Posted inଖେଳ

ପାକିସ୍ତାନ ଆଗରେ ୩୬୮ ରନ୍‌ର ବିଶାଳ ଟାର୍ଗେଟ୍‌ ରଖିଲା ଅଷ୍ଟ୍ରେଲିଆ

ବେଙ୍ଗାଲୁରୁ,୨୦ା୧୦: ବେଙ୍ଗାଲୁରୁ ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡ଼ିୟମରେ ଶୁକ୍ରବାର ଖେଳାଯାଇଥିବା ବିଶ୍ୱକପ୍‌ର ୧୮ତମ ମ୍ୟାଚ୍‌ରେ ପାକିସ୍ତାନ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲ। ଫଳରେ ଆମନ୍ତ୍ରଣ ପାଇ ଅଷ୍ଟ୍ରେଲିଆ ବ୍ୟାଟିଂ ଆରମ୍ଭ କରିଥିଲା। ଦୁଇ ଓପନର ଦୁଇ ଓପନର ଡେଭିଡ୍‌ ଓ୍ବାର୍ନର ଏବଂ ମିଚେଶ ମାର୍ଶଙ୍କ ଶତକୀୟ ଇନିଂସ୍‌ ବଳରେ ଅଷ୍ଟ୍ରେଲିଆର ନିର୍ଦ୍ଧାରିତ ୫୦ ଓଭରରେ ୯ ଉଇକେଟ ହରାଇ ୩୬୭ ରନ୍‌ କରିଛି। ଫଳରେ ପାକିସ୍ତାନ ଆଗରେ ୩୬୮ ରନ୍‌ର ବିଶାଳ ଟାର୍ଗେଟ ରଖିଛି ଅଷ୍ଟ୍ରେଲିଆ।

ଦୁଇ ଓପନର ଓ୍ବାର୍ନର ଏବଂ ମାର୍ଶ ଉଭୟ ପ୍ରଥମ ଉଇକେଟ ଯୋଡ଼ିରେ ରେକର୍ଡ ୨୫୯ ରନ୍‌ କରିଥିଲେ। ଓ୍ବାର୍ନର ବିସ୍ଫୋରକ ବ୍ୟାଟିଂ କରି ୧୨୪ ବଲ୍‌ରେ ୧୪ ଚଉକା ଏବଂ ୯ ଛକା ସହାୟତାରେ ୧୬୩ ରନ୍‌ କରିଥିବା ବେଳେ ମାର୍ଶ ୧୦୮ ବଲ୍‌ ଖେଳି ୧୦ ଚଉକା ଏବ ୯ ଛକା ସହାୟତାରେ ୧୨୧ ରନ୍‌ କରିଥିଲେ । ଦୁଇ ଓପରନ ଯୋଡ଼ିଙ୍କ ଉଇକେଟ୍‌ ପରେ ଅଷ୍ଟ୍ରେଲିଆର ମଧ୍ୟକ୍ରମ ବିଫଳ ହୋଇଥିଲା। ଫଳରେ ଅଷ୍ଟ୍ରେଲିଆର ନିର୍ଦ୍ଧାରିତ ୫୦ ଓଭରରେ ଅଷ୍ଟ୍ରେଲିଆ ୯ ଉଇକେଟ୍‌ ହରାଇ ୩୬୭ ରନ୍‌ କରିବାରେ ସକ୍ଷମ ହୋଇଥିଲା। ପାକିସ୍ତାନ ପକ୍ଷରୁ ଶାହିନ ଆଫ୍ରିଦି ସର୍ବାଧିକ ୫ ଉଇକେଟ ନେଇଥିବା ବେଳେ ହାରିସ ରୌଫ ୩ ଉଇକେଟ ନେଇଥିଲେ। ଉସାମା ମୀର ଗୋଟିଏ ଉଇକଟେ ନେବାରେ ସଫଳ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟାଇଟଲ ପ୍ରତ୍ୟାହାର, ୩ ବର୍ଷ ବାସନ୍ଦ ହେଲେ ଏହି ଆଥଲେଟ୍‌, ଜାଣନ୍ତୁ…

କୋଲୋରାଡୋ ସ୍ପ୍ରିଙ୍ଗ୍ସ,୧୧।୮: ବ୍ଲଡ ଡୋପିଙ୍ଗ୍‌ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଯୁକ୍ତରାଷ୍ଟ୍ର ଆମେରିକାର ୧,୫୦୦ମିଟର ଚାମ୍ପିୟନ ଜୋନା କୋଚ୍‌ଙ୍କଠାରୁ ଟାଇଟଲ ପ୍ରତ୍ୟାହାର କରି ନିଆଯିବା ସହ…

ପରିବାର ଲୋକଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କା ଋଣ ନେଇଗଲେ ସମ୍ପାଦକ: ଚାଷୀଙ୍କ ଆନ୍ଦୋଳନ ଚେତାବନୀ

ପୁରୁଷୋତ୍ତମପୁର,୧୧।୮(ସବିତା ମିଶ୍ର):ସରକାର କୃଷକଙ୍କୁ ସଶକ୍ତିକରଣ କରି କୃଷି ଓ କୃଷକଙ୍କ ବିକାଶ ଲାଗି ଯୋଜନା ପରେ ଯୋଜନା କରିବା ସହ ବିଭିନ୍ନ ଫସଲ ଚାଷ କରି ଲାଭବାନ…

ପୂର୍ବତନ ରାଷ୍ଟ୍ରପତିଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଲେ କୋର୍ଟ: ଆସିଥିଲା ସାଂଘାତିକ ଅଭିଯୋଗ

ଡାମସକସ୍‌,୧୧।୮: ସିରିଆର ଏକ କୋର୍ଟ ମଙ୍ଗଳବାର ଦେଶର ପୂର୍ବତନ ରାଷ୍ଟ୍ରପତି ବଶର ଅଲ-ଆସାଦ ଏବଂ ତାଙ୍କ ସାନ ଭାଇ ମାହେର ଅଲ-ଆସାଦଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି।…

ବିବାହ ପ୍ରତିଶ୍ରୁତି ଦେଇ ରଖୁଥିଲେ ଶାରୀରିକ ସମ୍ପର୍କ: ଏହି କ୍ରିକେଟର୍‌ଙ୍କୁ ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ,୧୧।୮: ଇଣ୍ଡିଆନ ପ୍ରିମିୟର ଲିଗ (IPL)ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିବା ବଙ୍ଗଳା କ୍ରିକେଟର ଅଭିଷେକ ପୋରେଲଙ୍କୁ ଜଣେ ଡାକ୍ତରୀ ଛାତ୍ରୀଙ୍କ ଦ୍ୱାରା ଦାୟର କରାଯାଇଥିବା ଆପରାଧିକ…

ପିକଅପ୍‌-କାର ମୁହାଁମୁହିଁ ଧକ୍କା: ଚାଲିଗଲା ଅମିତାଙ୍କ ଜୀବନ

ଭଞ୍ଜନଗର,୧୧।୮(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ମୁଜାଗଡ଼ ପେଟ୍ରୋଲ ପମ୍ପ ନିକଟରେ ମଙ୍ଗଳବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ମହିଳା…

ଜାପାନରୁ ଆସୁ ନେତାଜୀଙ୍କ ଅସ୍ଥି: ସୁପ୍ରିମକୋର୍ଟର ଦ୍ବାରସ୍ଥ ହେଲେ ସୁଭାଷ ଚନ୍ଦ୍ର ବୋଷଙ୍କ ଝିଅ, କେନ୍ଦ୍ରକୁ ନୋଟିସ୍!

ନୂଆଦିଲ୍ଲୀ,୧୧।୮: ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅସ୍ଥିକୁ ଜାପାନର ଟୋକିଓ ସ୍ଥିତ ରେଙ୍କୋଜି ମନ୍ଦିରରୁ ଭାରତ ଆଣିବା ଦାବିକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି…

ବିନାଶ କାଳେ ବିପରୀତ ବୁଦ୍ଧି.. କାହିଁକି ଏମିତି କହିଲେ ସୁନୀତା

ବଲିଉଡର ବରିଷ୍ଠ ଅଭିନେତା ଗୋବିନ୍ଦାଙ୍କୁ ନିକଟରେ ମୁମ୍ବାଇ ବିମାନବନ୍ଦରରେ ଅଭିନେତ୍ରୀ କୋମଲ ରାଣୀ ସ୍ବର୍ଣ୍ଣକରଙ୍କ ସହ ଦେଖାଯାଇଥିଲା। ଆଗାମୀ ଚଳଚ୍ଚିତ୍ର ‘ରୂପା’ରେ ଗୋବିନ୍ଦାଙ୍କ ସହ-ଅଭିନେତ୍ରୀ ଭାବେ କୋମଲ…

ରୋହିତ ଶର୍ମାଙ୍କ ସନ୍ନ୍ୟାସ ନେବା ପକ୍କା? ଏହି ଖୁସି ଖବର ଲକ୍ଷ ଲକ୍ଷ ପ୍ରଶଂସକଙ୍କ ମନ ଭାଙ୍ଗିଦେବ!

ନୂଆଦିଲ୍ଲୀ, ୧୧।୮: ରୋହିତ ଶର୍ମା ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ତୃତୀୟ ଦିନିକିଆ ମ୍ୟାଚରେ ଏହି ଭାରତୀୟ ଖେଳାଳି ଏକ ଚମତ୍କାର ଶତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri