କୋକୋନଟ୍‌ କୁକିଜ୍‌

ଆବଶ୍ୟକ ସାମଗ୍ରୀ: ଏକ କପ୍‌ ମଇଦା, ୧/୨ ଟି ସ୍ପୁନ୍‌ ବେକିଂ ପାଉଡ଼ର, ୧/୨ କପ୍‌ ଚିନି ଗୁଣ୍ଡ, ୧/୨ କପ୍‌ ବଟର, ୨-୩ ବୁନ୍ଦା ଭାନିଲା ଏସେନ୍ସ, ୩/୪ କପ୍‌ ଦରଶୁଖିଲା ନଡ଼ିଆ ପାଉଡ଼ର, ୧ ଟେବଲ୍‌ ସ୍ପୁନ୍‌ କ୍ଷୀର।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଓଭନକୁ ୩୫୦ ଡିଗ୍ରୀ ଫାରେନ୍‌ହାଇଟ୍‌ରେ ୧୦-୧୨ ମିନିଟ୍‌ ପର୍ଯ୍ୟନ୍ତ ଗରମ କରି ଦିଅନ୍ତୁ। ଏକ ପାତ୍ରରେ ମଇଦା ଏବଂ ବେକିଂ ପାଉଡ଼ର ଏକାଠି ଗୋଳାଇ ଦିଅନ୍ତୁ। ଏକ ବଡ଼ ଛଣା ସାହାଯ୍ୟରେ ଏହାକୁ ଚଲାଇ ଦିଅନ୍ତୁ ଯେପରି କୌଣସି ଖଦଡ଼ା ନ ରହେ। ଅନ୍ୟ ଏକ ପାତ୍ରରେ ବଟର ଏବଂ ଗୁଣ୍ଡ ଚିନିକୁ ଭଲ ଭାବେ ମିଶାଇ ଦିଅନ୍ତୁ। ବଟର ଯଦି ବିନା ଲୁଣ ହୋଇଥାଏ ସାମାନ୍ୟ ଲୁଣ ପକାନ୍ତୁ। ଏହି ମିଶ୍ରଣରେ ଭାନିଲା ଏସେନ୍ସ ଏବଂ ନଡ଼ିଆଗୁଣ୍ଡ ପକାଇ ମିଶାନ୍ତୁ। ବର୍ତ୍ତମାନ ମଇଦା ଏବଂ ବେକିଂ ପାଉଡ଼ର ମିଶ୍ରଣକୁ ପକାଇ ଗୋଳାନ୍ତୁ। ଶେଷରେ ସେଥିରେ ଆବଶ୍ୟକତା ଅନୁଯାୟୀ ଅଳ୍ପ ଅଳ୍ପ କ୍ଷୀର ମିଶାଇ ଚକଟନ୍ତୁ ଯେପରି ମିଶ୍ରଣକୁ ହାତରେ ଗୋଲ କରିହେବ। ବେକିଂ ଟ୍ରେ ଉପରେ ତେଲ କିମ୍ବା ଆଲୁମିନିଅମ୍‌ ଫଏଲ୍‌ ଲଗାଇ ଗୋଲ କରିଥିବା ମିଶ୍ରଣକୁ ଚାପି ପେଡା ଭଳି ଏହା ଉପରେ ରଖନ୍ତୁ। ପୂର୍ବରୁ ଗରମ କରିଥିବା ଓଭନ୍‌ରେ ଟ୍ରେକୁ ରଖି ସେହି ତାପମାତ୍ରାରେ ୧୮-୨୦ ମିନିଟ୍‌ ରଖନ୍ତୁ। ଏହା ଅଳ୍ପ ଫୁଲିବା ସହ ରଙ୍ଗ ସାମାନ୍ୟ ହଳଦିଆ ଦେଖାଗଲେ ଟ୍ରେକୁ ବାହାରକୁ କାଢି ସାଧାରଣ ତାପମାତ୍ରାରେ ଥଣ୍ଡା ହେବା ପାଇଁ ଛାଡ଼ିଦିଅନ୍ତୁ। କିଛି ସମୟ ପରେ କୁକିଜ୍‌ ମୁଡ୍‌ମୁଡ୍‌ ହୋଇଗଲେ ନିଜେ ଖାଇବା ସହ ଅନ୍ୟମାନଙ୍କୁ ଖୁଆଇବାର ଆନନ୍ଦ ନିଅନ୍ତୁ। ଏହା ନରମ ନ ହେବା ଲାଗି ଏହାକୁ ଏୟାର୍‌ ଟାଇଟ୍‌ ଡବାରେ ଷ୍ଟୋର କରି ରଖିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri