ସତର୍କ ସୂଚନା, କରୋନା ମହାମାରୀ ପ୍ରଭାବରେ ଭାରତୀୟଙ୍କ ହାରାହାରି ବୟସ କମିଛି ୨ ବର୍ଷ…

ନୂଆଦିଲ୍ଲୀ,୨୩।୧୦: କରୋନା ମହାମାରୀ ସଂକ୍ରମଣ ଯୋଗୁ ଭାରତୀୟଙ୍କ ଜୀନଧାରଣ ବୟସ ହାରାହାରି ୨ ବର୍ଷ କମିଛି। ଏନେଇ ଏନେଇ ଏକ ଅନ୍ତର୍ଜାତୀୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ପୃଥିବୀରେ ଇତି ମଧ୍ୟରେ କରୋନାରେ ଆକ୍ରାନ୍ତ ହୋଇ ୫୦ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ୪୦୦ ହଜାର କୋଟି ଡଲାରର କ୍ଷତି ହୋଇଛି।

ଇଣ୍ଟରନ୍ୟାଶନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ପପୁଲେଶନ ଷ୍ଟଡ଼ି ଅନୁସାରେ ୨୦୨୦ରୋ ଭାରତୀୟଙ୍କ ପୁରୁଷଙ୍କ ହାରାହାରି ଜୀବନ ଧାରଣ ବୟସ ୬୯.୫ ବର୍ଷ ଥିବାବେଳେ ଏବେ ଏହା ୨ ବର୍ଷ କମି ୬୭.୫ ବର୍ଷରେ ପହଞ୍ଚିଛି। ସେହିପରି ମହିଳାଙ୍କ କ୍ଷେତ୍ରରେ ଏହା ୭୨ ବର୍ଷରୁ କମି ୬୯.୮ ବର୍ଷ ହୋଇଛି।

ଦେଶରେ ଏବେ ୩୫ରୁ ୬୯ ବର୍ଷ ବୟସ୍କଙ୍କ ମୃତ୍ୟୁ ହାର ବଢ଼ିବାରେ ଲାଗିଛି। କରୋନା ଯୋଗୁ ୨୦୨୦ରେ ଏହି ବର୍ଷ ବୟସ୍କ ଲୋକଙ୍କର ଅଧିକ ମୃତ୍ୟୁ ଘଟିଛି।

ପୃଥିବୀର ୧୪୫ଟି ଦେଶରେ ହୋଇଥିବା ସର୍ଭେ ଆଧାରରେ ଏହି ରିପୋର୍ଟ ପ୍ରକାଶ ପାଇଛି। କୋଭିଡ୍‌ ଇଣ୍ଡିଆ ଆପ୍ଲିକେଶନ ପ୍ରୋଗ୍ରାମିଂ ଇଣ୍ଟଫେସ୍‌ ପୋର୍ଟାଲର ସହାୟତା ମଧ୍ୟ ଏଥିରେ ଗ୍ରହଣ କରାଯାଇଛି। ଇଂଲଣ୍ଡ, ଓ୍ବେଲସ୍‌, ଆମେରିକା ଲୋକଙ୍କ ଜୀବନ ଧାରଣ ବୟସ ସୀମାରେ ହାରାହାରି ୧ ବର୍ଷରୁ ଅଧିକ କମିଛି। ସ୍ପେନ୍‌ରେ ଏହା ହାରାହାରି ୨.୨୮ ବର୍ଷ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ରେକର୍ଡ ଭାଙ୍ଗିଲା ସେନସେକ୍ସ

ନୂଆଦିଲ୍ଲୀ,୨୪।୯:ଭାରତୀୟ ଷ୍ଟକ ମାର୍କେଟ କ୍ରମାଗତ ରେକର୍ଡ ଭାଙ୍ଗିବାରେ ଲାଗିଛି। ପ୍ରଥମ ଥର ପାଇଁ ସେନସେକ୍ସ ୬୦ ହଜାର ଅତିକ୍ରମ କରିଛି। ଶୁକ୍ରବାର ପ୍ରାରମ୍ଭିକ ଅଧିବେଶନରେ ସେନସେକ୍ସ...

ସିଦ୍ଧୁ ମୂସେୱାଲାଙ୍କ ପରିବାରକୁ ଭେଟିଲେ ରାହୁଲ

ନୂଆଦିଲ୍ଲୀ,୭।୬: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସିଦ୍ଧୁ ମୁସେୱାଲାଙ୍କ ପରିବାରକୁ ଭେଟିବା ପାଇଁ ମଙ୍ଗଳବାର ମାନସାର ମୁସା ଗାଁରେ ପହଞ୍ଚିଛନ୍ତି। ରାହୁଲ ସିଦ୍ଧୁଙ୍କ ପିତାଙ୍କୁ ଭେଟି...

ଅଶୋକ ଲେଲାଣ୍ଡ୍‌ ଚେୟାରମ୍ୟାନ୍‌ଙ୍କ ପରଲୋକ

ଚେନ୍ନାଇ,୯।୯: ହିନ୍ଦୁଜା ଗ୍ରୁପର ପ୍ରମୁଖ କମ୍ପାନୀ ଅଶୋକ ଲେଲାଣ୍ଡର ଚେୟାରମ୍ୟାନ ଆରଜେ ଶାହାନୀଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା। ଶାହାନୀ...

ଆଜି ରାଜ୍ୟରେ ୬୦୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୩୦।୯(ବ୍ୟୁରୋ):: ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବର୍ଗର ୯୬ ଜଣ...

ଓ୍ବାଲର୍‌ଡ ହେଲ୍‌ଥ ଆସେମ୍ବ୍ଲି ମୁଖ୍ୟ କମିଟିର ଅଧ୍ୟକ୍ଷ ହେଲେ ରାଜେଶ ଭୂଷଣ

ନୂଆଦିଲ୍ଲୀ,୨୫।୫:କେନ୍ଦ୍ରୀୟ ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କୁ ୭୫ତମ ଓ୍ବାଲର୍‌ଡ ହେଲ୍‌ଥ ଆସେମ୍ବ୍ଲି ମୁଖ୍ୟ କମିଟିର ଅଧ୍ୟକ୍ଷ ଭାବେ ବଛାଯାଇଛି। ବୈଶ୍ୱିକ ସ୍ବାସ୍ଥ୍ୟ ସଦସ୍ୟଙ୍କ ସହ ପ୍ରସାଶନିକ...

ଲକ୍‌ଡାଉନ ପାଇଁ ଚିନ୍ତାରେ ଅଟୋ ଚାଳକ

କେଗାଁ,୧୦ା୫(ଡି.ଏନ.ଏ.): ଲକ୍‌ଡାଉନ ଯୋଗୁ କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକରେ ଥିବା ଅଟୋ ଚାଳକ ଆର୍ଥିକ ଦୁର୍ଗତି ଦେଇ ଗତି କରୁଛନ୍ତି। ଅଟୋ ଚଳାଇ ପରିବାର ପ୍ରତିପୋଷଣ...

ଲକ୍‌ଡାଉନ୍‌ ବଢ଼ାଇଛି ଦାଦନ ପରିବାରର ଦୁଃଖ: କ୍ଷୀର ବଦଳରେ ଚିନି ପାଣି ପିଇ ଶିଶୁପୁତ୍ର ଅସୁସ୍ଥ, ସ୍ବେଚ୍ଛାସେବୀଙ୍କ ପ୍ରଚେଷ୍ଟା ପରେ ମାଗଣାରେ ଚିକିତ୍ସା କଲେ ଡାକ୍ତର

ବରଗଡ଼ ଅଫିସ୍‌,୧୦।୪: ଲକ୍‌ ଡାଉନ୍‌ ପରେ ଦାଦନ ଶ୍ରମିକଙ୍କ ସମସ୍ୟା ବଢ଼ି ଯାଇଛି । ସେମାନଙ୍କ ସାଙ୍ଗରେ ରହିଥିବା ପିଲାଛୁଆଙ୍କ ଅବସ୍ଥା ଆହୁରି ବିପନ୍ନ ହୋଇ...

ଘୋଡାର ମୂଲ୍ୟ ଜାଣି ହେବେ ଆଶ୍ଚର୍ଯ୍ୟ: କିଣିହେବ ମର୍ସିଡିଜ୍‌, ବିଏମ୍‌ଡବ୍ଲ୍ୟୁ

ମୁମ୍ବାଇ,୨୨।୧୨:ଘୋଡା ତ ଅନେକ ଦେଖିଥିବେ, କିନ୍ତୁ ଏମିତି ଏକ ସ୍ବତନ୍ତ୍ର ଘୋଡା ଅଛି ଯାହାକୁ ମହାରଣା ପ୍ରତାପଙ୍କ ଚେତକ ସହିତ ତୁଳନା କରାଯାଉଛି। ଏହି ଘୋଡାର...

Advertisement
Archives

Model This Week