ନିକଟରେ ଶେଷ ହୋଇ ନ ପାରେ ଯୁଦ୍ଧ

ମସ୍କୋ,୧୦।୫: ଦ୍ୱିତୀୟ ବିଶ୍ୱଯୁଦ୍ଧରେ ନାଜି ଜର୍ମାନୀ ଉପରେ ସୋଭିଏଟ୍‌ ୟୁନିୟନ ବିଜୟର ୭୭ତମ ବାର୍ଷିକୀ ଅବସରରେ ସୋମବାର ରୁଷିଆ ବିଜୟ ଦିବସ ପାଳନ କରିଛି। ଏହି ଅବସରରେ ରେଡ୍‌ ସ୍କୋୟାରରେ ଅନୁଷ୍ଠିତ ବାର୍ଷିକ ବିଜୟ ଦିବସ ପରେଡ୍‌ରେ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଟେଲିଭିଜନ ଯୋଗେ ଉଦ୍‌ବୋଧନ ଦେଇ ମାତୃଭୂମିର ଭବିଷ୍ୟତ ପାଇଁ ରୁଷିଆ ସୈନ୍ୟ ୟୁକ୍ରେନ୍‌ରେ ଲଢ଼ୁଥିବା କହିଥିଲେ। ଏହି ଅବସରରେ ରୁଷିଆ ରାଷ୍ଟ୍ରପତି ୟୁକ୍ରେନ୍‌ ଉପରେ ଆକ୍ରମଣକୁ ଯଥାର୍ଥ ବୋଲି କହିଛନ୍ତି। ସେ ସୈନ୍ୟମାନଙ୍କୁ ସେମାନଙ୍କ ବୀରତ୍ୱ ପାଇଁ ଉଚ୍ଚ ପ୍ରଶଂସା କରିଛନ୍ତି। ସୀମିତ ବିଜୟ କିମ୍ବା ଆକ୍ରମଣ କେତେଦିନ ଯାଏ ଚାଲିବ ସେ ନେଇ ପୁଟିନ୍‌ କୌଣସି ଘୋଷଣା କରି ନ ଥିବାରୁ ନିକଟରେ ଯୁଦ୍ଧ ଶେଷ ହେବାର ସୂଚନା ମିଳୁନାହିଁ। ବିଜୟ ଦିବସରେ ପୁଟିନ୍‌ କୌଣସି ବଡ଼ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଥିବାବେଳେ ସେଭଳି କୌଣସି ଘୋଷଣା ହୋଇନାହିଁ। ସୁରକ୍ଷା ଦାବି ପ୍ରତ୍ୟାଖ୍ୟାନ ପାଇଁ ପୁଟିନ୍‌ ପାଶ୍ଚାତ୍ୟ ଦେଶ ଓ ନାଟୋକୁ ଦୋଷ ଦେଇଥିଲେ।
ୟୁକ୍ରେନ୍‌ରେ ରୁଷିଆ ଆକ୍ରମଣ ୧୦ ସପ୍ତାହ ଅତିକ୍ରମ କଲାଣି। ଏଥିରେ ଅନେକ ନିରୀହ ନାଗରିକଙ୍କ ଜୀବନ ଗଲାଣି। ୟୁକ୍ରେନ୍‌ର ପୂର୍ବାଞ୍ଚଳ ସହର ବିଲୋହୋରିଭ୍‌କାରେ ଥିବା ଏକ ସ୍କୁଲ୍‌ ଉପରେ ରୁଷିଆ ସୈନ୍ୟ ବୋମାମାଡ଼ କରିବାରୁ ୬୦ ଜଣ ପ୍ରାଣ ହରାଇଥିଲେ। ୟୁକ୍ରେନ୍‌ ଶାସକଙ୍କୁ ରୁଷିଆ ନେତା ଫାସିବାଦୀ କହିବା ସହ କିଭ୍‌ରେ ନିଓ-ନାଜିଙ୍କ ଦ୍ୱାରା ଗଣତାନ୍ତ୍ରିକ ସରକାର ଚାଲିଥିବା ମିଥ୍ୟା ଅଭିଯୋଗକୁ ଦୋହରାଇଥିଲେ। ଆମ ସାମରିକ ଭିତ୍ତିଭୂମି ପ୍ରତି ବିପଦ ସୃଷ୍ଟି ହେଉଥିଲା। ନାଟୋ ନିୟମିତ ଭାବେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇଚାଲିଥିଲା। ତେଣୁ ୟୁକ୍ରେନ୍‌ ଉପରେ ସ୍ବତନ୍ତ୍ର ସାମରିକ ଅଭିଯାନ ଜରୁରୀ ଥିଲା ଓ ଏକ ସାର୍ବଭୌମ, ଶକ୍ତିଶାଳୀ ଓ ସ୍ବାଧୀନ ରାଷ୍ଟ୍ର ପାଇଁ ଏହା ଠିକ୍‌ ନିଷ୍ପତ୍ତି ବୋଲି ପୁଟିନ୍‌ କହିଛନ୍ତି।
ଡିସେମ୍ବରରେ ସୁରକ୍ଷା ଗ୍ୟାରେଣ୍ଟି ଚୁକ୍ତିନାମା ଉପରେ ସିଦ୍ଧାନ୍ତରେ ପହଞ୍ଚତ୍ବା ଲାଗି ପ୍ରସ୍ତାବ ଦିଆଯାଇଥିଲା। ସମସ୍ତଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଆଲୋଚନା ମାଧ୍ୟମରେ ଉଚିତ୍‌ ଆପୋସ ସମାଧାନରେ ପହଞ୍ଚତ୍ବା ଲାଗି ରୁଷିଆ ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ଆହ୍ବାନ ଦେଇଥିଲା। ତେବେ ସବୁ ଉଦ୍ୟମ ବିଫଳ ହୋଇଥିଲା ବୋଲି ପୁଟିନ୍‌ କହିଛନ୍ତି। ନାଟୋ ରାଷ୍ଟ୍ରଗୋଷ୍ଠୀ ଆମକୁ ଶୁଣିଲେ ନାହିଁ। ସେମାନଙ୍କ ଯୋଜନା ସମ୍ପୂର୍ଣ୍ଣ ଭିନ୍ନ ଥିଲା। କ୍ରିମିଆ ସମେତ ଡୋନ୍‌ବାସରେ ଆଉ ଏକ ଅଭିଯାନ ଲାଗି ସେମାନେ ଖୋଲାଖୋଲି ପ୍ରସ୍ତୁତି ଚଳାଇଛନ୍ତି। କିଭ୍‌ରେ ଅଣୁଅସ୍ତ୍ର ଦଖଲ ସମ୍ଭାବନା ସମ୍ପର୍କରେ ଘୋଷଣା କରି ନାଟୋ ଗୋଷ୍ଠୀ ଆମ ପଡୋଶୀ ଅଞ୍ଚଳ ଉପରେ ସାମରିକ ନିୟନ୍ତ୍ରଣ ଲାଗି କାମ ଆରମ୍ଭ କରିଥିଲା। ଏହା ଆଦୌ ଗ୍ରହଣୀୟ ନୁହେଁ ଓ ରୁଷିଆ ସୀମା ପ୍ରତି ସିଧାସଳଖ ବିପଦ ସୃଷ୍ଟି କରାଯାଇଥିଲା ବୋଲି ଏହାର ରାଷ୍ଟ୍ରପତି କହିଛନ୍ତି।
ଅନ୍ୟପକ୍ଷରେ ପୁଟିନ୍‌ଙ୍କ ଅଭିଯୋଗକୁ ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଖଣ୍ଡନ କରାଯାଇଛି। ନାଟୋ ରାଷ୍ଟ୍ରଗୋଷ୍ଠୀ ରୁଷିଆ ଆକ୍ରମଣ କରିବାର କୌଣସି ଯୋଜନା ନ ଥିବା ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ଅଧିକାରୀ ମିଖାଇଲୋ ପୋଡୋଲିଆକ୍‌ ଟୁଇଟ୍‌ କରିଛନ୍ତି। କ୍ରିମିଆ ଉପରେ ଆକ୍ରମଣ ଲାଗି ୟୁକ୍ରେନ୍‌ ଯୋଜନା କରି ନ ଥିବା ସେ କହିଛନ୍ତି। ବିଜୟ ଦିବସରେ ପୁଟିନ୍‌ ସ୍ବତନ୍ତ୍ର ସାମରିକ ଅଭିଯାନ ପରିବର୍ତ୍ତେ ସମ୍ପୂର୍ଣ୍ଣ ଯୁଦ୍ଧ ଘୋଷଣା କରିପାରନ୍ତି ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ଏହା ବଦଳରେ ସେ ୟୁକ୍ରେନ୍‌ରେ ମୃତାହତଙ୍କ ପରିବାରକୁ ସ୍ବତନ୍ତ୍ର ସହାୟତା ଲାଗି ଏକ ନିର୍ଦ୍ଦେଶନାମାରେ ସ୍ବାକ୍ଷର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇମ୍ରାନଙ୍କୁ ନେଇ ଏମିତି କହିଲେ କପିଲ ଦେବ, ହେଉଛି ବଡ଼ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ କପିଲ ଦେବ ପୁଣି ଥରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଇମ୍ରାନ ଖାନଙ୍କ ସମର୍ଥନରେ ବାହାରିଛନ୍ତି। ସମ୍ପ୍ରତି, 21 ଜଣ…

ରାହୁଲ ଗାନ୍ଧୀଙ୍କ ଉପରେ ରାଗିଗଲେ ଶଙ୍କରାଚାର୍ଯ୍ୟ, ଦେଲେ ସିଧା ଚେତାବନୀ

ନୂଆଦିଲ୍ଲୀ,୨୫।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମନୁସ୍ମୃତି ସମ୍ପର୍କିତ ବୟାନକୁ ନେଇ ଶଙ୍କରାଚାର୍ଯ୍ୟ ସ୍ବାମୀ ଅବିମୁକ୍ତେଶ୍ୱରାନନ୍ଦ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ମନୁସ୍ମୃତି ଏବଂ…

ଅସରପା ଶବ୍ଦକୁ ନେଇ ଏବେବି ରହିଛି ବିବାଦ, ପୁଣି ଉଠିଲାଣି CJIଙ୍କ କଥା? ଅଭିଜିତ ଦୀପକେଙ୍କ ଆଶ୍ଚର୍ଯ୍ୟଜନକ ଦାବି

ନୂଆଦିଲ୍ଲୀ,୨୫।୮: ‘କକ୍ରୋଚ’ ଶବ୍ଦର ବ୍ୟବହାରକୁ ନେଇ ରାଜନୈତିକ ବିବାଦ ଜାରି ରହିଛି। ଏହା ମଧ୍ୟରେ, କକ୍ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଦାବି କରିଛନ୍ତି…

ବର୍ଷର ଶେଷ ଚନ୍ଦ୍ରଗ୍ରହଣ: ଚନ୍ଦ୍ରମାକୁ ଗ୍ରାସ କରିବେ ରାହୁ; ସଙ୍କଟରେ ଏହି ୫ ରାଶି, ହେବ ବଡ଼ କ୍ଷତି!

ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ୨୮ ଅଗଷ୍ଟରେ ଲାଗିବାକୁ ଯାଉଛି। ଜ୍ୟୋତିଷ ଅନୁସାରେ, ଏହି ଚନ୍ଦ୍ରଗ୍ରହଣ କୁମ୍ଭ ରାଶିରେ ଘଟିବ। ଏହି ସମୟରେ କୁମ୍ଭ ରାଶି ଉପରେ…

ଅଙ୍ଗନୱାଡି ସଂଘର ଅନଶନ ଆରମ୍ଭ, ଉପଜିଲାପାଳଙ୍କୁ ଦେଲେ ଦାବିପତ୍ର

ଗୁଣପୁର,୨୫।୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଅଙ୍ଗନୱାଡି କର୍ମୀମାନେ ଅନଶନ ଆରମ୍ଭ କରିଛନ୍ତି । ବିଭିନ୍ନ ଦାବି ନେଇ ମଙ୍ଗଳବାର ଠାରୁ ଏହି ବିକ୍ଷୋଭ ଆରମ୍ଭ କରିଛନ୍ତି…

ଜୀବିତ ଅଛନ୍ତି ମୋଜତାବା ଖାମେନେଇ; ଇରାନ ପ୍ରଥମ ଥର ପାଇଁ କହିଲା…

ତେହରାନ,୨୫।୮: ଇରାନର ମୋଜତାବା ଖାମେନେଇଙ୍କ ସ୍ଥିତି ସମ୍ପର୍କରେ ଥିବା ରହସ୍ୟର ସମାଧାନ ହୋଇଛି। ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ସମୟରେ ମୋଜତାବା ଖାମେନେଇ ଆହତ ହୋଇଥିଲେ।…

ଯୁବପିଢ଼ି ପାଇଁ ବଡ଼ ଘୋଷଣା କଲେ ସରକାର: ଆଗାମୀ ୬ ମାସରେ ମିଳିବ ୧ ଲକ୍ଷ ସରକାରୀ ନିଯୁକ୍ତି

ନୂଆଦିଲ୍ଲୀ,୨୫।୮: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଯୁବପିଢ଼ି ପାଇଁ ବଡ଼ ଘୋଷଣା କରିଛନ୍ତି। ଲକ୍ଷ୍ନୌରେ ୩,୪୪୬ ଜଣ ପ୍ରାବିଧିକ ସହାୟକ ଏବଂ ୧୨୬ ଜଣ…

ଫେସବୁକ୍‌ ଲାଇଭ୍‌ରେ ଆସି ଏମିତି କ’ଣ କହିଦେଲେ ମମତା: ଶୁଣିକି ଛାନିଆ ହେଲା ଭାଜପା!

କୋଲକାତା,୨୫।୮: ପଶ୍ଚିମବଙ୍ଗ ରାଜନୀତିରେ ଜାରି ରହିଥିବା ରାଜନୈତିକ ଟଣାଓଟରା ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କ ବଡ଼ ବୟାନ ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri