ନିକଟରେ ଶେଷ ହୋଇ ନ ପାରେ ଯୁଦ୍ଧ

ମସ୍କୋ,୧୦।୫: ଦ୍ୱିତୀୟ ବିଶ୍ୱଯୁଦ୍ଧରେ ନାଜି ଜର୍ମାନୀ ଉପରେ ସୋଭିଏଟ୍‌ ୟୁନିୟନ ବିଜୟର ୭୭ତମ ବାର୍ଷିକୀ ଅବସରରେ ସୋମବାର ରୁଷିଆ ବିଜୟ ଦିବସ ପାଳନ କରିଛି। ଏହି ଅବସରରେ ରେଡ୍‌ ସ୍କୋୟାରରେ ଅନୁଷ୍ଠିତ ବାର୍ଷିକ ବିଜୟ ଦିବସ ପରେଡ୍‌ରେ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଟେଲିଭିଜନ ଯୋଗେ ଉଦ୍‌ବୋଧନ ଦେଇ ମାତୃଭୂମିର ଭବିଷ୍ୟତ ପାଇଁ ରୁଷିଆ ସୈନ୍ୟ ୟୁକ୍ରେନ୍‌ରେ ଲଢ଼ୁଥିବା କହିଥିଲେ। ଏହି ଅବସରରେ ରୁଷିଆ ରାଷ୍ଟ୍ରପତି ୟୁକ୍ରେନ୍‌ ଉପରେ ଆକ୍ରମଣକୁ ଯଥାର୍ଥ ବୋଲି କହିଛନ୍ତି। ସେ ସୈନ୍ୟମାନଙ୍କୁ ସେମାନଙ୍କ ବୀରତ୍ୱ ପାଇଁ ଉଚ୍ଚ ପ୍ରଶଂସା କରିଛନ୍ତି। ସୀମିତ ବିଜୟ କିମ୍ବା ଆକ୍ରମଣ କେତେଦିନ ଯାଏ ଚାଲିବ ସେ ନେଇ ପୁଟିନ୍‌ କୌଣସି ଘୋଷଣା କରି ନ ଥିବାରୁ ନିକଟରେ ଯୁଦ୍ଧ ଶେଷ ହେବାର ସୂଚନା ମିଳୁନାହିଁ। ବିଜୟ ଦିବସରେ ପୁଟିନ୍‌ କୌଣସି ବଡ଼ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଥିବାବେଳେ ସେଭଳି କୌଣସି ଘୋଷଣା ହୋଇନାହିଁ। ସୁରକ୍ଷା ଦାବି ପ୍ରତ୍ୟାଖ୍ୟାନ ପାଇଁ ପୁଟିନ୍‌ ପାଶ୍ଚାତ୍ୟ ଦେଶ ଓ ନାଟୋକୁ ଦୋଷ ଦେଇଥିଲେ।
ୟୁକ୍ରେନ୍‌ରେ ରୁଷିଆ ଆକ୍ରମଣ ୧୦ ସପ୍ତାହ ଅତିକ୍ରମ କଲାଣି। ଏଥିରେ ଅନେକ ନିରୀହ ନାଗରିକଙ୍କ ଜୀବନ ଗଲାଣି। ୟୁକ୍ରେନ୍‌ର ପୂର୍ବାଞ୍ଚଳ ସହର ବିଲୋହୋରିଭ୍‌କାରେ ଥିବା ଏକ ସ୍କୁଲ୍‌ ଉପରେ ରୁଷିଆ ସୈନ୍ୟ ବୋମାମାଡ଼ କରିବାରୁ ୬୦ ଜଣ ପ୍ରାଣ ହରାଇଥିଲେ। ୟୁକ୍ରେନ୍‌ ଶାସକଙ୍କୁ ରୁଷିଆ ନେତା ଫାସିବାଦୀ କହିବା ସହ କିଭ୍‌ରେ ନିଓ-ନାଜିଙ୍କ ଦ୍ୱାରା ଗଣତାନ୍ତ୍ରିକ ସରକାର ଚାଲିଥିବା ମିଥ୍ୟା ଅଭିଯୋଗକୁ ଦୋହରାଇଥିଲେ। ଆମ ସାମରିକ ଭିତ୍ତିଭୂମି ପ୍ରତି ବିପଦ ସୃଷ୍ଟି ହେଉଥିଲା। ନାଟୋ ନିୟମିତ ଭାବେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇଚାଲିଥିଲା। ତେଣୁ ୟୁକ୍ରେନ୍‌ ଉପରେ ସ୍ବତନ୍ତ୍ର ସାମରିକ ଅଭିଯାନ ଜରୁରୀ ଥିଲା ଓ ଏକ ସାର୍ବଭୌମ, ଶକ୍ତିଶାଳୀ ଓ ସ୍ବାଧୀନ ରାଷ୍ଟ୍ର ପାଇଁ ଏହା ଠିକ୍‌ ନିଷ୍ପତ୍ତି ବୋଲି ପୁଟିନ୍‌ କହିଛନ୍ତି।
ଡିସେମ୍ବରରେ ସୁରକ୍ଷା ଗ୍ୟାରେଣ୍ଟି ଚୁକ୍ତିନାମା ଉପରେ ସିଦ୍ଧାନ୍ତରେ ପହଞ୍ଚତ୍ବା ଲାଗି ପ୍ରସ୍ତାବ ଦିଆଯାଇଥିଲା। ସମସ୍ତଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଆଲୋଚନା ମାଧ୍ୟମରେ ଉଚିତ୍‌ ଆପୋସ ସମାଧାନରେ ପହଞ୍ଚତ୍ବା ଲାଗି ରୁଷିଆ ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ଆହ୍ବାନ ଦେଇଥିଲା। ତେବେ ସବୁ ଉଦ୍ୟମ ବିଫଳ ହୋଇଥିଲା ବୋଲି ପୁଟିନ୍‌ କହିଛନ୍ତି। ନାଟୋ ରାଷ୍ଟ୍ରଗୋଷ୍ଠୀ ଆମକୁ ଶୁଣିଲେ ନାହିଁ। ସେମାନଙ୍କ ଯୋଜନା ସମ୍ପୂର୍ଣ୍ଣ ଭିନ୍ନ ଥିଲା। କ୍ରିମିଆ ସମେତ ଡୋନ୍‌ବାସରେ ଆଉ ଏକ ଅଭିଯାନ ଲାଗି ସେମାନେ ଖୋଲାଖୋଲି ପ୍ରସ୍ତୁତି ଚଳାଇଛନ୍ତି। କିଭ୍‌ରେ ଅଣୁଅସ୍ତ୍ର ଦଖଲ ସମ୍ଭାବନା ସମ୍ପର୍କରେ ଘୋଷଣା କରି ନାଟୋ ଗୋଷ୍ଠୀ ଆମ ପଡୋଶୀ ଅଞ୍ଚଳ ଉପରେ ସାମରିକ ନିୟନ୍ତ୍ରଣ ଲାଗି କାମ ଆରମ୍ଭ କରିଥିଲା। ଏହା ଆଦୌ ଗ୍ରହଣୀୟ ନୁହେଁ ଓ ରୁଷିଆ ସୀମା ପ୍ରତି ସିଧାସଳଖ ବିପଦ ସୃଷ୍ଟି କରାଯାଇଥିଲା ବୋଲି ଏହାର ରାଷ୍ଟ୍ରପତି କହିଛନ୍ତି।
ଅନ୍ୟପକ୍ଷରେ ପୁଟିନ୍‌ଙ୍କ ଅଭିଯୋଗକୁ ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଖଣ୍ଡନ କରାଯାଇଛି। ନାଟୋ ରାଷ୍ଟ୍ରଗୋଷ୍ଠୀ ରୁଷିଆ ଆକ୍ରମଣ କରିବାର କୌଣସି ଯୋଜନା ନ ଥିବା ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ଅଧିକାରୀ ମିଖାଇଲୋ ପୋଡୋଲିଆକ୍‌ ଟୁଇଟ୍‌ କରିଛନ୍ତି। କ୍ରିମିଆ ଉପରେ ଆକ୍ରମଣ ଲାଗି ୟୁକ୍ରେନ୍‌ ଯୋଜନା କରି ନ ଥିବା ସେ କହିଛନ୍ତି। ବିଜୟ ଦିବସରେ ପୁଟିନ୍‌ ସ୍ବତନ୍ତ୍ର ସାମରିକ ଅଭିଯାନ ପରିବର୍ତ୍ତେ ସମ୍ପୂର୍ଣ୍ଣ ଯୁଦ୍ଧ ଘୋଷଣା କରିପାରନ୍ତି ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ଏହା ବଦଳରେ ସେ ୟୁକ୍ରେନ୍‌ରେ ମୃତାହତଙ୍କ ପରିବାରକୁ ସ୍ବତନ୍ତ୍ର ସହାୟତା ଲାଗି ଏକ ନିର୍ଦ୍ଦେଶନାମାରେ ସ୍ବାକ୍ଷର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?