Posted inଫୁରସତ

ବ୍ୟାଗ ଭିତରେ ହୃତପିଣ୍ଡ

୪୨ ବର୍ଷୀୟା ସଲଓ୍ବା ହୁସୈନ ଦୁଇ ସନ୍ତାନର ମା’ ଅଟନ୍ତି। ହସ ହସ ମୁହଁ ତାଙ୍କର ଦେଖିଲେ କେହି ହୁଏତ ବିଶ୍ୱାସ କରିବେନି ସେ କେତେ ବଡ଼ ରୋଗ ସହ ପ୍ରତିମୁହୂର୍ତ୍ତ ଲଢୁଛନ୍ତି। ସଲଓ୍ବାଙ୍କୁ କିଛି ବର୍ଷ ତଳେ ହୃଦ୍‌ଘାତ ହୋଇଥିଲା। ଏହାଦ୍ୱାରା ତାଙ୍କ ହୃତପିଣ୍ଡ କାମ କରିବା ବନ୍ଦ କରିଦେଇଥିଲା। ଯଦିଓ ଏହାର ଠିକ୍‌ ପୂର୍ବରୁ ସେ ନିଜେ ଗାଡି ଡ୍ରାଇଭ୍‌ କରି କିଛି ଦୂରରେ ଥିବା ଫ୍ୟାମିଲି ଡାକ୍ତରଙ୍କ ଘରକୁ ପହଞ୍ଚତ୍ ଯାଇଥିଲେ। କାରଣ ଘଟଣା ସମୟରେ ସେ ଘରେ ଏକୁଟିଆ ଥିଲେ। ଏହାପରେ ଡାକ୍ତର ତାଙ୍କୁ ହସ୍ପିଟାଲ ନେଇ ଚିକିତ୍ସା କରିଥିଲେ। ୪ ଦିନ ସେଠାରେ ଚିକିତ୍ସିତ ହେବା ପରେ ତାଙ୍କୁ ଅନ୍ୟ ଏକ ମେଡିକାଲ ରେଫର୍‌ କରାଗଲା। ସେଠାକାର ଡାକ୍ତର ତାଙ୍କର ଏକ ଅଜବ ଅପରେସନ୍‌ କଲେ। ତାଙ୍କ ଛାତିରେ ପାଓ୍ବାର ପ୍ଲାଷ୍ଟିକ ଚାମ୍ବର ଲଗାଇଦେଲେ। ଏଥିରେ ଦୁଇଟି ପାଇପ୍‌ ଯୋଡା ଗଲା; ଯାହା ଅମ୍ଳଜାନ ସପ୍ଲାଏ କଲା। ଆଉ ସଲଓ୍ବା ଏକ ବ୍ୟାଟେରି ଚାଳିତ ଡିଭାଇସ୍‌, ଯାହାକୁ ହୃତପିଣ୍ଡ କୁହାଯାଇପାରେ। ଏହାକୁ ବ୍ୟାଗରେ ନେଇ ଚାଲନ୍ତି। ଏହାର ଓଜନ ୬.୮ କି.ଗ୍ରା.। ଏହା ବିଜୁଳି ଅବା ବ୍ୟାଟେରିରେ ଚାଲିଥାଏ। ଏହି ମେଶିନ୍‌ ମାଧ୍ୟମରେ ପ୍ଲାଷ୍ଟିକ ଚାମ୍ବରକୁ ଅମ୍ଳଜାନ ଯୋଗାଯାଏ। ଯଦି ବ୍ୟାଟେରି ଖରାପ କିମ୍ବା ବନ୍ଦ ହୋଇଯାଏ ତେବେ ମାତ୍ର କିଛି ସେକେଣ୍ଡ ଭିତରେ ବଦଳାଯାଏ। ଏଭଳି ସ୍ଥିତି ଲାଗି ସଲଓ୍ବାଙ୍କ ସ୍ବାମୀ ତାଙ୍କ ସହ ସବୁବେଳେ ଥାଆନ୍ତି। ଡେଲିମେଲ୍‌ର ରିପୋର୍ଟ ମୁତାବକ ଏହି ଡିଭାଇସ୍‌ର ମୂଲ୍ୟ ପ୍ରାୟ ୮୫ ଲକ୍ଷ। ଏଭଳି କଠିନ ପରିସ୍ଥିତିରେ ବି ସଲଓ୍ବା ସବୁବେଳେ ହସୁଥାଆନ୍ତି। ସେ କହନ୍ତି, ଭଗବାନ ମତେ ଯେମିତି ଜୀବନ ଦେଇଛନ୍ତି, ସେଥିରେ ମୁଁ ଖୁସି ଅଛି।


Enter your email to get our daily news in your inbox.

All Right Reserved By Dharitri.Com

୪୦ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ହୋଇଗଲା ହୃଦ୍‌ସ୍ପନ୍ଦନ, ପରେ ଘଟିଲା ଏମିତି, ଡାକ୍ତର ହେଲେ ଆଶ୍ଚର୍ଯ୍ୟ…

କିଛି ସେକେଣ୍ଡ କିମ୍ବା ମିନିଟ୍‌ ପାଇଁ ନୁହେଁ, ୪୦ ଘଣ୍ଟାରୁ ଅଧିକ ସମୟ ଧରି ଜଣେ ବ୍ୟକ୍ତିଙ୍କ ହୃଦ୍‌ସ୍ପନ୍ଦନ ବନ୍ଦ ହୋଇଗଲା। ତା’ ପରେ ଯାହା ଘଟିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri