିକ ଉପରେ ଆକ୍ରମଣ ଚଳାଇଥିବାରୁ ଏହାର ପ୍ରଭାବରେ ଅନ୍ତର୍ଜାତୀୟ ବଜାରରେ ପୁଣିଥରେ ତୈଳ…

ହାଟଡିହୀ ବ୍ଲକରେ ପଶିଲା ଭିଜିଲାନ୍ସ: ମିଶନ ଶକ୍ତିରେ ଦୁର୍ନୀତି ଅଭିଯୋଗ

ହାଟଡିହୀ,୧୩l୭((ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ପୁଣି ପଶିଛି ଭିଜିଲାନ୍ସ। ଗତ କିଛିଦିନ ତଳେ ଭିଜିଲାନ୍ସ ଷ୍ଟ୍ରିଟ ଲାଇଟ ଦୁର୍ନୀତି ନେଇ ହାଟଡିହୀ ବ୍ଲକରେ ଖୋଳତାଡ଼ କରିଥିବା…

ଅନଶନ ସମୟରେ ଅସୁସ୍ଥ ହେଲେ ଚାମେଲି: ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର,୧୩।୭: ଆମରଣ ଅନଶନ ବେଳେ କେନ୍ଦ୍ରାପଡା ଜିଲା ତିଖିରୀ ଗ୍ରାମପଞ୍ଚାୟତର ସରପଞ୍ଚ ଚାମେଲି ଓଝା ଅସୁସ୍ଥ ହୋଇପଡିଛନ୍ତି। ଅନଶନରେ ବସିଥିବା ସମୟରେ ହଠାତ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ…

ରାତି ପାଇଲେ ପରୀକ୍ଷା ଦେଇଥାନ୍ତେ ଶିବାନୀ: ମା’ ବିଲକୁ ଯାଇଥିବାବେଳେ ଘରେ…

ଭଞ୍ଜନଗର,୧୩।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଟୋକାଗଣ୍ଡା ଗ୍ରାମର ଖଦାଳି ସ୍ବାଇଁଙ୍କ ଝିଅ ତଥା ମେଧାବୀ ଛାତ୍ରୀ ଶିବାନୀ ସାଇଁ (୧୭) ସୋମବାର ସନ୍ଧ୍ୟାରେ…

ଘାରିଲା କୋଭିଡ ଭୟ: ଏହି ଜିଲାରେ ହାଇଆଲର୍ଟ ଜାରି

ଭୁବନେଶ୍ୱର, ୧୩।୭: ଆନ୍ଧ୍ରରେ କୋଭିଡ ସଂକ୍ରମଣ ବଢ଼ିବା ପରେ ଗଞ୍ଜାମରେ ହାଇ ଆଲର୍ଟ। ସରକାରୀ ହସ୍ପିଟାଲ ଓ CHCକୁ ସତର୍କ ରହିବାକୁ CDMO ଓ PHO ନିର୍ଦ୍ଦେଶ…

ସ୍କୁଲ ପାଠ୍ୟପୁସ୍ତକ ଅନିୟମିତତା ମାମଲା: କ୍ରାଇମବ୍ରାଞ୍ଚ ହାତକୁ ଗଲା ତଦନ୍ତ ଭାର

କଟକ,୧୩।୭(ପ୍ରଭୁ କଲ୍ୟାଣ ପାଲ୍‌): ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ପାଠ୍ୟପୁସ୍ତକର ପ୍ରସ୍ତୁତି, ଅନୁମୋଦନ ଏବଂ ପ୍ରକାଶନ ପ୍ରକ୍ରିୟାରେ ହୋଇଥିବା ଅନିୟମିତତାର ତଦନ୍ତ ଭାର ଆଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri