ନିଶା ସେବନ କରୁଥିଲେ

ବର୍ତ୍ତମାନ କେତେକ ମହିଳା ମଡର୍ନ ଲାଇଫ୍‌ଷ୍ଟାଇଲ୍‌ ଆଳରେ ନିଶା ସେବନ ଓ ଧୂମପାନ ଭଳି ବଦଭ୍ୟାସକୁ ଆପଣେଇ ନେଉଥିବା ଦେଖିବାକୁ ମିଳୁଛି। ହେଲେ ଏହା ଯେ ପରବର୍ତ୍ତୀ ସମୟରେ ସେମାନଙ୍କ ଲାଗି ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜୁଛି ସେ ଦିଗରେ ସେମାନେ ସଚେତନ ନୁହନ୍ତି। ତେଣୁ ଜାଣି ରଖନ୍ତୁ ଏଭଳି ବଦଭ୍ୟାସର ଶରୀର ପ୍ରତି ଥିବା ନକାରାତ୍ମକ ପ୍ରଭାବ ସମ୍ପର୍କରେ…

 

ବର୍ତ୍ତମାନ ପାଠ ପଢା ଏବଂ ଜବ୍‌ ଲାଗି ଯାଉଥିବା ଅନେକ କିଶୋରୀ ଓ ଯୁବତୀମାନେ ଧୂମପାନ କରିବାକୁ ଏକ ଷ୍ଟାଇଲ୍‌ ଭାବେ ଗ୍ରହଣ କରି ନେଉଥିବା ଦେଖିବାକୁ ମିଳୁଛି। ହେଲେ ଏହାଦ୍ୱାରା ମାସିକ ଋତୁସ୍ରାବରେ ଅନିୟମିତତା, ଶରୀର ବୃଦ୍ଧିରେ ବ୍ୟାହତ ଏବଂ ପରବର୍ତ୍ତୀ ସମୟରେ ବନ୍ଧ୍ୟାତ୍ୱର କାରଣ ସାଜୁଛି।
ନିଶାଦ୍ରବ୍ୟରେ ଥିବା ନିକୋଟିନ୍‌ ଓ ବିଭିନ୍ନ ପ୍ରକାରର କ୍ୟାନ୍‌ସର ରୋଗ ସୃଷ୍ଟିକାରୀ କାର୍‌ସିନୋଜେନ୍‌, ହୃଦ୍‌ରୋଗ, ଫୁସ୍‌ଫୁସ୍‌ର କର୍କଟରୋଗ ଏବଂ ମସ୍ତିଷ୍କାଘାତ ଆଦି ରୋଗର କାରଣ ସାଜିଥାଏ।
କେବଳ ଏତିକି ନୁହେଁ ନିଶା ଗ୍ରହଣ କରିବା ଦ୍ୱାରା ଜରାୟୁକୁ ରକ୍ତ ଯୋଗାଉଥିବା ଧମନୀ ଅଣଓସାରିଆ ହୋଇଯାଏ। ଫଳରେ ଗର୍ଭପାତ କିମ୍ବା ଗର୍ଭରେ ଶିଶୁ ଭଲ ଭାବେ ବଢି ପାରୁ ନ ଥିବାରୁ ଅପରିଣତ ଶିଶୁ ବା ବିକଳାଙ୍ଗ ଶିଶୁ ଜନ୍ମ ହୋଇଥାଏ। ଏମିତି କି କେତେକଙ୍କ କ୍ଷେତ୍ରରେ ଗର୍ଭରେ ଶିଶୁର ମୃତ୍ୟୁ ହୋଇଥାଏ।
ବର୍ତ୍ତମାନ ଅଧିକାଂଶ ବୟସ୍କା ମହିଳାଙ୍କୁ ଧୂମପାନ କିମ୍ବା ଅନ୍ୟ ନିଶାଦ୍ରବ୍ୟ ଗହଣ କରୁଥିବା ଦେଖିବାକୁ ମିଳୁଛି। ହେଲେ ୫୦ ବର୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କଠାରେ ଏହି ଅଭ୍ୟାସ ଆଣ୍ଠୁ, ଗଣ୍ଠି ବାତ ସହ ର୍ୟୁମାଟଏଡ୍‌ ଆର୍ଥ୍ରାଇଟିସ୍‌ ଆଦିର କାରଣ ସାଜିଥାଏ। ମାଢିରୁ ରକ୍ତକ୍ଷରଣ ହେବା ସହ ଦାନ୍ତ ଓ ମାଢି ଦୁର୍ବଳ ହୋଇ ଶୀଘ୍ର ପଡ଼ିଯାଏ।
ମାସିକ ଋତୁସ୍ରାବର ବିରତି ପରେ ଧୂମପାନ କରୁଥିବା ମହିଳାମାନଙ୍କଠାରେ କାଶ, ଶ୍ୱାସ, ହୃଦ୍‌ରୋଗ ଓ ଫୁସ୍‌ଫୁସ୍‌ କର୍କଟ ରୋଗ ସହ ୟୁରିନାରୀ ଟ୍ରାକ୍‌ ଇନ୍‌ଫେକ୍ସନ ଭଳି ରୋଗ ଦେଖାଦେଇଥାଏ।
ଧୂମପାନ ବୟସ୍କ ମହିଳାଙ୍କଠାରେ ମୋତିଆବିନ୍ଦୁ ଭଳି ସମସ୍ୟା ବି ସୃଷ୍ଟି କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କିଡ୍‌ନୀ ଷ୍ଟୋନ୍‌ରୁ ଦୂରେଇ ରଖେ ଏହି ପରିବା…

କିଡ୍‌ନୀ ଷ୍ଟୋନ୍‌ରୁ ଦୂରେଇ ରହିବା ପାଇଁ ଆୟୁର୍ବେଦରେ ଅନେକ ଘରୋଇ ସହଜ ଉପାୟ ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ନିୟମିତ କଲରା ଖାଇବା ଦ୍ୱାରା ଅନେକ ଉପକାର...

ଡାଇବେଟିସ୍‌ରୁ ଦୂରେଇ ରଖେ ଏହି ସହଜ ଉପାୟ…

ଇନସୁଲିନ୍‌ସ୍ତରକୁ ସନ୍ତୁଳିତ କରିବା ପାଇଁ ପ୍ରତିଦିନ ସକାଳେ ମେଥି ପାଣି ପିଇବା ଭଲ। ଇନସୁଲିନ୍‌ସ୍ତର ନିୟନ୍ତ୍ରିତ ହେଲେ ଡାଇବେଟିସ୍‌ ହେବାର ଆଶଙ୍କା କମ୍‌ ହୋଇଥାଏ। ଏଥିରେ...

ବାସ୍ତୁ ଅନୁସାରେ ଏପରି ହେବା ଦରକାର ପିଲାଙ୍କ ରୁମ୍‌

କୁହାଯାଏ, ବାସ୍ତୁ ଅନୁଯାୟୀ ପିଲାମାନଙ୍କ ରୁମ୍‌ ହୋଇଥିଲେ ସେମାନଙ୍କୁ ଭଲ ନିଦ ହେବା ସହ ସେମାନଙ୍କ ସ୍ମରଣ ଶକ୍ତି ପ୍ରଖର ହୋଇଥାଏ। ଏଥିସହିତ ପାଠପଢା ପାଇଁ...

କେବଳ ଏହି କାରଣ ପାଇଁ ସ୍ବାମୀଙ୍କ ଅକାଳ ମୃତ୍ୟୁର କାରଣ ହୋଇଥାନ୍ତି ସ୍ତ୍ରୀ

ଆଚାର୍ଯ୍ୟ ଚାଣକ୍ୟ ଜୀବନର ମୂଲ୍ୟବୋଧକୁ ବର୍ଣ୍ଣନା କରିବା ସହିତ ଜୀବନ ସହ ଜଡିତ ସମସ୍ତ ଦିଗକୁ ବ୍ୟାଖ୍ୟା କରିଛନ୍ତି। ସେ ବିଚଳିତ ବ୍ୟକ୍ତିଙ୍କୁ ବିଷାକ୍ତ ପ୍ରାଣୀ...

ଘରେ ଅଶାନ୍ତି ଲାଗି ରହୁଛି କି? ଆପଣାନ୍ତୁ କେତୋଟି ବାସ୍ତଟିପ୍ସ

ଏମିତି କେତୋଟି ବାସ୍ତୁଟିପ୍ସ ରହିଛି, ଯାହାକୁ ଆପଣାଇ ଘରେ ସୁଖଶାନ୍ତି ବୃଦ୍ଧି କରିହେବ। ତା’ସାଙ୍ଗକୁ ସମ୍ପର୍କରେ ମଧ୍ୟ ନିବିଡିତା ଅଣାଯାଇପାରିବ। ଯେମିତିକି: * ସପ୍ତାହରେ ଥରେ...

ଶରୀର ପାଇଁ କେତେ ଜରୁରୀ ସୂର୍ଯ୍ୟକିରଣ

ଶୀତଦିନେ ସୁସ୍ଥ ରହିବା ପାଇଁ ପୁଷ୍ଟିକର ଖାଦ୍ୟ ଖାଇବା ସହ କିଛି ସମୟ ସୂର୍ଯ୍ୟକିରଣରେ ବସିବା ବି ଜରୁରୀ। କାରଣ ଏହିଦିନେ ଆମେ ଶୀତରୁ ରକ୍ଷା...

ସଂକ୍ରମିତଙ୍କୁ ଛୁଇଁଲେ ହେବ କି କରୋନା !

ଓ୍ବାଶିଂଟନ,୨୩।୩: କରୋନା ସଂକ୍ରମଣ କିଭଳି ହୋଇଥାଏ। ଏସମ୍ପର୍କିତ ବହୁ ପ୍ରଶ୍ନ ଏବେ ଲୋକଙ୍କ ମଧ୍ୟରେ ସୃଷ୍ଟି ହେଉଛି। କେହି କେହି ଏହା ସଂକ୍ରମିତଙ୍କୁ ଛୁଇଁଲେ ବ୍ୟାପିଥାଏ...

ଜୀବନରେ ଖରାପ ସମୟ ଦେଇ ଗତି କରୁଛନ୍ତି କି? ଆପଣାନ୍ତୁ ଚାଣକ୍ୟ କହିଥିବା ଏହି ୫ ଉପାୟ

ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଖରାପ ସମୟ ଆସିଲେ ବ୍ୟକ୍ତିକୁ ପ୍ରଥମେ ନିଜର ଭୟକୁ ଦୂର କରିବାକୁ ପଡିବ। କାରଣ ଭୟ ଆମକୁ ଦୁର୍ବଳ କରିଦିଏ ଏବଂ...

Advertisement
Archives

Model This Week