ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ବନ୍ଦ ପାଇଁ ଆମେରିକା ମଧ୍ୟସ୍ଥତାରେ ଆଲୋଚନା

ଆବୁଧାବି,୧୧ା୧୧: ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ପାଖାପାଖି ୫ ବର୍ଷ ହେଲା ଲାଗିରହିଥିବା ଯୁଦ୍ଧର ପରିସମାପ୍ତି ପାଇଁ ଆମେରିକା ଆଉ ଏକ ଉଦ୍ୟମ ଆରମ୍ଭ କରିଛି। ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ) ରାଜଧାନୀ ଆବୁଧାବିଠାରେ ମଙ୍ଗଳବାର ରୁଷିଆ, ୟୁକ୍ରେନ୍‌ ଏବଂ ଆମେରିକା ଆଲୋଚନା ଆରମ୍ଭ କରିଛନ୍ତି। ଗତ ଫେବୃଆରୀ ପରେ ଏହା ଆବୁଧାବିରେ ପ୍ରଥମ ବୈଠକ। ଆଲୋଚନା ପୂର୍ବରୁ ହ୍ବାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଥିଲା, ଏହା ଯୁଦ୍ଧ କରୁଥିବା ଦେଶଗୁଡ଼ିକ ପାଇଁ ଭବିଷ୍ୟତ ସୁରକ୍ଷା ଗ୍ୟାରେଣ୍ଟି ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦେବ। ନାଟୋକୁ ରୁଷିଆ ଏକ ବିପଦ ଭାବେ ଦେଖୁଥିବାବେଳେ ଭବିଷ୍ୟତରେ ରୁଷିଆ ଆକ୍ରମଣକୁ ରୋକିବାକୁ ୟୁକ୍ରେନ୍‌ ଚାହୁଁଛି।
ମଙ୍ଗଳବାର ଆରମ୍ଭ ହୋଇଥିବା ବୈଠକରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଜ୍ୱାଇଁ ଜାରେଡ କୁଶନେରଙ୍କ ସହ ଆମେରିକା ପ୍ରତିନିଧି ଷ୍ଟିଭ୍‌ ଓ୍ବିଟ୍‌କଫ୍‌ ଯୋଗ ଦେଇଛନ୍ତି। ଷ୍ଟିଭ୍‌ ଉଭୟ ଦେଶ ମଧ୍ୟରେ ଏକ ବୁଝାମଣା କରାଇବାକୁ ଉଦ୍ୟମ କରୁଛନ୍ତି। ଉଭୟ ପକ୍ଷ ମଧ୍ୟରେ ମତପାର୍ଥକ୍ୟ ଦୂର କରିବାକୁ ଭଲ ପନ୍ଥା ରହିଥିବା ସେ ବିଶ୍ୱାସ କରନ୍ତି। ବୈଠକରେ ୟୁକ୍ରେନ୍‌ ପ୍ରତିନିଧି ରୁସ୍ତେମ ଉମେରୋଭ, କିରାଲୋ ବାଦାନୋଭ, ରୁଷିଆର ମୁଖ୍ୟ
ବୁଝାମଣାକାରୀ ଭ୍ଲାଡିମିର ମେଡିନ୍‌ସ୍କି, ସର୍ଭେଇ ର଼୍ୟାବକୋଭ୍‌ ପ୍ରମୁଖ ଯୋଗ ଦେଇଛନ୍ତି। ତେବେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୟୁରୋପର ଏହି ସବୁଠୁ ଦୀର୍ଘ ଯୁଦ୍ଧକୁ ବନ୍ଦ କରିବା ଦିଗରେ ଚଳିତ ବର୍ଷ ଆରମ୍ଭରୁ ୩ ପର୍ଯ୍ୟାୟ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ଅଗ୍ରଗତି ଆଶା ଦେଖାଯାଇ ନାହିଁ। ଯୁଦ୍ଧରେ ଉଭୟ ଦେଶର ଅନେକ ଲକ୍ଷ ସୈନ୍ୟ ଓ ସାଧାରଣ ନାଗରିକଙ୍କ ଜୀବନ ଗଲାଣି ବୋଲି ବିଶ୍ଳେଷକ ଓ ମାନବୀୟ ସଂଗଠନଗୁଡ଼ିକ କହିଛନ୍ତି। ଯୁଦ୍ଧ କମିବାର କୌଣସି ସଙ୍କେତ ଦେଖାଯାଇ ନାହିଁ। ସମ୍ମୁଖ ଭାଗରେ ୨ ପକ୍ଷ ସେନା ମଧ୍ୟରେ ଅଚଳାବସ୍ଥା ଲାଗିରହିଛି। ଗତ ରାତିରେ ରୁଷିଆ ୟୁକ୍ରେନ୍‌କୁ ଟାର୍ଗେଟ କରି ୧୬୨ ଡ୍ରୋନ୍‌ ଓ ଗୋଟିଏ ବାଲିଷ୍ଟିକ୍‌ ମିଶାଇଲ୍‌ ଛାଡ଼ିଥିଲା। ସେହିପରି ଗତ ରାତିରେ ରୁଷିଆର ୮ଟି ଅଞ୍ଚଳ ଉପରେ ୟୁକ୍ରେନ୍‌ର ୧୫୫ଟି ଡ୍ରୋନ୍‌କୁ ଖସାଇଥିବା ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପୌର ନିର୍ବାଚନରେ ଭାଜପାର ବଡ଼ ବିଜୟ: ବିନା ଭୋଟ୍‌ରେ ହାତେଇଲା ୭୭ ଆସନ

ନୂଆଦିଲ୍ଲୀ, ୧୧।୧୧: ତ୍ରିପୁରାରେ ନଭେମ୍ବର ୨୭ ତାରିଖରେ ହେବାକୁ ଥିବା ପୌର ନିର୍ବାଚନ (Urban Local Bodies Elections) ପୂର୍ବରୁ ଭାଜପାକୁ ବଡ଼ ସଫଳତା ମିଳିଛି। ବିନା…

ଜୋର୍‌ ଧରିଲା ଧାନ ଅମଳ, ବସିନି ସଂଗ୍ରହ କମିଟି ବୈଠକ

ବରଗଡ଼,୧୧।୧୧(ପ୍ରେମାନନ୍ଦ ଖମାରୀ): ସର୍ବାଧିକ ଧାନ ଅମଳ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। କିନ୍ତୁ ଧାନ ଅମଳ କରୁଥିବା ଜିଲାର ଚାଷୀଙ୍କ ଦୁଃଖ ଅସମାହିତ ରହି…

IPL ପକ୍ଷରୁ ହେଲା ଆନୁଷ୍ଠାନିକ ଘୋଷଣା: ଏତେ ଟଙ୍କାରେ ହାର୍ଦ୍ଦିକ -ଅର୍ଶଦୀପଙ୍କୁ କିଣିଲେ ୨ ଦଳ, ଜାଣନ୍ତୁ କିଏ କେଉଁଠିକୁ ଗଲେ…

ନୂଆଦିଲ୍ଲୀ, ୧୧।୧୧: ହାର୍ଦ୍ଦିକ ପାଣ୍ଡ୍ୟା ଓ ଅର୍ଶଦୀପ ସିଂହଙ୍କ ମଧ୍ୟରେ ଖେଳାଳି ଅଦଳବଦଳ (ଟ୍ରେଡ୍‌) ନିଶ୍ଚିତ ହୋଇଛି। ବୁଧବାର (ନଭେମ୍ବର ୧୧) ଆଇପିଏଲ ପକ୍ଷରୁ ଏହି ଟ୍ରେଡ୍‌କୁ…

ଆଜିଠୁ କର୍କଟ ସମେତ ୪ ରାଶିଙ୍କ ଗୋଲଡେନ୍‌ ଟାଇମ୍‌ ଆରମ୍ଭ: ଅପାର ଧନ ଲାଭ ସହ ଚାକିରିରେ ବଡ଼ ପଦୋନ୍ନତି, ଜାଣନ୍ତୁ ଭାଗ୍ୟଶାଳୀ ରାଶି କିଏ…

ନଭେମ୍ବର ୧୧, ୨୦୨୬ ବୁଧବାର ଦିନଟି କିଛି ରାଶିଙ୍କ ପାଇଁ ଖୁସି ଓ ସଫଳତା ନେଇ ଆସିପାରେ। ଭାଇ ଦୂଜର ଏହି ବିଶେଷ ଅବସରରେ ଏହି ରାଶିର…

ତୃତୀୟ ଥର ପାଇଁ ବାହାର ରାଜ୍ୟକୁ କନ୍ଧମାଳ ହଳଦୀ ବିକ୍ରି କଲେ ମହିଳା

ଦାରିଙ୍ଗବାଡ଼ି, ୧୧/୧୧ (ଅରୁଣ ସାହୁ): କନ୍ଧମାଳ ହଳଦୀ ସାରା ବିଶ୍ୱରେ ଖ୍ୟାତି ଅର୍ଜନ କରିଥିବା ବେଳେ ଏବେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ନେଇ ଗଠିତ ପ୍ରଡ୍ୟୁସର…

ଏସିଆ କପ୍‌ ସେମିଫାଇନାଲରେ ଭାରତ-ପାକିସ୍ତାନ! ଫାଇନାଲ ଟିକେଟ୍‌ ପାଇଁ ମହାମୁକାବିଲା, ଜାଣନ୍ତୁ କେବେ ଅଛି ମ୍ୟାଚ

ନୂଆଦିଲ୍ଲୀ, ୧୧।୧୧: ଏସିସି ଅଣ୍ଡର-୧୯ ୟୁଥ ଏସିଆ କପ୍‌ରେ ଭାରତର ଦମ୍‌ଦାର ବିଜୟ। ଶେଷ ଗ୍ରୁପ ଷ୍ଟେଜ୍‌ ମ୍ୟାଚରେ ୟୁଏଇକୁ ୭୦ ରନରେ ପରାସ୍ତ କରି ସେମିଫାଇନାଲରେ…

ଭୟଙ୍କର ରେଳ ଦୁର୍ଘଟଣା: ଇଞ୍ଜିନ ସହ ୭ଟି ବଗି ଲାଇନଚ୍ୟୁତ, ଯାତ୍ରୀଙ୍କ ମଧ୍ୟରେ ଖେଳାଗଲା ଆତଙ୍କ

ଗୁଆହାଟୀ,୧୧।୧୧: ଆସାମର ଗୁଆହାଟୀ ନିକଟରେ ବୁଧବାର ସକାଳେ ଏକ ଭୟଙ୍କର ରେଳ ଦୁର୍ଘଟଣା ଘଟିଛି। ଡିଗାରୁ ଅଞ୍ଚଳରେ ସାଇରାଙ୍ଗ-କୋଲକାତା ଏକ୍ସପ୍ରେସ୍‌ର ଇଞ୍ଜିନ ସମେତ ୭ଟି ବଗି ଲାଇନଚ୍ୟୁତ…

ମଧ୍ୟବିତ୍ତଙ୍କୁ ମହଙ୍ଗା ମାଡ଼: ଏକାଥରେ ଏତେ ଟଙ୍କା ବଢିଗଲା ଏଲପିଜି ସିଲିଣ୍ଡର ଦାମ୍‌

ନୂଆଦିଲ୍ଲୀ, ୧୧।୧୧: ପଡ଼ୋଶୀ ଦେଶ ପାକିସ୍ତାନ ପରେ ଏବେ ବାଂଲାଦେଶରେ ମଧ୍ୟ ରୋଷେଇ ଗ୍ୟାସ (LPG) ଦର ଆକାଶଛୁଆଁ ହୋଇଛି। ଉଭୟ ଦେଶରେ ଗ୍ୟାସ ସଙ୍କଟ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?