କରଜରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି? କରନ୍ତୁ ଏଭଳି…

ବେଳେ ବେଳେ ଅସୁବିଧାରେ ପଡିଲେ, ମଣିଷ କରଜ କରିବାକୁ ବାଧ୍ୟ ହୋଇଥାଏ। କିନ୍ତୁ ଏହି କରଜକୁ ଠିକ୍‌ ସମୟରେ ସୁଝିଦେଲେ ମନକୁ ଖୁବ୍‌ ଶାନ୍ତି ମିଳେ। ଆଉ ଯଦି ଠିକ୍‌ ସମୟରେ ସୁଝା ନଯାଏ, ତା’ହେଲେ ତାହା ବୋଝ ଭଳି ଲାଗିଥାଏ। ହେଲେ ଜାଣନ୍ତି କି, ଏମିତି ବି କିଛି କାର୍ଯ୍ୟ ଅଛି ଯାହାକୁ କଲେ କରଜରୁ ଶୀଘ୍ର ମୁକ୍ତି ପାଇବାର ବାଟ ଖୋଲିଯାଇଥାଏ।

ଯେମିତିକି:
* ବାସ୍ତୁଶାସ୍ତ୍ର ଅନୁଯାୟୀ, ପକ୍ଷୀମାନଙ୍କୁ ଖାଇବାକୁ ଦେଲେ ଜୀବନରେ ସେହି ସବୁ ସୁଖ ମିଳିଥାଏ, ଯାହାକୁ କେବେ ବି କେହି କଳ୍ପନା କରି ନଥିବେ। ତେଣୁ ପ୍ରତିଦିନ ହେଉ ଅବା ମଙ୍ଗଳବାର ଓ ଶନିବାର ଦିନ ପକ୍ଷୀମାନଙ୍କୁ କିଛି ଦାନା ଖାଇବାକୁ ଦିଅନ୍ତୁ। ଫଳରେ ଖୁବ୍‌ ଶୀଘ୍ର ଏହାର ସୁପ୍ରଭାବ ଆପଣ ନିଜେ ଅନୁଭବ କରିପାରିବେ।

* ଜନ୍ଦା, ପିମ୍ପୁଡିଙ୍କୁ ତାଙ୍କର ପସନ୍ଦ ମୁତାବକ ଖାଇବାକୁ ଯୋଗାଇ ଦେଲେ ଜୀବନରେ କୁଆଡ଼େ ଖୁସି ଭରିଯାଇଥାଏ। ତେଣୁ ଏହି ଉପାୟଟିକୁ କରିଚାଲନ୍ତୁ ଦେଖିବେ ଜୀବନରେ ସୁଖଶାନ୍ତି ଭରିଯିବା ସହ ଶୀଘ୍ର କରଜରୁ ମୁକ୍ତି ମିଳିଯିବ।

* ମାଙ୍କଡ଼ଙ୍କୁ ମଙ୍ଗଳବାର ଦିନ ଯଦି ମିଠା, କଦଳୀ ଅବା ବୁଟ ଖାଇବାକୁ ଦିଆଯାଏ, ତା’ହେଲେ ପ୍ରଭୂ ହନୁମାନ କୁଆଡ଼େ ପ୍ରସନ୍ନ ହୋଇଥାନ୍ତି। ଯଦ୍ଦ୍ବାରା ତାଙ୍କ ଆର୍ଶୀବାଦରୁ ଶୀଘ୍ର କରଜ ସୁଝିବାକୁ ଆମକୁ ଉପାୟ ମିଳିଥାଏ।

* କୁକୁରଙ୍କୁ ମିଠା ବିସ୍କୁଟ୍‌ ଖାଇବାକୁ ଦେଲେ କରଜରୁ ମୁକ୍ତି ମିଳିବା ସହ ଘରୁ ନକରାତ୍ମକ ଉର୍ଜ୍ଜା ଦୂର ହୋଇଥାଏ ବୋଲି ବାସ୍ତୁବିତ୍‌ମାନେ ମତ ଦେଇଥାନ୍ତି।

* ଗାଈଙ୍କୁ ଗୋମାତା ଭାବେ ପୂଜା କରାଯାଏ। ତେଣୁ ଘରେ ପ୍ରସ୍ତୁତ ହେଉଥିବା ଖାଦ୍ୟରୁ କିଛି ପ୍ରଥମେ ଗାଈଙ୍କୁ ଖାଇବାକୁ ଦେଲେ କରଜରୁ ଶୀଘ୍ର ମୁକ୍ତି ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କାଶ ଭଲକରେ ପାନ

ପାନକୁ ବିଭିନ୍ନ ଢଙ୍ଗରେ ଖିଆଯାଇଥାଏ। କେହି କେହି ଖାଲି ପାନ ସହ ଗୁଆ ଖାଇବାକୁ ପସନ୍ଦ କରନ୍ତି ତ ଆଉ କେହି ବିନା ଚୂନରେ ପାନ...

କୋଲେଷ୍ଟରଲକୁ ନିୟନ୍ତ୍ରଣରେ ରଖେ ଅଖରୋଟ

ଅଖରୋଟ ଆମ ଶରୀର ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏଥିରେ ଏଭଳି ତତ୍ତ୍ୱ ରହିଛି, ଯାହା କୋଲେଷ୍ଟରଲକୁ ଅନେକାଂଶରେ ନିୟନ୍ତ୍ରଣରେ ରଖିଥାଏ ବୋଲି ସଦ୍ୟତମ ଗବେଷଣାରୁ...

ହାର୍ଟଆଟାକ୍‌ର ପୂର୍ବ ସୂଚନା…

ଅନେକ ରୋଗୀଙ୍କ କ୍ଷେତ୍ରରେ ହାର୍ଟ ଫେଲ୍ୟୁର୍‌ ବା ହାର୍ଟ ଆଟାକ୍‌ ସମସ୍ୟା ଦୃଷ୍ଟି ଗୋଚର ହୋଇଥାଏ। ଏହାର ଅର୍ଥ ହେଉଛି ସମ୍ପୃକ୍ତ ରୋଗୀଙ୍କର ହାର୍ଟ ସାଧାରଣ...

ଉଚ୍ଚ ରକ୍ତଚାପରୁ ଦୂରେଇ ରହିବା ପାଇଁ ସପ୍ତାହରେ ୨ ଥର ଖାଆନ୍ତୁ ଏହି ଫଳ…

ବ୍ୟସ୍ତବହୁଳ ଜୀବନରେ ଖାଦ୍ୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ସୃଷ୍ଟି ହୋଇଥାଏ ଉଚ୍ଚରକ୍ତଚାପ। ଉଚ୍ଚ ରକ୍ତଚାପ ଦେଖାଯିବାର ଅନେକ କାରଣ ରହିଛି । କାମଚାପ, ମାନସିକ ଚିନ୍ତା,...

କାନରେ ପାଣି ପଶିଥିଲେ….

ଗାଧୋଇବା ସମୟରେ ହେଉ ଅବା ସୁଇମିଂ ସମୟରେ ବେଳେ ବେଳେ କାନରେ ପାଣି ପଶି ଯାଇଥାଏ। ଏହାକୁ ବାହାର କରିବାକୁ କେତେଜଣ ଅସ୍ତବ୍ୟସ୍ତ ହୋଇଯାଇ ବିଭିନ୍ନ...

ସଭିଙ୍କ ପ୍ରିୟ

ଜୀବନଯାତ୍ରାରେ ନାରୀଟିଏ ମା’, ଝିଅ, ଭଉଣୀ, ସ୍ତ୍ରୀ, ବାନ୍ଧବୀ ଭଳି ଅନେକ ଭୂମିକାରେ ଅବତୀର୍ଣ୍ଣ। ସେ ଦାୟିତ୍ୱବୋଧତା, କର୍ତ୍ତବ୍ୟପରାୟଣତା, ସହନଶୀଳତା ଏବଂ ଭଲ ଗୁଣ ଯୋଗୁ...

ପେଟରେ ଷ୍ଟୋନ ସମସ୍ୟା ଦୂର କରେ କୋଳଥ ଡାଲି

ଆଜିକାଲି ବ୍ୟସ୍ତବହୁଳ ଜୀବନଶୈଳୀ ଭିତରେ ସ୍ବାସ୍ଥ୍ୟର ଯତ୍ନ ନେବା କଷ୍ଟକର ହୋଇପଡୁଛି। ଫଳରେ ନାନା ପ୍ରକାର ରୋଗ ଶରୀରକୁ ମାଡିବସୁଛି। ତେଣୁ ବିଭିନ୍ନ ମସଲାଯୁକ୍ତ ଖାଦ୍ୟ...

ଏପରି ଭୁଲ୍‌ କରୁଛନ୍ତି କି? ବଢ଼ିପାରେ ସୁଗାରର ମାତ୍ରା

ଦିନକୁ ଦିନ ମଧୁମେହ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏ ନେଇ ଶରୀରରେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ତେବେ ଏଥିରୁ ମୁକ୍ତି ଲାଗି...

Advertisement
Archives

Model This Week