ମଧ୍ୟପ୍ରାଚ୍ୟରେ ତେଜିଲା ଯୁଦ୍ଧ

ଜେରୁଜେଲମ୍‌/ଗାଜା ସିଟି/ଡାମାସ୍କସ୍‌,୧୩ା୧୦:ଇସ୍ରାଏଲ୍‌ ଓ ପାଲେଷ୍ଟିନୀୟ ଆତଙ୍କବାଦୀ ସଙ୍ଗଠନ ହମାସ୍‌ ମଧ୍ୟରେ ୬ ଦିନ ଧରି ଚାଲିଥିବା ଯୁଦ୍ଧର ନିଅଁା ଏବେ ମଧ୍ୟପ୍ରାଚ୍ୟର ଅନ୍ୟ ରାଷ୍ଟ୍ରଗୁଡ଼ିକୁ ବ୍ୟାପିବା ଆରମ୍ଭ ହେଲାଣି। ଇସ୍ରାଏଲ ପକ୍ଷରୁ ଗୁରୁବାର ସିରିଆ ରାଜଧାନୀ ଡାମାସ୍କସ୍‌ ଏବଂ ଆଲେପ୍ପେ ସହରରେ ଥିବା ୨ ବିମାନବନ୍ଦରକୁ ଟାର୍ଗେଟ କରାଯାଇଛି। ଇସ୍ରାଏଲର ମିଶାଇଲ ମାଡ଼ରେ ୨ ଏୟାରପୋର୍ଟର ଲ୍ୟାଣ୍ଡିଂ ଏରିଆ କ୍ଷତିଗ୍ରସ୍ତ ହୋଇଛି। ଏଥିଯୋଗୁ ଏୟାରପୋର୍ଟ ଦ୍ୱୟରେ ବିମାନ ଚଳାଚଳ ସେବା ବନ୍ଦ କରାଯାଇଥିବା ସିରିଆର ସରକାରୀ ନ୍ୟୁଜ୍‌ ଏଜେନ୍ସି ‘ସନା’ ପକ୍ଷରୁ ଅଭିଯୋଗ ଅଣାଯାଇଛି। ସିରିଆ ଏୟାର ଡିଫେନ୍ସ ଏହି ଆକ୍ରମଣର ଜବାବୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିବା ସ୍ଥାନୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଆଲେପ୍ପୋରେ ଅନେକ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଛି ବୋଲି ବ୍ରିଟେନସ୍ଥିତ ସିରିଆନ୍‌ ଅବ୍‌ଜର୍ଭେଟୋରି ଫର୍‌ ହ୍ୟୁମାନ୍‌ ରାଇଟ୍ସ (ଏସ୍‌ଓଏଚ୍‌ଆର୍‌) କହିଛି। ଇରାନ୍‌ ବହିର୍ବ୍ୟାପାର ମନ୍ତ୍ରୀଙ୍କ ସିରିଆ ଗସ୍ତର ଦିନକ ପୂର୍ବରୁ ଇସ୍ରାଏଲ ଏହି ଆକ୍ରମଣ କରିଛି। ଉଭୟ ସିରିଆ ଓ ଇରାନ୍‌ ହେଉଛନ୍ତି ଇସ୍ରାଏଲର ଶତ୍ରୁ ରାଷ୍ଟ୍ର। ଇରାନ୍‌ ଦୀର୍ଘ ସମୟ ଧରି ହମାସ୍‌କୁ ସମର୍ଥନ କରିଆସିଛି। ଯୁଦ୍ଧ ପ୍ରଭାବିତ ସିରିଆରେ ଦଶନ୍ଧି ଧରି ଇସ୍ରାଏଲ ଅନେକ ଶହ ଏୟାରଷ୍ଟ୍ରାଇକ୍‌ କରିଆସିଛି। ବିଶେଷକରି ଇରାନ୍‌ ସମର୍ଥତ୍ତ ହେଜ୍‌ବୋଲ୍ଲା ଫାଇଟର୍ସ ଓ ସିରୀୟ ସେନା ପ୍ରତିଷ୍ଠାନଗୁଡ଼ିକୁ ଇସ୍ରାଏଲ ଟାର୍ଗେଟ କରିଥାଏ।
ଯୁଦ୍ଧ ଘନଘଟା ମଧ୍ୟରେ ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଗୁରୁବାର ଇସ୍ରାଏଲ ଗସ୍ତ କରି ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କୁ ଭେଟିଛନ୍ତି। ଇସ୍ରାଏଲ ପ୍ରତି ସମର୍ଥନ ପାଇଁ ନେତାନ୍ୟାହୁ ଆମେରିକାକୁ ଧନ୍ୟବାଦ ଦେଇଛନ୍ତି। ଦୁଇନେତାଙ୍କ ଏକ ମିଳିତ ଖବରଦାତା ସମ୍ମିଳନୀରେ ବ୍ଲିଙ୍କେନ୍‌ କହିଛନ୍ତି, ଆମତ୍ରକ୍ଷା ପାଇଁ ଇସ୍ରାଏଲର ପର୍ଯ୍ୟାପ୍ତ ଶକ୍ତି ଥାଇପାରେ। କିନ୍ତୁ ଆମେରିକା ଥିବାଯାଏ ଇସ୍ରାଏଲକୁ ନଇଁବାକୁ ପଡ଼ିବ ନାହିଁ। ହମାସ୍‌ ଆକ୍ରମଣରେ ୨୫ ଆମେରିକୀୟ ନିହତ ହୋଇଥିବାବେଳେ ପଣବନ୍ଦୀ ଥିବା ୧୫୦ ଜଣଙ୍କ ମଧ୍ୟରେ କେତେଜଣ ଆମେରିକା ନାଗରିକ ମଧ୍ୟ ରହିଛନ୍ତି। ତେଣୁ ସେମାନଙ୍କୁ ଛାଡ଼ିବା ପାଇଁ ହମାସ୍‌ ଉପରେ ବ୍ଲିଙ୍କେନ୍‌ ଚାପ ପକାଇଛନ୍ତି। ବ୍ଳିଙ୍କେନ୍‌ ଇସ୍ରାଏଲ ରାଷ୍ଟ୍ରପତି ଇସାକ୍‌ ହେର୍‌ଜୋଗଙ୍କୁ ମଧ୍ୟ ଭେଟିଛନ୍ତି। ସେ ଶୁକ୍ରବାର ପାଲେଷ୍ଟାଇନ୍‌ ରାଷ୍ଟ୍ରପତି ମହମୁଦ ଅବ୍ବାସ୍‌ ଏବଂ ଜୋର୍ଡାନ୍‌ ରାଜା ଅବ୍‌ଦୁଲ୍ଲାଙ୍କୁ ମଧ୍ୟ ସାକ୍ଷାତ୍‌ କରିବା କାର୍ଯ୍ୟକ୍ରମ ରହିଛି। ସେପଟେ ଇରାନ୍‌ ରାଷ୍ଟ୍ରପତି ଇବ୍ରାହିମ୍‌ ରଇସି ଏବଂ ସାଉଦି କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ୍‌ ଇସ୍ରାଏଲ-ଗାଜା ସଂଘର୍ଷ ଉପରେ ଫୋନ୍‌ରେ ଆଲୋଚନା କରିଛନ୍ତି। ରଇସି ସିରିଆ ରାଷ୍ଟ୍ରପତି ବସର ଅଲ୍‌-ଅସାଦଙ୍କ ସହ ମଧ୍ୟ ଫୋନ୍‌ରେ କଥା ହୋଇଛନ୍ତି। ଇସ୍ରାଏଲର ମୁକାବିଲା ପାଇଁ ଆରବ ଓ ଇସ୍‌ଲାମିକ୍‌ ରାଷ୍ଟ୍ରଗୁଡ଼ିକ ଏକାଠି ହେବା ଉଚିତ ବୋଲି ସେ କହିଛନ୍ତି। ଇତିମଧ୍ୟରେ ଇସ୍ରାଏଲୀ ପଣବନ୍ଦୀମାନଙ୍କୁ ମୁକ୍ତ ନ କରିବା ଯାଏ ଗାଜାକୁ ପାଣି ଓ ବିଦ୍ୟୁତ୍‌ ଯୋଗାଣ କରାଯିବ ନାହିଁ ବୋଲି ଇସ୍ରାଏଲ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?