କୋକୋନଟ୍‌ କୁକିଜ୍‌

ଆବଶ୍ୟକ ସାମଗ୍ରୀ: ଏକ କପ୍‌ ମଇଦା, ୧/୨ ଟି ସ୍ପୁନ୍‌ ବେକିଂ ପାଉଡ଼ର, ୧/୨ କପ୍‌ ଚିନି ଗୁଣ୍ଡ, ୧/୨ କପ୍‌ ବଟର, ୨-୩ ବୁନ୍ଦା ଭାନିଲା ଏସେନ୍ସ, ୩/୪ କପ୍‌ ଦରଶୁଖିଲା ନଡ଼ିଆ ପାଉଡ଼ର, ୧ ଟେବଲ୍‌ ସ୍ପୁନ୍‌ କ୍ଷୀର।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଓଭନକୁ ୩୫୦ ଡିଗ୍ରୀ ଫାରେନ୍‌ହାଇଟ୍‌ରେ ୧୦-୧୨ ମିନିଟ୍‌ ପର୍ଯ୍ୟନ୍ତ ଗରମ କରି ଦିଅନ୍ତୁ। ଏକ ପାତ୍ରରେ ମଇଦା ଏବଂ ବେକିଂ ପାଉଡ଼ର ଏକାଠି ଗୋଳାଇ ଦିଅନ୍ତୁ। ଏକ ବଡ଼ ଛଣା ସାହାଯ୍ୟରେ ଏହାକୁ ଚଲାଇ ଦିଅନ୍ତୁ ଯେପରି କୌଣସି ଖଦଡ଼ା ନ ରହେ। ଅନ୍ୟ ଏକ ପାତ୍ରରେ ବଟର ଏବଂ ଗୁଣ୍ଡ ଚିନିକୁ ଭଲ ଭାବେ ମିଶାଇ ଦିଅନ୍ତୁ। ବଟର ଯଦି ବିନା ଲୁଣ ହୋଇଥାଏ ସାମାନ୍ୟ ଲୁଣ ପକାନ୍ତୁ। ଏହି ମିଶ୍ରଣରେ ଭାନିଲା ଏସେନ୍ସ ଏବଂ ନଡ଼ିଆଗୁଣ୍ଡ ପକାଇ ମିଶାନ୍ତୁ। ବର୍ତ୍ତମାନ ମଇଦା ଏବଂ ବେକିଂ ପାଉଡ଼ର ମିଶ୍ରଣକୁ ପକାଇ ଗୋଳାନ୍ତୁ। ଶେଷରେ ସେଥିରେ ଆବଶ୍ୟକତା ଅନୁଯାୟୀ ଅଳ୍ପ ଅଳ୍ପ କ୍ଷୀର ମିଶାଇ ଚକଟନ୍ତୁ ଯେପରି ମିଶ୍ରଣକୁ ହାତରେ ଗୋଲ କରିହେବ। ବେକିଂ ଟ୍ରେ ଉପରେ ତେଲ କିମ୍ବା ଆଲୁମିନିଅମ୍‌ ଫଏଲ୍‌ ଲଗାଇ ଗୋଲ କରିଥିବା ମିଶ୍ରଣକୁ ଚାପି ପେଡା ଭଳି ଏହା ଉପରେ ରଖନ୍ତୁ। ପୂର୍ବରୁ ଗରମ କରିଥିବା ଓଭନ୍‌ରେ ଟ୍ରେକୁ ରଖି ସେହି ତାପମାତ୍ରାରେ ୧୮-୨୦ ମିନିଟ୍‌ ରଖନ୍ତୁ। ଏହା ଅଳ୍ପ ଫୁଲିବା ସହ ରଙ୍ଗ ସାମାନ୍ୟ ହଳଦିଆ ଦେଖାଗଲେ ଟ୍ରେକୁ ବାହାରକୁ କାଢି ସାଧାରଣ ତାପମାତ୍ରାରେ ଥଣ୍ଡା ହେବା ପାଇଁ ଛାଡ଼ିଦିଅନ୍ତୁ। କିଛି ସମୟ ପରେ କୁକିଜ୍‌ ମୁଡ୍‌ମୁଡ୍‌ ହୋଇଗଲେ ନିଜେ ଖାଇବା ସହ ଅନ୍ୟମାନଙ୍କୁ ଖୁଆଇବାର ଆନନ୍ଦ ନିଅନ୍ତୁ। ଏହା ନରମ ନ ହେବା ଲାଗି ଏହାକୁ ଏୟାର୍‌ ଟାଇଟ୍‌ ଡବାରେ ଷ୍ଟୋର କରି ରଖିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଅବିବାହିତ ବ୍ୟକ୍ତି ସ୍ବପ୍ନରେ ଏହି ୪ ଜିନିଷ ଦେଖିବା ଶୁଭ; ବୁଝିନିଅନ୍ତୁ ଯେ ଶୀଘ୍ର ହେବ ବିବାହ…

ମନୁଷ୍ୟ ଜୀବନରେ ବିବାହ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ। ହିନ୍ଦୁ ଧର୍ମରେ ବିବାହ ବିନା ଜୀବନ ଅସମ୍ପୂର୍ଣ୍ଣ ବୋଲି ଧରାଯାଏ। ବିଶ୍ୱାସ କରାଯାଏ ଯେ ଯଦି ଜଣେ...

ଫୋନ ଚୋରି ହୋଇଗଲେ କେମିତି ବନ୍ଦ କରିବେ ଗୁଗଲ ପେ, ଫୋନ ପେ…ଜାଣନ୍ତୁ

ଆଜିକାଲି ଭାରତରେ ଅନଲାଇନ ପେମେଣ୍ଟ ସାଧାରଣ ହୋଇଗଲାଣି। ଲୋକମାନେ ନିଜ ପାଖରେ ନଗଦ ଟଙ୍କା ରଖିବା ଅପେକ୍ଷା, ୟୁପିଆଇ ମାଧ୍ୟମରେ ଦେୟ ଦେବାକୁ ପସନ୍ଦ କରୁଛନ୍ତି।...

ନିଃଶବ୍ଦ ଘାତକ : ଉଚ୍ଚ ରକ୍ତଚାପ

ରକ୍ତଚାପ କ’ଣ : ସାଧାରଣ ଭାବରେ କହିଲେ ରକ୍ତ ସ୍ରୋତ ଦ୍ୱାରା ଧମନୀଗୁଡ଼ିକର ପାଚେରି ଉପରେ ପଡୁଥିବା ଚାପକୁ ‘ରକ୍ତଚାପ’ କହନ୍ତି। ଡାକ୍ତରୀ ଭାଷାରେ କହନ୍ତି...

ସ୍ବାସ୍ଥ୍ୟବର୍ଦ୍ଧକ କନ୍ଦମୂଳ: ଖାଇବାକୁ ଯେମିତି ସୁସ୍ବାଦୁ, ଶରୀର ପାଇଁ ସେମିତି ଉପକାରୀ

କନ୍ଦମୂଳ ଖାଇବାକୁ ଯେମିତି ସୁସ୍ବାଦୁ ଲାଗେ ସେମିତି ଶରୀର ପାଇଁ ବେଶ୍‌ ଉପକାରୀ ମଧ୍ୟ ହୋଇଥାଏ। କାରଣ ଏଥିରେ ଭରି ରହିଥାଏ ଭିଟାମିନ୍‌ ଏ, ବିଟା...

ଛୋଟ ଛୋଟ କଥାକୁ ନେଇ କଳହ ଉପୁଜୁଛି କି? ସୁଖି ଦାମ୍ପତ୍ୟ ପାଇଁ ବାସ୍ତୁଟିପ୍ସ ଜାଣିରଖନ୍ତୁ…

ବେଳେବେଳେ ଛୋଟ ଛୋଟ କଥାକୁ ନେଇ ପତ୍ନୀପତିଙ୍କ ଭିତରେ କଥା କଟାକଟି ହୋଇଥାଏ। ଏହା ସାଧାରଣ ଲାଗିଲେ ବି ଏହା ପଛରେ ମଧ୍ୟ ବାସ୍ତୁଦୋଷର କିଛିଟା...

ଆପଣବି ହୋଇ ପାରିବେ ଭାଗ୍ୟଶାଳୀ, ଘରେ ଲଗାନ୍ତୁ ଏହି ଗଛ

ଏକ ସାମଞ୍ଜସ୍ୟପୂର୍ଣ୍ଣ ଏବଂ ସମୃଦ୍ଧ ଜୀବନ୍ତ ପରିବେଶ ସୃଷ୍ଟି କରିବାର ପ୍ରୟାସରେ, ଉଦ୍ଭିଦଗୁଡିକୁ ଏକୀକୃତ କରିବା କେବଳ ଆପଣଙ୍କ ଘରର ସୌନ୍ଦର୍ଯ୍ୟ ବୃଦ୍ଧିରେ ସାହାଯ୍ୟ କରେନାହିଁ...

ପୃଥିବୀ ବାହାରେ ଡାଇନୋସର

ବିଭିନ୍ନ ଜାତିର ଜୀବମାନଙ୍କ ଭିତରୁ ସରୀସୃପ ଅନ୍ୟତମ। ସାପ, ଝିଟିପିଟି, ଏଣ୍ଡୁଅ, କଇଁଛ, ଗୋଧି ଓ କୁମ୍ଭୀର ଭଳି କାତି ରହିଥିବା ଟାଣ ଓ ଶୁଖିଲା...

ବାସ୍ତୁରେ ଶୋଇବାକୁ ନେଇ ରହିଛି ନିୟମ, ଜାଣିଲେ ଶରୀର ସହ ନିଦ୍ରା ଉପରେ ପଡ଼ିବନି କୁପ୍ରଭାବ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଶୋଇବା ସମୟରେ ମଧ୍ୟ କିଛିଟା ନିୟମ ମାନିବାକୁ ହୁଏ। ନଚେତ୍‌ ଏହାର କୁପ୍ରଭାବ ଆମର ଶରୀର ଓ ମନ ସହିତ ନିଦ୍ରା ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri