ଚାହୁଁଥିଲେ ହେବାକୁ ଆକ୍ସନ ହିରୋ, ପାଲଟିଗଲେ ରୋମାଣ୍ଟିକ୍‌ ହିରୋ…

ମୁମ୍ବାଇ: ବଲିଉଡ୍‌ର କିସିଂ ଷ୍ଟାର ଇମ୍ରାନ୍‌ ହାସ୍‌ମୀଙ୍କୁ ବୁଧବାର ୪୨ ବର୍ଷ ପୂରଣ ହୋଇଛି। ୧୯୭୯ ମାର୍ଚ୍ଚ ୨୪ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ଇମ୍ରାନ୍‌ ପ୍ରାଥମିକ ପର୍ଯ୍ୟାୟରେ କ୍ୟାରିୟରରେ ଅସଫଳ ରହିଥିଲେ। ତେବେ ପରବର୍ତ୍ତୀ ସମୟରେ ସେ ବଲିଉଡ୍‌ରେ କିସିଂ ଏବଂ ଲିପଲକ୍‌ ଟ୍ରେଣ୍ଡ ଆରମ୍ଭ କରି ଦର୍ଶକଙ୍କର ପ୍ରଥମ ପସନ୍ଦର ହିରୋ ପାଲଟି ଯାଇଥିଲେ। ଇଣ୍ଡଷ୍ଟ୍ରିରେ ସେ ଆକ୍ସନ ହିରୋ ହେବାକୁ ଆସି ରୋମାଣ୍ଟିକ ହିରୋ ବନିଗଲେ। ୨୦୦୩ରେ ବିକ୍ରମ ଭଟ୍ଟଙ୍କ ଫୁଟପାଥ୍‌ରେ ସେ ଅଭିନୟ କରିଥିଲେ। ୨୦୦୪ରେ ମର୍ଡର ଫିଲ୍ମରେ ଅଭିନୟ କରି ସେ ବେଶ୍‌ ଖ୍ୟାତି ହାସଲ କରିଥିଲେ। ଏହାପରେ ଜେହେର, ଆଶିକି ବନାୟା ଆପ୍‌ନେ, କାଳୟୁଗ, ଅକସାର୍‌, ଗ୍ୟାଙ୍ଗଷ୍ଟର୍‌, ଆଓ୍ବାରାପନ୍‌, ରାଜ ଦ ମିଷ୍ଟ୍ରି କର୍ଟିନ୍ୟୁ, ଦ ଦାର୍ଟି ପିକଚର, ମର୍ଡର-୨, ଜନ୍ନତ-୨, ରାଜ୍‌-୩, ଏକ୍‌ ଥି ଦୟାନ୍‌, ଓ୍ବାନ୍ସ ଅପନ ଏ ଟାଇମ୍‌ ଇନ୍‌ ମୁମ୍ବାଇ, ଆଝାର, ହମାରି ଅଧୁରି କାହାନି, ବାଦଶାହୋ ଆଦି ଫିଲ୍ମରେ ଉଚ୍ଚକୋଟୀର ଅଭିନୟ କରି ପ୍ରଶଂସା ସାଉଁଟିଥିଲେ। ବଲିଉଡ୍‌ରେ ସେ ତାଙ୍କ ଅପୋଜିଟ୍‌ରେ ଥିବା ନାୟିକାଙ୍କ ସହିତ ଅତି ଅନ୍ତରଙ୍ଗ ସିନ କରିଥିଲେ ମଧ୍ୟ କାହା ସହିତ ତାଙ୍କର ଆଫେୟାର୍ସ ନ ଥିବା ନେଇ ସେ ସବୁବେଳେ ବେଶ୍‌ ଚର୍ଚ୍ଚାରେ ରହିଥାନ୍ତି। ୨୦୦୬ରେ ସେ ପରବିନ୍‌ ସହାହାଣୀଙ୍କୁ ବିବାହ କରିଥିଲେ। ଅଭିନୟ ପରେ ସେ ସ୍ତ୍ରୀ ଏବଂ ନିଜ ପରିବାର ସହିତ ସମୟ ବିତାଇବାକୁ ପସନ୍ଦ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତରେ ଦେହ ବ୍ୟବସାୟ ଆଇନଗତ ହେବା ଉଚିତ,’ ପୁନମ ପାଣ୍ଡେ କୁହନ୍ତି, ମୋର କାମୁକ ଭିଡିଓ ଗୁଡ଼ିକ ଦେଶ ତଥା ବିଶ୍ୱକୁ…

ମୁମ୍ବାଇ,୬।୯: ପ୍ରସିଦ୍ଧ ମଡେଲ ଏବଂ ଅଭିନେତ୍ରୀ ପୁନମ ପାଣ୍ଡେ ତାଙ୍କ ଡ୍ରେସିଂ ସେନ୍ସ ଏବଂ ବୟାନ ପାଇଁ ପ୍ରାୟତଃ ଶିରୋନାମାରେ ରହିଥାନ୍ତି। ସମ୍ପ୍ରତି, ବେଶ୍ୟାବୃତ୍ତି ବା ଦେହ…

ସୁନିତା-କୋମଲ ବିବାଦ ଉପରେ ନୀରବତା ଭାଙ୍ଗିଛନ୍ତି ଗୋବିନ୍ଦା, ଇସାରାରେ କହିଲେ ଖୁବ ବଡ଼ କଥା

ମୁମ୍ବାଇ,୬।୯: ପତ୍ନୀ ସୁନିତା ଆହୁଜାଙ୍କ ସହ ସମ୍ପର୍କରେ ମତଭେଦ ଏବଂ ଅଭିନେତ୍ରୀ କୋମଲ ରାଣୀଙ୍କ ସହ ତଥା କଥିତ ସମ୍ପର୍କର ଗୁଜବ ସମ୍ପର୍କରେ ଖବର ଆସିବା ପରେ…

ବରଗଡ଼ରେ ନୂଆଖାଇ ଲଗ୍ନ ଧାର୍ଯ୍ୟ, ଏହି ମୁହୂର୍ତ୍ତରେ ଶୁଭବେଳା…

ବରଗଡ଼,୬ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମଦେବୀ ସମଲେଶ୍ୱରୀଙ୍କ ପୀଠରେ ରବିବାର ନୂଆଖାଇ ଲଗ୍ନ ନିରୂପଣ କରାଯାଇଛି। ବିଧି ଓ ପରମ୍ପରା ଅନୁଯାୟୀ ଆସନ୍ତା ୧୪ ତାରିଖ ନିଶାର୍ଦ୍ଧ…

ସ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ ସ୍ବାମୀ, ନିର୍ମମ ଭାବେ ହତ୍ୟା କରିବା ପରେ…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସେନ ପାର୍କ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଏକ ଅଭାବନୀୟ ତଥା ବର୍ବରୋଚିତ ହତ୍ୟାକାଣ୍ଡ ଘଟିଯାଇଛି। ଚରିତ୍ର ଉପରେ…

ଯେଉଁ କାମ ପାଇଁ ଦିନେ ଯୁବକଙ୍କୁ ପରିହାସ କରୁଥିଲେ ଲୋକେ, ଆଜି ବିଦେଶରୁ ଆସିଲା ଚାକିରି ଅଫର, ପୂରା କାହାଣୀ ଜାଣିଲେ…

ଭାରତରେ ନଦୀଗୁଡ଼ିକର ଦୁର୍ଦ୍ଦଶା କହିଲେ ନ ସରେ। ସରକାରୀ ପ୍ରୟାସ ସତ୍ତ୍ୱେ ନଦୀଗୁଡ଼ିକର ଅବସ୍ଥା ସୁଧାର ହୋଇନାହିଁ। ସମ୍ପ୍ରତି ମଧ୍ୟପ୍ରଦେଶର ରାଜଗଡ଼ ଜିଲାର ଜଣେ ୨୦ ବର୍ଷୀୟ…

Video: ମେଟ୍ରୋରେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ ମୋଦି, ପିଲାମାନଙ୍କ ସହିତ ଆଲୋଚନା ସମୟରେ ତାଙ୍କ ସଂସଦୀୟ କ୍ଷେତ୍ର କାଶୀକୁ ମନେ ପକାଇଲେ, ଯାହାକୁ ନେଇ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୬।୯: ଦିଲ୍ଲୀ ମେଟ୍ରୋରେ ଯାତ୍ରା କରୁଥିବା ଯାତ୍ରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ, ଶନିବାର (ସେପ୍ଟେମ୍ବର 5, 2026) ସାରେ, ସେମାନଙ୍କ ସହିତ ଯାତ୍ରା କରୁଥିବା ଦେଖି ଖୁସିରେ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

୨୦୨୭ ଯାଏ ୩ ରାଶିଙ୍କୁ କଲବଲ କରିବେ ଶନି, ଛୋଟ ଛୋଟ ଭୁଲ ପଡିବ ଭାରି!

ବର୍ତ୍ତମାନ ସମୟରେ ଶନିଦେବ ମୀନ ରାଶିରେ ଅବସ୍ଥାନ କରୁଛନ୍ତି ଏବଂ ତାଙ୍କ ଗୋଚରର ପ୍ରଭାବ କିଛି ରାଶି ଉପରେ ବିଶେଷ ଭାବରେ ଦେଖିବାକୁ ମିଳୁଛି। ସାଢ଼େସାତୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri