Posted inଜାତୀୟ

ଯୁଦ୍ଧ ପ୍ରଭାବ: ବଢ଼ିପାରେ ମଦ, ବିୟର ମୂଲ୍ୟ

ନୂଆଦିଲ୍ଲୀ,୨୫ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ତୈଳ ଓ ଗ୍ୟାସ୍‌ ଆମଦାନୀ ବାଧାପ୍ରାପ୍ତ ହୋଇଥିବାରୁ ଭାରତରେ ଖାଉଟିଙ୍କ ଠାରୁ ଆରମ୍ଭ କରି ଶିଳ୍ପକ୍ଷେତ୍ର ପର୍ଯ୍ୟନ୍ତ ସମସ୍ୟା ବଢିବାରେ ଲାଗିଛି। ଗ୍ୟାସ୍‌ ଏବଂ ପେଟ୍ରୋଲିୟମଜାତ ସାମଗ୍ରୀ ଉପରେ ନିର୍ଭର କରୁଥିବା ଅଧିକାଂଶ ଶିଳ୍ପାନୁଷ୍ଠାନ ବନ୍ଦ ହେବାକୁ ବସିଥିବାବେଳେ ହୋଟେଲ ଓ ରେଷ୍ଟୁରାଣ୍ଟ କ୍ଷେତ୍ର ଅଧିକ ମାତ୍ରାରେ ପ୍ରଭାବିତ ହୋଇଛି। ଏହି କ୍ରମରେ ଭାରତରେ ମଦ ପ୍ରସ୍ତୁତ କରୁଥିବା ବ୍ରିଓ୍ବେରି କମ୍ପାନୀଗୁଡିକ ମଧ୍ୟ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ବିଶେଷକରି ଗ୍ୟାସ୍‌ ଅଭାବରୁ ମଦ ପାଇଁ ଉଦ୍ଦିଷ୍ଟ କାଚ ବୋତଲ ଏବଂ କ୍ୟାନ୍‌ ଉତ୍ପାଦନ ପ୍ରଭାବିତ ହୋଇଥିବାରୁ ବଜାରରେ ମଦ ଯୋଗାଣ ହ୍ରାସ ପାଇବା ସହ ମୂଲ୍ୟ ବଢିବା ଆଶଙ୍କା ବଢାଇଛି। ଗ୍ୟାସ୍‌ ଅଭାବକୁ ନେଇ ଏବେ କାଚ ବୋତଲ ଉତ୍ପାଦନ ବାଧାପ୍ରାପ୍ତ ହେବା ସହ ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ପାଇଛି। ଯାହାକୁ ନେଇ ବଜାରରେ ବିଭିନ୍ନ କମ୍ପାନୀର ମଦ ଉପଲବ୍ଧ କରାଇବା କଷ୍ଟକର ହୋଇପଡ଼ିଛି। ସେହିପରି କ୍ୟାନ୍‌ରେ ଆସୁଥିବା ବିୟର ପାଇଁ କ୍ୟାନ୍‌ ଉତ୍ପାଦନ ମଧ୍ୟ ହ୍ରାସ ପାଇଛି। କାରଣ କ୍ୟାନ୍‌ ତିଆରି ପାଇଁ ଆବଶ୍ୟକ ରହିଥିବା ଆଲୁମିନିୟମ ବିଦେଶରୁ ଆମଦାନୀ କରିବା ଏବେ ସହଜ ହେଉନାହିଁ। ଫଳରେ ଏବେ ଭାରତୀୟ ବଜାରରେ ମଦ ଏବଂ ବିୟର ମୂଲ୍ୟ ବଢିବ ବୋଲି ବ୍ରିୟୁର୍ସ ଆସୋସିଏଶନ ଅଫ୍‌ ଇଣ୍ଡିଆ କହିଛି। ମଦ ପ୍ରସ୍ତୁତିଠାରୁ ଆରମ୍ଭ କରି ଏଥିସହ ଜଡ଼ିତ ଆନୁଷଙ୍ଗିକ ସାମଗ୍ରୀ ପ୍ରସ୍ତୁତି କ୍ଷେତ୍ରରେ ଗ୍ୟାସ୍‌ର ଆବଶ୍ୟକତା ସବୁଠୁ ଅଧିକ ରହିଥାଏ। ଦେଶର ମୋଟ ଗ୍ୟାସ୍‌ ଚାହିଦା ମଧ୍ୟରୁ ୪୦ ଭାଗ କାତାରରୁ ଆମଦାନୀ କରାଯାଇଥାଏ। ହେଲେ ଏବେ ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଆମଦାନୀ ବନ୍ଦ ରହିଥିବାରୁ କାଚ ବୋତଲ ଉତ୍ପାଦନ ହ୍ରାସ ପାଇଛି। ଚାହିଦା ତୁଳନାରେ ଯୋଗାଣ କମ୍‌ ରହିଥିବାରୁ ବୋତଲ ମୂଲ୍ୟ ପୂର୍ବ ତୁଳନାରେ ୨୦% ବୃଦ୍ଧି ପାଇଛି। ତେଣୁ ମଦ ମୂଲ୍ୟ ମଧ୍ୟ ୧୨ ରୁ ୧୫% ବୃଦ୍ଧି ହେବ ବୋଲି ବ୍ରିୟୁର୍ସ ଆସୋସିଏଶନ ଅଫ୍‌ ଇଣ୍ଡିଆ ମହାନିର୍ଦ୍ଦେଶକ ବିନୋଦ ଗିରି ରଏଟର୍ସକୁ ସୂଚନା ଦେଇ କହିଛନ୍ତି। ଉତ୍ପାଦନ ଏବଂ ପରିଚାଳନାଗତ ଖର୍ଚ୍ଚ ବୃଦ୍ଧି ଯୋଗୁ ମଦ ଏବଂ ବିୟର ମୂଲ୍ୟ ବୃଦ୍ଧି କରିବା ଅପରିହାର୍ଯ୍ୟ ହୋଇପଡ଼ିଛି ବୋଲି ସେ କହିଛନ୍ତି। ସେହିପରି ସର୍ବାଧିକ ମଦ ବୋତଲ ଏବଂ କ୍ୟାନ୍‌ ଉତ୍ପାଦନ କରୁଥିବା ଉତ୍ତରପ୍ରଦେଶର ଫିରୋଜାବାଦସ୍ଥିତ ଫାଇନ୍‌ ଆର୍ଟ ଗ୍ଲାସ୍‌ ଓ୍ବାର୍କସ୍‌ର ସିଇଓ ନୀତିନ୍‌ ଅଗ୍ରଓ୍ବାଲ କହିଛନ୍ତି, ଗ୍ୟାସ୍‌ ଅଭାବରୁ ଏବେ ତାଙ୍କ କାରଖାନାର ଉତ୍ପାଦନ ୪୦% ହ୍ରାସ ପାଇଛି। ଉତ୍ପାଦନ ହ୍ରାସ ଯୋଗୁ ବୋତଲ ମୂଲ୍ୟ ୧୭ ରୁ ୧୮ % ବୃଦ୍ଧି କରାଯାଇଥିବା ସେ କହିଛନ୍ତି। ବର୍ତ୍ତମାନ ଗ୍ରୀଷ୍ମକାଳ ଆସିଯାଇଥିବାରୁ ବଜାରରେ ବିୟରର ଚାହିଦା ଯଥେଷ୍ଟ ବଢିବ। ହେଲେ ବୋତଲ ମୂଲ୍ୟ ବୃଦ୍ଧି ପାଇଁ ଏବେ ଗ୍ରାହକଙ୍କୁ ଉଚ୍ଚ ମୂଲ୍ୟରେ ବିୟର କିଣିବାକୁ ପଡ଼ିବ। ଉଲ୍ଲେଖଯୋଗ୍ୟ, ଭାରତ ବିଶ୍ୱର ଅନ୍ୟତମ ବୃହତ୍‌ ମଦ ବଜାର ଭାବେ ଏଠାରେ ଦିନକୁ ଦିନ ବ୍ୟବସାୟ ବଢି ଚାଲିଛି। ୨୦୨୪ ସୁଦ୍ଧା ଭାରତରେ ମୋଟ ମଦ ବ୍ୟବସାୟ ପରିମାଣ ୭.୮ ବିଲିୟନ ଡଲାର ହୋଇଥିଲା ; ଯାହାକି ୨୦୩୦ ସୁଦ୍ଧା ୨ ଗୁଣ ହେବ ବୋଲି ଆକଳନ କରାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆପଣଙ୍କର ପାଖରେ ଅଛି କି ପୁରୁଣା ପାସ୍‌ବୁକ୍‌? ଡିସେମ୍ୱର ୩୧ ପୂର୍ବରୁ ଶୀଘ୍ର ବଦଳାନ୍ତୁ, ଆସିଲା ନୂଆ ନିୟମ…

ନୂଆଦିଲ୍ଲୀ,୨୨।୮: ଯଦି ଆପଣ ବି ବ୍ୟାଙ୍କିଙ୍ଗ୍ କାରବାର ପାଇଁ ଚେକ୍‌ବୁକ୍ (Chequebook) ବ୍ୟବହାର କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଦରକାରୀ ଖବର। ବାସ୍ତବରେ,…

୪ ବର୍ଷରୁ କମ ବୟସର ପିଲାମାନଙ୍କୁ ଦିଆଯିବ ନାହିଁ ଏହି ଥଣ୍ଡା-କାଶ ଔଷଧ: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୮: କେନ୍ଦ୍ର ସରକାର ଛୋଟ ପିଲାମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ସରକାର ୪ ବର୍ଷରୁ କମ ବୟସର ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ…

ଏହି ୫୨ ନେତା ପିନ୍ଧିବେ ୧୦ ଲକ୍ଷ ଟଙ୍କାର ଜ୍ୟାକେଟ୍‌: ପଛରେ ରହିଛି ଏମିତି କାରଣ

ଲକ୍ଷ୍ନୌ,୨୨।୮: ଉତ୍ତର ପ୍ରଦେଶରେ ରାଜନୈତିକ ନେତାଙ୍କ ସୁରକ୍ଷା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ରାଜ୍ୟର ୫୨ ନେତାଙ୍କୁ ବୁଲେଟପ୍ରୁଫ ଜ୍ୟାକେଟ ଯୋଗାଇ ଦିଆଯାଇଛି। ଏହି ସୁରକ୍ଷା…

ଦୀପିକାଙ୍କୁ ନେଇ ବଢୁଛି ଚର୍ଚ୍ଚା: ‘ସ୍ପିରିଟ୍‌’ରୁ ବିଦା ହେବାକୁ ବଢିଲା ବିବାଦ

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ପ୍ରଭାସଙ୍କ ଫିଲ୍ମ ‘ସ୍ପିରିଟ୍‌’ରୁ ବିଦା ହେବାକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମର ନିର୍ମାତା ଅଭିନେତ୍ରୀଙ୍କ ବିଷୟରେ ଅନେକ ଅଭିଯୋଗ ଆଣିଛନ୍ତି। ସନ୍ଦୀପ…

ଶୁକ୍ରଙ୍କ ନକ୍ଷତ୍ରରେ ସୂର୍ଯ୍ୟଙ୍କ ପ୍ରବେଶ: ଏହି ୪ ରାଶିଙ୍କ ଶୁଭ ସମୟ ହେବ ଆରମ୍ଭ, ବଢ଼ିବ ଆୟ

ବୈଦିକ ଜ୍ୟୋତିଷ ଅନୁସାରେ ପୂର୍ବାଫାଲ୍ଗୁନୀ ନକ୍ଷତ୍ରର ସ୍ବାମୀ ଶୁକ୍ର ଗ୍ରହ। ଜ୍ୟୋତିଷରେ ଶୁକ୍ରଙ୍କୁ ପ୍ରେମ, ଧନ, ସୁଖ-ସୁବିଧା ଓ ଐଶ୍ୱର୍ଯ୍ୟର କାରକ ଭାବେ ବିବେଚନା କରାଯାଏ। ସେହିପରି…

କୁଲାଙ୍ଗି ଗାଁରେ ବୃଦ୍ଧଙ୍କୁ ହତ୍ୟା: ପିଟିପିଟି ମାରିଦେଲେ…

ବେଲଗୁଣ୍ଠା, ୨୨।୮: ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ କୁଲାଙ୍ଗି ଗାଁରେ ଜଣେ ବୃଦ୍ଧଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଗ୍ରାମର ଅଙ୍ଗନଓ୍ୱାଡି କେନ୍ଦ୍ର…

ଏକକାଳୀନ ଫାଟିଲା ଅନେକ ସ୍ମାର୍ଟ ମିଟର, ଦୁଇ ଶିଶୁଙ୍କ ସହ ଜଳିଗଲେ ୪ ଜଣ

ସୁଲତାନପୁର,୨୨।୮: ଉତ୍ତର ପ୍ରଦେଶ ସୁଲତାନପୁରର ଆବାସ ବିକାଶ କଲୋନୀର ପାଣି ଟାଙ୍କି ନିକଟରେ, ସାତଟି ପୃଥକ ଘରେ ସ୍ଥାପିତ ସ୍ମାର୍ଟ ମିଟର, ଏକାସଙ୍ଗେ ବିସ୍ଫୋରଣ ହେବାରୁ ଗୋଟିଏ…

ସ୍କୁଲ ନା ଗୋଦାମ ଘର, ନିଜ ଖର୍ଚ୍ଚରେ ଜେନେରେଟର ଚଳାଉଛନ୍ତି ଶିକ୍ଷକ: ଶ୍ରେଣୀକୋଠରି ଅଭାବରୁ ୧୮୩ ଛାତ୍ରୀଛାତ୍ର

ଜମନକିରା, ୨୨।୮ (ରବିନ୍ଦ୍ର ପ୍ରସାଦ ଦାନୀ): ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାର ଉନ୍ନତିକରଣ ତଥା ବିଦ୍ୟାଳୟ ରୂପାନ୍ତରଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri