ଶୀତରେ ତ୍ୱଚାର ଯତ୍ନ

ଶୀତଦିନେ ସାମାନ୍ୟ ଅବହେଳା ତ୍ୱଚାକୁ ରୁକ୍ଷ କରିଦିଏ। ତେଣୁ ଏ ଦିନେ ଏହାକୁ ନରମ ଏବଂ ଚିକ୍କଣ ରଖିବା ଲାଗି
ବିଶେଷ ଯତ୍ନ ନେବା ଆବଶ୍ୟକ। ଏଥିପାଇଁ କେତୋଟି ସାଧାରଣ ଘରୋଇ ଉପଚାର  ଜାଣି ରଖନ୍ତୁ…
ଶୀତଦିନେ ପରିବେଶ ଶୁଷ୍କ ଥିବା ବେଳେ କମ୍‌ ପାଣି ପିଇବା ଯୋଗୁ ଶରୀରର ଜଳୀୟାଂଶ କମିବା ଦ୍ୱାରା ତ୍ୱଚା ଅଧିକ ରୁକ୍ଷ ହୋଇ ଫାଟିଥାଏ। ତେଣୁ ପ୍ରଚୁର ପାଣି ପିଅନ୍ତୁ। ନଖ ଉଷୁମ ପାଣିରେ କେଇ ବୁନ୍ଦା ଲେମ୍ବୁ ରସ ମିଶାଇ ପିଇବା ମଧ୍ୟ ଲାଭଦାୟକ।
ଯଦିଓ ଏ ଦିନେ ଉଷୁମ ପାଣିରେ ଗାଧୋଇବାକୁ ଭଲ ଲାଗିଥାଏ, ହେଲେ ଅଧିକ ଉଷୁମ ପାଣିରେ ଗାଧୋଇବା ଦ୍ୱାରା ତ୍ୱଚାର ତୈଳୀୟାଂଶ ଚାଲିଯାଇ ଅଧିକ ରୁକ୍ଷ ହୋଇଯାଏ। ତେଣୁ ସାମାନ୍ୟ ନଖ ଉଷୁମ ପାଣି ବ୍ୟବହାର କରନ୍ତୁ। ହେଲେ ମନେ ରଖନ୍ତୁ ଗାଧୋଇବାର ତୁରନ୍ତ ପରେ ତ୍ୱଚା ସମ୍ପୂର୍ଣ୍ଣ ଶୁଖିବା ପୂର୍ବରୁ ମଶ୍ଚରାଇଜର ଲଗାଇବାକୁ ଭୁଲନ୍ତୁ ନାହିଁ।
ହାତ, ପାଦ, କହୁଣି ଏବଂ ଆଣ୍ଠୁର ତ୍ୱଚା ଶରୀରର ଅନ୍ୟ ଭାଗ ତୁଳନାରେ ଶୀଘ୍ର ଶୁଷ୍କ ହୋଇଯାଏ। ତେଣୁ ଏହାକୁ ନରମ ରଖିବା ଲାଗି ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ମଶ୍ଚରାଇଜିଂ ବାମ୍‌ କିମ୍ବା କ୍ରିମ୍‌ ଲଗାନ୍ତୁ।
ଏ ଦିନେ ତ୍ୱଚାରୁ ଅଧିକ ଡେଡ୍‌ ସେଲ୍‌ ବାହାରିଥାଏ। ତ୍ୱଚାର ନମନୀୟତା ବଜାୟ ରଖିବା ଲାଗି ଏହାକୁ ସଫା କରିବା ଆବଶ୍ୟକ। ତେଣୁ ଗାଧୋଇବା ସମୟରେ ଏକ୍ସଫୋଲିଏଟିଂ ବଡିଓ୍ବାଶ୍‌ ବ୍ୟବହାର କରନ୍ତୁ। ଏକ୍ସଫୋଲିଏଟିଂ ମାସ୍କ ବି ଭଲ କାମ କରିଥାଏ।
ଏ ଦିନେ ଋତୁଭିତ୍ତିକ ପନିପରିବା, ଫଳ ପ୍ରଚୁର ପରିମାଣରେ ଖାଆନ୍ତୁ। ଖାଦ୍ୟ ତାଲିକାରେ ଗାଈ ଘିଅ, ଭିଟାମିନ୍‌ ଇ, ସି ଏବଂ ଓମେଗା ୩ର ମାତ୍ରା ବଢାନ୍ତୁ। ଏହା ଆପଣଙ୍କ ତ୍ୱଚାକୁ ମୁଲାୟମ ରଖିବାରେ ସାହାଯ୍ୟ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ସଫା ରହିବ ରୋଷେଇ ଘର

ଭିନେଗାର ଓ ଗରମ ପାଣି: ୩ ରୁ ୪ ଚାମଚ ଭିନେଗାର ନେଇ ସେଥିରେ ଗରମ ପାଣି ମିଶାନ୍ତୁ। ଏହାକୁ ଭଲଭାବେ ଫେଣ୍ଟି ଦାଗଥିବା ସ୍ଥାନରେ...

ବିୟୁଟି କେୟାର: ଦହି ମାସ୍କ

ଦହିରେ ଲାକ୍‌ଟିକ୍‌ ଏସିଡ୍‌ ଏବଂ ଆଣ୍ଟି ବ୍ୟାକ୍ଟେରିଆଲ୍‌ ତତ୍ତ୍ୱ ରହିଥିବାରୁ ତାହା ତ୍ୱଚା ପାଇଁ ବହୁତ ଭଲ ହୋଇଥାଏ। ତେଣୁ ଦହି ମାସ୍କ ବ୍ୟବହାର କରି...

ବୁଦ୍ଧିମତ୍ତା ବଢ଼ାଏ ସୁନିଦ୍ରା

ଜଣେ ବ୍ୟକ୍ତି ରାତିରେ ଅତିକମ୍‌ରେ ୭-୮ ଘଣ୍ଟା ଶୋଇବା ଦରକାର। ହେଲେ ଅନେକଙ୍କ କ୍ଷେତ୍ରରେ ଏହା ସମ୍ଭବ ହୋଇ ନ ଥାଏ। ନିକଟରେ ୟୁନିଭର୍ସିଟି ଅଫ୍‌...

ବେକର କଳାପଣ ଦୂରାନ୍ତୁ

ମୁହଁର ତ୍ୱଚା ସୁନ୍ଦର କରିବା ପାଇଁ ସମସ୍ତେ ବିଭିନ୍ନ ପ୍ରକାର ଉପଚାର କରିଥାନ୍ତି। କିନ୍ତୁ ବେକର ତ୍ୱଚା ବେଳେବେଳେ ଅତ୍ୟଧିକ କଳା ହୋଇଯାଇଥାଏ। ଏହାଫଳରେ ସୌନ୍ଦର୍ଯ୍ୟ...

ମେଦବହୁଳତାରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ଅଧାଗ୍ଲାସେ…

ଥଣ୍ଡା କ୍ଷୀର ପିଇଲେ ଅନେକ ସୁଫଳ ମିଳିଥାଏ। ଏହା ଦ୍ୱାରା ଗ୍ୟାସ୍‌ଟ୍ରିକ୍‌ ସମସ୍ୟା ଦୂର ହୁଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ଅଛି। ମେଦବହୁଳ ରୋଗୀଙ୍କ ପାଇଁ...

ତମାଖୁ ଦ୍ରବ୍ୟରୁ ପ୍ରତିବର୍ଷ ୧.୭ ଲକ୍ଷ ଟନ ବର୍ଜ୍ୟବସ୍ତୁ, ୮୨ ହଜାର ପ୍ଲାଷ୍ଟିକ କଣିକା ପ୍ରବେଶ କରୁଛି ମାନବ ଶରୀରରେ…

ନୂଆଦିଲ୍ଲୀ,୧।୬ : ତମାଖୁ ଦ୍ରବ୍ୟରୁ ପ୍ରତିବର୍ଷ ୧.୭ ଲକ୍ଷ ଟନ ବର୍ଜ୍ୟବସ୍ତୁ ସୃଷ୍ଟି ହୋଇଥାଏ। ଏହା ଦ୍ୱାରା ୮୨ ହଜାର ପ୍ଲାଷ୍ଟିକ କଣିକା ମାନବ ଶରୀରକୁ...

ମୃତ୍ୟୁର ମୃତ୍ୟୁ

”ଜିନ୍‌ଗୁଡିକ ଏପଟ ସେପଟ କରିପାରିବାର ସ୍ବତନ୍ତ୍ର ପଦ୍ଧତି ମଧ୍ୟରୁ ନାନୋଟେକ୍ନୋଲୋଜି ହିଁ ଏ କ୍ଷେତ୍ରରେ ଗ୍ରହଣ କରିବ ଗୁରୁତ୍ୱପୂର୍ଣ୍ଣ ଭୂମିକା। ଏହି ପଦ୍ଧତିରେ ରୋଗଣା ତଥା...

ବ୍ରାଇଡାଲ୍‌ ଫୁଟ୍‌ଓ୍ବେର:

ବ୍ରାଇଡାଲ୍‌ ଲୁକ୍‌କୁ ପରଫେକ୍ଟ୍‌ କରିଥାଏ ଫୁଟ୍‌ଓ୍ବେର। ବ୍ରାଇଡାଲ୍‌ ଗେଟ୍‌ଅପ୍‌ ଓ ଫୁଟ୍‌ଓ୍ବେର ମ୍ୟାଚିଂ ଏବଂ ଟ୍ରେଣ୍ଡି ହେବା ବି ଦରକାର। ଏହାଦ୍ୱାରା ଲୁକ୍‌ ଭଲ ଲାଗିବା...

Advertisement
Archives

Model This Week