ଯୁଦ୍ଧପ୍ରିୟ ନେତା

ଯୁଦ୍ଧ ପରେ କେବଳ ଶ୍ମଶାନର ନୀରବତା ରହିଯାଏ। ଏବେ ଲାଗୁଛି ଯେମିତି ଶ୍ମଶାନ ୟୁକ୍ରେନ୍‌ରୁ ପାଲେଷ୍ଟାଇନ୍‌କୁ ଚାଲିଯାଇଛି। ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଜୋର୍‌ଦାର ଲାଗି ରହିଥିବା ବେଳେ ଏବେ ଆଉ ଏକ ନୂତନ ଯୁଦ୍ଧକ୍ଷେତ୍ର ପାଲେଷ୍ଟାଇନ୍‌ରେ ସୃଷ୍ଟି ହୋଇଯାଇଛି। ଇସ୍ରାଏଲ୍‌ର ଆକ୍ରମଣ ଫଳରେ ପାଲେଷ୍ଟାଇନ୍‌ର ସାଧାରଣ ନାଗରିକ ମୃତ୍ୟୁମୁଖକୁ ଠେଲି ହୋଇଯାଉଛନ୍ତି। ମଧ୍ୟପ୍ରାଚ୍ୟର ଏହି ସ୍ଥିତିରେ କୌଣସି ପକ୍ଷକୁ ସମର୍ଥନ କରିବା କଷ୍ଟକର ହୋଇପଡ଼ୁଛି। ବାସ୍ତବତାକୁ ଦେଖିଲେ ସବୁ ପାଲେଷ୍ଟାଇନ୍‌ ନାଗରିକ ହମାସ୍‌ର ସଭ୍ୟ ନୁହନ୍ତି, ଏପରିକି ସେମାନଙ୍କ ମଧ୍ୟରୁ ଅନେକ ମୁସଲିମ୍‌ ଧର୍ମର ମଧ୍ୟ ନୁହନ୍ତି। କିନ୍ତୁ ଇସ୍ରାଏଲ୍‌ର କ୍ରୋଧିତ ଆଭିମୁଖ୍ୟ କୌଣସି ବାଛବିଚାର କରିବା ପାଇଁ ପ୍ରସ୍ତୁତ ଥିଲାଭଳି ମନେହୁଏ ନାହିଁ। ଅକ୍ଟୋବର ୭ର ହମାସ ଆକ୍ରମଣ ଯୋଗୁ ଇସ୍ରାଏଲ୍‌ର ଆତ୍ମବଡ଼ିମା ପ୍ରଚୁର ଆଘାତ ପାଇଲା। ପୃଥିବୀର ସବୁଠାରୁ ବୁଦ୍ଧିଆ ମିଲିଟାରୀ ଏବଂ ଗୋଇନ୍ଦା ଯନ୍ତ୍ରପାତିରେ ବେଶ୍‌ ଆଗୁଆ ଦେଶ ଭାବେ ଇସ୍ରାଏଲ ନିଜକୁ ପରିଚିତ କରାଇ ଆସୁଥିବା ବେଳେ ହମାସର ଆକ୍ରମଣ ବେଲୁନ୍‌ରେ ଛୁଞ୍ଚତ୍ ମାରିବା ସଦୃଶ ହେଲା। ମନେହେଉଛି ଇସ୍ରାଏଲକୁ ଏହି ମାଡ଼ ତା’ର ସମର୍ଥକ ଦେଶଗୁଡ଼ିକୁ ବ୍ୟସ୍ତ କରିଦେଇଛି। ଏପରିକି ଭାରତର ମଧ୍ୟ ବହିର୍ବ୍ୟାପାର ଆଭିମୁଖ୍ୟ ଏହି ଘଟଣାରେ ବାଉଳା ହୋଇଯାଇଥିବା ଭଳି ମନେହୁଏ। ପ୍ରଥମେ ଭାରତ ସିଧାସଳଖ ଘୋଷଣା କଲା ଯେ, ଇସ୍ରାଏଲ ପ୍ରତି ତା’ର ଅତୁଟ ସମର୍ଥନ ରହିଛି। ଅନ୍ତର୍ଜାତୀୟ ସ୍ତରରେ ପରିସ୍ଥିତି ବଦଳିବା ପରେ ଓ ବିଶେଷକରି ଅଲ୍‌ ଅହଲି ହସ୍ପିଟାଲ ବିସ୍ଫୋରଣ, ପରବର୍ତ୍ତୀ ସମୟରେ ଭାରତ ତା’ର ଇସ୍ରାଏଲ ପ୍ରତି ସମର୍ଥନ ଏପାଖ ସେପାଖ ହେଲାଭଳି ଦର୍ଶାଇଲା। କାରଣ ଯେତେ ମୁସଲମାନ ବିରୋଧୀ ହେଲେ ମଧ୍ୟ ମଧ୍ୟପ୍ରାଚ୍ୟ ଦେଶରୁ ପେଟ୍ରୋଲିୟମଜାତ ସାମଗ୍ରୀ କିଣିବା ପାଇଁ ଭାରତ ବାଧ୍ୟ ହେଉଛି। ସେହି ଅଞ୍ଚଳରେ ପେଟ୍ରୋଲ ନ ଥିଲେ ଭାରତୀୟମାନଙ୍କୁ ସେମାନଙ୍କର ହିନ୍ଦୁ ଚିନ୍ତାଧାରାକୁ ସୁଦୃଢ଼ କରିବା ପାଇଁ ଅନେକ ସୁବିଧା ହୋଇଥାଆନ୍ତା। ଏବେ ମା’ ବାପାଙ୍କଠାରୁ ଆରମ୍ଭ କରି ପିଲାମାନେ ଯେଉଁ ଗାଡ଼ି ଚଢ଼ୁଛନ୍ତି, ସେଥିରେ ପଡ଼ୁଥିବା ଇନ୍ଧନ ମୁସଲମାନ ଦେଶରୁ ଆସୁଥିବା ଫଳରେ ଭାରତ ସରକାର ବିଚଳିତ ହୋଇ ରହିଛନ୍ତି।
ସେହିଭଳି ଆମେରିକାରେ ମଧ୍ୟ ଇହୁଦୀମାନଙ୍କର ଧନବଳ ଯୋଗୁ ଜୋ ବାଇଡେନ୍‌ଙ୍କ ସରକାର ଏପାଖ ସେପାଖ ହୋଇ ସବୁଦିନ ହାସ୍ୟାସ୍ପଦ ପରିସ୍ଥିତିରେ ପଡ଼ୁଛି। ଗୋଟିଏ ଦିନ ଆମେରିକା ତା’ର ‘ଭେଟୋ’ କ୍ଷମତା ବ୍ୟବହାର କରି ଗାଜାକୁ ମାନବୀୟ ସହାୟତା ପଠାଇବାକୁ ବାରଣ କରୁଥିବା ସମୟରେ ଅଲ୍‌ ଅହଲି ହସ୍ପିଟାଲ ଘଟଣା ବାଇଡେନ୍‌ଙ୍କୁ ଗୋଳିଆଘଣ୍ଟା ସ୍ଥିତିରେ ପକାଇଦେଲା। ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲାଡିମିର ଜେଲେନ୍‌ସ୍କି ଇହୁଦୀ ହୋଇଥିବାରୁ ତାଙ୍କ ପ୍ରତି ଆମେରିକାର ଧନୀ ଇହୁଦୀଙ୍କ ସମର୍ଥନ ବାଇଡେନ ସରକାରଙ୍କୁ ୟୁକ୍ରେନ୍‌ ସମର୍ଥକ ହେବାକୁ ବାଧ୍ୟ କରିଥିଲା। ତେବେ ୟୁକ୍ରେନ୍‌ ଏକ ଇହୁଦୀବହୁଳ ଦେଶ ନୁହେଁ। ଏବେ ହମାସ ମୁସଲମାନଙ୍କର ଇହୁଦୀ ଦେଶ ଇସ୍ରାଏଲ ଉପରେ ଆକ୍ରମଣ ଆମେରିକାର ବହିର୍ବ୍ୟାପାର ଆଭିମୁଖ୍ୟକୁ ପରିବର୍ତ୍ତନ କରିଦେବାଭଳି ମନେହେଉଛି। ଇସ୍ରାଏଲକୁ ୧ ଲକ୍ଷ ୧୫୫ ଏମ୍‌ଏମ୍‌ ହାଉଟ୍‌ଜର (ତୋପ) ଯୋଗାଇ ଦେବାକୁ ଆମେରିକା ପ୍ରତିରକ୍ଷା କାର୍ଯ୍ୟାଳୟ ପେଣ୍ଟାଗନ ଯୋଜନା କରିସାରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଏହି ଯୁଦ୍ଧାସ୍ତ୍ର ୟୁକ୍ରେନ୍‌ ପାଇଁ ପ୍ରସ୍ତୁତ କରାଯାଇଥିଲା। ଏଥିରୁ ବୁଝାପଡ଼ୁଛି ଯେ, ଆମେରିକା କୌଣସି ପ୍ରକାରେ ବିଶ୍ୱରେ ହେଉଥିବା ଯୁଦ୍ଧକୁ ସମାପ୍ତ ହେଉ ବୋଲି ଚାହେଁ ନାହିଁ। ରାଷ୍ଟ୍ରପତି ଜୋ ବାଇଡେନ ଗୋଟିଏ ପଟେ ରୁଷିଆର ୟୁକ୍ରେନ୍‌ ଆକ୍ରମଣକୁ ବିରୋଧ କରୁଥିବା ବେଳେ ଅନ୍ୟପକ୍ଷରେ ଗାଜା ଉପରେ ଇସ୍ରାଏଲର ଆକ୍ରମଣକୁ ସମର୍ଥନ କରି ଏହାକୁ ଆଗକୁ ନେବାକୁ ଇନ୍ଧନ ଯୋଗାଉଛନ୍ତିି। ଏହି ପରିସ୍ଥିତିରେ ଆମେରିକାର ବ୍ୟବସାୟିକ ଜଗତ ଅତ୍ୟନ୍ତ ସନ୍ତୁଷ୍ଟ ଥିବେ। ବାଇଡେନ୍‌ଙ୍କ ଏହି ଯୁଦ୍ଧମୁଖୀ ଆଚରଣ ତାଙ୍କର ଆସନ୍ତା ବର୍ଷ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ବିପୁଳ ଅର୍ଥ ଆଣିଦେବ। ଆମେରିକାର କଳକାରଖାନା ଏବେ ଦିନରାତି ଚାଲିବେ, କାରଣ ଯେତେ ଯୁଦ୍ଧ ବଢ଼ିବ ସେତିକି ଯୁଦ୍ଧସାମଗ୍ରୀ ବିକ୍ରିହେବ। ଯେତେ ସାମଗ୍ରୀ ବିକ୍ରି ହେବ ସେତିକି ଲାଭ ଆମେରିକାର ଯୁଦ୍ଧାସ୍ତ୍ର ନିର୍ମାଣ କରୁଥିବା କମ୍ପାନୀଗୁଡ଼ିକ ପାଇବେ।
ବିଶ୍ୱବ୍ୟାପୀ ଦେଖିଲେ ଏବେ କେବଳ ଯୁଦ୍ଧପ୍ରିୟ ରାଜନେତାମାନେ କ୍ଷମତା ମାଡ଼ିବସିଛନ୍ତି। ଏହି ନେତାମାନଙ୍କ ପାଇଁ ଯୁଦ୍ଧରେ ଯେତେ ସଂଖ୍ୟାରେ ଲୋକ ମରିବେ, ସେମାନଙ୍କ ଲୋକପ୍ରିୟତା ସେତିକି ପ୍ରତିଶତ ବୃଦ୍ଧି ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

ପେଟ୍ରୋଡଲାର ସାମ୍ରାଜ୍ୟ

ପୃଥିବୀର କୌଣସି ଏକ ପେଟ୍ରୋଲ୍‌ ପମ୍ପରେ ଗାଡ଼ିରେ ଇନ୍ଧନ ଭରିବା ଦୃଶ୍ୟ ସାଧାରଣ ହୋଇପାରେ, କିନ୍ତୁ ଏହା ପ୍ରଚ୍ଛଦପଟରେ ଏକ ବିଶାଳ ଆର୍ଥିକ ବ୍ୟବସ୍ଥା କାମ କରୁଥାଏ,…

ଆମେରିକା ଅପଦସ୍ଥ

ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜକୁ ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଖୋଲା ନ କଲେ ଇରାନକୁ ଭୟାବହ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri