ଦିଗପହଣ୍ଡି, ୯|୭(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ରପୁର ଗ୍ରାମର ଜଣେ ୱାରେଣ୍ଟିଙ୍କୁ ଗୁରୁବାର ପାଟପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବଚ୍ଚନ ବିଷୋୟୀ (୩୦)।
ମିଳିଥିବା ସୂଚନା ଅନୁଯାୟୀ, ମାଜିଷ୍ଟ୍ରେଟ୍ଙ୍କ ଆଦେଶ ସତ୍ତ୍ୱେ ବଚ୍ଚନ ଦୀର୍ଘ ସମୟ ହେବ କୋର୍ଟରେ ହାଜର ହେଉ ନ ଥିଲେ। ଏହି କାରଣରୁ ମାମଲା ନମ୍ବର ଜି.ଆର ୨୪୧/୧୮ ଅନୁଯାୟୀ ତାଙ୍କ ବିରୋଧରେ କୋର୍ଟ ପକ୍ଷରୁ ଏକ ଜାମିନବିହୀନ ଗିରଫ ପରୱାନା (NBW) ଜାରି କରାଯାଇଥିଲା। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପାଟପୁର ପୋଲିସ ଚଢ଼ାଉ କରି ଅଭିଯୁକ୍ତଙ୍କୁ ୱାରେଣ୍ଟ ବଳରେ ଗିରଫ କରିଥିଲା। ପରେ ତାଙ୍କୁ ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟକୁ ଚାଲାଣ କରାଯାଇଥିବା ଜଣାପଡ଼ିଛି।

