ନିଶା ସେବନ କରୁଥିଲେ

ବର୍ତ୍ତମାନ କେତେକ ମହିଳା ମଡର୍ନ ଲାଇଫ୍‌ଷ୍ଟାଇଲ୍‌ ଆଳରେ ନିଶା ସେବନ ଓ ଧୂମପାନ ଭଳି ବଦଭ୍ୟାସକୁ ଆପଣେଇ ନେଉଥିବା ଦେଖିବାକୁ ମିଳୁଛି। ହେଲେ ଏହା ଯେ ପରବର୍ତ୍ତୀ ସମୟରେ ସେମାନଙ୍କ ଲାଗି ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜୁଛି ସେ ଦିଗରେ ସେମାନେ ସଚେତନ ନୁହନ୍ତି। ତେଣୁ ଜାଣି ରଖନ୍ତୁ ଏଭଳି ବଦଭ୍ୟାସର ଶରୀର ପ୍ରତି ଥିବା ନକାରାତ୍ମକ ପ୍ରଭାବ ସମ୍ପର୍କରେ…

 

ବର୍ତ୍ତମାନ ପାଠ ପଢା ଏବଂ ଜବ୍‌ ଲାଗି ଯାଉଥିବା ଅନେକ କିଶୋରୀ ଓ ଯୁବତୀମାନେ ଧୂମପାନ କରିବାକୁ ଏକ ଷ୍ଟାଇଲ୍‌ ଭାବେ ଗ୍ରହଣ କରି ନେଉଥିବା ଦେଖିବାକୁ ମିଳୁଛି। ହେଲେ ଏହାଦ୍ୱାରା ମାସିକ ଋତୁସ୍ରାବରେ ଅନିୟମିତତା, ଶରୀର ବୃଦ୍ଧିରେ ବ୍ୟାହତ ଏବଂ ପରବର୍ତ୍ତୀ ସମୟରେ ବନ୍ଧ୍ୟାତ୍ୱର କାରଣ ସାଜୁଛି।
ନିଶାଦ୍ରବ୍ୟରେ ଥିବା ନିକୋଟିନ୍‌ ଓ ବିଭିନ୍ନ ପ୍ରକାରର କ୍ୟାନ୍‌ସର ରୋଗ ସୃଷ୍ଟିକାରୀ କାର୍‌ସିନୋଜେନ୍‌, ହୃଦ୍‌ରୋଗ, ଫୁସ୍‌ଫୁସ୍‌ର କର୍କଟରୋଗ ଏବଂ ମସ୍ତିଷ୍କାଘାତ ଆଦି ରୋଗର କାରଣ ସାଜିଥାଏ।
କେବଳ ଏତିକି ନୁହେଁ ନିଶା ଗ୍ରହଣ କରିବା ଦ୍ୱାରା ଜରାୟୁକୁ ରକ୍ତ ଯୋଗାଉଥିବା ଧମନୀ ଅଣଓସାରିଆ ହୋଇଯାଏ। ଫଳରେ ଗର୍ଭପାତ କିମ୍ବା ଗର୍ଭରେ ଶିଶୁ ଭଲ ଭାବେ ବଢି ପାରୁ ନ ଥିବାରୁ ଅପରିଣତ ଶିଶୁ ବା ବିକଳାଙ୍ଗ ଶିଶୁ ଜନ୍ମ ହୋଇଥାଏ। ଏମିତି କି କେତେକଙ୍କ କ୍ଷେତ୍ରରେ ଗର୍ଭରେ ଶିଶୁର ମୃତ୍ୟୁ ହୋଇଥାଏ।
ବର୍ତ୍ତମାନ ଅଧିକାଂଶ ବୟସ୍କା ମହିଳାଙ୍କୁ ଧୂମପାନ କିମ୍ବା ଅନ୍ୟ ନିଶାଦ୍ରବ୍ୟ ଗହଣ କରୁଥିବା ଦେଖିବାକୁ ମିଳୁଛି। ହେଲେ ୫୦ ବର୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କଠାରେ ଏହି ଅଭ୍ୟାସ ଆଣ୍ଠୁ, ଗଣ୍ଠି ବାତ ସହ ର୍ୟୁମାଟଏଡ୍‌ ଆର୍ଥ୍ରାଇଟିସ୍‌ ଆଦିର କାରଣ ସାଜିଥାଏ। ମାଢିରୁ ରକ୍ତକ୍ଷରଣ ହେବା ସହ ଦାନ୍ତ ଓ ମାଢି ଦୁର୍ବଳ ହୋଇ ଶୀଘ୍ର ପଡ଼ିଯାଏ।
ମାସିକ ଋତୁସ୍ରାବର ବିରତି ପରେ ଧୂମପାନ କରୁଥିବା ମହିଳାମାନଙ୍କଠାରେ କାଶ, ଶ୍ୱାସ, ହୃଦ୍‌ରୋଗ ଓ ଫୁସ୍‌ଫୁସ୍‌ କର୍କଟ ରୋଗ ସହ ୟୁରିନାରୀ ଟ୍ରାକ୍‌ ଇନ୍‌ଫେକ୍ସନ ଭଳି ରୋଗ ଦେଖାଦେଇଥାଏ।
ଧୂମପାନ ବୟସ୍କ ମହିଳାଙ୍କଠାରେ ମୋତିଆବିନ୍ଦୁ ଭଳି ସମସ୍ୟା ବି ସୃଷ୍ଟି କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri