ବୈବାହିକ ଜୀବନକୁ ସୁଖମୟ କରିବାକୁ ଚାହୁଁଥିଲେ… ଆପଣାନ୍ତୁ ଏହି ଟିପ୍ସ

”ଘରସଂସାର କରିବା ପରେ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଦୃଢ଼ ରହିବା ଦରକାର। ଉଭୟେ ପରସ୍ପରକୁ ସହଯୋଗ କରିବା ସହ ପ୍ରତିଟି କଥାକୁ ଦୁହେଁ ମିଶି ସୁଚାରୁ ରୂପେ ତୁଲାଇପାରିଲେ ବୈବାହିକ ଜୀବନ ଆନନ୍ଦମୟ ହୋଇଉଠିଥାଏ। ତେବେ ଏହାକୁ ସବୁବେଳେ ମଧୁର କରିବାକୁ କେତୋଟି ବିଷୟ ପ୍ରତି ନଜର ଦେବାକୁ ପଡ଼େ।“

ବୈବାହିକ ଜୀବନକୁ ସୁଖମୟ ରଖିବାକୁ ହେଲେ ସ୍ବାମୀସ୍ତ୍ରୀଙ୍କ ମଧ୍ୟର ଉତ୍ତମ ବୁଝାମଣା ଏବଂ ସହଯୋଗର ଆବଶ୍ୟକତା ରହିଛି। ଜଣେ ଆଉ ଜଣଙ୍କ କଥା ବୁଝିବା ବ୍ୟତୀତ ଆଉ ବି କିଛି କଥା ମଧ୍ୟ ରହିଛି ଯାହା ବୈବାହିକ ଜୀବନକୁ ଆହୁରି ଆନନ୍ଦରେ ଭରି ଦେଇଥାଏ। ତେବେ ସେହି କଥାଗୁଡ଼ିକ କ’ଣ ସେ ସମ୍ପର୍କରେ ସୂଚନା…
-ପୁରୁଷମାନେ ସାଧାରଣତଃ ତାକୁ ଭଲପାଆନ୍ତି ଯିଏ ତାଙ୍କର ସବୁ କଥା ବୁଝିଥାଏ, ତାଙ୍କ କଥାକୁ ଗୁରୁତ୍ୱ ଦେଇଥାଏ। ଧ୍ୟାନରଖନ୍ତୁ, ଯେତେ ସମଝ୍‌ଦାରି ଦେଖାଇବେ ସେତିକି ଭଲପାଇବା ପାଇବେ।
-କେବେ କେବେ ଦୁଇଜଣ ପାର୍ଟନର ଜଣେ ଅନ୍ୟ ଜଣକ ଆବଶ୍ୟକତାକୁ ଲକ୍ଷ୍ୟକରି ଜଣେ ଅନ୍ୟ ଜଣଙ୍କର ଅଭ୍ୟାସ ବଦଳାଇଥାନ୍ତି। ଏହାଦ୍ୱାରା ପାର୍ଟନର ମଧ୍ୟରେ ଅସନ୍ତୁଷ୍ଟି ଦେଖିବାକୁ ମିଳିଥାଏ। ଏହି ପରିସ୍ଥିତିରେ ରକ୍ଷା ପାଇବାକୁ ହେଲେ ଜଣେ ଅନ୍ୟ ଜଣଙ୍କ ଲାଗି ବଦଳିବା ବଦଳରେ ଯିଏ ଯେପରି ସେହି ଅନୁଯାୟୀ ତାଙ୍କୁ ଆପଣାନ୍ତୁ।
-ସବୁବେଳେ ଗୋଟେ କଥା ଧ୍ୟାନରେ ରଖନ୍ତୁ, ସବୁକିଛି ଆମ ହିସାବରେ ଚାଲି ନ ଥାଏ। ଏଥିପାଇଁ ଉଦାସ ନ ହୋଇ କିଛି କଥା ପାର୍ଟନରଙ୍କୁ ନିଜ ହିସାବରେ କରିବାକୁ ଦିଅନ୍ତୁ।
-ସବୁବେଳେ ମୁହଁରେ ହସ, ଫ୍ରେଶ୍‌ ରୁହନ୍ତୁ। ଖାସ୍‌କରି ସ୍ବାମୀଙ୍କ ସାମ୍ନାରେ ଏହାଦ୍ୱାରା ଦୁଇଜଣଙ୍କ ମଧ୍ୟ ଭଲପାଇବା ବଢ଼ିବ।
-ପ୍ରତିଟି କଥାକୁ ୨ ଜଣ ପରସ୍ପର ମଧ୍ୟରେ ଆଲୋଚନା କଲେ ଭଲ। ଦୁହେଁ ଦୁହିଁଙ୍କୁ କଦାପି ସନ୍ଦେହ ନଜରରେ ଦେଖନ୍ତୁ ନାହିଁ। ଏହାଦ୍ୱାରା ପରସ୍ପର ଭିତରେ ତିକ୍ତତା ବୃଦ୍ଧି ପାଇଥାଏ।
-ଦାମ୍ପତ୍ୟ ଜୀବନରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥା ହେଲା ଦୁଇଜଣଙ୍କ ମଧ୍ୟରେ ଉତ୍ତମ ସହଯୋଗ। କପଲ୍ସକୁ ନିଜ ମଧ୍ୟରେ ଅଫିସ୍‌ଠାରୁ ଆରମ୍ଭକରି ଘର କଥା ପର୍ଯ୍ୟନ୍ତ ସବୁ କିଛି ଶେୟାର କରିବା ଆବଶ୍ୟକ।
-ଜଣେ ପାର୍ଟନର ଅନ୍ୟଜଣେ ପାର୍ଟନରଙ୍କ ହବିରେ ରୁଚି ରଖନ୍ତୁ। କେବେ କେବେ ତାଙ୍କୁ ଖୁସିକରିବା ପାଇଁ, ତାଙ୍କ ଯୋଗ କ୍ଲାସ୍‌, ଫଟୋଗ୍ରାଫ୍‌ କ୍ଲାସ୍‌ କିମ୍ବା ତାଙ୍କ ସହ ଜିମ୍‌ ଜଏନ୍‌ କରନ୍ତୁ। ଯଦି ସେ ଓ୍ବାକ୍‌ରେ ଯାଉଥାନ୍ତି ତେବେ ଆପଣ ମଧ୍ୟ ତାଙ୍କ ସହ ଯାଆନ୍ତୁ। ସାଙ୍ଗହୋଇ ସବୁ ଆକ୍ଟିଭିଟି କରିବା ଦ୍ୱାରା ପରସ୍ପର ପ୍ରତି ଭଲପାଇବା ବଢ଼ିଥାଏ କଥାବାର୍ତ୍ତା ଦ୍ୱାରା ସମସ୍ୟାର ବାଟ ମଧ୍ୟ ମିଳିଯାଏ।
-ବେଳେବେଳେ ପାର୍ଟନର ଜଣେ ଆଉ ଜଣଙ୍କ ଓଜନ ବୃଦ୍ଧି ବା ଓବେସିଟିକୁ ନେଇ ଉପହାସ କରିଥାନ୍ତି। ଏପରି କରିବା ଠିକ୍‌ ନୁହେଁ। ଯଦିଓ ପାର୍ଟନରଙ୍କ ଓଜନ ବଢ଼ିଯାଇଛି ଏପରି କହିବା ଠିକ୍‌ ନୁହେଁ। ଆପଣ ବଢ଼ୁଥିବା ଓଜନରେ ବି କେତେ ସ୍ମାର୍ଟ ଦେଖାଯାଉଛନ୍ତି ତାଙ୍କୁ ସେ ବିଷୟରେ କୁହନ୍ତୁ। ଏହାଦ୍ୱାରା ତାଙ୍କର ଆତ୍ମବିଶ୍ୱାସ ବଢ଼ିବ। ସେ ନିଜର ଓଜନ କିପରି ନିୟନ୍ତ୍ରଣରେ ରଖିବେ ସେ ନେଇ ସହଯୋଗର ହାତ ବଢ଼ାନ୍ତୁ।
-ଜରୁରୀ ନୁହେଁ କି କେବଳ ବାର୍ଥ ଡେ କିମ୍ବା ଆନିଭର୍ସାରି ତାଙ୍କୁ ଗିଫ୍ଟ ଦେବେ। ଯେତେବେଳେ ବି ପାର୍ଟନରଙ୍କୁ କୌଣସି ଜିନିଷ ପାଇଁ ଥାଙ୍କ୍ସ କହିବାକୁ ଚାହୁଁଛନ୍ତି ସେତେବେଳେ ତାଙ୍କୁ ନିହାତି ଏକ ଗିଫ୍ଟ ଦେବା ସହ କମ୍ପ୍ଲିମେଣ୍ଟ ନିହାତି ଦିଅନ୍ତୁ।
-ପତିପତ୍ନୀ ନିଜ ଶାଶୁମା’ଙ୍କ ଜନ୍ମଦିନ କିମ୍ବା ଆନିଭର୍ସାରି ଡେଟ୍‌ର ମନେପକାନ୍ତୁ। ଉପହାର କିଣିବା ସମୟରେ ତାଙ୍କୁ ସାହାଯ୍ୟ କରନ୍ତୁ। ଏହାଦ୍ୱାରା ତାଙ୍କୁ ଲାଗିବ ଯେ କେବଳ ତାଙ୍କୁ ଧ୍ୟାନଦେବା ସହ ତାଙ୍କ ପରିବାରକୁ ମଧ୍ୟ ଭଲପାଉଛନ୍ତି।
-ବେଳେବେଳେ ମହତ୍ତ୍ୱପୂର୍ଣ୍ଣ କଥାକୁ ନେଇ ଛୋଟ ଛୋଟ କଥା କରିବାକୁ ଭୁଲିଯାନ୍ତି। କଥା ସେ ବଡ଼ ହେଉ କି ଛୋଟ ନିଜ ଭୁଲ୍‌ ସ୍ବୀକାର କରିବାରେ କୁଣ୍ଠାବୋଧ କରନ୍ତୁ ନାହିଁ। ଯଦି କେବେ କିଛି ଭୁଲ୍‌ କରିଛନ୍ତି ସରି କହି ଦିଅନ୍ତୁ। ଏହାଦ୍ୱାରା ରାଗ ଥିଲେ ମନ ନିହାତି ରୂପେ ତରଳିବ।
-ଦେଖାଯାଏ ଜଣେ ଆଉ ଜଣଙ୍କ ସମ୍ପର୍କରେ ଗପର ପେଡ଼ି ଖୋଲିଦିଅନ୍ତି। କାହାର ଭଲ ଦେଖି ହୁଏନି। କାହାର ଭଲ ଦେଖିଲେ ଦେହ ସହି ହୁଏନି।
-ପରସ୍ପର ଦୁଇଜଣଙ୍କୁ କାମରେ ସାହାଯ୍ୟ କରନ୍ତୁ। ପତି କେବେ କେବେ ପତ୍ନୀ ପାଇଁ ଭଲ ରୋଷେଇ କରନ୍ତୁ କିମ୍ବା ଚା’ ପ୍ରସ୍ତୁତ କରି ପିଇବାକୁ ଦିଅନ୍ତୁ। ଏପରି ସ୍ତ୍ରୀ ମଧ୍ୟ ବ୍ୟାଙ୍କ କାମ ହେଉକି ଅନ୍ୟ କାମ ଯାହା ସ୍ବାମୀଙ୍କ କାମ ତାକୁ ଆପଣ କରି ଦିଅନ୍ତୁ। ଏହାଦ୍ୱାରା ୨ଜଣଙ୍କ ମଧ୍ୟରେ ବୁଝାମଣା ଆହୁରି ଦୃଢ଼ ହେବ।
-କେବେ କେବେ ମହିଳାମାନେ ନିଜ ବଜେଟ ନ ଦେଖି ନିଜ ଇଚ୍ଛା ଅନୁଯାୟୀ ଶପିଂ କରିଥାନ୍ତି। ସ୍ବାମୀ ଯଦିଓ କିଛି କହି ନ ଥାନ୍ତି, କିନ୍ତୁ ତାଙ୍କୁ ନିହାତି ରୂପେ ଖରାପ ଲାଗିଥାଏ।
-ଯଦି ଆପଣଙ୍କ ପାର୍ଟନର ବହୁଦିନରୁ ଗୋଟିଏ ଜିନିଷ କିଣିବେ ବୋଲି ତାଙ୍କର ଇଚ୍ଛା ଥିଲା କିନ୍ତୁ କୌଣସି କାରଣବଶତଃ ସେ କିଣିପାରୁ ନ ଥିଲେ ତେବେ ସେ ଚାହୁଁଥିବା ଜିନିଷ ତାକୁ କିଣି ସର୍‌ପ୍ରାଇଜ୍‌ ଦିଅନ୍ତୁ।
-ସବୁବେଳେ ଘରର ଜିନିଷକୁ ସଫାସୁତୁରା ରଖିବା ସହ ବ୍ୟବସ୍ଥିତ ରଖନ୍ତୁ। ଏହାଦ୍ୱାରା ସ୍ବାମୀ ଘର ଦେଖି ଖୁସି ହେବେ। ଯଦି ଘର ଅପରିଷ୍କାର ହୋଇ ପଡ଼ି ରୁହେ ତେବେ ମନରେ ଚିଡ଼ିଚିଡ଼ାପଣ ଦେଖାଯାଏ।
-କେବେକେବେ ରାଗିକି ବହୁ କିଛି କଥା କହିଦେଇଥାନ୍ତି। ଯାହା ପରସ୍ପର ମଧ୍ୟରେ ସମ୍ପର୍କରେ ତିକ୍ତତା ଆଣିଥାଏ।
-ଦେଖାଯାଏ ମହିଳାମାନେ ସ୍ବାମୀଙ୍କ ସାମ୍ନାରେ ନିଜର ଶାଶୁଘର ଲୋକଙ୍କ ବିଷୟରେ କେତେ କଥା କହିଥାନ୍ତି। ଏମିତି ଜମା ବି କରନ୍ତୁ ନାହିଁ। ସ୍ବାମୀ ବି ସ୍ତ୍ରୀଙ୍କ ପରିବାର ଲୋକଙ୍କ ବିଷୟରେ ଇଆଡୁ ସିଆଡୁ କିଛି କଥା ହୁଅନ୍ତୁ ନାହିଁ। ଏହାଦ୍ୱାରା ସମ୍ପର୍କରେ ଫାଟ ଦେଖାଯିବାର ସମ୍ଭାବନା ରହିଛି।
-ବେଳେବେଳେ ଦେଖାଯାଏ ସ୍ବାମୀ ସ୍ତ୍ରୀଙ୍କ ଝଗଡ଼ା ମଝିରେ ତୃତୀୟ ଲୋକ ମୁଣ୍ଡ ଖେଳାଇବାକୁ ଚେଷ୍ଟା କରିଥାନ୍ତି। ଏଥିପାଇଁ ଆପଣ ନିଜ ସମସ୍ୟାକୁ ତୃତୀୟ ଲୋକ ସାମ୍ନାରେ ସମାଧାନ ନ କରି ଏହାର ସମାଧାନ ନିଜ ଭିତରେ କରନ୍ତୁ।
-ସରି ପରି ଥ୍ୟାଙ୍କ୍‌ୟୁ କହିବାକୁ କେବେ ପଛାନ୍ତୁ ନାହିଁ। ଏହାଦ୍ୱାରା ଦୁଇଜଣଙ୍କ ମଧ୍ୟରେ ଭଲପାଇବା ବଢ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

FM କଲେଜ ଛାତ୍ର ମୃତ୍ୟୁ ଘଟଣା: ପୁଣି ଆନ୍ଦୋଳନ କରିବ ବିଜେଡି

ଭୁବନେଶ୍ୱର,୧୮।୭: ଆସନ୍ତା ୨୧ ତାରିଖରେ ବିଜେଡିର ଆରଡିସି ସ୍ତରୀୟ ବିକ୍ଷୋଭ। କଟକ, ସମ୍ବଲପୁର, ବ୍ରହ୍ମପୁର ଆରଡିସି ଜୋନରେ ବିକ୍ଷୋପ କରିବ ବୋଲି ବିଜେଡି ନିଷ୍ପତ୍ତି। ନେଇଛି।...

ଗୋଟିଏ ଯୁବତୀଙ୍କୁ ବିବାହ କଲେ ୨ ଭାଇ: ଏହି ଜିଲାର ପରମ୍ପରା ବିଷୟରେ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମହାଭାରତ ଯୁଗରେ ଦ୍ରୌପଦୀ ପାଞ୍ଚ ଭାଇଙ୍କୁ ବିବାହ କରିଥିଲେ ଏବଂ ସେ ପାଞ୍ଚ ଭାଇଙ୍କ ସହିତ ସମୟ ବିତାଉଥିଲେ। କିନ୍ତୁ ଆଜିର ସମୟରେ, ଯଦି କେହି...

କୋରମ ଅଭାବରୁ ଆରମ୍ଭ ହୋଇପାରୁନି ଜିଲାପରିଷଦ ବୈଠକ, ୧୯ ସଭ୍ୟ ଅନୁପସ୍ଥିତ

ନୟାଗଡ଼,୧୮ା୭(ଲୋକନାଥ ମିଶ୍ର): କୋରମ ଅଭାବରୁ ଆରମ୍ଭ ହୋଇପାରୁନି ନୟାଗଡ଼ ଦଶମ ଜିଲା ପରିଷଦ ବୈଠକ। ୨୨ ଜିଲା ପରିଷଦ ସଭ୍ୟ ମଧରୁ ୧୯ ସଭ୍ୟ ଅନୁପସ୍ଥିତ...

ବିହାରରେ ଚନ୍ଦ୍ର ଶେଖରଙ୍କ ଏଣ୍ଟ୍ରି, ବିଗାଡିବେ କି ଖେଳ

ପାଟଣା,୧୮।୭: ବିହାର ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟରେ ନିର୍ବାଚନ ତାତି ବଢିବାରେ ଲାଗିଛି। ଇତି ମଧ୍ୟରେ ବିହାର ନିର୍ବାଚନରେ ଏଣ୍ଟ୍ରି କରିଛନ୍ତି ଚନ୍ଦ୍ର ଶେଖର...

ଟିକା ନେଇ ଅସୁସ୍ଥ ହୋଇପଡ଼ିଲେ ୬ ଛାତ୍ରୀଛାତ୍ର, ହସ୍ପିଟାଲରେ ଭର୍ତ୍ତି

ଦାରିଙ୍ଗବାଡ଼ି,୧୮ା୭(ଅରୁଣ ସାହୁ): ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଓ ବିଭିନ୍ନ ରୋଗରୁ ସୁରକ୍ଷା ମିଳିବା ନେଇ ସରକାର ବିଭିନ୍ନ ବିଦ୍ୟାଳୟରେ ଟିକାକରଣ ବ୍ୟବସ୍ଥା କରିଛନ୍ତି। କିନ୍ତୁ...

ଥାଇଲ୍ୟାଣ୍ଡରେ ବୌଦ୍ଧ ଭିକ୍ଷୁଙ୍କ ଯୌନ କେଳେଙ୍କାରୀ: ‘ମିସ୍‌ ଗଲ୍ଫ’ ନାମକ ମହିଳାଙ୍କ ବ୍ଲାକମେଲିଂ ରାକେଟରେ ହଇଚଇ

ବ୍ୟାଙ୍କକ,୧୮ା୭: ଥାଇଲ୍ୟାଣ୍ଡରେ ଏକ ବିଶାଳ ଯୌନ କେଳେଙ୍କାରୀ ପ୍ରକାଶ ପାଇଛି, ଯାହା ଦେଶର ବୌଦ୍ଧ ଧର୍ମୀୟ ପ୍ରତିଷ୍ଠାନକୁ ବିବାଦରେ ଟାଣି ଆଣିଛି। ଜଣେ ମହିଳା, ଯିଏ...

BCCI ଉପରେ ଖାଲି ଟଙ୍କା ବର୍ଷା: ଶାହାଙ୍କ ପୁଅ କରିଦେଲେ କମାଲ୍‌

ନୂଆଦିଲ୍ଲୀ,୧୮।୭: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ ମଧ୍ୟରେ ଗଣାଯାଏ। ଏହା ପଛରେ ଇଣ୍ଡିଆନ ପ୍ରିମିୟର ଲିଗ (IPL)ର...

ସୋନିଆ ଗାନ୍ଧୀଙ୍କ ଜ୍ୱାଇଁଙ୍କର ୩୬ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ବାଜ୍ୟାପ୍ତି: ରାହୁଲ କହିଲେ ମୋ ଭିଣୋଇ…

ନୂଆଦିଲ୍ଲୀ,୧୮।୭: ଜମି କାରବାରରେ ହେର୍‌ଫେର ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଜ୍ୱାଇଁ ତଥା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri