ଶାନ୍ତି ପାଇଁ ଯୁଦ୍ଧ

ରଞ୍ଜନ କୁମାର ଦାସ

ଶାନ୍ତିରେ ଶୋଇବାକୁ, ବସିବାକୁ ଚାହଁୁଥିବା ଲୋକଙ୍କର ସବୁଠୁ ବଡ଼ ଶତ୍ରୁ ହେଲା ମଶା। ଆପଣ କ’ଣ ଗୋଟେ କରିବାକୁ ମନସ୍ଥକରି ବସିଲାବେଳକୁ ଟେବୁଲ ଫାଙ୍କରୁ ଆସି ଗୋଡ଼କୁ କାମୁଡ଼ିଦେବ। ଦିନଯାକର କ୍ଳାନ୍ତି ପରେ ଖଟରେ ଟିକେ ଗଡ଼ିପଡ଼ିଲା ବେଳକୁ କାନ ପାଖରେ ଆସି ଗଣଗଣ କରି ତା’ର ବିରକ୍ତିକର ଗୀତ ଆରମ୍ଭ କରିଦେବ। ଶାନ୍ତିପ୍ରିୟ ମଣିଷ ବିଚରା ତାକୁ ଘଉଡ଼ାଇ ଦେବାକୁ ହାତଗୋଡ଼ ହଲାଏ। ମାତ୍ର ମଶାର ଜନ୍ମ ତ ନିଉଛୁଣା, ରକ୍ତ ଶୋଷିବା ତା’ କର୍ମ, ଅନ୍ୟକୁ କଷ୍ଟଦେବା ତା’ ଧର୍ମ। ସେ କ’ଣ ଏ ହାତଗୋଡ଼ ହଲାକୁ ଡରେ? ହାତଗୋଡ଼ ହଲେଇଲେ ଟିକେ ଉଡ଼ି ପଳେଇବ, ପୁଣି ଟିକିଏ ପରେ ଫେରିବ ତା’ର ଅଭ୍ୟାସଗତ ଉପଦ୍ରବ କରିବାକୁ। ମଶା ଯଦି ସେତେ କ୍ଷତିକାରକ ନ ହୋଇଥା’ନ୍ତା ତ ଚିନ୍ତା ନ ଥିଲା। କାହିଁକି ମିଛରେ ତା’ ପଛରେ କିଏ ପଡ଼ନ୍ତା? ବିଷାକ୍ତ ତା’ ରକ୍ତରେ ନିଜ ହାତକୁ ରଞ୍ଜିତ କରନ୍ତା? ମାତ୍ର ମଶାର ସାମାନ୍ୟ କାମୁଡ଼ା ଟିକକ ମ୍ୟାଲେରିଆ, ଡେଙ୍ଗୁ ଓ ଚିକୁନଗୁନିଆ ଭଳି ରୋଗ ଆଣିପାରେ। ତେଣୁ ତାକୁ ମାରିବାର ଆବଶ୍ୟକତା ପଡ଼େ। କେବେକେବେ ଗୋଟାଏ ଚାପୁଡ଼ାକୁ ତା’ର ଜୀବନ ନ ଥାଏ। କେବେକେବେ ଅଧିକ ଚାଲାକ ମଶାଙ୍କ ପାଇଁ ଇଲେକ୍ଟ୍ରିକ୍‌ ର଼୍ୟାକେଟ ଦରକାର ପଡ଼େ। ତହଁୁ ଅଧିକ ମଶା ହେଲେ ଧୂଅଁା, ଧୂପ ବା ହିଟ୍‌ ଭଳି ରାସାୟନିକ ସ୍ପ୍ରେ’ର ଆବଶ୍ୟକତା ପଡ଼େ। ବେଳେବେଳେ ଆପଣ ଭାବିବେ ମଶାଟାକୁ ମାରିଲେ ହାତରେ, କାନ୍ଥରେ ବା ମଶାରିରେ ରକ୍ତର ଦାଗ ଲାଗିବ। ତେଣୁ ତାକୁ ବରଂ ଘଉଡ଼ାଇ ଦିଅ ା ମାତ୍ର ମଶାର ଔଦ୍ଧତ୍ୟ ହିଁ ତା’ର ମୃତ୍ୟୁର କାରଣ ପାଲଟେ। ବିରକ୍ତିର ଚରମସୀମାରେ ପହଞ୍ଚିଲା ପରେ ମଣିଷ ଆଉ କରିବ କ’ଣ? ହାତରେ ରକ୍ତ ପଛେ ଲାଗୁ ମଶାଙ୍କର ମୃତ୍ୟୁହେବା ନିହାତି ଜରୁରୀ ବୋଲି ସେ ଭାବେ।
ମଶାଭଳି ରାତି ଅଧରେ କେବେକେବେ ବିରାଡ଼ି ବୋବାଏ। ବିରକ୍ତିକର ଏ ମାର୍ଜାରର ରାବ ଶୁଣିଲେ ଅଶୁଭ ବୋଲି ବିବେଚନା କରାଯାଏ। ତଥାପି ମଣିଷ ଧୈର୍ଯ୍ୟର ସହ ଅପେକ୍ଷା କରେ ସେ କେବେ ମନକୁମନ ଚାଲିଯିବ ବୋଲି। ନ ଗଲେ ବାଧ୍ୟହୋଇ ଟେକାପଥର ମାରି ତାକୁ ଘଉଡ଼ାଇବାକୁ ପଡ଼େ। ବଡ଼ ଧର୍ମସଙ୍କଟ। ଟେକାପଥର ମାରୁ ମାରୁ ବିରାଡ଼ି ମରିଗଲେ ବି ପାପ ହେବ। ଆଣ୍ଠୁକୁଡ଼ା ଦୋଷ ଲାଗିବ ବୋଲି ଲୋକେ କହନ୍ତି। କ’ଣ କରାଯିବ, ଗାଈ ମାରିଲେ ମଲି, ଗାଈକି ମାରିଲେ ମଲି।
ଏ ମଶା ଓ ମାର୍ଜାରମାନେ ଜୀବନର ସବୁ ସର୍ଗରେ କେଉଁଠି ନା କେଉଁଠି ଅନୁପ୍ରବେଶ କରନ୍ତି। ତାଙ୍କର ଉପସ୍ଥିତି କାହାରି କାମ୍ୟ ନୁହେଁ ବୋଲି ଜାଣି ମଧ୍ୟ ସେମାନେ ଏଭଳି କରନ୍ତି। ସେମାନଙ୍କୁ ଯେତେ ଅଣଦେଖା କଲେ ବି ସେମାନେ କୌଣସି ନା କୌଣସିମତେ ଶାନ୍ତି ବ୍ୟାହତ କରନ୍ତି। କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରନ୍ତି। ଏ ମଶା ତ ଦିନରାତି ନାଳନର୍ଦ୍ଦମାରେ ଦିନ କାଟେ। ଏ ମାର୍ଜାର ତ ୟା’ ତା’ ଅଇଁଠା ଖାଇବାରେ, ଲୁଚିଛପି କାହା ଘରେ ପଶି ହାଣ୍ଡିଶାଳରେ ମୁହଁ ମାରିଦେବାରେ ଅଭ୍ୟାସ ରଖେ। ସେମାନଙ୍କଠାରୁ କ’ଣ ବା ଭଲ ଆଉ ଆଶା କରାଯାଇପାରେ? ଅତିବେଶିରେ ସେମାନେ ଅବହେଳା ଓ ଅବଜ୍ଞାର ଯୋଗ୍ୟ ବୋଲି ଆମେ ଭାବୁ। ମାତ୍ର ଯେତେବେଳେ ମଶାଙ୍କର ବ୍ୟବହାର ଅତିରିକ୍ତ ଅତିଷ୍ଠ କରେ, ଆମେ ବାଧ୍ୟହେଉ ଖବରକାଗଜ ମୋଡ଼ି ଅସ୍ତ୍ର ତିଆରି କରିବାକୁ, ହାତ ଉଠାଉ ତା’ର ନିପାତ କରିବାକୁ, ହିଟ୍‌ କିଣୁ ସ୍ପ୍ରେ କରିବାକୁ। ସେହିଭଳି ମାର୍ଜାର ନିଜକୁ ଯେତେ ବଡ଼ ଶିକାରୀ ଭାବୁ, ସିଂହ ଭଳି ଠାଣି ଦେଖାଉ ପଛେ, ମାର୍ଜାର ମାର୍ଜାର ହୋଇ ରୁହେ। ଗୋଟାଏ ଫୋପଡ଼ ତା’ଠି ବାଜିଗଲେ ସେ ଛୋଟେଇ ଛୋଟେଇ ପଳାଏ, ଆଉ ଦୁଆର ମାଡ଼େନି।
ସମାଜରେ ଥିବା ଅନେକ ମଣିଷଙ୍କ ଭିତରେ ବି ଏ ମଶକ ଓ ମାର୍ଜାର ପ୍ରକୃତି ଅଛି। ସେମାନେ ବିରକ୍ତ କରନ୍ତି, ଅତିଷ୍ଠ କରନ୍ତି, ଆମ ଧୈର୍ଯ୍ୟର ପରୀକ୍ଷା ନିଅନ୍ତି। ମାତ୍ର ଧୈର୍ଯ୍ୟର ବି ଗୋଟେ ସୀମା ଥାଏ। ସେ ସୀମା ଅତିକ୍ରମ କଲେ ଆଉ ବନ୍ଧବାଡ଼ ମାନେନି କ୍ରୋଧର ବନ୍ୟା। ସାଧାରଣ ମଣିଷର ନୀରବତାକୁ ଓ ସହିଷ୍ଣୁତାକୁ ଯେତେବେଳେ ଏ ମଶକ ଓ ମାର୍ଜାରମାନେ ଆହ୍ବାନ ଦିଅନ୍ତି, ବେଳେବେଳେ ସେ ଆହ୍ବାନକୁ ଗ୍ରହଣ କରିବାକୁ ପଡ଼େ। ନୀରବତା ଭାଙ୍ଗି ଉଠିବାକୁ ପଡ଼େ। ଶାନ୍ତଶିଷ୍ଟ ଲୋକଙ୍କୁ ମଧ୍ୟ ଅସ୍ତ୍ର ଧରିବାକୁ ପଡ଼େ। ବାସ୍ତବରେ ଶାନ୍ତ ଲୋକେ ଯେତେବେଳେ ଅସ୍ତ୍ର ଧରିବାର ପ୍ରୟୋଜନୀୟତା ଅନୁଭବ କରନ୍ତି, ସେତେବେଳେ ତାଙ୍କର କ୍ରୋଧ କମିବାର ନଁା ଧରେନି ।
ଶାନ୍ତଶିଷ୍ଟ, ସରଳ, ଅମାୟିକ ବୁଦ୍ଧିଜୀବୀ ଲୋକେ ସବୁବେଳେ ନିଜ କାମରେ ବ୍ୟସ୍ତ ଥାଆନ୍ତି। ସେମାନେ ମଶକ, ମାର୍ଜାର, ମର୍କଟଙ୍କ କଥାରେ ମୁଣ୍ଡ ଖେଳାନ୍ତି ନାହିଁ। ମାତ୍ର ଏ ପୃଥିବୀର ବୁଦ୍ଧିଜୀବୀମାନଙ୍କ ନିଷ୍କ୍ରିୟତା ଓ ନିରାସକ୍ତି ହିଁ ମଶାଙ୍କର ବଂଶବୃଦ୍ଧି ପାଇଁ ଦାୟୀ, ମାର୍ଜାର ଓ ମର୍କଟମାନଙ୍କ ଦୌରାମତ୍‌ୟ ପାଇଁ ଦାୟୀ।
ଅତଃ ବୁଦ୍ଧିଜୀବୀମାନଙ୍କୁ ଏ ମଶାବିନାଶ ଅଭିଯାନର ଦାୟିତ୍ୱ ନେବାକୁ ହେବ। ନଚେତ୍‌ ସମାଜ ରୋଗଗ୍ରସ୍ତ ହୋଇଯିବ। ଖାଲି ମଶାରି ଭିତରେ ନିଜେ ନିଜକୁ ସୁରକ୍ଷିତ ରଖିଲେ ହେବନାହିଁ। ବରଂ ମଶାରି ବାହାରେ ଉଡ଼ିବୁଲୁଥିବା ମଶାମାନଙ୍କୁ ନିପାତ କରିବାର ଦାୟିତ୍ୱ ନେବାକୁ ହେବ। ସେଥିପାଇଁ କୁହାଯାଏ, ଶାନ୍ତି ପାଇଁ ବେଳେବେଳେ ଯୁଦ୍ଧର ଆବଶ୍ୟକତା ଅଛି। ଶାନ୍ତି ପାଇଁ ଅତୀତରେ, ଇତିହାସରେ ଅନେକ ଯୁଦ୍ଧ ହୋଇଛି। ଅନେକ ରକ୍ତପାତ ହୋଇଛି। ମହାଭାରତ ଯୁଦ୍ଧ ତ ଶାନ୍ତି ପ୍ରତିଷ୍ଠା ପାଇଁ ହୋଇଥିଲା ବୋଲି କୁହାଯାଏ। ଅତୀତରେ ଦୁଇ ଦୁଇଥର ବିଶ୍ୱଯୁଦ୍ଧ ମଧ୍ୟ ସେଇ ଶାନ୍ତି ପ୍ରତିଷ୍ଠା ପାଇଁ, ସମାଜର ଶତ୍ରୁମାନଙ୍କୁ, ଶାନ୍ତି ବ୍ୟାହତକାରୀମାନଙ୍କୁ ଦମନ କରିବା ପାଇଁ ହୋଇଛି। ପ୍ରତି ଯୁଗରେ ଏଭଳି ମହାଭାରତ ଲଢ଼ାଯାଏ ଏ ଦୁର୍ଯ୍ୟୋଧନ ଓ ରାବଣମାନଙ୍କ ନିଧନ ପାଇଁ। ଏ ଶକୁନି ଓ ମନ୍ଥରାମାନଙ୍କର ମୂଳୋପତ୍ାଟନ ପାଇଁ। ଏମାନଙ୍କ ନିଧନ ପାଇଁ ଅସ୍ତ୍ରୋତ୍ତଳନ କରିବା, ରକ୍ତପାତ କରିବା ପାପ ନୁହେଁ। ବରଂ ଧର୍ମ ସଂସ୍ଥାପନ ପାଇଁ ଯୁଗେଯୁଗେ ଅପେକ୍ଷା ଥାଏ କେବେ ଜଣେ କେହି ଅବତାରୀ ପୁରୁଷ ଆସିବ ଓ ଅସୁରମାନଙ୍କୁ ନିପାତ କରି ପୁଣି ପୃଥିବୀକୁ ସୁନ୍ଦରତର କରିବ।
ନିର୍ଦ୍ଦେଶକ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ମୋ:୯୪୩୭୨୮୬୫୧୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri