ଗାଜା, ସିରିଆରେ ଇସ୍ରାଏଲ୍‌ର ବୋମାମାଡ଼

ରାଫାହ(ଗାଜା ଷ୍ଟ୍ରିପ୍‌)/ତେଲ୍‌ ଆଭିଭ୍‌,୨୩ା୧୦: ଇସ୍ରାଏଲ୍‌ ଯୁଦ୍ଧବିମାନଗୁଡ଼ିକ ଶନିବାର ରାତିରୁ ଗାଜା ଉପରେ ବୋମାମାଡ଼ ଜାରି ରଖିଥିବାବେଳେ ରବିବାର ସିରିଆର ଦୁଇଟି ବିମାନବନ୍ଦର ଏବଂ ଅଧିକୃତ ଓ୍ବେଷ୍ଟ ବ୍ୟାଙ୍କ୍‌ର ଏକ ମସ୍‌ଜିଦ ଉପରେ ଆକ୍ରମଣ କରିଛି। ଫଳରେ ଯୁଦ୍ଧ କେବଳ ଇସ୍ରାଏଲ୍‌ ଏବଂ ଗାଜା ମଧ୍ୟରେ ସୀମିତ ନ ରହି ଅନ୍ୟ ଦେଶକୁ ବ୍ୟାପିବାର ଆଶଙ୍କା ସୃଷ୍ଟି ହୋଇଛି। ଯୁଦ୍ଧ ଆରମ୍ଭ ହେବା ଦିନଠାରୁ ଇସ୍ରାଏଲ୍‌ ପ୍ରାୟ ପ୍ରତିଦିନ ଲେବାନନ୍‌ର ହେଜ୍‌ବୋଲ୍ଲା ଆତଙ୍କବାଦୀ ଗୋଷ୍ଠୀ ଉପରେ ଆକ୍ରମଣ ଚଳାଇଛି। ଇସ୍ରାଏଲ୍‌ ଅଧିକୃତ ଓ୍ବେଷ୍ଟ ବ୍ୟାଙ୍କରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଇସ୍ରାଏଲ୍‌ ସୈନ୍ୟ ସେଠାର ଶରଣାର୍ଥୀ ଶିବିରରେ ଆତ୍ମଗୋପନ କରିଥିବା ଆତଙ୍କବାଦୀଙ୍କ ସହ ଲଢ଼େଇ କରିବା ସହ ଦୁଇଥର ଏୟାରଷ୍ଟ୍ରାଇକ୍‌ କଲେଣି।
ଗାଜାରେ ସ୍ଥଳଯୁଦ୍ଧ ଆରମ୍ଭ କରିବା ଯୋଜନାରେ ଇସ୍ରାଏଲ୍‌ ରହିଛି। ସେଥିପାଇଁ ସୀମାରେ ହଜାର ହଜାର ଟ୍ୟାଙ୍କ୍‌ ମହଜୁଦ୍‌ କରିରଖିଛି। ଉତ୍ତର ଗାଜାରୁ ଲୋକମାନଙ୍କୁ ଅନ୍ୟତ୍ର ପଳାଇଯିବା ଲାଗି ତେଲ୍‌ ଆଭିଭ୍‌ ବାରମ୍ବାର କହିବା ସହ ଆକାଶମାର୍ଗରୁ ଲିଫ୍‌ଲେଟ୍‌ ପକାଉଛି। ଯଦି ପାଲେଷ୍ଟିନୀୟମାନେ ତୁରନ୍ତ ଉକ୍ତ ଅଞ୍ଚଳରୁ ପଳାଇ ନ ଯାଆନ୍ତି, ତେବେ ସେମାନଙ୍କୁ ଆତଙ୍କବାଦୀଙ୍କ ଭଳି ବ୍ୟବହାର କରାଯିବ ବୋଲି ଇସ୍ରାଏଲ୍‌ ଚେତାବନୀ ଦେଇଛି। ବର୍ତ୍ତମାନ ସୁଦ୍ଧା ଉକ୍ତ ଅଞ୍ଚଳରୁ ୭ ଲକ୍ଷ ଲୋକ ପଳାଇଗଲେଣି। ତଥାପି ଆହୁରି କେତେ ଲକ୍ଷ ଲୋକ ରହିଯାଇଛନ୍ତି। ସ୍ଥଳଯୁଦ୍ଧ ଆରମ୍ଭ ହେଲେ ବହୁସଂଖ୍ୟାରେ ସାଧାରଣ ଲୋକ ମୃତାହତ ହେବା ଆଶଙ୍କା ରହିଛି। ଗାଜା ସିଟିରେ ହମାସ୍‌ର ଭିତ୍ତିଭୂମି ଏବଂ ଭୂତଳ ଟନେଲ୍‌ ବ୍ୟବସ୍ଥା ରହିଛି। ପରବର୍ତ୍ତୀ ଆକ୍ରମଣକୁ ଜୋର୍‌ଦାର କରାଯିବ ବୋଲି ଇସ୍ରାଏଲୀ ସେନାର ଜଣେ ଅଧିକାରୀ କହିଛନ୍ତି। ହମାସ୍‌କୁ ସମ୍ପୂର୍ଣ୍ଣ ମୂଳପୋଛ କରିଦେବାକୁ ଇସ୍ରାଏଲ୍‌ ଚାହେଁ। ସାଧାରଣ ଲୋକେ ଯେପରି ସୀମାରେ ପହଞ୍ଚତ୍ପାରିବେ ସେଥିପାଇଁ ଏକ ସମ୍ଭାବ୍ୟ ବଫର ଜୋନ୍‌ ସୃଷ୍ଟି କରିବା ଲାଗି ଏହାର ଅଧିକାରୀମାନେ କହିଛନ୍ତି।

ଇନ୍‌କ୍ୟୁବେଟରରେ ଥିବା ୧୨୦ ଶିଶୁ ବିପଦରେ

ଇସ୍ରାଏଲ୍‌ର ବିମାନ ଆକ୍ରମଣରେ ଗାଜା ଷ୍ଟ୍ରିପ୍‌ର ୧,୭୫୦ରୁ ଅଧିକ ପିଲାଙ୍କ ମୃତ୍ୟୁ ଘଟିଲାଣି। ଗାଜା ହସ୍ପିଟାଲଗୁଡ଼ିକୁ ଇନ୍ଧନ ଯୋଗାଣ ବନ୍ଦ ହୋଇଯାଇଥିବାରୁ ଇନ୍‌କ୍ୟୁବେଟରରେ ଥିବା ଅନୂ୍ୟନ ୧୨୦ ନବଜାତ ଶିଶୁଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି। ହସ୍ପିଟାଲଗୁଡ଼ିକରେ ଇନ୍ଧନ ସମେତ ଔଷଧ, ପାଣିର ଘୋର ଅଭାବ ଦେଖାଦେଇଛି। ଫଳରେ ରୋଗୀ ସେବା ବାଧାପ୍ରାପ୍ତ ହେବା ସହ ଆକ୍ରମଣରେ ଆହତ ହୋଇଥିବା ଲୋକଙ୍କୁ ଚିକିତ୍ସା କରାଯାଇ ପାରୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?