ଏଇ ଭାରତରେ

ନଡ଼ାପୋଡ଼ି ଯୋଗୁ ବାୟୁ ପ୍ରଦୂଷଣ ବଢ଼ୁଥିବାବେଳେ ଏହାର ସମାଧାନ ଲାଗି ଦୁଇଜଣଙ୍କ ପ୍ରଚେଷ୍ଟା ବେଶ୍‌ ପ୍ରଶଂସନୀୟ। ପୁଣେର ସୁହାସ ବକ୍ସି ଏବଂ ଅଶ୍ୱିନୀ ସାଭେ ବାୟୋମାସ ଏବଂ ଏହା ସହ ଜଡ଼ିତ ବିଭିନ୍ନ ଜିନିଷ ଲାଗି ଏକ ଅନ୍‌ଲାଇନ ମାର୍କେଟ ‘ବାୟୋଫୁଏଲ ସର୍କଲ’ ଖୋଲିଛନ୍ତି। ଏହାଦ୍ୱାରା ସେମାନେ ନଡ଼ା ଅବଶେଷ ସଂଗ୍ରହ କରୁଛନ୍ତି। ଫଳରେ କୃଷକମାନେ ଏହି ମାକେର୍ଟ ସହ ଯୋଡ଼ି ହୋଇ ସେମାନଙ୍କ ନଡ଼ା ଅବଶେଷାଂଶ ବିକ୍ରି କରୁଛନ୍ତି। ଏଣୁ ନଡ଼ାପୋଡ଼ି ଅନେକ ମାତ୍ରାରେ କମାଯାଇପାରିଛି। ବକ୍ସି ଓ ସାଭେ ଏଥିରୁ ସବୁଜ ଶକ୍ତି ଉପତ୍ାଦନ କରିବାକୁ ସକ୍ଷମ ହୋଇଛନ୍ତି ଓ ଗ୍ରାମୀଣ କୃଷକମାନଙ୍କୁ ଶିଳ୍ପଭିତ୍ତିକ ଉପତ୍ାଦକମାନଙ୍କ ସହ ଯୋଡ଼ୁଛନ୍ତି। ଦୁହେଁ ୨୦୨୦ରେ ଏହି କମ୍ପାନୀ ଖୋଲିବା ପରେ ଏବେ ସୁଦ୍ଧା ୨୫,୦୦୦ ମେଟ୍ରିକ ଟନ୍‌ ନଡ଼ା ଅବଶେଷ ସଂଗ୍ରହ କରିସାରିଛନ୍ତି। ପାଖାପାଖି ଏକ ଡଜନ ଫାର୍ମର୍ସ ପ୍ରଡ୍ୟୁସର୍ସ ଅର୍ଗାନାଇଜେଶନ (ଏଫ୍‌ପିଓ) ଦ୍ୱାରା ଉକ୍ତ କୃଷି ବର୍ଜ୍ୟ ସଂଗ୍ରହ ହେଉଛି ଓ ସେଠାରେ ତାହାକୁୁ କମ୍ପ୍ରେସ କରାଯାଇ ବାୟୋମାସ୍‌ ବ୍ରିକ୍ୟୁଟି (ଇଟା ଆକାରର ଅଙ୍ଗାର ବା କୋଇଳା ଇନ୍ଧନ) କରାଯାଉଛି। ପରେ ଏଗୁଡ଼ିକୁ ବିଭିନ୍ନ ଶିଳ୍ପକେନ୍ଦ୍ରକୁ ପଠାଯାଉଛି। ‘ବାୟୋଫୁଏଲ ସର୍କଲ’ କୃଷକମାନଙ୍କଠାରୁ ଏହା ଆଣିବା ପରେ ସେମାନଙ୍କୁ ଏହା ବଦଳରେ ଜୈବିକ ସାର ଯୋଗାଉଛି। ଏବେ ୧,୫୦୦ କୃଷକ ଏହି ଡିଜିଟାଲ ପ୍ଲାଟ୍‌ଫର୍ମ ବ୍ୟବହାର କରୁଛନ୍ତି। ଏହା ମହାରାଷ୍ଟ୍ର, ତାମିଲନାଡ଼ୁ ଏବଂ ଗୁଜରାଟରେ କାର୍ଯ୍ୟ କରୁଛି। ଏହି ପ୍ଲାଟ୍‌ଫର୍ମକୁ ଭାରତର ଅନ୍ୟ ରାଜ୍ୟକୁ ସମ୍ପ୍ରସାରିତ କରାଯିବ ବୋଲି କହିଛନ୍ତି ସୁହାସ ବକ୍ସି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରୋଷେଇ ଘର ବର୍ଜ୍ୟ ବହୁ ସମୟରେ ପାରିପାର୍ଶ୍ୱିକ ପରିବେଶକୁ ପ୍ରଦୂଷିତ କରିଥାଏ। ତେବେ ଏହି ସମସ୍ୟାର ଏବେ ସମାଧାନ କରିପାରିଛନ୍ତି ହାଇଦ୍ରାବାଦର ପାବନି ଲୋଲ୍ଲା। ସେ...

ଅଭିନବ ପ୍ରୟାସ ଜରୁରୀ

ଈପ୍ସିତା ମହାନ୍ତି   ଜଳବାୟୁ ପରିବର୍ତ୍ତନ ଏବଂ ତାହାର ପ୍ରଭାବ ଯୋଗୁ ସାରା ଦୁନିଆ ଦଂଶୀ ହେଉଛି। ଚଳିତବର୍ଷ ସରକାର ନିଜର ସମସ୍ତ କାର୍ଯ୍ୟକ୍ରମ ମଧ୍ୟରେ...

ବଦଳିଯାଉଥିବା ସମ୍ପର୍କ

ଅଧ୍ୟାପକ ନିରଞ୍ଜନ ପାଢ଼ୀ   ପ୍ରାଚୀନ କାଳଖଣ୍ଡର ପୌରାଣିକ ଉପାଖ୍ୟାନମାନ କାନ ପାଇଁ ଶୁଣିବାକୁ ମିଠା ଲାଗେ ସିନା, ଏଇ ଆଧୁନିକ ଯୁଗରେ ତାହାର ବାସ୍ତବ...

ଭାଜପାର ଜନ୍ମ

ଆସନ୍ତା ବର୍ଷ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ଏହାର ଶତବାର୍ଷିକୀ ପାଳନ କରିବ। ୧୯୨୫ ମସିହାରେ ନାଗପୁରର ଏକ ଶାଖାରେ ଆର୍‌ଏସ୍‌ଏସ୍‌ ପ୍ରତିଷ୍ଠିତ ହୋଇଥିଲା ଏବଂ...

ଆସିଲାଣି ଭୋଟ୍‌ ବେଳ

ଭୋଟ୍‌ ବେଳ ଆସିଲାଣି। ସବୁ ନେତା, କର୍ମୀ ଚଳଚଞ୍ଚଳ ହେଲେଣି। ରାଜଧାନୀର ନେତାଗଣ ଏବେ ଗଁାମୁହଁା। ଖବରକାଗଜମାନଙ୍କରେ ପୂର୍ବ ସରକାରର ପାରିବାପଣିଆର ଘନ ଘନ ବିଜ୍ଞାପନ...

ଏଇ ଭାରତରେ

ଘର କାନ୍ଥରେ ଯେମିତି ଟିଭି ଲଗାଉଛନ୍ତି ଠିକ୍‌ ସେମିତି ଏବେ ଏକ ଜିମ୍‌ ସେଟ୍‌ କରିପାରିବେ। ଦିଲ୍ଲୀ ଆଇଆଇଟିର ୪ ଜଣ ଇଞ୍ଜିନିୟରଙ୍କ ଦ୍ୱାରା ଏହା...

ଭଗବାନ୍‌ଙ୍କ ମିଜାଜ ମଣିଷର ସୃଷ୍ଟି

ପ୍ରାଣୀମାନଙ୍କ ଭିତରେ ଚିନ୍ତାଶୀଳ ମଣିଷ ହିଁ ଧର୍ମର ଧାରଣା ଆଣିଛି ଓ ସୃଷ୍ଟି କରିଥିବା ଶକ୍ତିକୁ ଈଶ୍ୱର ନାମ ଦେଇଛି, ଭିନ୍ନ ଭିନ୍ନ ଭାଷାରେ ଭିନ୍ନ...

ଦୀର୍ଘ ଅବଧି କାର୍ଯ୍ୟକାଳ

ନିଯୁକ୍ତି ପାଇଁ ତାଲିକାଭୁକ୍ତ ହୋଇଥିବା ଆଇଏଏସ୍‌ ଅଧିକାରୀଙ୍କ ମଧ୍ୟରୁ ପ୍ରାୟ ୬୦% ଏବେ ସଚିବ ଏବଂ ସମକକ୍ଷ ଅଧିକାରୀର ସ୍ବୀକୃତି ପାଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri