Posted inUncategorized

ସମ୍ପର୍କର ପରିସୀମା ଏତିକିରୁ ଏତିକି..

ସମସ୍ତଙ୍କୁ ନିଜର କରି ହସଖୁସିରେ ପରିବାର ଚଳାଇବା ସବୁ ଗୃହିଣୀଙ୍କ ଉଦ୍ଦେଶ୍ୟ ହୋଇଥାଏ। ଏଥିପାଇଁ କଥାବାର୍ତ୍ତା ଚାଲିଚଳଣ ଉପରେ ଦୃଷ୍ଟିଦେବାକୁ ହୁଏ। ହେଲେ ଅନେକ ସମୟରେ ସମ୍ପର୍କୀୟ ଲୋକଙ୍କ ଆବଶ୍ୟକତାରୁ ଅଧିକ ହସ୍ତକ୍ଷେପ ବହୁ ବିଶୃଙ୍ଖଳା ସୃଷ୍ଟିକରେ। ତେଣୁ ଠିକ୍‌ ସମୟରେ ସତର୍କ ହୋଇଯିବା ଜରୁରୀ…

ବେଳେବେଳେ ସମ୍ପର୍କୀୟମାନେ ପାରିବାରିକ ସମ୍ପର୍କ ଭିତରକୁ ଜୋର ଜବରଦସ୍ତ ଚାଲିଆସନ୍ତି ଓ ବ୍ୟକ୍ତିଗତ ଜୀବନରେ ମଧ୍ୟ ହସ୍ତକ୍ଷେପ କରନ୍ତି। ଆଉ ଆବଶ୍ୟକତାଠାରୁ ଅଧିକ ହସ୍ତକ୍ଷେପ ଫଳରେ ବହୁ ବିଶୃଙ୍ଖଳା ସୃଷ୍ଟି ହୋଇଥାଏ। ହୁଏତ କେତେକଙ୍କର ଉଦ୍ଦେଶ୍ୟ ଖରାପ ହୋଇ ନ ଥାଇପାରେ, କିନ୍ତୁ ଅନେକ ସମୟରେ ସେମାନଙ୍କ ବ୍ୟବହାର ପାଇଁ ସମ୍ପର୍କରେ ବିଭିନ୍ନ ସମସ୍ୟା ଦେଖାଦେଇଥାଏ। ତେଣୁ ଏଭଳି ସମ୍ପର୍କୀୟଙ୍କ ସହ ଚାଲାକଭାବରେ କାମ କରିବାକୁ ହେବ। ଫଳରେ ସମ୍ପର୍କ ଖରାପ ହେବ ନାହିଁ କି ପରିବାରରେ କୌଣସି ପ୍ରକାର ସମସ୍ୟା ମଧ୍ୟ ରହିବ ନାହିଁ। ତେଣୁ ଏଥିପାଇଁ କିଭଳି ବ୍ୟବହାର କରିବେ ସେ ସମ୍ପର୍କରେ କିଛି ଉପାୟ ଜାଣିରଖନ୍ତୁ।
ସୀମା ଭିତରେ:ସମ୍ପର୍କୀୟଙ୍କ ସହ କଥାବାର୍ତ୍ତା ସମୟରେ ସେମାନଙ୍କୁ ଜଣାଇଦିଅନ୍ତୁ କି କେଉଁ ପ୍ରସଙ୍ଗ ଆପଣଙ୍କର ଅତ୍ୟନ୍ତ ବ୍ୟକ୍ତିଗତ ଓ ସେ ସମ୍ପର୍କରେ ଅନ୍ୟ କାହାର ବି ହସ୍ତକ୍ଷେପ କରିବା ଠିକ୍‌ ନୁହେଁ। କିନ୍ତୁ ଏହି କଥା କହିବା ସମୟରେ ପ୍ରଥମେ ସମ୍ପର୍କୀୟଙ୍କ ମନୋଭାବକୁ ଲକ୍ଷ୍ୟକରନ୍ତୁ। ଏହା ବ୍ୟତୀତ ତାଙ୍କୁ ଏଭଳି କୋମଳ ଓ ଭଦ୍ର ଭାବରେ କୁହନ୍ତୁ ଯେପରି ସେ ଆପଣଙ୍କ କଥାକୁ ଖରାପ ଭାବିବେ ନାହିଁ। ଏମିତିକି ଉଦାହରଣ ଢଙ୍ଗରେ ମଧ୍ୟ କହିପାରିବେ କି ଏସବୁ ପ୍ରସଙ୍ଗରେ କୌଣସି କଥା ଶେୟାର କରିବାକୁ ଆପଣ ଚାହାନ୍ତି ନାହିଁ ଓ କେହି ବି ଏସବୁ କଥା ଅନ୍ୟମାନଙ୍କ ଆଗରେ ଶେୟାର କରିବା କଥା ନୁହେଁ। ଏହିଭଳି ଭାବରେ ନିଜ ବ୍ୟକ୍ତିଗତ ସମ୍ପର୍କରେ ଏକ ସୀମା ସ୍ଥିର କରନ୍ତୁ। ଫଳରେ ସମ୍ପର୍କରେ କୌଣସି ସମସ୍ୟା ଆସିବ ନାହିଁ।
ଶାନ୍ତଭାବରେ: ବ୍ୟକ୍ତିଗତ ସମ୍ପର୍କରେ କେହି ହସ୍ତକ୍ଷେପକଲେ ବିରକ୍ତ ଲାଗେ ନିଶ୍ଚୟ। ତେଣୁ ସେ ସମୟରେ ରାଗରେ ପାଟିରୁ ବହୁ କଟୁ କଥା ବାହାରି ଆସେ। ମାତ୍ର ଏହା ଆଦୌ ଠିକ୍‌ ନୁହେଁ। ଏଭଳି ପରିସ୍ଥିତିରେ ସଙ୍ଗେ ସଙ୍ଗେ ପ୍ରତିକ୍ରିୟା ପ୍ରକାଶ କରିବା ବଦଳରେ ଶାନ୍ତ ଭାବରେ ଚିନ୍ତାକରି ସେହି ଅନୁସାରେ କଥା ହୁଅନ୍ତୁ। ନଚେତ୍‌ ଗୋଟିଏ ସମସ୍ୟା ସମାଧାନ କରିବାକୁ ଯାଇ ଆଉ ଗୋଟିଏ ସମସ୍ୟା ସୃଷ୍ଟି କରିପାରନ୍ତି। ତେଣୁ ଶାନ୍ତ ଭାବରେ ହିଁ ଏସବୁ ବିଷୟରେ ମତ ରଖନ୍ତୁ। ଆଗ୍ରେସିଭ୍‌ ହୋଇ କିଛି କହିବା ଫଳରେ ପରିସ୍ଥିତି ଆହୁରି ଖରାପ ହୋଇପାରେ ଓ ସମ୍ପର୍କ ମଧ୍ୟ ଅଧିକ ବିଗିଡ଼ି ଯାଇପାରେ। ତେଣୁ ଶାନ୍ତ ରହିବା ଅଧିକ ଜରୁରୀ।
ଉଦ୍ଦେଶ୍ୟ ବୁଝନ୍ତୁ: କେତେଜଣ ସମ୍ପର୍କୀୟ ଥାନ୍ତି ଯେଉଁମାନେ ପ୍ରକୃତରେ ହୃଦୟରୁ ଆପଣଙ୍କ ଭଲ ଚିନ୍ତା କରନ୍ତି। ସମ୍ପର୍କରେ କୌଣସି ପ୍ରକାର ସମସ୍ୟା ଯେପରି ନ ଆସିବ ସେଥିପାଇଁ ସେମାନେ ପରାମର୍ଶ ଦେବାକୁ ଚାହାନ୍ତି। ସେଭଳି ବ୍ୟକ୍ତିଙ୍କୁ ଚିହ୍ନିବାକୁ ଚେଷ୍ଟାକରନ୍ତୁ। ନଚେତ୍‌ ସେମାନେ କିଛି ଭଲ ଉଦ୍ଦେଶ୍ୟରେ ପରାମର୍ଶ ଦେବାକୁ ଚାହୁଁଥିବେ, କିନ୍ତୁ ଆପଣ ତାଙ୍କୁ ବିପରୀତ ବ୍ୟବହାର କରିବେ। ଏହି ଦୃଷ୍ଟିରୁ ବିଚାରକରି ସେମାନଙ୍କ ସହ କଥା ହେବା ବୁଦ୍ଧିମାନ୍‌ ଗୃହିଣୀଙ୍କ ଲକ୍ଷଣ ହୋଇଥାଏ।
ବଦଳାନ୍ତୁ ପ୍ରସଙ୍ଗ: ସମ୍ପର୍କ କ୍ଷେତ୍ରରେ ସବୁ ସମୟରେ କଥା ବଢ଼ାଇବା ବଦଳରେ କଥାକୁ ଆଭଏଡ୍‌ କରିବା ବେଶି ଭଲ। ଏହି ନୀତିରେ ସମ୍ପର୍କୀୟମାନେ ଯଦି ବ୍ୟକ୍ତିଗତ ପ୍ରସଙ୍ଗରେ ଚର୍ଚ୍ଚାକରି ମଜା ନେବାକୁ ଚାହୁଁଥିବେ ତା’ହେଲେ ସେ ସମୟରେ ଚତୁରତାର ସହ ହସି ହସି କଥା ବଦଳେଇଦେବା ଦରକାର। ସ୍ନେହପୂର୍ଣ୍ଣ ଭାବରେ ହସି ହସି ଏହି ପରିସ୍ଥିତିକୁ ଖୁବ୍‌ ସୁନ୍ଦରଭାବରେ ହ୍ୟାଣ୍ଡେଲ କରିହେବ। କୌଣସି ପ୍ରକାର ଯୁକ୍ତିତର୍କ ହେବ ନାହିଁ ଓ ସମସ୍ତଙ୍କ ସହ ଆପଣଙ୍କ ସମ୍ପର୍କ ଭଲ ରହିବ।
ଚର୍ଚ୍ଚା କରନ୍ତୁ: ବାରମ୍ବାର କହିବା ପରେ ବି କେହି ଯଦି ଆପଣଙ୍କ ବ୍ୟକ୍ତିଗତ ଓ ପାରିବାରିକ ଜୀବନରେ ହସ୍ତକ୍ଷେପକରି ବିଶୃଙ୍ଖଳା ସୃଷ୍ଟିକରିବାକୁ ଚାହୁଁଥାନ୍ତି ସେତେବେଳେ ପରିବାର ସଦସ୍ୟଙ୍କ ସହ ଆଲୋଚନା କରନ୍ତୁ। ସମ୍ପୃକ୍ତ ସମ୍ପର୍କୀୟଙ୍କ ଏଭଳି ଉଦ୍ଦେଶ୍ୟ ନେଇ ସମସ୍ତଙ୍କ ଆଗରେ ଜଣାନ୍ତୁ। ଏ ସମୟରେ ପରିବାର ଲୋକଙ୍କୁ ଆପଣ ଏକାଠି ରଖିବାକୁ ଚେଷ୍ଟା କରନ୍ତୁ। ଆଲୋଚନା ମାଧ୍ୟମରେ ବାହାର ଲୋକଙ୍କ କଥାକୁ ଗୁରୁତ୍ୱ ନ ଦେବାକୁ ସମସ୍ତଙ୍କୁ କୁହନ୍ତୁ। ଏସବୁ କଥାକୁ ନେଇ ସମସ୍ତଙ୍କ ସହ ଖୋଲାଖୋଲି ଆଲୋଚନା କରିବା ଫଳରେ ଭବିଷ୍ୟତରେ କାହା ମଧ୍ୟରେ କୌଣସି ପ୍ରକାର ସନ୍ଦେହ ସୃଷ୍ଟି ହେବନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?