ଯୁଦ୍ଧପ୍ରିୟ ନେତା

ଯୁଦ୍ଧ ପରେ କେବଳ ଶ୍ମଶାନର ନୀରବତା ରହିଯାଏ। ଏବେ ଲାଗୁଛି ଯେମିତି ଶ୍ମଶାନ ୟୁକ୍ରେନ୍‌ରୁ ପାଲେଷ୍ଟାଇନ୍‌କୁ ଚାଲିଯାଇଛି। ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଜୋର୍‌ଦାର ଲାଗି ରହିଥିବା ବେଳେ ଏବେ ଆଉ ଏକ ନୂତନ ଯୁଦ୍ଧକ୍ଷେତ୍ର ପାଲେଷ୍ଟାଇନ୍‌ରେ ସୃଷ୍ଟି ହୋଇଯାଇଛି। ଇସ୍ରାଏଲ୍‌ର ଆକ୍ରମଣ ଫଳରେ ପାଲେଷ୍ଟାଇନ୍‌ର ସାଧାରଣ ନାଗରିକ ମୃତ୍ୟୁମୁଖକୁ ଠେଲି ହୋଇଯାଉଛନ୍ତି। ମଧ୍ୟପ୍ରାଚ୍ୟର ଏହି ସ୍ଥିତିରେ କୌଣସି ପକ୍ଷକୁ ସମର୍ଥନ କରିବା କଷ୍ଟକର ହୋଇପଡ଼ୁଛି। ବାସ୍ତବତାକୁ ଦେଖିଲେ ସବୁ ପାଲେଷ୍ଟାଇନ୍‌ ନାଗରିକ ହମାସ୍‌ର ସଭ୍ୟ ନୁହନ୍ତି, ଏପରିକି ସେମାନଙ୍କ ମଧ୍ୟରୁ ଅନେକ ମୁସଲିମ୍‌ ଧର୍ମର ମଧ୍ୟ ନୁହନ୍ତି। କିନ୍ତୁ ଇସ୍ରାଏଲ୍‌ର କ୍ରୋଧିତ ଆଭିମୁଖ୍ୟ କୌଣସି ବାଛବିଚାର କରିବା ପାଇଁ ପ୍ରସ୍ତୁତ ଥିଲାଭଳି ମନେହୁଏ ନାହିଁ। ଅକ୍ଟୋବର ୭ର ହମାସ ଆକ୍ରମଣ ଯୋଗୁ ଇସ୍ରାଏଲ୍‌ର ଆତ୍ମବଡ଼ିମା ପ୍ରଚୁର ଆଘାତ ପାଇଲା। ପୃଥିବୀର ସବୁଠାରୁ ବୁଦ୍ଧିଆ ମିଲିଟାରୀ ଏବଂ ଗୋଇନ୍ଦା ଯନ୍ତ୍ରପାତିରେ ବେଶ୍‌ ଆଗୁଆ ଦେଶ ଭାବେ ଇସ୍ରାଏଲ ନିଜକୁ ପରିଚିତ କରାଇ ଆସୁଥିବା ବେଳେ ହମାସର ଆକ୍ରମଣ ବେଲୁନ୍‌ରେ ଛୁଞ୍ଚତ୍ ମାରିବା ସଦୃଶ ହେଲା। ମନେହେଉଛି ଇସ୍ରାଏଲକୁ ଏହି ମାଡ଼ ତା’ର ସମର୍ଥକ ଦେଶଗୁଡ଼ିକୁ ବ୍ୟସ୍ତ କରିଦେଇଛି। ଏପରିକି ଭାରତର ମଧ୍ୟ ବହିର୍ବ୍ୟାପାର ଆଭିମୁଖ୍ୟ ଏହି ଘଟଣାରେ ବାଉଳା ହୋଇଯାଇଥିବା ଭଳି ମନେହୁଏ। ପ୍ରଥମେ ଭାରତ ସିଧାସଳଖ ଘୋଷଣା କଲା ଯେ, ଇସ୍ରାଏଲ ପ୍ରତି ତା’ର ଅତୁଟ ସମର୍ଥନ ରହିଛି। ଅନ୍ତର୍ଜାତୀୟ ସ୍ତରରେ ପରିସ୍ଥିତି ବଦଳିବା ପରେ ଓ ବିଶେଷକରି ଅଲ୍‌ ଅହଲି ହସ୍ପିଟାଲ ବିସ୍ଫୋରଣ, ପରବର୍ତ୍ତୀ ସମୟରେ ଭାରତ ତା’ର ଇସ୍ରାଏଲ ପ୍ରତି ସମର୍ଥନ ଏପାଖ ସେପାଖ ହେଲାଭଳି ଦର୍ଶାଇଲା। କାରଣ ଯେତେ ମୁସଲମାନ ବିରୋଧୀ ହେଲେ ମଧ୍ୟ ମଧ୍ୟପ୍ରାଚ୍ୟ ଦେଶରୁ ପେଟ୍ରୋଲିୟମଜାତ ସାମଗ୍ରୀ କିଣିବା ପାଇଁ ଭାରତ ବାଧ୍ୟ ହେଉଛି। ସେହି ଅଞ୍ଚଳରେ ପେଟ୍ରୋଲ ନ ଥିଲେ ଭାରତୀୟମାନଙ୍କୁ ସେମାନଙ୍କର ହିନ୍ଦୁ ଚିନ୍ତାଧାରାକୁ ସୁଦୃଢ଼ କରିବା ପାଇଁ ଅନେକ ସୁବିଧା ହୋଇଥାଆନ୍ତା। ଏବେ ମା’ ବାପାଙ୍କଠାରୁ ଆରମ୍ଭ କରି ପିଲାମାନେ ଯେଉଁ ଗାଡ଼ି ଚଢ଼ୁଛନ୍ତି, ସେଥିରେ ପଡ଼ୁଥିବା ଇନ୍ଧନ ମୁସଲମାନ ଦେଶରୁ ଆସୁଥିବା ଫଳରେ ଭାରତ ସରକାର ବିଚଳିତ ହୋଇ ରହିଛନ୍ତି।
ସେହିଭଳି ଆମେରିକାରେ ମଧ୍ୟ ଇହୁଦୀମାନଙ୍କର ଧନବଳ ଯୋଗୁ ଜୋ ବାଇଡେନ୍‌ଙ୍କ ସରକାର ଏପାଖ ସେପାଖ ହୋଇ ସବୁଦିନ ହାସ୍ୟାସ୍ପଦ ପରିସ୍ଥିତିରେ ପଡ଼ୁଛି। ଗୋଟିଏ ଦିନ ଆମେରିକା ତା’ର ‘ଭେଟୋ’ କ୍ଷମତା ବ୍ୟବହାର କରି ଗାଜାକୁ ମାନବୀୟ ସହାୟତା ପଠାଇବାକୁ ବାରଣ କରୁଥିବା ସମୟରେ ଅଲ୍‌ ଅହଲି ହସ୍ପିଟାଲ ଘଟଣା ବାଇଡେନ୍‌ଙ୍କୁ ଗୋଳିଆଘଣ୍ଟା ସ୍ଥିତିରେ ପକାଇଦେଲା। ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲାଡିମିର ଜେଲେନ୍‌ସ୍କି ଇହୁଦୀ ହୋଇଥିବାରୁ ତାଙ୍କ ପ୍ରତି ଆମେରିକାର ଧନୀ ଇହୁଦୀଙ୍କ ସମର୍ଥନ ବାଇଡେନ ସରକାରଙ୍କୁ ୟୁକ୍ରେନ୍‌ ସମର୍ଥକ ହେବାକୁ ବାଧ୍ୟ କରିଥିଲା। ତେବେ ୟୁକ୍ରେନ୍‌ ଏକ ଇହୁଦୀବହୁଳ ଦେଶ ନୁହେଁ। ଏବେ ହମାସ ମୁସଲମାନଙ୍କର ଇହୁଦୀ ଦେଶ ଇସ୍ରାଏଲ ଉପରେ ଆକ୍ରମଣ ଆମେରିକାର ବହିର୍ବ୍ୟାପାର ଆଭିମୁଖ୍ୟକୁ ପରିବର୍ତ୍ତନ କରିଦେବାଭଳି ମନେହେଉଛି। ଇସ୍ରାଏଲକୁ ୧ ଲକ୍ଷ ୧୫୫ ଏମ୍‌ଏମ୍‌ ହାଉଟ୍‌ଜର (ତୋପ) ଯୋଗାଇ ଦେବାକୁ ଆମେରିକା ପ୍ରତିରକ୍ଷା କାର୍ଯ୍ୟାଳୟ ପେଣ୍ଟାଗନ ଯୋଜନା କରିସାରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଏହି ଯୁଦ୍ଧାସ୍ତ୍ର ୟୁକ୍ରେନ୍‌ ପାଇଁ ପ୍ରସ୍ତୁତ କରାଯାଇଥିଲା। ଏଥିରୁ ବୁଝାପଡ଼ୁଛି ଯେ, ଆମେରିକା କୌଣସି ପ୍ରକାରେ ବିଶ୍ୱରେ ହେଉଥିବା ଯୁଦ୍ଧକୁ ସମାପ୍ତ ହେଉ ବୋଲି ଚାହେଁ ନାହିଁ। ରାଷ୍ଟ୍ରପତି ଜୋ ବାଇଡେନ ଗୋଟିଏ ପଟେ ରୁଷିଆର ୟୁକ୍ରେନ୍‌ ଆକ୍ରମଣକୁ ବିରୋଧ କରୁଥିବା ବେଳେ ଅନ୍ୟପକ୍ଷରେ ଗାଜା ଉପରେ ଇସ୍ରାଏଲର ଆକ୍ରମଣକୁ ସମର୍ଥନ କରି ଏହାକୁ ଆଗକୁ ନେବାକୁ ଇନ୍ଧନ ଯୋଗାଉଛନ୍ତିି। ଏହି ପରିସ୍ଥିତିରେ ଆମେରିକାର ବ୍ୟବସାୟିକ ଜଗତ ଅତ୍ୟନ୍ତ ସନ୍ତୁଷ୍ଟ ଥିବେ। ବାଇଡେନ୍‌ଙ୍କ ଏହି ଯୁଦ୍ଧମୁଖୀ ଆଚରଣ ତାଙ୍କର ଆସନ୍ତା ବର୍ଷ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ବିପୁଳ ଅର୍ଥ ଆଣିଦେବ। ଆମେରିକାର କଳକାରଖାନା ଏବେ ଦିନରାତି ଚାଲିବେ, କାରଣ ଯେତେ ଯୁଦ୍ଧ ବଢ଼ିବ ସେତିକି ଯୁଦ୍ଧସାମଗ୍ରୀ ବିକ୍ରିହେବ। ଯେତେ ସାମଗ୍ରୀ ବିକ୍ରି ହେବ ସେତିକି ଲାଭ ଆମେରିକାର ଯୁଦ୍ଧାସ୍ତ୍ର ନିର୍ମାଣ କରୁଥିବା କମ୍ପାନୀଗୁଡ଼ିକ ପାଇବେ।
ବିଶ୍ୱବ୍ୟାପୀ ଦେଖିଲେ ଏବେ କେବଳ ଯୁଦ୍ଧପ୍ରିୟ ରାଜନେତାମାନେ କ୍ଷମତା ମାଡ଼ିବସିଛନ୍ତି। ଏହି ନେତାମାନଙ୍କ ପାଇଁ ଯୁଦ୍ଧରେ ଯେତେ ସଂଖ୍ୟାରେ ଲୋକ ମରିବେ, ସେମାନଙ୍କ ଲୋକପ୍ରିୟତା ସେତିକି ପ୍ରତିଶତ ବୃଦ୍ଧି ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?