ସାଙ୍ଗାକରାଙ୍କୁ ପଛରେ ପକାଇବେ ଓ୍ବାର୍ନର

ଦୁବାଇ, ୨୧।୯: ଆଇପିଏଲ୍‌-୧୩ର ଏକ ମ୍ୟାଚ୍‌ରେ ସୋମବାର ସନ୍‌ରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହେବ। ସ୍ଥାନୀୟ ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ୍‌ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ରେ ହାଇଦ୍ରାବାଦର ଡେଭିଡ୍‌ ଓ୍ବାର୍ନର ଅଧିନାୟକ ଭାବେ ଶ୍ରୀଲଙ୍କାର କୁମାର ସାଙ୍ଗାକରାଙ୍କୁ ପଛରେ ପକାଇବେ। ଓ୍ବାର୍ନର ଯେତେବେଳେ ଟସ୍‌ ପକାଇବାକୁ ପଡ଼ିଆକୁ ଓହ୍ଲାଇବେ ଅଧିନାୟକ ଭାବେ ଆଇପିଏଲ୍‌ରେ ଏହା ତାଙ୍କର ୪୮ତମ ମ୍ୟାଚ୍‌ ହେବ। ଏହିକ୍ରମରେ ସେ ସାଙ୍ଗାକରା (୪୭ ମ୍ୟାଚ୍‌)ଙ୍କୁ ପଛରେ ପକାଇବେ। ବିଦେଶୀ ଖେଳାଳି ଭାବେ ଆଇପିଏଲ୍‌ରେ ସର୍ବାଧିକ ମ୍ୟାଚ୍‌ ନେତୃତ୍ୱ ନେବାର ରେକର୍ଡ ଆଦାମ ଗିଲଖ୍ରୀଷ୍ଟଙ୍କ ନାମରେ ରହିଛି। ଗୀଲଖ୍ରୀଷ୍ଟ ଆଇପିଏଲ୍‌ରେ ୭୧ ମ୍ୟାଚ୍‌ରେ ନେତୃତ୍ୱ ନେଇ ଏହି ରେକର୍ଡର ଅଧିକାରୀ ରହିଛନ୍ତି। ତାଙ୍କ ପଛକୁ ଏହି ତାଲିକାର ୨ୟ ସ୍ଥାନରେ ଶେନ୍‌ ଓ୍ବର୍ନ (୫୫ ମ୍ୟାଚ୍‌) ରହିଛନ୍ତି। ଓ୍ବାର୍ନର ଏବେ ଏହି ତାଲିକାର ୩ୟ ସ୍ଥାନରେ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

କୋହଲିଙ୍କ ସନ୍ତାନ ଅଷ୍ଟ୍ରେଲିଆରେ ଜନ୍ମ ହେବାକୁ ଚାହୁଁଛନ୍ତି ଏହି ପ୍ରସିଦ୍ଧ ଖେଳାଳି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଆସନ୍ତା ଜାନୁଆରୀରେ ପ୍ରଥମ ସନ୍ତାନର ପିତା ହେବାକୁ ଯାଉଛନ୍ତି। ଏହି ସମୟରେ ଭାରତ-ଅଷ୍ଟ୍ରେଲିଆ ଚାରି ଟିକିଆ ଟେଷ୍ଟ...

ପୁଣି ଥରେ ବାଂଲାଦେଶ ଦଳକୁ କ୍ୱାରେଣ୍ଟିନ ପଠାଗଲା

ଅକ୍‌ଲାଣ୍ଡ,୧୭।୧୨: ନ୍ୟୁଜିଲାଣ୍ଡର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶକ୍ରମେ ବାଂଲାଦେଶ ଦଳକୁ ପୁଣି ଥରେ କ୍ୱାରେଣ୍ଟିନରେ ରଖାଯାଇଛି। ବାଂଲାଦେଶ ଦଳର ସ୍ପିନ ବୋଲିଂ କୋଚ୍‌ ରଙ୍ଗନା ହେରାଥଙ୍କ କୋଭିଡ୍‌-୧୯...

୧୫ ବର୍ଷରୁ କମ୍‌ ଫୁଟ୍‌ବଲ: ଭାରତକୁ ‘ସାଫ୍‌’ ଟାଇଟଲ

କଲ୍ୟାଣୀ, ୧।୯ (ପି.ଟି.)-ନେପାଳକୁ ୭-୦ ଗୋଲରେ ପରାସ୍ତ କରି ଭାରତ ୧୫ ବର୍ଷରୁ କମ୍‌ ସାଫ୍‌ (ସାଉଥ ଏସିଆନ ଫୁଟ୍‌ବଲ ଫେଡେରେଶନ) ଚାମ୍ପିୟନଶିପ୍‌ ଟାଇଟଲ ହାସଲ...

ଅଲିମ୍ପିକ୍ସ ଆଥ୍‌ଲେଟଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଳୀ,୨୮।୬(ପି.ଟି.): ଆସନ୍ତାମାସରେ ଆରମ୍ଭ ହେବାକୁ ଯାଉଥିବା ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବା ପାଇଁ ଜାପାନ ଯିବାକୁ ଥିବା ଭାରତୀୟ ଆଥ୍‌ଲେଟଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମର୍ଥନ...

ଆଜିର ଦିନରେ ଦେଖିବାକୁ ମିଳିଥିଲା ଗେଲ୍‌ ଝଡ଼

ମୁମ୍ବାଇ,୨୩।୪: ଠିକ୍‌ ୮ ବର୍ଷ ତଳେ ଅର୍ଥାତ୍‌ ୨୦୧୩, ଏପ୍ରିଲ ୨୩ ତାରିଖରେ ଆଇପିଏଲରେ ଦେଖିବାକୁ ମିଳିଥିଲା ଗେଲ୍‌ ଝଡ଼। ନିଷ୍କ୍ରିୟ ଦଳ ପୁଣେ ଓ୍ବାରିୟର୍ସ...

ଦିନଥିଲା ଗୁପ୍‌ଚୁପ ବିକୁଥିଲେ, ଆଜି ଭାରତକୁ ବିଶ୍ୱକପ୍‌ ଫାଇନାଲରେ ପହଞ୍ଚାଇଲେ ଏହି ଖେଳାଳି

ପୋଚେଫଷ୍ଟ୍ରୁମ,୫।୧: ପୁଣି ବିଶ୍ୱକପରେ ପାକିସ୍ତାନକୁ ଧରାଶାୟୀ କରିଛି ଭାରତ। ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ପରେ ଦୁଇ ଓପନର ଯଶସ୍ବୀ ଜଶୱାଲଙ୍କ ଶତକ ଓ ଦିବ୍ୟାଂଶ ସାକ୍ସେନାଙ୍କ...

ଜାତୀୟ ସବ୍‌ଜୁନିୟର ବ୍ୟାଡମିଣ୍ଟନ: ମାନ୍ୟା ଅଭ୍‌ଲାନୀଙ୍କୁ ହରାଇଲେ ଅଶିତା

ଭୁବନେଶ୍ୱର, ୨୦।୧୨(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶା ରାଜ୍ୟ ବ୍ୟାଡ୍‌ମିଣ୍ଟନ ଆସୋସିଏଶନ ଆନୁକୂଲ୍ୟରେ ଇଷ୍ଟକୋଷ୍ଟ ରେଲଓ୍ବେ ଇନ୍‌ଡୋର ଷ୍ଟାଡିୟମ ଏବଂ ସହିଦ ନଗରସ୍ଥିତ ଇନ୍‌ଡୋର ହଲ୍‌ରେ ଚାଲିଥିବା ଜାତୀୟ ସବ୍‌ଜୁନିୟର...

ଟୋକିଓ ଅଲିମ୍ପିକ୍ସ: ମନପ୍ରୀତ ଅଧିନାୟକ, ହରମନପ୍ରୀତଙ୍କୁ ମଧ୍ୟ ଉପଅଧିନାୟକ ଦାୟିତ୍ୱ: ବୀରେନ୍ଦ୍ର ଉପଅଧିନାୟକ

ନୂଆଦିଲ୍ଲୀ, ୨୩।୬(ପି.ଟି.)- ଟୋକିଓ ଅଲିମ୍ପିକ୍ସ ପାଇଁ ମନପ୍ରୀତ ସିଂଙ୍କୁ ଭାରତୀୟ ଦଳର ଅଧିନାୟକ ମନୋନୀତ କରାଯାଇଛି। ଉପଅଧିନାୟକ ପାଇଁ ୨ ଜଣଙ୍କ ନାମ ଘୋଷଣା କରାଯାଇଛି।...

Advertisement
Archives

Model This Week