Posted inଫୁରସତ

୧୪୯୭ଟି ବ୍ୟାଙ୍କର କ୍ରେଡିଟ୍‌ କାର୍ଡ ରଖି ରେକର୍ଡ

ଆଜିକାଲି ସମସ୍ତେ କ୍ରେଡିଟ୍‌ କାର୍ଡ ବ୍ୟବହାର କରୁଛନ୍ତି। ଟଙ୍କାର ଆବଶ୍ୟକତା ଥିଲେ କ୍ରେଡିଟ୍‌ କାର୍ଡର ସାହାରା ନିଆଯାଏ। ତେଣୁ ସମସ୍ତଙ୍କ ପାଖରେ ୨-୩ଟି କ୍ରେଡିଟ୍‌ କାର୍ଡ ତ ନିଶ୍ଚୟ ଥାଏ। କିନ୍ତୁ ଜଣେ ବ୍ୟକ୍ତି ୧୪୯୭ଟି ବ୍ୟାଙ୍କର କ୍ରେଡିଟ୍‌ କାର୍ଡ ରଖି ଗିନିଜ ଓ୍ବାଲର୍‌ଡ ରେକର୍ଡରେ ସ୍ଥାନ ପାଇଛନ୍ତି। ସେଥିମଧ୍ୟରୁ ୮୦୦ କାର୍ଡ ବୈଧ୍ୟ ଅଟେ। ଏହି ବ୍ୟକ୍ତି ଜଣକ ହେଉଛନ୍ତି ଓ୍ବାଲ୍ଟର କାଓ୍ବାନାଗ। ଓ୍ବାଲ୍ଟର ୧୭ ଲକ୍ଷ ଡଲାରର କ୍ରେଡିଟ୍‌ ସହ ସର୍ବାଧିକ କ୍ରେଡିଟ୍‌ କାର୍ଡ ରଖିଛନ୍ତି। କେବଳ ସେତିକି ନୁହେଁ, ପୃଥିବୀର ସବୁଠାରୁ ଲମ୍ବା ଓ୍ବାଲେଟ୍‌ ରଖିବା ପାଇଁ ତାଙ୍କୁ ମିଷ୍ଟର ପ୍ଲାଷ୍ଟିକ ଫାଣ୍ଟାଷ୍ଟିକର ମାନ୍ୟତା ବି ମିଳିଛି। ୧୯୭୧ ମସିହାରେ କାଓ୍ବାନାଗଙ୍କ ନାମ ଗିନିଜ ଓ୍ବାଲର୍‌ଡ ରେକର୍ଡସ୍‌ରେ ସ୍ଥାନ ପାଇଥିଲା। ଆଶ୍ଚର୍ଯ୍ୟର କଥା ଯେ, ତାଙ୍କ ପକେଟ୍‌ର ଓଜନ ୧୭ କି.ଗ୍ରା.; ଯେଉଁଥିରେ ସେ ନିଜର ୧୪୯୭ କାର୍ଡ ସହ ଆହୁରି ଅନେକ କାର୍ଡ ବି ରଖନ୍ତି। ନିଜର ଅଦ୍ଭୁତ ସଉକ ସମ୍ପର୍କରେ ଓ୍ବାଲ୍ଟର କହନ୍ତି, କାର୍ଡ ରଖିବା ସଉକ ତାଙ୍କର ୧୯୬୦ ମସିହାରୁ ଆରମ୍ଭ ହୋଇଥିଲା। ଦିନେ ସେ ନିଜ ସାଙ୍ଗ ସହ ଏକ ସର୍ତ୍ତ ରଖିଥିଲେ କି ବର୍ଷ ଶେଷ ବେଳକୁ ଯାହା ପାଖରେ ଅଧିକ କ୍ରେଡିଟ୍‌ କାର୍ଡ ଥିବ ସେ ହୋଟେଲରେ ମନ ପସନ୍ଦର ଖାଦ୍ୟ ଖାଇବ। ଆଉ ତା’ର ବିଲ୍‌ ଅନ୍ୟ ସାଙ୍ଗ ଭରିବ। ବର୍ଷ ଶେଷ ବେଳକୁ ତାଙ୍କ ପାଖରେ ୧୪୩ଟି କାର୍ଡ ହୋଇଯାଇଥିଲା। ତାଙ୍କ ସାଙ୍ଗ ପାଖରେ ୧୩୮ଟି କାର୍ଡ ଥିଲା। ତେଣୁ ସେ ସର୍ତ୍ତ ଜିତିଯାଇଥିଲେ। ସେବେଠାରୁ ସେ କାର୍ଡ ଜମା କରିବା ଆରମ୍ଭ କରିଥିଲେ। ଆଉ ଶେଷରେ ସେ ଏତେ କାର୍ଡ ଜମା କରିଦେଲେ ଯେ, ଗିନିଜ ଓ୍ବାଲର୍‌ଡ ରେକର୍ଡରେ ସ୍ଥାନ ପାଇଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଏକ ରହସ୍ୟମୟ ଗାଁ, ଯେଉଁଠି ଚାଲିଯାଏ ଲୋକଙ୍କ ଦୃଷ୍ଟିଶକ୍ତି! କାରଣ ଜାଣିଲେ ହେବେ ଚକିତ

ମେକ୍ସିକୋର ଏକ ଦୂରଦୂରାନ୍ତ ଗାଁକୁ ନେଇ ଦୀର୍ଘଦିନ ଧରି ଏକ ରହସ୍ୟମୟ କାହାଣୀ ପ୍ରଚଳିତ ରହିଛି। କୁହାଯାଏ, ଏଠାରେ ଲୋକଙ୍କ ସହ ପଶୁମାନଙ୍କର ମଧ୍ୟ ଦୃଷ୍ଟିଶକ୍ତି ଚାଲିଯାଉଥିଲା।…

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ

ଓ୍ବାଡିଆ,୨୧ା୯: ବାଲ୍ୟ ନିର୍ବନ୍ଧ ନା ଦେହ ବ୍ୟବସାୟ। ଗାଁର ବାଳିକାମାନଙ୍କୁ ଏଭଳି ଏକ କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଠାରେ ଏହି ଅପମାନଜନକ ନାମକରଣ କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?