ମେ’ ୨୮ରୁ ଡିଜିଟାଲ ଅସହଯୋଗ ପାଇଁ ଚେତାବନୀ

ଭୁବନେଶ୍ୱର,୨୬ା୫(ବ୍ୟୁରୋ):ଦୀର୍ଘ ଦିନର ଦାବି ପୂରଣ ହେଉ ନ ଥିବାରୁ ଓଡ଼ିଶା ରାଜ୍ୟ ଅଣଗେଜେଟେଡ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି। ସେମାନଙ୍କ ଦାବି ପ୍ରତି ସରକାର କର୍ଣ୍ଣପାତ ନ କଲେ ଆସନ୍ତା ୨୮ରୁ ସେମାନେ ପ୍ରାଣୀ ଚିକିତ୍ସା ଜାରି ସହିତ ଡିଜିଟାଲ ଅସହଯୋଗ କରିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଗୁରୁବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସଂଘର ସାଧାରଣ ସମ୍ପାଦକ ବସନ୍ତ କୁମାର ସାହୁ କହିଛନ୍ତି, ରାଜ୍ୟରେ ଅଣଗେଜେଟେଡ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ପଦବୀ ୪୭୦୦ ଥିବାବେଳେ ଏବେ ସେଥିରେ ପାଖାପାଖି ୨୪୦୦ କାର୍ଯ୍ୟରତ ଅଛନ୍ତି। ଦୀର୍ଘଦିନ ହେଲା ଏହି କର୍ମଚାରୀମାନେ ସେମାନଙ୍କ କ୍ୟାଡର ପୁନର୍ଗଠନ ପାଇଁ ଦାବି କରୁଛନ୍ତି। ଏଥିପାଇଁ ସରକାରଙ୍କ ଉପରେ କୌଣସି ଆର୍ଥିକ ବୋଝ ପଡିବାର ନାହିଁ। ଏହା କେବଳ କର୍ମଚାରୀମାନଙ୍କୁ ଏକ ମାନ୍ୟତା। ତଥାପି ସରକାରୀ ଉଦାସୀନତା ଯୋଗୁ ପ୍ରାଣୀଧନ ଚିକିସତ୍କ ଭାବେ ଚାକିରି ଆରମ୍ଭ କରୁଥିବା କର୍ମଚାରୀମାନେ ବିନା ପଦୋନ୍ନତିରେ ଅବସର ନେଇ ଯାଉଛନ୍ତି।
ସେହିଭଳି ପ୍ରାଣୀଧନ ଚିକିସତ୍କମାନେ ଅତି କମରେ ୨ ବର୍ଷର ତାଲିମ ନେବା ପରେ ଚାକିରିରେ ଭର୍ତ୍ତି ହେବା ପାଇଁ ସଂଘ ଦାବି କରୁଛି। ସଂଘର ନେତାମାନେ ସୂଚନା ଦେଇଛନ୍ତି ଯେ ବିଭାଗ ପକ୍ଷରୁ ବର୍ଷକୁ ପ୍ରାୟ ୩୫ କୋଟି ଟଙ୍କାର ୟୁଜର୍ସ ଫି’ ଆଦାୟ ହେଉଥିବା ବେଳେ ସେଥିରେ ପ୍ରାଣୀଧନ ନିରୀକ୍ଷକମାନଙ୍କ ଯୋଗଦାନ ୩୦ କୋଟିରୁ ଅଧିକ ରହୁଛିି। ଏଭଳି ସ୍ଥଳେ ବିନା ଆର୍ଥିକ ବୋଝରେ ସେମାନଙ୍କ କ୍ୟାଡର ପୁନର୍ଗଠନ ଦାବି ପୂରଣ ନ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରାଜ୍ୟ ସରକାରଙ୍କ ନିକଟରେ ବାରମ୍ବାର ଦାବି ଉପସ୍ଥାପନ ସତ୍ତ୍ୱେ ଏହା ପୂରଣ ହେଉନାହିଁ। ତେଣୁ ଚଳିତ ମାସ ୧୦ ତାରିଖରୁ ପ୍ରାଣୀଧନ ନିରୀକ୍ଷକମାନେ ପ୍ରତିକାତ୍ମକ ଆନ୍ଦେଳନ ଚଳାଇ ଆସୁଛନ୍ତି। ଏଥିରେ ରାଜ୍ୟରେ ପ୍ରାଣୀ ଚିକିତ୍ସା ଉପରେ କୌଣସି ପ୍ରଭାବ ପଡିନାହିଁ। ସଂଘର ସଭାପତି ଉପେନ୍ଦ୍ରନାଥ ରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ୩୦ ଜିଲାର ପ୍ରତିନିଧିମାନେ ଯୋଗ ଦେଇ ୨୭ ତାରିଖ ସୁଦ୍ଧା ସେମାନଙ୍କ ଦାବି ପୂରଣ ପାଇଁ ସରକାର ପଦକ୍ଷେପ ନ ନେଲେ ୨୮ ତାରିଖରୁ ଡିଜିଟାଲ ଅସହଯୋଗ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଏହାଦ୍ୱାରା ଗାଁ ଗହଳରେ ସରକାରଙ୍କ ଯୋଜନାଗୁଡିକ ପ୍ରଭାବିତ ହେବ। ଏହି ଖବରଦାତା ସମ୍ମିଳନୀରେ ସଂଘର ସାଧାରଣ ସମ୍ପାଦକ ବସନ୍ତ ସାହୁ, ରାମଚନ୍ଦ୍ର ନାୟକ, ପ୍ରଶାନ୍ତ ମିଶ୍ର, ଲଳିତେନ୍ଦୁ ଦଳାଇ, ଶୁଭେନ୍ଦୁ ମାଝି, ପ୍ରଶାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?