ଜର୍ମାନୀରେ ଜେନ୍‌-ଜି ଆନ୍ଦୋଳନ ବେଳେ ହିଂସା

ଫ୍ରାଙ୍କଫର୍ଟ/ବର୍ଲିନ,୨ା୧୧

ଉନ୍ନତ ଶିକ୍ଷା ଓ ଦରଦାମ୍‌ ହ୍ରାସ, ସାର୍ବଜନିକ ସେବାରେ ଉନ୍ନତି ଦାବି ଏବଂ ବାଧ୍ୟତାମୂଳକ ସାମରିକ ସେବା ବିରୋଧରେ ଜର୍ମାନୀର ବିଭିନ୍ନ ସହରରେ ଜେନ୍‌-ଜି ନେତୃତ୍ୱରେ ଶନିବାର ବିକ୍ଷୋଭ ବେଳେ ହିଂସାକାଣ୍ଡ ଓ ଲୁଟ୍‌ପାଟ ହୋଇଛି। ଜେନ୍‌ ଜି ରିଗେଲ୍ଟ ପକ୍ଷରୁ ଜର୍ମାନୀର ବର୍ଲିନ୍‌, ଫ୍ରାଙ୍କଫର୍ଟ, ମୁନିଚ୍‌ ଆଦି ୩୪ଟି ସହରରେ ପ୍ରାୟତଃ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଆାରମ୍ଭ ହୋଇଥିବାବେଳେ ସନ୍ଧ୍ୟାରେ ଫ୍ରାଙ୍କଫର୍ଟରେ ହିଂସାକାଣ୍ଡ ଦେଖାଦେଇଥିଲା। ଦଙ୍ଗାକାରୀମାନେ ଦୋକାନ ଭଙ୍ଗାରୁଜା କରିବା ସହ ଲୁଟ୍‌ପାଟ କରିଥିଲେ।
ଜରୁରିକାଳୀନ କର୍ମଚାରୀମାନଙ୍କ ଉପରକୁ ବାଣ ଓ ପେଟ୍ରୋଲ ବୋମା ଫିଙ୍ଗାଯାଇଥିଲା ବୋଲି ପୋଲିସ ଓ ସ୍ଥାନୀୟ ଗଣମାଧ୍ୟମ କହିଛି। ବହୁ ଦୋକାନର ଝରକା ଭାଙ୍ଗିବା ସହ ଜରୁରିକାଳୀନ କର୍ମଚାରୀଙ୍କୁ ପେଟ୍ରୋଲ ବୋମା ଫିଙ୍ଗାଯାଇଥିଲା ବୋଲି ପୋଲିସ କହିଛି। ଫ୍ରାଙ୍କଫର୍ଟର ମୁଖ୍ୟ ଶପିଂ ଷ୍ଟ୍ରିଟ୍‌ ଜେଇଲ୍‌ ଏବଂ ହାସେଙ୍ଗାସେରେ ଦଙ୍ଗାକାରୀ ବ୍ୟବସାୟୀମାନଙ୍କୁ ଟାର୍ଗେଟ କରିଥିଲେ। ଏକ ବନ୍ଧୁକ ଷ୍ଟୋରରୁ ୨ଟି ଅସ୍ତ୍ର ଉଦ୍ଧାର କରାଯିବା ସହ କେତେଜଣଙ୍କୁ ଅଟକ ରଖାଯାଇଛି। ଦଙ୍ଗାକାରୀଙ୍କୁ ଘଉଡ଼ାଇବା ପାଇଁ ପାଣିମାଡ଼ କରାଯିବା ସହ ସ୍ବତନ୍ତ୍ର ପୋଲିସ ୟୁନିଟ୍‌ ମୁତୟନ ହୋଇଥିଲା। ୩୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଅଟକ ରଖାଯାଇଛି।
ଫ୍ରାଙ୍କଫର୍ଟରେ ଆୟୋଜିତ ବିକ୍ଷୋଭରେ ୮,୦୦୦ ଲୋକ ସାମିଲ ହୋଇଥିଲେ। ତେବେ ହିଂସାକାଣ୍ଡ ଆରମ୍ଭ ହେବାରୁ ସନ୍ଧ୍ୟା ୬ଟା ୨୦ରେ ବିକ୍ଷୋଭକୁ ବନ୍ଦ କରିଦିଆଯାଇଥିଲା। ଏହା ସତ୍ତ୍ୱେ ସୁରକ୍ଷା କର୍ମୀ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ମୁହଁାମୁହିଁ ସ୍ଥିତି ଲାଗିରହିଥିଲା। ହିଂସାକାଣ୍ଡରେ ଅନେକ ପୋଲିସ ଅଫିସର ଆହତ ହୋଇଛନ୍ତି। ତେବେ କେତେଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି, ତାହା ଜଣାପଡ଼ିନାହିଁ। ଜୀବନ ଧାରଣ ଖର୍ଚ୍ଚ ହ୍ରାସ ଓ ଶିକ୍ଷାରେ ଅଧିକ ନିବେଶ ଦାବିରେ ଜେନ୍‌ ଜି ରିଗେଲ୍ଟ ପକ୍ଷରୁ ବିକ୍ଷୋଭ ଡାକରା ଦିଆଯାଇଥିଲା। ବିଭିନ୍ନ ସରକାରୀ ବିଭାଗରେ ଖର୍ଚ୍ଚକାଟକୁ ନେଇ ବିକ୍ଷୋଭକାରୀ ଉଦ୍‌ବେଗ ପ୍ରକାଶ କରିଥିଲେ। ଏହା ଯୁବ ପିଢ଼ିଙ୍କ ଉପରେ ଆର୍ଥତ୍କ ବୋଝ ବଢ଼ାଇବ ବୋଲି ସେମାନେ ଦାବି କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ଯୋଗୁ ଅନେକ ଅଞ୍ଚଳରେ ଜଳ ସଙ୍କଟ ସୃଷ୍ଟି ହେଲାଣି। ଏହାର ମୁକାବିଲା ପାଇଁ ମହାରାଷ୍ଟ୍ରର ଓ୍ବାସିମ୍‌ ଜିଲା ଅନ୍ତର୍ଗତ ଗାଁ ଓ୍ବାଦ୍‌ଜି ଏକ ନୂତନ…

କିଙ୍ଗ୍‌ପିନ୍‌ ଚନ୍ଦ୍ରକର ଓମାନ୍‌ରୁ ପ୍ରତ୍ୟର୍ପିତ

ନୂଆଦିଲ୍ଲୀ,୨ା୧୧: ବେଆଇନ ବେଟିଂ ସିଣ୍ଡିକେଟ୍‌ର କିଙ୍ଗ୍‌ପିନ୍‌ କୁହାଯାଉଥିବା ମହାଦେବ ଅନ୍‌ଲାଇନ ବୁକ୍‌ ଆପ୍‌ର ପ୍ରମୋଟର ସୌରଭ ଚନ୍ଦ୍ରକରଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଓମାନ୍‌ରୁ ପ୍ରତ୍ୟର୍ପଣ କରାଇଛି।…

ସଂସ୍ଥାଗତ ବିଶ୍ୱସନୀୟତାର ସଙ୍କଟ

ରତରେ ଜନସାଧାରଣଙ୍କ ଚର୍ଚ୍ଚାରେ ‘ଅଭିଯୋଗ, ମହାଭିଯୋଗ ଏବଂ ଖ୍ୟାତି’ ଭଳି ତିନୋଟି ଶବ୍ଦ ମୁଖ୍ୟ ବିଷୟ ହୋଇିଛି। ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କୁ ନେଇ…

ହ୍ବାଟ୍‌ସଆପ୍‌ରେ ଇପିଏଫ୍‌ଓ ସେବା ଶୁଭାରମ୍ଭ

ନୂଆଦିଲ୍ଲୀ, ୨ା୧୧: କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ରବିବାର ଇପିଏଫ୍‌ଓର ହ୍ବାଟ୍ସଆପ୍‌ ସେବାର ଶୁଭାରମ୍ଭ କରିଛନ୍ତି। ଏହି ସେବା ଇପିଏଫ୍‌ ସଦସ୍ୟମାନଙ୍କୁ ସେମାନଙ୍କ…

କଳି କବଳିତ କୋଟିଆ

କୋଟିଆ ପଞ୍ଚାୟତର ଫଗୁଣ ସିନେରି, ଗଞ୍ଜେଇ ପଦର ଓ ଫାଟୁସିନେରି ଗ୍ରାମରେ ନିର୍ବାଚନ ହେବ, ଯାହାକୁ ନେଇ ଓଡ଼ିଶା ରାଜନୀତି ସରଗରମ। ଆନ୍ଧ୍ରପ୍ରଦେଶରେ ନିର୍ବାଚନ ପାଇଁ ବିଜ୍ଞପ୍ତି…

ବୁଝିବା କଷ୍ଟକର

ସ୍କୁଲରେ ପିଲାମାନେ ମକ୍‌ ପାର୍ଲାମେଣ୍ଟ ବା ଛାୟା ସଂସଦରେ ଭାଗ ନେଇଥାଆନ୍ତି। ସେଥିରେ ବାଚସ୍ପତି, ପ୍ରଧାନମନ୍ତ୍ରୀ, ସ୍ବରାଷ୍ଟ୍ର ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିରୋଧୀ ଦଳ ନେତା ଭୂମିକାରେ…

ଓମାର ସରକାରରେ ସଙ୍କଟ

ଶ୍ରୀନଗର,୨ା୧୧: ଜମ୍ମୁ-କଶ୍ମୀରରେ ଓମାର ଅବଦୁଲ୍ଲାଙ୍କ ନେତୃତ୍ୱାଧୀନ ସରକାର ବଡ଼ ଧରଣର ଆଭ୍ୟନ୍ତରୀଣ ସଙ୍କଟର ସମ୍ମୁଖୀନ ହୋଇଛି। ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି)ର ୨୫ ଜଣ ଅସନ୍ତୁଷ୍ଟ ବିଧାୟକ ସେମାନଙ୍କ…

ଭୀଷଣ ବାତ୍ୟାରେ ପରିଣତ ହେଲା ‘ମୁରାସୁ’, ଏହିଠାରେ କରିବ ଲ୍ୟାଣ୍ଡ୍‌ଫଲ୍‌, ଆଇଏମ୍‌ଡି ଡିଜି କହିଲେ ପବନର ବେଗ ରହିବ…

ଭୁବନେଶ୍ୱର,୨ା୧୧: ବଙ୍ଗୋପସାଗରରେ ଭୀଷଣ ବାତ୍ୟାରେ ପରିଣତ ହୋଇଛି ‘ମୁରାସୁ’। ରବିବାର ସନ୍ଧ୍ୟା ସୁଦ୍ଧା ଏହା ତାମିଲନାଡୁର ଚେନ୍ନାଇଠାରୁ ୪୮୦ କି.ମି., ଆନ୍ଧ୍ରପ୍ରଦେଶର ନେଲୋରଠାରୁ ୫୫୦ କି.ମି., ମଚ୍ଛଲିପଟନମ୍‌ଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?