ଯୁଦ୍ଧ ଜର୍ଜରିତ ଶୈଶବ

ପ୍ରକାଶ ତ୍ରିପାଠୀ

ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନଁା ନେଉନାହିଁ। ଇତିମଧ୍ୟରେ ବୁଛା ସହରରେ ରୁଷ ସୈନିକଙ୍କ ବର୍ବର କାଣ୍ଡର ଅନେକ ଛବି ଗଣମାଧ୍ୟମକୁ ଆସିବା ପରେ ବୁଝାପଡୁଛି ସତେଯେମିତି ରୁଷ ରାଷ୍ଟ୍ରପତି ପୁଟିନ ୟୁକ୍ରେନ ନାଗରିକଙ୍କୁ ହତ୍ୟା କରିବା ପାଇଁ ପ୍ରତିଜ୍ଞା କରିଛନ୍ତି। ବୃଦ୍ଧାବୃଦ୍ଧ,ମହିଳା ଓ ଶିଶୁ କେହି ବି ବାଦ୍‌ ପଡୁନାହାନ୍ତି ରୁଷ ସୈନ୍ୟଙ୍କ ଦୌରାତ୍ମ୍ୟରୁ। ଶାନ୍ତି ପରିବର୍ତ୍ତେ ଯୁଦ୍ଧର ବିଭୀଷିକା କ୍ରମେ ବଢ଼ି ବଢ଼ି ଚାଲିଛି। ତେବେ ଏଇ ଯୁଦ୍ଧରେ ସବୁଠାରୁ ଅଧିକ ୁପ୍ରଭାବ ପଡୁଛି ଶିଶୁମାନଙ୍କ ଉପରେ ।
ଅତି ବର୍ବର ଭାବେ ଦଳି ଦିଆଯାଉଛି ସେମାନଙ୍କ ଶୈଶବକୁ। ଅନ୍ତର୍ଜାତୀୟ ସ୍ତରରେ ଶିଶୁ ଅଧିକାରର କଥା କହୁଥିବା ସଂସ୍ଥାଗୁଡ଼ିକ ଚୁପ୍‌ ରହିଛନ୍ତି। ମିଳିତ ଜାତିସଂଘ, ୟୁନିସେଫ ଓ ନାଟୋର ନିଷ୍କ୍ରିୟତା ଅନୁଭତ ହେଲାଣି। ପୁଟିନଙ୍କ ଦୃଢ ଯୁଦ୍ଧଖୋର ମନୋଭାବ ଆଗରେ ବିଶ୍ବ ସଂସ୍ଥାଗୁଡ଼ିକ ଶକ୍ତିଶୂନ୍ୟ ଭଳି ପ୍ରତ୍ୟୟ ହେଉଛି। ଯୁଦ୍ଧ ରୋକିବାକୁ ଅନେକ ରାଷ୍ଟ୍ର ପକ୍ଷରୁ ପୁଟିନଙ୍କୁ ଅନୁରୋଧ କରାଗଲେ ମଧ୍ୟ ତାହାର କୌଣସି ସୁଫଳ ମିଳୁନାହୁଁ। ମିଳିତ ଜାତିସଂଘ, ଅନ୍ତର୍ଜାତୀୟ ନ୍ୟାୟାଳୟ, ନାଟୋ, ୟୁରୋପୀୟ ସଂଘ ପକ୍ଷରୁ କଠୋର ଆର୍ଥିକ ପ୍ରତିବନ୍ଧ ଲଗାଯାଇଥିଲେ ବି ଏହାର କୌଣସି ପ୍ରଭାବ ରୁଷ ଉପରେ ପଡୁନାହିଁ। ୟୁକ୍ରେନ୍‌ ଓ ରୁଷର ନାଗରିକ କେହି ବି ଯୁଦ୍ଧ ଚାହୁଁ ନ ଥିବା ବେଳେ ଉଭୟ ଦେଶର ରାଜନେତାଙ୍କ ପାଇଁ ଯୁଦ୍ଧ ଥମୁନାହିଁ। ଯୁଦ୍ଧ ଶେଷ ହେବା ପରେ ଉଭୟ ଦେଶର ରାଷ୍ଟ୍ରପତିଙ୍କ ହାତରେ କ’ଣ ଥିବ ତାହା ଦେଖିବାକୁ ବାକି ରହିଛି।
ଇତିମଧ୍ୟରେ ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ ପତ୍ନୀ ଓଲେନା ଜେଲେନସ୍କିଙ୍କ ଏକ ଚିଠି ସମଗ୍ର ବିଶ୍ବକୁ ସ୍ତବ୍ଧ କରିଦେଇଛି। ରୁଷିଆ ସୈନ୍ୟମାନଙ୍କ ମା’ମାନଙ୍କ ଉଦ୍ଦେଶ୍ୟରେ ସେ ଏକ ଭାବନାତ୍ମକ ଚିଠି ଲେଖି ଯୁଦ୍ଧ ବନ୍ଦ କରିବାକୁ ନିବେଦନ କରିଛନ୍ତି। ସେ ଲେଖିଛନ୍ତି ଯେ କୌଣସି ମା’କୁ ପଚାରନ୍ତୁ, ତାଙ୍କ ପାଇଁ ସବୁଠାରୁ ମୂଲ୍ୟବାନ କ’ଣ ? ମୁଁ ନିଶ୍ଚିତ ଯେ, ଆପଣ ସେମାନଙ୍କଠାରୁ ଉତ୍ତର ପାଇବେ ପିଲାମାନେ ସବୁଠାରୁ ମୂଲ୍ୟବାନ। କିନ୍ତୁ ଏଇ ଯୁଦ୍ଧର ଅର୍ଥ ହେଉଛି ସେହି ପିଲାମାନଙ୍କ ମୃତ୍ୟୁ। ଜଣେ ମା’ ହିସାବରେ ମୁଁ ପିଲାମାନଙ୍କ ମୃତ୍ୟୁକୁ କଳ୍ପନା କରିପାରୁନାହିଁ। କାରଣ ପିଲାଙ୍କ ମୃତ୍ୟୁ ହେଉଛି ହୃଦୟର ମୃତ୍ୟୁ, ପରିବାରର ମୃତ୍ୟୁ ଓ ଭବିଷ୍ୟତର ମୃତ୍ୟୁ। ମୁଁ ରୁଷିଆ ମା’ମାନଙ୍କୁ ପଚାରୁଛି, ତୁମମାନଙ୍କ ପୁଅମାନେ ଆମର ଛୋଟ ଛୋଟ ଛୁଆମାନଙ୍କୁ ମାରୁଛନ୍ତି, ସେମାନଙ୍କ ଉପରକୁ ବୋମା ଫିଙ୍ଗୁଛନ୍ତି, ସେମାନଙ୍କ ଉପରେ ମୋର୍ଟାର ଚଳାଉଛନ୍ତି । କେଉଁ ମା’ ଚାହେଁ ଯେ ସେମାନଙ୍କ ପୁଅ ଜଣେ ଶିଶୁ ହତ୍ୟାକରି ହେଉ? କିନ୍ତୁ ଦୁଃଖର କଥା ଯେ ବର୍ତ୍ତମାନ ସୁଦ୍ଧା ଜଣେ ହେଲେ ରୁଷୀୟ ମା’ଙ୍କ ଠାରୁ ଏ ବିଷୟରେ ପଦେ ହେଲେ ଶୁଣି ପାରିଲିନି । ମୁଁ ବୁଝିପାରୁନି ସେମାନେ ଭୟଭୀତ ନା ଉଦାସୀନ। ଆଉ କେତେ ନିରୀହ ଶିଶୁଙ୍କୁ ହତ୍ୟା କରିସାରିବା ପରେ ରୁଷିଆ ସୈନ୍ୟ ଶିଶୁହତ୍ୟା ବନ୍ଦ କରିବେ। ନିଜ ପିଲାମାନଙ୍କୁ ନ ମାରିବା ପାଇଁ ମା’ମାନେ ଯୁଦ୍ଧ ବିରୋଧରେ ରାଜରାସ୍ତାକୁ ଆସିବା ପୂର୍ବରୁ ରୁଷିଆ ସୈନ୍ୟ ଆଉ କେତେ ଶିଶୁଙ୍କୁ ହତ୍ୟା କରିବେ?
ରୁଷିଆ ସୈନ୍ୟ ୟୁକ୍ରେନ୍‌ ଶିଶୁମାନଙ୍କୁ ହତ୍ୟା କରୁଛନ୍ତି ବୋଲି ରୁଷିଆର ମା’ମାନଙ୍କୁ ଏକଥା ଜଣାଇଦେବାକୁ ଓଲେନା ଜେଲେନସ୍କି ନିବେଦନ କରିଛନ୍ତି। ସେ ନିଜ ଚିଠିରେ ଲେଖିଛନ୍ତି ଯେ ରୁଷିଆର ମା’ମାନେ ଜାଣନ୍ତୁ ଯେ ସେମାନଙ୍କ ପୁଅ, ସ୍ବାମୀ, ଭାଇମାନେ ୟୁକ୍ରେନରେ ନିଜର ସନ୍ତାନ ବୟସର ଶିଶୁମାନଙ୍କୁ ହତ୍ୟା କରୁଛନ୍ତି। କିଛିଦିନ ପୂର୍ବରୁ ଏଠାରେ ଯାହା ସବୁ ହେଉଥିଲା ତାହା ଏବେ ଭାବିବାର ବାହାରେ। ମୋ ଦେଶରେ ସର୍ବତ୍ର ଶାନ୍ତି ବିରାଜମାନ କରୁଥିଲା। ମେଟ୍ରୋ ନଗରୀ, ସହର ଓ ଗ୍ରାମ ସବୁଠାରେ ହସ ଖୁସିର ଲହର ଥିଲା। କିନ୍ତୁ ଫେବୃୟାରୀ ୨୪ ସକାଳେ ଏକ ଅଶୁଭ ଖବର ଆମ ପାଇଁ ସତେ ଯେମିତି ଅପେକ୍ଷା କରି ରହିଥିଲା। ରୁଷିଆ ସହ ଯୁଦ୍ଧ ଆରମ୍ଭ ହେବ ବୋଲି ସକାଳୁ ସକାଳୁ ଘୋଷଣା କରିଦିଆଗଲା। ଠିକ୍‌ ଏହା ପରେ ପରେ ୟୁକ୍ରେନ ସୀମାକୁ ରୁଷିଆ ଟ୍ୟାଙ୍କ ଅତିକ୍ରମ କଲା, ୟୁକ୍ରେନ ଆକାଶରେ ଯୁଦ୍ଧ ବିମାନ ଓ ରକେଟ ଲଞ୍ଚରଗୁଡ଼ିକ ଆମ ସହର ଚାରିପାଖରେ ରହିଗଲେ। ସମ୍ପୂର୍ଣ୍ଣ ଶାନ୍ତିରେ ବିଶାସ ରଖୁଥିବା ସାଧାରଣ ନାଗରିକଙ୍କୁ ସଂହାର କରିବା ଉଦ୍ୟମ ଆରମ୍ଭ ହୋଇଗଲା।
ଏ ଯୁଦ୍ଧରେ ସର୍ବାଧିକ କ୍ଷତି ହେଉଛି କୋମଳମତି ଶିଶୁମାନଙ୍କର। ଆଠ ବର୍ଷର ଅଲିଶାର ମୃତଦେହରେ ଯେପରି ଆଉ ଅଧିକ ଗୁଳି ନ ବାଜେ ସେଥିପାଇଁ ତାଙ୍କ ଜେଜେବାପା ଅଲିଶାକୁ ନିଜ ଦେହରେ ଘୋଡାଇ ରଖିଥିଲେ ନିଜ ମା-ବାପାଙ୍କ ସହ ଗୁଳିରେ ମରି ରାସ୍ତା ମଝିରେ ପ ପୁଲିନା। ସେହିପରି ଏକ ଯୁଦ୍ଧ ଜାହାଜର ଭଗ୍ନାବଶେଷ ମୁଣ୍ଡରେ ଆଘାତ ଲାଗିଥିବା ୧୪ ବର୍ଷୀୟ ଆର୍ସେନିଜ ନିକଟରେ ଆମ୍ବୁଲାନ୍ସ ପହଞ୍ଚିବାକୁ ଦେଇ ନ ଥିଲା ରାସ୍ତାରେ ଗୁଳିଗୋଳା ବର୍ଷଣ। ଛଅ ବର୍ଷର ସଫିକା ଓ ତା’ ଦେଢ଼ ବର୍ଷର ସାନ ଭାଇ ସହ ସେମାନଙ୍କ ମା-ବାପା ୟୁକ୍ରେନ ଛାଡ଼ି ପଡ଼ୋଶୀ ଦେଶକୁ ଯାଉଥିବା ବେଳେ ସମସ୍ତଙ୍କୁ ହତ୍ୟା କରିଥିଲେ ରୁଷ ସୈନ୍ୟ। ଯଦି ରୁଷିଆ କେବେ ବି କୁହେ ଏହି ଯୁଦ୍ଧ ସାଧାରଣ ନାଗରିକଙ୍କ ବିରୋଧରେ ହୋଇନାହିଁ, ତେବେ ପ୍ରଥମେ ଏହାକୁ ବିରୋଧ କରି ଏହି ସବୁ ଉଦାହରଣ ଉପସ୍ଥାପନ କରାଯିବ।
ଏବେ ଶିଶୁମାନେ ଡାକ୍ତରଖାନାରେ ଜନ୍ମ ହେଉନାହାନ୍ତି, ଗୁଳିଗୋଳା ସ୍ଥଳରେ ଜନ୍ମ ହେଉଛନ୍ତି। କାରଣ ଡାକ୍ତରଖାନା ଓ ଏହାର ପ୍ରସବସ୍ଥଳ ଏବେ ରୁଷିଆ ଆକ୍ରମଣରେ ଧ୍ବଂସ ବିଧସ୍ତ। ନବଜାତ ଶିଶୁଙ୍କ ପାଇଁ ଶାନ୍ତିର ପରିଭାଷା ବଦଳିଯାଇଛି ୟୁକ୍ରେନ୍‌ରେ। ଶାନ୍ତସ୍ନିଗ୍ଧ ଆକାଶ ବଦଳରେ ଏବେ ସେମାନେ ଦେଖୁଛନ୍ତି ଅନ୍ଧାରୁଆ ଘରର (ବଙ୍କର)କଂକ୍ରିଟ ଛାତ। ୟୁକ୍ରେନ୍‌ର ଯେଉଁ ପିଲାମାନଙ୍କ ହାତରେ ଖେଳଣା, ବହି ଓ ଆଞ୍ଜୁଳା ଆଞ୍ଜୁଳା ସ୍ବପ୍ନ ଭରି ରହିଥିଲା, ସେହି ନିରୀହ ପିଲାଙ୍କୁ ଏବେ ମୃତ୍ୟୁ ମିଳୁଛି। ସେମାନଙ୍କ ଶବ ଏବେ ୟୁକ୍ରେନ୍‌ର ରାସ୍ତା ଉପରେ ପଡ଼ିରହିଛି। ସେମାନଙ୍କ ସ୍କୁଲ ଏବେ ମାଟିରେ ମିଶି ଯାଇଛି। ଡାକ୍ତରଖାନାଗୁଡ଼ିକ ଧ୍ୱଂସସ୍ତୂପ। ଅନେକ ଶିଶୁ ଅନାଥ। ଏହାକୁ ସମଗ୍ର ବିଶ୍ବ ଅନୁଭବ କରୁଛି ମୂକ ଓ ବଧିର ଭଳି। ସେଭ ଦି ଚିଲ୍‌ଡ୍ରେନ ସଂସ୍ଥାର ରିପୋର୍ଟ ଅନୁଯାୟୀ ୟୁକ୍ରେନ୍‌ର ପ୍ରାୟ ୬୦ ଲକ୍ଷ ଶିଶୁଙ୍କର ଭବିଷ୍ୟତ ସମ୍ପୂର୍ଣ୍ଣ ଅନ୍ଧକାର। ୪୬୪ ସ୍କୁଲ ଧ୍ୱଂସ, ଡାକ୍ତରଖାନାଗୁଡ଼ିକରେ ସେମାନଙ୍କ ଚିକିତ୍ସା ସୁବିଧା ନାହିଁ। ୧୫ ଲକ୍ଷ ଶିଶୁ ୟୁକ୍ରେନ୍‌ ଛାଡ଼ି ପଡୋଶୀ ଦେଶକୁ ଚାଲି ଯାଇଛନ୍ତି, ଯେଉଁମାନଙ୍କ ଭବିଷ୍ୟତ କ’ଣ କେହି ବି କହିପାରିବେ ନହିଁ। । ପ୍ରାୟ ୮୦ ହଜାର ଗର୍ଭବତୀ ୟୁକ୍ରେନ୍‌ ମହିଳା କିପରି ସେମାନଙ୍କ ସନ୍ତାନକୁ ଜନ୍ମ ଦେବେ ତାହା ଏକ ବିରାଟ ସମସ୍ୟା ରୂପେ ଦେଖାଦେଇଛି। ଡାକ୍ତରଖାନା ନାହିଁ କି ପ୍ରସବ ନିମନ୍ତେ ସ୍ବତନ୍ତ୍ର ଘର ବି ନାହିଁ। ଔଷଧପତ୍ର ତ ସ୍ବପ୍ନ। ମାତୃ ଓ ଶିଶୁ ଅଧିକାରର ସଂଜ୍ଞା ଏଠି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗୋଟିଏ ଯୁଦ୍ଧ ଭବିଷ୍ୟତର ଅନେକ ଯୁଦ୍ଧର ବୀଜ ବପନ କରିଥାଏ। ଏଠାରେ ପ୍ରଶ୍ନ କେବଳ ୟୁକ୍ରେନ୍‌-ରୁଷ ଯୁଦ୍ଧ ନୁହେଁ, ସିରିୟା, ଆଫଗାନିସ୍ତାନ, ଏମେନ, ଇରାକ ଓ ସୋମାଲିୟା ଭଳି ଦେଶ, ଯେଉଁଠାରେ କି ଯୁଦ୍ଧ ସମୟରେ ଲକ୍ଷ ଲକ୍ଷ ଶିଶୁଙ୍କ ଜୀବନ ବିପନ୍ନ ହେବାର ଦୃଶ୍ୟ ଏ ବିଶ୍ୱ ଦେଖିଛି। ଲକ୍ଷ ଲକ୍ଷ ଶିଶୁଙ୍କ ମୃତ୍ୟୁ ସହ କୁପୋଷଣ, ପାଠପଢ଼ା ବନ୍ଦ ଓ ପରିବାରଠାରୁ ଦୂରେଇଯିବା, ଅନାଥ ହେବା ଓ ଅପହରଣ ଭଳି କରୁଣ ଖବର ସାମ୍ପ୍ରତିକ ସଭ୍ୟ ସମାଜର ବାସ୍ତବ ଚିତ୍ର। ଯୁଦ୍ଧର ବିଭୀଷିକା କବଳରୁ ଶୈଶବକୁ ଉଦ୍ଧାର କରିବା ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ ପତ୍ନୀଙ୍କ କରୁଣ ନିବେଦନକୁ ବିଶ୍ୱ ନେତାମାନେ କିପରି ଗ୍ରହଣ କରୁଛନ୍ତି ତାହା ଏବେ ବୁଝିବାକୁ ବାକି ରହିଲା।
ମୋ: ୯୪୩୭୨୩୨୪୬୩
prakas.tripathy09@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

ଚକ୍ଷୁଷ୍ମାନ ଧୃତରାଷ୍ଟ୍ର

ଜଣେ ବକ୍ତା କହୁଥାନ୍ତି,”ଆପଣମାନେ ଧୃତରାଷ୍ଟ୍ରଙ୍କ ଚରିତ୍ରକୁ କେବଳ କ୍ଷମତାଲିପ୍ସା ଦୃଷ୍ଟିକୋଣରୁ ବିଚାର କଲେ ତାହା ହୁଏତ ତାଙ୍କ ଚରିତ୍ରର ଅସମ୍ପୂର୍ଣ୍ଣ ଅଧ୍ୟୟନ ହେବ। କ୍ଷମତାର ଲାଳସା ପଛରେ…

ହାଇତିର ଖାଦ୍ୟ ସଙ୍କଟ ଓ ବିଶ୍ୱର ବିବେକ

ଏକବିଂଶ ଶତାବ୍ଦୀର ଆଧୁନିକ ମଣିଷ ଯେତେବେଳେ ମହାକାଶରେ ନୂଆ ବସତି ଖୋଜୁଛି, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାହାଯ୍ୟରେ ପୃଥିବୀକୁ ନୂତନ ରୂପ ଦେବାକୁ ଚେଷ୍ଟା କରୁଛି ଏବଂ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?