Posted inଜାତୀୟ

ନୱାବ ମଲିକଙ୍କୁ ଟାର୍ଗେଟ କଲେ ୱାନଖେଡେ ପରିବାର, ମାନହାନୀ ମାମଲା ସହ ଏସ୍‌ସି ଏସ୍‌ଟି ଆକ୍ଟରେ ଅଭିଯୋଗ

ନୂଆଦିଲ୍ଲୀ,୯ ।୧୧: ଆର୍ଯ୍ୟନ ଖାଁ ଡ୍ରଗ୍ସ ମାମଲାକୁ ନେଇ ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲିକ ଲଗାତାର ଏନ୍‌ସିବିର ଜୋନାଲ ଡାଇରେକ୍ଟର ସମିର ୱାନଖେଡେଙ୍କ ଉପରେ ନୂଆ ନୂଆ ଅଭିଯୋଗ ଆଣୁଛନ୍ତି । ଏବେ ୱାଖେଡେ ପରିବାର ନୱାବଙ୍କ ଉପରେ ଏସ୍‌ସି /ଏସ୍‌ଟି ଆକ୍ଟ ଅଧିନରେ ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ, ଏହା ପୂର୍ବରୁ ୱାନଖେଡେ ପରିବାର ଏନ୍‌ସିପି ନେତା ନୱାବ ମଲିକଙ୍କ ଉପରେ ମୁମ୍ବାଇ ହାଇକୋର୍ଟରେ ୧୦୦ କୋଟିର ମାନହାନୀ ମାମଲା ଦାୟର କରିଛନ୍ତି । ଏହା ଉପରେ ସେ ମଙ୍ଗଳବାର ଜବାବ ଦାଖଲ କରିବେ । ଗଣମାଧ୍ୟମ ସୂଚନା ଅନୁଯାୟୀ, ଏନ୍‌ସିବି ଅଧିକାରୀ ସମିର ୱାନଖେଡେଙ୍କ ପିତା ଧ୍ୟାନଦେବ ୱାନଖେଡେ ଓଶିବାରର ଆସିଷ୍ଟ କମିଶନର ଅଫ୍ ପୋଲିସ ବା ସହାୟକ ପୋଲିସ ଆୟୁକ୍ତଙ୍କ ନିକଟରେ ମହାରାଷ୍ଟ୍ରର ମନ୍ତ୍ରୀ ନୱାବ ମଲିକଙ୍କ ବିରୋଧରେ ଅନୁସୂଚିତ ଜାତି/ଅନୁସୂଚିତ ଜନଜାତି(ଅତ୍ୟାଚାର ନିବାର) ଅଧିନିୟମ ଆଧାରରେ ପରିବାରର ଜାତିକୁ ନେଇ ମିଛ ଅଭିଯୋଗ ଆଣିଥିବା ନେଇ ଅଭିଯୋଗ କରିଛନ୍ତି । ୱାନଖେଡେ ପରିବାର ଦାବି କରିଛନ୍ତି ସେ ନୱାବଙ୍କ ବିରୋଧରେ ଏଫ୍‌ଆଇଆର୍ ଦିଆଯାଉ ।


Enter your email to get our daily news in your inbox.

All Right Reserved By Dharitri.Com

ନେଗେଟିଭ ଥିବା ଲୋକଙ୍କ ମଳରେ ମିଳୁଛି କରୋନା ଭାଇରସ!

ନୂଆଦିଲ୍ଲୀ,୯ ।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଧିରେ ଧିରେ କମି ଆସୁଥିବା ବେଳେ ଏବେ ଏମିତି ଏକ ଅଧ୍ୟୟନ କରାଯାଇଛି ଯାହା ସମସ୍ତଙ୍କ ମନରେ...

ଅପରାହ୍ନ ୪ଟାରେ ହୋଇପାରିଲା ନାହିଁ ଟ୍ରେନ୍‌ ଟିକେଟ ବୁକିଂ

ନୂଆଦିଲ୍ଲୀ,୧୧।୫: ଲକ୍‌ଡାଉନ ଯୋଗୁ ଫସି ରହିଥିବା ଯାତ୍ରୀଙ୍କ ପାଇଁ ମଙ୍ଗଳବାରଠାରୁ ଟ୍ରେନ୍‌ ସେବା ଆରମ୍ଭ ହୋଇଥିବା ବେଳେ ସୋମବାର ଅପରାହ୍ନ ୪ଟାରୁ ଟିକେଟ ବୁକିଂ କରାଯିବାର...

ଶିବସେନାରେ ବିଦ୍ରୋହ ମଧ୍ୟରେ ଏମ୍‌ଭିଏର ମନ୍ଥନ: ମୁଖ୍ୟମନ୍ତ୍ରୀ ଡକାଇଲେ ଉଚ୍ଚସ୍ତରୀୟ ବୈଠକ

ମୁମ୍ବାଇ,୨୨।୬: ଏକନାଥ ସିନ୍ଦେଙ୍କ ବିଦ୍ରୋହୀ ମନୋଭାବ ଯୋଗୁ ବର୍ତ୍ତମାନ ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ବର୍ତ୍ତମାନ ଉଦ୍ଧବ ସରକାରଙ୍କ ଉପରେ ଘାରିଥିବା ସଙ୍କଟକୁ ଦୃଷ୍ଟିରେ ରଖି...

ଆତଙ୍କବାଦୀଙ୍କ ସହ ଧରାପଡ଼ିଲେ ଡିଏସ୍‌ପି: ପାଇଥିଲେ ରାଷ୍ଟ୍ରପତି ମେଡାଲ

ଶ୍ରୀନଗର,୧୨ା୧(ପି.ଟି.): ରାଷ୍ଟ୍ରପତି ମେଡାଲ ପାଇଥିବା ଜମ୍ମୁ-କଶ୍ମୀରର ଜଣେ ପୋଲିସ ଅଫିସର ଶନିବାର ଦୁଇଜଣ ଆତଙ୍କବାଦୀଙ୍କ ସହ ଧରାପଡିଛନ୍ତି। ସମ୍ବେଦନଶୀଳ ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ପୋଷ୍ଟିଂ ହୋଇଥିବା...

ଚାଷୀ ଆନ୍ଦୋଳନରେ ସାମିଲ ହୋଇଥିବା ଅଭିନେତ୍ରୀ କରୋନା ପଜିଟିଭ

ନୂଆଦିଲ୍ଲୀ,୨୭।୯-ପୂର୍ବତନ ବିଗବସ ପ୍ରତିଯୋଗୀ ତଥା ପଞ୍ଜାବୀ ଅଭିନେତ୍ରୀ ହିମାଂଶୀ ଖୁରାନା ମହାମାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ଏ ନେଇ ସେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।...

କରୋନାର ତୃତୀୟ ଲହର ପାଇଁ ଦାୟୀ ରହିବେ ସାଧାରଣ ଜନତା!

ନୂଆଦିଲ୍ଲୀ,୧୦ ।୭: ଯଦି ଦେଶରେ କରୋନାର ତୃତୀୟ ଲହର ଆସିବ ତେବେ ଏଥିପାଇଁ ସାଧାରଣ ଜନତାଙ୍କୁ ଦାୟୀ କରାଯାଇପାରେ । ଆଇଏଏନ୍‌ଏସ୍‌-ସି-ଭୋଟର-ସର୍ଭେ ଅନୁସାରେ ୫୭ ପ୍ରତିଶତ...

ଟୁଇଟରରେ ସୁଷମାଙ୍କୁ ଫଲୋ କରୁଥିଲେ କୋଟିଏ ୧୩ ଲକ୍ଷ

ନୂଆଦିଲ୍ଲୀ,୭।୮: ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ସକ୍ରିୟ ରହୁଥିଲେ। ଟୁଇଟରରେ ତାଙ୍କ ଫଲୋରର୍ସଙ୍କ ସଂଖ୍ୟା କୋଟିଏ...

ଇଡ଼ି ସତ୍ୟପାଠ ନେଇ ସୁପ୍ରିମ୍‌କୋର୍ଟରେ ଚିଦାମ୍ବରମ୍‌ଙ୍କ ପାଲଟା ଜବାବ: ସମସ୍ତ ସମ୍ପତ୍ତି ବୈଧ

ନୂଆଦିଲ୍ଲୀ,୨୭।୮: ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍‌ଙ୍କ ସମ୍ପତ୍ତି ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି)ପକ୍ଷରୁ ସୁପ୍ରିମ୍‌କୋର୍ଟରେ ସତ୍ୟପାଠ ଦାଖଲ ହୋଇଥିଲା। ତେବେ ଚିଦାମ୍ବରମ୍‌ଙ୍କ ପକ୍ଷରୁ ସତ୍ୟପାଠର ପାଲଟା ଜବାବ...

Advertisement
Archives

Model This Week