ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ। ମାନେ ଭଲମନ୍ଦ, ସୁଖଦୁଃଖ, ସବୁଥିରେ ମିଳିମିଶି ସହଭାଗୀ ହେଉଥିବା ପବିତ୍ର ସ୍ଥାନ ହେଉଛି ଗାଁ। ପରସ୍ପର କାନ୍ଧକୁ କାନ୍ଧ ମିଳେଇ ବଞ୍ଚତ୍ବା ତଥା ସାମାଜିକ ସମରସତାର ଭୂମି ହେଉଛି ଗାଁ। ସେଥିପାଇଁ ଗାଁ ହେଉଛି ଆମରି ମା’। ସେବାର ମହତ୍ତ୍ୱ ବୁଝୁଥିଲେ ଗାଁ ଲୋକେ। ସାହାଯ୍ୟ ଓ ସହଯୋଗ ନିଷ୍କାମ ଭାବରେ କରନ୍ତି ସେମାନେ। ବ୍ୟକ୍ତିଗତ ଜୀବନ ଅପେକ୍ଷା ସାମୂହିକତା ଗ୍ରାମ୍ୟ ଜୀବନର ପ୍ରେରଣାଦାୟୀ ଜୀବନ ମୂଲ୍ୟ। ମିଳିମିଶି ଓଷାବ୍ରତ କରିବା, ସହଭାଗିତା ଭିତ୍ତିରେ ପର୍ବପର୍ବାଣି ପାଳିବା, ଚାଷବାସ ସରିବା ପରେ ଜନ୍ତାଳ ନାମରେ ଗଁା ମନ୍ଦିରରେ ଗୋଷ୍ଠୀଗତ ଭୋଜି କରି ଆନନ୍ଦ ନେବା। ସାବେଳେ ଶାସ୍ତ୍ର ଆଲୋଚନା। ଯେକୌଣସି ମନୋମାଳିନ୍ୟ ଦୂର କରିବା ପାଇଁ ଗ୍ରାମ୍ୟ କମିଟି। ଏମିତି ବି ଦିନ ଥିଲା, ଗାଁର ଗୋଟିଏ ବି ମକଦ୍ଦମା ବା ଅଭିଯୋଗ ପୋଲିସ ଫାଣ୍ଡି ବା ଥାନା ଯାଏଁ ଯାଉନଥିଲା। ଗୁରୁଜନଙ୍କ କଥାକୁ ସମସ୍ତେ ମାନୁଥିଲେ। କନିଷ୍ଠମାନଙ୍କ ପ୍ରତି ବରିଷ୍ଠମାନଙ୍କର ଆଦର ଯତ୍ନ ଥିଲା। ଗାଁର ଯେକୌଣସି ପିଲା ନିର୍ଦ୍ଦିଷ୍ଟ ପରିବାରର ନ ହୋଇ ସମ୍ପୂର୍ଣ୍ଣ ଗାଁର ସନ୍ତାନ ଥିଲେ। ଯେକୌଣସି ତ୍ରୁଟି ବିଚ୍ୟୁତି ଦେଖିଲେ ଗାଁର ଯେକୌଣସି ବୟୋଜ୍ୟେଷ୍ଠ ପିଲାଙ୍କୁ ତାଗିଦା କରିପାରୁଥିଲେ। ପିଲେ ଅଭିଭାବକ ଭଳି ମାନୁଥିଲେ। ଗାଁର ଯେକୌଣସି ଲୋକଙ୍କ ସଫଳତାରେ ସମ୍ପୂର୍ଣ୍ଣ ଗାଁ ଖୁସି ମନାଉଥିଲା ଏବଂ ଯେକୌଣସି ବିପଦଆପଦରେ ସମସ୍ତେ କାନ୍ଧକୁ କାନ୍ଧ ମିଶାଇ ସମାଧାନ କରୁଥିଲେ। ସମ୍ପୂର୍ଣ୍ଣ ଗାଁ ଥିଲା ଗୋଟିଏ ପରିବାର। ଜାତିଭେଦ ରୂପକ ଘୃଣ୍ୟ ପ୍ରଥା ଥିଲେ ମଧ୍ୟ ତଥାକଥିତ ସବର୍ଣ୍ଣ ଘର ସହ ଅସବର୍ଣ୍ଣଙ୍କ ମିତ ବସୁଥିଲେ। ସଙ୍ଗାତ, ବଉଳ ଇତ୍ୟାଦି ବସେଇ ସାମାଜିକ ବନ୍ଧନକୁ ମଜଭୁତ କରୁଥିଲା। ପ୍ରତ୍ୟେକ ଲୋକ ପରସ୍ପରକୁ ମାନ୍ୟତା ଅନୁସାରେ ସମ୍ବୋଧନ କରୁଥିଲେ। ବିବାହ ବ୍ରତରେ ଭାର ଆସୁଥିଲା। ଗାଁରେ ଯଦି କାହାର ଦେହାନ୍ତ ହୁଏ, ସମ୍ପୂର୍ଣ୍ଣ ଗଁା କାଠ ନେଇ ତାଙ୍କ ଅନ୍ତ୍ୟେଷ୍ଟି କରୁଥିଲେ। ଶୁଦ୍ଧିକ୍ରିୟାଯାଏ ସବୁପ୍ରକାର ସହଯୋଗ କରି ପୀଡ଼ିତ ପରିବାରକୁ ଦୁର୍ବଳ ସ୍ଥିତିରୁ ଉଦ୍ଧାର କରୁଥିଲେ। ଅର୍ଥାତ୍‌ ଗାଁ ଥିଲା ସଂସ୍କାର, ସହଯୋଗ ଓ ସଦ୍ଭାବନାର ପ୍ରାଣକେନ୍ଦ୍ର। ଏଠାରେ ଗୋଟିଏ ଦୁଇଟି ଉଦାହରଣ ଉଲ୍ଲେଖ କରୁଛି, ଯାହାକି ଗ୍ରାମ୍ୟ ଜୀବନର ସ୍ବରୂପକୁ ଉଜାଗର କରିବ।
ପ୍ରାୟ ତିରିଶ ବର୍ଷ ତଳେ ଆମ ଘର ଛାତ ପଡ଼ିବା କଥା ମନେପଡୁଛି। ପ୍ରାୟ ଦୁଇହଜାର ବର୍ଗଫୁଟର ଛାତ। ନିର୍ଦ୍ଧାରିତ ସମୟରେ ସବୁ ଜିନିଷପତ୍ର ଆସିଗଲା। ରାତିରେ ଗାଁ ସଭାପତି ଗାଁଲୋକଙ୍କୁ ସୂଚନା ଦେଇଥିଲେ। ସକାଳୁ ସକାଳୁ ପ୍ରତି ଘରୁ ଜଣେ ଦି’ଜଣ ପହଞ୍ଚତ୍ଗଲେ। ଗାଁ ସଭାପତିଙ୍କ ସମେତ ପଞ୍ଚକମିଟି କାଠଚୌକିରେ ବସି ସମ୍ପୂର୍ଣ୍ଣ କାର୍ଯ୍ୟର ତଦାରଖ କରୁଥା’ନ୍ତି। ପ୍ରାୟ ମଧ୍ୟାହ୍ନଭୋଜନ ବେଳକୁ ଛାତ ପଡ଼ିଗଲା। ରୋଷେଇ ହୋଇଥିବା ଭାତ, ଡାଲି ଓ ତରକାରି ଖାଇ ଯେ ଯାହା ଘରକୁ ଚାଲିଗଲେ। ବିନା ପାରିଶ୍ରମିକରେ ଏତେ ବଡ଼ କାମ। ଅର୍ଥାତ୍‌ ଦିନେ ଶ୍ରମଦାନ କରି ଗାଁ ଲୋକଙ୍କୁ ସହାୟତା କରିବା ଗ୍ରାମ୍ୟ ଜୀବନର ଏକ ଅଲିଖିତ ସାମ୍ବିଧାନିକ ମର୍ଯ୍ୟାଦା ବୋଲି ଲୋକ ଗ୍ରହଣ କରିଥିଲେ। ସେହିପରି ଆଉ ଗୋଟିଏ ଘଟଣା, ଯାହାକି କୌଣସି ପତ୍ର ପତ୍ରିକାରେ ପଢ଼ିଥିଲି।
ସେଦିନ ଗାଁରେ ବଡ଼ ସତ୍‌ସଙ୍ଗ କାର୍ଯ୍ୟକ୍ରମ ହେବାର ଥିଲା। କୌଣସି ଆଧ୍ୟାତ୍ମିକ ସଙ୍ଗଠନ ଦ୍ବାରା ତାହା ଆୟୋଜନ ହେବାର ଥିଲା। ପୂର୍ବ ଯୋଜନାନୁସାରେ ସଙ୍ଗଠନର ସଦସ୍ୟ ସଦସ୍ୟାମାନେ ଗଁାମୁଣ୍ଡ ପଡ଼ିଆରେ ଏକତ୍ରିତ ହେଲେ। କିନ୍ତୁ ସମୟ ଅତିକ୍ରାନ୍ତ ପରେ ମଧ୍ୟ କାହାର ଦେଖା ମିଳିଲା ନାହିଁ। ଜଣେ ବୁଢ଼ୀ କହିଲେ କେହି ଆସିବେ ନାହିଁ, କାରଣ ଗତ ରାତିରେ ଦୁଇଟି ଘର ପୋଡ଼ିଯାଇଛି। ଫଳତଃ ଦୁଇ ପରିବାରର ସମସ୍ତ ସମ୍ପତ୍ତି ନଷ୍ଟ ହୋଇଯାଇଛି। ସତ୍ୟାସତ୍ୟ ବୁଝିବା ପାଇଁ ଗଁା ଭିତରକୁ ଗଲାବେଳେ ସେମାନେ ଦେଖିଲେ ଗଁାର ଯୁବକମାନେ କାତି ଧରି କୁଆଡ଼େ ଯାଉଛନ୍ତି। ଏକାସାଙ୍ଗରେ କୋଡ଼ିଏରୁ ଊଦ୍ଧର୍‌ବ ଯୁବକ କାତି ଧରି ଏକମୁହଁା ଯାଉଥିବାର ମାନେ ବୁଝିପାରିଲେ ନାହିଁ। ଗଁା ମଧ୍ୟଭାଗରେ ଦେଖିଲେ ବୟସ୍କ ପୁରୁଷମାନେ ପୋଡ଼ାଘରୁ ପାଉଁଶ, ଦରପୋଡ଼ା କାଠ, ଆସବାବପତ୍ର ବାହାର କରିବାରେ ଲାଗିଛନ୍ତି। କେଇ ଦୂରରେ ତୁଳସୀ ଚଉଁରା ଚଉତରା ଉପରେ ମହିଳାମାନେ କ’ଣ ଆଲୋଚନା କରିବାରେ ବ୍ୟସ୍ତ। ଖବର ନେବାପରେ ଜଣାପଡ଼ିଲା ଯେ, ପୀଡ଼ିତ ପରିବାରକୁ ସାହାଯ୍ୟ କରିବା ପାଇଁ କିଏ କେଉଁ ପ୍ରକାରର (ଥାଳି, ବାସନ, ହାଣ୍ଡି, ଚାଉଳ ଇତ୍ୟାଦି) ସହଯୋଗ କରିପାରିବେ ତା’ର ତାଲିକା ଚାଲିଛି। ସେମାନେ ସାଯାଏ ଗ୍ରାମବାସୀଙ୍କ କାର୍ଯ୍ୟକୁ ପର୍ଯ୍ୟବେକ୍ଷଣ କରି ଦେଖିଲେ ସାବେଳକୁ କାଠ ବାଉଁଶରେ ଦୁଇଟି ଘର ବନେଇଦେଲେ। ଅର୍ଥାତ୍‌ ଦୁଇଜଣ ଗ୍ରାମବାସୀଙ୍କ ଦୁଃଖରେ ସମଦୁଃଖୀ ଗ୍ରାମବାସୀ ହାତକୁ ହାତ ମିଶେଇ ସେମାନଙ୍କୁ ବିପଦରୁ ଉଦ୍ଧାର କରିବା ପାଇଁ ପ୍ରୟାସ କଲେ। ଏ ହେଉଛି ପ୍ରକୃତ ଗ୍ରାମ୍ୟ ଜୀବନଧାରା ଓ ଜୀବନ ମୂଲ୍ୟ। ହେଲେ ଆଜି ସେହି ସଂସ୍କାର, ନିବିଡ଼ ସମ୍ପର୍କ ଓ ସଦ୍ଭାବନାରେ କିଛିଟା ବ୍ୟତିକ୍ରମ ଘଟିଛି।
ସଂକୀର୍ଣ୍ଣ ରାଜନୀତି, ଆଜିକାଲିର ପାଠୁଆ ଯୁବତୀଯୁବକଙ୍କ ବେଖାତିର ଉଚ୍ଚାରଣ ଓ ଆଚରଣ, ମୋବାଇଲ୍‌ ଫୋନ୍‌ ପ୍ରତି ଅତିଶୟ ପ୍ରୀତି ଇତ୍ୟାଦି ଗ୍ରାମ୍ୟ ସଂହତି ଓ ଭାଇଚାରାରେ କିଛିଟି ବ୍ୟତିକ୍ରମ ସୃଷ୍ଟି କରିଛି। ଜନ୍ମଦିନ ବିନା କେକ୍‌କଟାରେ ହେଉନି। ବିନା ମାଂସଭୋଜି ଓ ମଦରେ ବରଯାତ୍ରୀରେ କେହି ଯିବାକୁ ରାଜିନୁହନ୍ତି। ଶବଦାହ ବେଳେ ମାଦକ ଦ୍ରବ୍ୟର ଆବଶ୍ୟକତା ପଡୁଛି। ପର୍ବପର୍ବାଣିରେ ନାଚଗୀତ ତ ହେଉଛି, କିନ୍ତୁ ଉଗ୍ର ଆଧୁନିକ ସଙ୍ଗୀତ ଓ ନୃତ୍ୟରେ ଗଁା ପରିବେଶ ଆଜିକାଲି ସହର ସହର ବାସୁଛି। ଗ୍ରାମ୍ୟ କମିଟି ଅନେକାଂଶରେ ସମସ୍ୟା ସମାଧାନ କରିପାରୁ ନାହାନ୍ତି। ତେଣୁ ଗଁା ଭିତରେ ମୋକଦ୍ଦମା ବଢ଼ିଲାଣି। ଛୋଟ ଛୋଟ କଥାରେ ଥାନା, କଚେରି ଯାଇ ସାମାଜିକ ସମ୍ପର୍କ ଓ ସଦ୍ଭାବନା ବିଗାଡ଼ୁଛନ୍ତି। ଶାନ୍ତିପୂର୍ଣ୍ଣ ଜୀବନଯାପନ କରୁଥିବା ଗ୍ରାମ୍ୟ ପରିବେଶ ଧୀରେ ଧୀରେ ଅଶାନ୍ତ ହୋଇଉଠୁଛି। ଅର୍ଥାତ୍‌ ସେଦିନ ଗଁା ଆଉ ଆଜିର ଗଁା ଭିତରେ ଆକାଶପାତାଳ ପ୍ରଭେଦ । ଏହାର କୌଣସି ସମାଧାନ ବାହାର କରିବା ଉଚିତ।
ସହକାରୀ ପ୍ରଫେସର, ବିକ୍ରମ ଦେବ ବିଶ୍ବବିଦ୍ୟାଳୟ, ଜୟପୁର
ମୋ:୭୦୦୮୨୮୩୦୫୫

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

ଏହିଦିନ ଭାରତ-ପାକିସ୍ତାନ ସେମିଫାଇନାଲ ମୁକାବିଲା: କେବେ, କେଉଁଠି ଦେଖିବେ ମ୍ୟାଚ ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସରେ ଏବେ ଭାରତ ଓ ପାକିସ୍ତାନର ହକି ଟିମ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଉଭୟ ଦଳ ମଧ୍ୟରେ ଏହି ମୁକାବିଲା ସିଧାସଳଖ ଫାଇନାଲ ଟିକେଟ…

ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ୩ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୮।୯: ସୁପ୍ରିମକୋର୍ଟ ସୋମବାର ନିର୍ବାଚନ କମିଶନଙ୍କୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ତୃଣମୂଳ କଂଗ୍ରେସ (TMC)ର ଦୁଇ ବିରୋଧୀ ଗୋଷ୍ଠୀ ମଧ୍ୟରେ ‘ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?