ବୈବାହିକ ଜୀବନକୁ ସୁଖମୟ କରିବାକୁ ଚାହୁଁଥିଲେ… ଆପଣାନ୍ତୁ ଏହି ଟିପ୍ସ

”ଘରସଂସାର କରିବା ପରେ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଦୃଢ଼ ରହିବା ଦରକାର। ଉଭୟେ ପରସ୍ପରକୁ ସହଯୋଗ କରିବା ସହ ପ୍ରତିଟି କଥାକୁ ଦୁହେଁ ମିଶି ସୁଚାରୁ ରୂପେ ତୁଲାଇପାରିଲେ ବୈବାହିକ ଜୀବନ ଆନନ୍ଦମୟ ହୋଇଉଠିଥାଏ। ତେବେ ଏହାକୁ ସବୁବେଳେ ମଧୁର କରିବାକୁ କେତୋଟି ବିଷୟ ପ୍ରତି ନଜର ଦେବାକୁ ପଡ଼େ।“

ବୈବାହିକ ଜୀବନକୁ ସୁଖମୟ ରଖିବାକୁ ହେଲେ ସ୍ବାମୀସ୍ତ୍ରୀଙ୍କ ମଧ୍ୟର ଉତ୍ତମ ବୁଝାମଣା ଏବଂ ସହଯୋଗର ଆବଶ୍ୟକତା ରହିଛି। ଜଣେ ଆଉ ଜଣଙ୍କ କଥା ବୁଝିବା ବ୍ୟତୀତ ଆଉ ବି କିଛି କଥା ମଧ୍ୟ ରହିଛି ଯାହା ବୈବାହିକ ଜୀବନକୁ ଆହୁରି ଆନନ୍ଦରେ ଭରି ଦେଇଥାଏ। ତେବେ ସେହି କଥାଗୁଡ଼ିକ କ’ଣ ସେ ସମ୍ପର୍କରେ ସୂଚନା…
-ପୁରୁଷମାନେ ସାଧାରଣତଃ ତାକୁ ଭଲପାଆନ୍ତି ଯିଏ ତାଙ୍କର ସବୁ କଥା ବୁଝିଥାଏ, ତାଙ୍କ କଥାକୁ ଗୁରୁତ୍ୱ ଦେଇଥାଏ। ଧ୍ୟାନରଖନ୍ତୁ, ଯେତେ ସମଝ୍‌ଦାରି ଦେଖାଇବେ ସେତିକି ଭଲପାଇବା ପାଇବେ।
-କେବେ କେବେ ଦୁଇଜଣ ପାର୍ଟନର ଜଣେ ଅନ୍ୟ ଜଣକ ଆବଶ୍ୟକତାକୁ ଲକ୍ଷ୍ୟକରି ଜଣେ ଅନ୍ୟ ଜଣଙ୍କର ଅଭ୍ୟାସ ବଦଳାଇଥାନ୍ତି। ଏହାଦ୍ୱାରା ପାର୍ଟନର ମଧ୍ୟରେ ଅସନ୍ତୁଷ୍ଟି ଦେଖିବାକୁ ମିଳିଥାଏ। ଏହି ପରିସ୍ଥିତିରେ ରକ୍ଷା ପାଇବାକୁ ହେଲେ ଜଣେ ଅନ୍ୟ ଜଣଙ୍କ ଲାଗି ବଦଳିବା ବଦଳରେ ଯିଏ ଯେପରି ସେହି ଅନୁଯାୟୀ ତାଙ୍କୁ ଆପଣାନ୍ତୁ।
-ସବୁବେଳେ ଗୋଟେ କଥା ଧ୍ୟାନରେ ରଖନ୍ତୁ, ସବୁକିଛି ଆମ ହିସାବରେ ଚାଲି ନ ଥାଏ। ଏଥିପାଇଁ ଉଦାସ ନ ହୋଇ କିଛି କଥା ପାର୍ଟନରଙ୍କୁ ନିଜ ହିସାବରେ କରିବାକୁ ଦିଅନ୍ତୁ।
-ସବୁବେଳେ ମୁହଁରେ ହସ, ଫ୍ରେଶ୍‌ ରୁହନ୍ତୁ। ଖାସ୍‌କରି ସ୍ବାମୀଙ୍କ ସାମ୍ନାରେ ଏହାଦ୍ୱାରା ଦୁଇଜଣଙ୍କ ମଧ୍ୟ ଭଲପାଇବା ବଢ଼ିବ।
-ପ୍ରତିଟି କଥାକୁ ୨ ଜଣ ପରସ୍ପର ମଧ୍ୟରେ ଆଲୋଚନା କଲେ ଭଲ। ଦୁହେଁ ଦୁହିଁଙ୍କୁ କଦାପି ସନ୍ଦେହ ନଜରରେ ଦେଖନ୍ତୁ ନାହିଁ। ଏହାଦ୍ୱାରା ପରସ୍ପର ଭିତରେ ତିକ୍ତତା ବୃଦ୍ଧି ପାଇଥାଏ।
-ଦାମ୍ପତ୍ୟ ଜୀବନରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥା ହେଲା ଦୁଇଜଣଙ୍କ ମଧ୍ୟରେ ଉତ୍ତମ ସହଯୋଗ। କପଲ୍ସକୁ ନିଜ ମଧ୍ୟରେ ଅଫିସ୍‌ଠାରୁ ଆରମ୍ଭକରି ଘର କଥା ପର୍ଯ୍ୟନ୍ତ ସବୁ କିଛି ଶେୟାର କରିବା ଆବଶ୍ୟକ।
-ଜଣେ ପାର୍ଟନର ଅନ୍ୟଜଣେ ପାର୍ଟନରଙ୍କ ହବିରେ ରୁଚି ରଖନ୍ତୁ। କେବେ କେବେ ତାଙ୍କୁ ଖୁସିକରିବା ପାଇଁ, ତାଙ୍କ ଯୋଗ କ୍ଲାସ୍‌, ଫଟୋଗ୍ରାଫ୍‌ କ୍ଲାସ୍‌ କିମ୍ବା ତାଙ୍କ ସହ ଜିମ୍‌ ଜଏନ୍‌ କରନ୍ତୁ। ଯଦି ସେ ଓ୍ବାକ୍‌ରେ ଯାଉଥାନ୍ତି ତେବେ ଆପଣ ମଧ୍ୟ ତାଙ୍କ ସହ ଯାଆନ୍ତୁ। ସାଙ୍ଗହୋଇ ସବୁ ଆକ୍ଟିଭିଟି କରିବା ଦ୍ୱାରା ପରସ୍ପର ପ୍ରତି ଭଲପାଇବା ବଢ଼ିଥାଏ କଥାବାର୍ତ୍ତା ଦ୍ୱାରା ସମସ୍ୟାର ବାଟ ମଧ୍ୟ ମିଳିଯାଏ।
-ବେଳେବେଳେ ପାର୍ଟନର ଜଣେ ଆଉ ଜଣଙ୍କ ଓଜନ ବୃଦ୍ଧି ବା ଓବେସିଟିକୁ ନେଇ ଉପହାସ କରିଥାନ୍ତି। ଏପରି କରିବା ଠିକ୍‌ ନୁହେଁ। ଯଦିଓ ପାର୍ଟନରଙ୍କ ଓଜନ ବଢ଼ିଯାଇଛି ଏପରି କହିବା ଠିକ୍‌ ନୁହେଁ। ଆପଣ ବଢ଼ୁଥିବା ଓଜନରେ ବି କେତେ ସ୍ମାର୍ଟ ଦେଖାଯାଉଛନ୍ତି ତାଙ୍କୁ ସେ ବିଷୟରେ କୁହନ୍ତୁ। ଏହାଦ୍ୱାରା ତାଙ୍କର ଆତ୍ମବିଶ୍ୱାସ ବଢ଼ିବ। ସେ ନିଜର ଓଜନ କିପରି ନିୟନ୍ତ୍ରଣରେ ରଖିବେ ସେ ନେଇ ସହଯୋଗର ହାତ ବଢ଼ାନ୍ତୁ।
-ଜରୁରୀ ନୁହେଁ କି କେବଳ ବାର୍ଥ ଡେ କିମ୍ବା ଆନିଭର୍ସାରି ତାଙ୍କୁ ଗିଫ୍ଟ ଦେବେ। ଯେତେବେଳେ ବି ପାର୍ଟନରଙ୍କୁ କୌଣସି ଜିନିଷ ପାଇଁ ଥାଙ୍କ୍ସ କହିବାକୁ ଚାହୁଁଛନ୍ତି ସେତେବେଳେ ତାଙ୍କୁ ନିହାତି ଏକ ଗିଫ୍ଟ ଦେବା ସହ କମ୍ପ୍ଲିମେଣ୍ଟ ନିହାତି ଦିଅନ୍ତୁ।
-ପତିପତ୍ନୀ ନିଜ ଶାଶୁମା’ଙ୍କ ଜନ୍ମଦିନ କିମ୍ବା ଆନିଭର୍ସାରି ଡେଟ୍‌ର ମନେପକାନ୍ତୁ। ଉପହାର କିଣିବା ସମୟରେ ତାଙ୍କୁ ସାହାଯ୍ୟ କରନ୍ତୁ। ଏହାଦ୍ୱାରା ତାଙ୍କୁ ଲାଗିବ ଯେ କେବଳ ତାଙ୍କୁ ଧ୍ୟାନଦେବା ସହ ତାଙ୍କ ପରିବାରକୁ ମଧ୍ୟ ଭଲପାଉଛନ୍ତି।
-ବେଳେବେଳେ ମହତ୍ତ୍ୱପୂର୍ଣ୍ଣ କଥାକୁ ନେଇ ଛୋଟ ଛୋଟ କଥା କରିବାକୁ ଭୁଲିଯାନ୍ତି। କଥା ସେ ବଡ଼ ହେଉ କି ଛୋଟ ନିଜ ଭୁଲ୍‌ ସ୍ବୀକାର କରିବାରେ କୁଣ୍ଠାବୋଧ କରନ୍ତୁ ନାହିଁ। ଯଦି କେବେ କିଛି ଭୁଲ୍‌ କରିଛନ୍ତି ସରି କହି ଦିଅନ୍ତୁ। ଏହାଦ୍ୱାରା ରାଗ ଥିଲେ ମନ ନିହାତି ରୂପେ ତରଳିବ।
-ଦେଖାଯାଏ ଜଣେ ଆଉ ଜଣଙ୍କ ସମ୍ପର୍କରେ ଗପର ପେଡ଼ି ଖୋଲିଦିଅନ୍ତି। କାହାର ଭଲ ଦେଖି ହୁଏନି। କାହାର ଭଲ ଦେଖିଲେ ଦେହ ସହି ହୁଏନି।
-ପରସ୍ପର ଦୁଇଜଣଙ୍କୁ କାମରେ ସାହାଯ୍ୟ କରନ୍ତୁ। ପତି କେବେ କେବେ ପତ୍ନୀ ପାଇଁ ଭଲ ରୋଷେଇ କରନ୍ତୁ କିମ୍ବା ଚା’ ପ୍ରସ୍ତୁତ କରି ପିଇବାକୁ ଦିଅନ୍ତୁ। ଏପରି ସ୍ତ୍ରୀ ମଧ୍ୟ ବ୍ୟାଙ୍କ କାମ ହେଉକି ଅନ୍ୟ କାମ ଯାହା ସ୍ବାମୀଙ୍କ କାମ ତାକୁ ଆପଣ କରି ଦିଅନ୍ତୁ। ଏହାଦ୍ୱାରା ୨ଜଣଙ୍କ ମଧ୍ୟରେ ବୁଝାମଣା ଆହୁରି ଦୃଢ଼ ହେବ।
-କେବେ କେବେ ମହିଳାମାନେ ନିଜ ବଜେଟ ନ ଦେଖି ନିଜ ଇଚ୍ଛା ଅନୁଯାୟୀ ଶପିଂ କରିଥାନ୍ତି। ସ୍ବାମୀ ଯଦିଓ କିଛି କହି ନ ଥାନ୍ତି, କିନ୍ତୁ ତାଙ୍କୁ ନିହାତି ରୂପେ ଖରାପ ଲାଗିଥାଏ।
-ଯଦି ଆପଣଙ୍କ ପାର୍ଟନର ବହୁଦିନରୁ ଗୋଟିଏ ଜିନିଷ କିଣିବେ ବୋଲି ତାଙ୍କର ଇଚ୍ଛା ଥିଲା କିନ୍ତୁ କୌଣସି କାରଣବଶତଃ ସେ କିଣିପାରୁ ନ ଥିଲେ ତେବେ ସେ ଚାହୁଁଥିବା ଜିନିଷ ତାକୁ କିଣି ସର୍‌ପ୍ରାଇଜ୍‌ ଦିଅନ୍ତୁ।
-ସବୁବେଳେ ଘରର ଜିନିଷକୁ ସଫାସୁତୁରା ରଖିବା ସହ ବ୍ୟବସ୍ଥିତ ରଖନ୍ତୁ। ଏହାଦ୍ୱାରା ସ୍ବାମୀ ଘର ଦେଖି ଖୁସି ହେବେ। ଯଦି ଘର ଅପରିଷ୍କାର ହୋଇ ପଡ଼ି ରୁହେ ତେବେ ମନରେ ଚିଡ଼ିଚିଡ଼ାପଣ ଦେଖାଯାଏ।
-କେବେକେବେ ରାଗିକି ବହୁ କିଛି କଥା କହିଦେଇଥାନ୍ତି। ଯାହା ପରସ୍ପର ମଧ୍ୟରେ ସମ୍ପର୍କରେ ତିକ୍ତତା ଆଣିଥାଏ।
-ଦେଖାଯାଏ ମହିଳାମାନେ ସ୍ବାମୀଙ୍କ ସାମ୍ନାରେ ନିଜର ଶାଶୁଘର ଲୋକଙ୍କ ବିଷୟରେ କେତେ କଥା କହିଥାନ୍ତି। ଏମିତି ଜମା ବି କରନ୍ତୁ ନାହିଁ। ସ୍ବାମୀ ବି ସ୍ତ୍ରୀଙ୍କ ପରିବାର ଲୋକଙ୍କ ବିଷୟରେ ଇଆଡୁ ସିଆଡୁ କିଛି କଥା ହୁଅନ୍ତୁ ନାହିଁ। ଏହାଦ୍ୱାରା ସମ୍ପର୍କରେ ଫାଟ ଦେଖାଯିବାର ସମ୍ଭାବନା ରହିଛି।
-ବେଳେବେଳେ ଦେଖାଯାଏ ସ୍ବାମୀ ସ୍ତ୍ରୀଙ୍କ ଝଗଡ଼ା ମଝିରେ ତୃତୀୟ ଲୋକ ମୁଣ୍ଡ ଖେଳାଇବାକୁ ଚେଷ୍ଟା କରିଥାନ୍ତି। ଏଥିପାଇଁ ଆପଣ ନିଜ ସମସ୍ୟାକୁ ତୃତୀୟ ଲୋକ ସାମ୍ନାରେ ସମାଧାନ ନ କରି ଏହାର ସମାଧାନ ନିଜ ଭିତରେ କରନ୍ତୁ।
-ସରି ପରି ଥ୍ୟାଙ୍କ୍‌ୟୁ କହିବାକୁ କେବେ ପଛାନ୍ତୁ ନାହିଁ। ଏହାଦ୍ୱାରା ଦୁଇଜଣଙ୍କ ମଧ୍ୟରେ ଭଲପାଇବା ବଢ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କ କଣ୍ଠରେ ବନ୍ଦେ ମାତରଂ

ପାଟଣା,୨୫।୯(ବୀର କିଶୋର ଦାଶ): ବନ୍ଦେ ମାତରଂର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଦ୍ୟା ଭାରତୀ ଓ ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ଶୁକ୍ରବାର ପାଟଣା ସ୍ବରସ୍ବତୀ ଶିଶୁ…

ଗଛ ପଡ଼ି ରାସ୍ତା ଅବରୋଧ: ଯାତାୟତ ଠପ୍‌

କୃଷ୍ଣପ୍ରସାଦ,୨୫।୯(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦରେ ଦୁଇ ଦିନ ହେବ ବାତ୍ୟା ତାଣ୍ଡବ ସୃଷ୍ଟି କରିଛି। ପବନ ସାଙ୍ଗକୁ ବର୍ଷା ଲାଗି ରହିଛି। ଫଳରେ ଲୋକ…

ସମୁଦ୍ର ଉପକୂଳ ଅଞ୍ଚଳ ପରିଦର୍ଶନ କଲେ ବିଧାୟକ: ପ୍ରଶାସନିକ ଅଧିକାରୀଙ୍କ ସହ ବନ୍ୟାସ୍ଥିତି ନେଇ ଆଲୋଚନା

ଛତ୍ରପୁର, ୨୫।୯ (ଦିଲ୍ଲୀପ ସାମଲ/ ବିଦ୍ୟାଧର ସାହୁ): ଗତ ତିନିଦିନ ଧରି ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନର…

ମାନସିକ ଭିନ୍ନକ୍ଷମ ଯୁବତୀ ୮ ମାସର ଗର୍ଭବତୀ, ପ୍ରଶାସନିକ ସହାୟତା ଦାବି

କଲ୍ୟାଣସିଂହପୁର, ୨୫।୯ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ…

ଲଗାଣ ବର୍ଷାରେ ଭୂସ୍ଖଳନ: ୬ ଟ୍ରେନ୍‌ ବାତିଲ

କୋରାପୁଟ,୨୫।୯(ଅମିତାଭ ବେହେରା ): ରାୟଗଡ଼ା ଡିଭିଜନ ଅଧୀନ ମୁନିଗୁଡ଼ା-ଚାଟିକୋଣା ଷ୍ଟେଶନ ଏବଂ କୋରାପୁଟ ଜୟପୁର ମଧ୍ୟରେ ଥିବା ମାଲିଗୁଡାଠାରେ ଭୂସ୍ଖଳନ ଯୋଗୁ ରେଳ ଚଳାଚଳ ପ୍ରଭାବିତ ହୋଇଛି।…

କେତୁଙ୍କ ଚଳନ କରିଦେବ କାଙ୍ଗାଳ! ଅକ୍ଟୋବର ପହିଲାଠୁ ଏହି ରାଶି ପାଇଁ ଅତ୍ୟନ୍ତ ଖରାପ, ଏମାନଙ୍କ ପାଇଁ ଭଲ!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମାୟାବୀ ଗ୍ରହ କେତୁ ୩ ଅକ୍ଟୋବର ୨୦୨୬ ରାତି ୯ଟା ୪୮ ମିନିଟରେ ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିବେ। ଏହି…

ଲଗାଣ ବର୍ଷାରେ କାନ୍ଥ ପଡ଼ି ୩ ବର୍ଷର ଶିଶୁକନ୍ୟା ମୃତ

ପାଟଣା, ୨୫।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ଅନ୍ତର୍ଗତ ସ୍ୱାମ ମୁଣ୍ଡାସାହିରେ ଶୁକ୍ରବାର ଲଗାଣ ବର୍ଷାରେ ଇଟା କାନ୍ଥ ଭୁଶୁଡ଼ି…

ପୁରୁଷୋତ୍ତମପୁର ସହରରେ ପଶିଲା ବନ୍ୟାପାଣି: ସ୍ଥିତି ପରଖିଲେ ଉପଜିଲାପାଳ

ପୁରୁଷୋତ୍ତମପୁର, ୨୫।୯ (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଚାରିଦିନ ହେଲା ଲଗାଣ ବର୍ଷା ଲାଗିରହିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?