ନଭେମ୍ବର ୧୧, ୨୦୨୬ ବୁଧବାର ଦିନଟି କିଛି ରାଶିଙ୍କ ପାଇଁ ଖୁସି ଓ ସଫଳତା ନେଇ ଆସିପାରେ। ଭାଇ ଦୂଜର ଏହି ବିଶେଷ ଅବସରରେ ଏହି ରାଶିର ବ୍ୟକ୍ତିମାନେ ଦୀର୍ଘଦିନରୁ ଅଟକି ରହିଥିବା ଟଙ୍କା ଫେରି ପାଇବାର ଆଶା ରହିଛି। ଏଥିସହ ଚାକିରି, ବ୍ୟବସାୟ ଓ ଆର୍ଥିକ ସ୍ଥିତିରେ ସୁଧାର ଆସିବାର ଯୋଗ ରହିଛି। ପରିବାର ଓ ସମ୍ପର୍କ କ୍ଷେତ୍ରରେ ମଧ୍ୟ ମିଳିପାରେ ସୁଖଦ ଅନୁଭୂତି।
୧. ମେଷ ରାଶି:
ବୁଧବାର ଦିନଟି ଆପଣଙ୍କ ପାଇଁ ଆର୍ଥିକ ଦୃଷ୍ଟିକୋଣରୁ ଶୁଭ ରହିବ। ଦୀର୍ଘଦିନରୁ ଅଟକି ରହିଥିବା ଟଙ୍କା ଫେରି ପାଇବା ଫଳରେ ଆପଣଙ୍କ ଆର୍ଥିକ ସ୍ଥିତି ମଜଭୁତ ହୋଇପାରେ। ଅନ୍ୟମାନଙ୍କ ସହାୟତା ପାଇଁ ଆପଣ ଆଗେଇ ଆସିବେ। ବ୍ୟବସାୟୀମାନେ ଯୋଜନାବଦ୍ଧ ଭାବେ କାମ କଲେ ଏହାର ଲାଭ ପାଇପାରିବେ। ଚାକିରି କରୁଥିବା ବ୍ୟକ୍ତିମାନେ କର୍ମକ୍ଷେତ୍ରରେ କିଛି ଚ୍ୟାଲେଞ୍ଜର ସାମ୍ନା କରିପାରନ୍ତି।
୨. ମିଥୁନ ରାଶି:
ଆପଣଙ୍କ ପାଇଁ ବୁଧବାର ଦିନଟି ନୂଆ ସମ୍ଭାବନା ନେଇ ଆସିପାରେ। ଆପଣଙ୍କର କୌଣସି ଗୁରୁତ୍ୱପୂର୍ଣ୍ଣ କାମ ପୂରଣ ହେବା ଫଳରେ ମନ ପ୍ରସନ୍ନ ରହିବ। କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମ ଓ କାମ କରିବାର ଶୈଳୀକୁ ପ୍ରଶଂସା ମିଳିପାରେ। ବ୍ୟବସାୟୀମାନଙ୍କ ପାଇଁ ନିଜ ଯୋଜନାକୁ ଆଗକୁ ବଢ଼ାଇବାର ଏହା ଏକ ଭଲ ସମୟ। ଚାକିରି ଖୋଜୁଥିବା ଲୋକଙ୍କୁ ନୂଆ ନିଯୁକ୍ତିର ସୁଯୋଗ ମିଳିପାରେ। ଆର୍ଥିକ ସ୍ଥିତିରେ ମଧ୍ୟ ସୁଧାର ଆସିବାର ସମ୍ଭାବନା ରହିଛି।
୩. କର୍କଟ ରାଶି:
ନଭେମ୍ବର ୧୧ ତାରିଖ ଆପଣଙ୍କ ପାଇଁ ଅନେକ ଖୁସି ନେଇ ଆସିପାରେ। ଅଚାନକ ଧନଲାଭ ହେବା ଫଳରେ ନିଜର ଆବଶ୍ୟକ ଜିନିଷ କିଣିପାରିବେ। ଚାକିରି କରୁଥିବା ବ୍ୟକ୍ତିଙ୍କର ପଦୋନ୍ନତି ସହ ଦରମା ବୃଦ୍ଧି ହେବାର ଯୋଗ ରହିଛି। ରାଜନୀତି ସହ ଜଡ଼ିତ ବ୍ୟକ୍ତିମାନଙ୍କୁ ନୂଆ ଦାୟିତ୍ୱ ମିଳିପାରେ, ଯାହା ଫଳରେ ସମାଜରେ ମାନ-ସମ୍ମାନ ବୃଦ୍ଧି ପାଇବ। ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଦିନଟି ଶୁଭ ରହିପାରେ। ପ୍ରେମ ସମ୍ପର୍କରେ ରହିଥିବା ଭୁଲ ବୁଝାମଣା ଦୂର ହେବାର ସମ୍ଭାବନା ରହିଛି।
୪. ବିଛା ରାଶି:
ଆପଣଙ୍କ ପାଇଁ ବୁଧବାର ଦିନଟି ବିଶେଷ ରହିପାରେ। ନିଜର ଘର କିମ୍ବା ଜମି କିଣିବାର ଇଚ୍ଛା ପୂରଣ ହେବାର ଯୋଗ ରହିଛି। ସନ୍ତାନଙ୍କୁ ଭଲ ଚାକିରି ମିଳିପାରେ। ଦୀର୍ଘଦିନ ଧରି ଚିନ୍ତାର କାରଣ ପାଲଟିଥିବା କୌଣସି ସ୍ବାସ୍ଥ୍ୟ ସମସ୍ୟାରୁ ଆଶ୍ୱସ୍ତି ମିଳିବାର ସମ୍ଭାବନା ରହିଛି। କାମକାଜ ସାରିବା ପରେ ନିଜର ପସନ୍ଦର କାର୍ଯ୍ୟ ପାଇଁ ସମୟ ବାହାର କରିପାରିଲେ ମନକୁ ଶାନ୍ତି ମିଳିବ। ଛାତ୍ରୀଛାତ୍ରମାନେ ମଧ୍ୟ ନିଜ ପରିଶ୍ରମର ଭଲ ଫଳ ପାଇବାର ଆଶା ରହିଛି।

